ବର୍ଷାର ଜୟଯାତ୍ରା
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୪
- ସ୍ଥିତି
- ସାର୍ବଜନୀନ (Public domain)
ଅଖିଳ ଅବନୀ ଅଭିଯାନ ବାଣୀ ନିହି ଏ ରୁଦ୍ର ବୁକେଆସିଚି ବରଷା ଆଜି ମୁଁ ବଜ୍ର ଡାକେ ।ଜଗତର ମହା ଧ୍ୱଂସ ମଶାଣେ ଉଡ଼ାଇ ବାଲୁକା ରାଶି,ଚାଲିଥିଲା କାଲି ଯେ ପଥେ ଅନଳ ରବିକର ରାଶି ରାଶିହାହାକାରମୟ ଶୂନ୍ୟ ନୀରବ ଜୀବନର କୂଳେ କୂଳେଆଶା ଭାଷାହୀନ ମରମ ବାରତା ଫିଟି ପଡ଼ିଥିଲା ତଳେ ।ନବୀନ ମୁଁ ଆଜି ଚିର ପୁରାତନ ସେ ପଥେ ନବୀନ ଯାତ୍ରୀଖାଲି ମୁଁ ରୁଦ୍ର, ଦୁର୍ବାର ଧାରା, ଖାଲି ମୁଁ ଗଭୀର ରାତ୍ରି !ଅତୀତର ମୁଁହି ଦକ୍ଷଯଜ୍ଞ; ନୂତନର ବନ ଫୁଲଚିର ଅବାରିତ ଅନାହୂତ ମୋର ଅଭିଯାନ ଅବନୀର ।ଅନାଗତର ମୁଁ କୋମଳ ସୃଷ୍ଟି ବିପ୍ଳବ ମହାରଣେ ।ନଚାଇ ଚାଲିବି ସୁପ୍ତ ବିଶ୍ୱ କାନ୍ତ କଠୋର ତାନେ ।ନାହିଁ ମୋ ରାଗିଣୀ ଛନ୍ଦ-ଅଖିଳ ଅବନୀ ଅଭିଯାନ ଘେନି ଚାଲିବି ଆଜି ମୁଁ ଅନ୍ଧ ।ସେଦିନର ମୁହିଁ ଭାର୍ଗବ ବୀର ଖଡ଼୍ଗ କୁଠାର ହାତେସେ ଦିନର ମୁହିଁ ବନମାଳୀ-ବେଣୁ ଅକୂଳ ଯମୁନା ତଟେଚୂରିବି, ମାରିବି, ରୁକ୍ଷ, ନିଠୁର କରିବି ଶାନ୍ତ ଧରାଆସିଛି ଆଜି ମୁଁ ସୁଦୂର ଯାତ୍ରୀ ଭାଙ୍ଗି ନିୟୁତ କାରା ।ଯେତେ ପୁରାତନ ଛନ୍ଦ-ସବୁଥିରେ ମୋର ଭରିଦେବି ଚିର ନୂତନ ଆକୁଳ ଗନ୍ଧ ।ଅଚପଳ କେତେ ପାଷାଣ ପରାଣ ଚମକିଉଠିବ ଆଜି ।ପୁରାତନ ଗଳୁ ଗଳିପଡ଼ିବ ହେ କ୍ଳାନ୍ତ କୁସୁମ ରାଜି ।ସ୍ୱପ୍ନ-ପାଗଳ ବୁକେ ଢାଳି ମୋର ଯଉବନ ସନମାନଅଜଣା ସୁଦୂର ଜୀବନେ କରିବି ଶେଷ ମହା ଅଭିଯାନ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର