ଆସ ଯୁବା ଭାବମୟ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୪
- ସ୍ଥିତି
- ସାର୍ବଜନୀନ (Public domain)
ଆସ ବୃଦ୍ଧ ଶିଶୁ ସହଏ ତାଡ଼ନା, ଏ ଅତୀତ ନିତ୍ୟ ଅନୁକୂଳେପଥିକ ମୁଁ ସ୍ୱରାଜ୍ୟ-ଦୁଆରେ । ୪ ।ଫିଟାଅ ଫିଟାଅ ଆଜି ଫିଟାଅ ତୋରଣପୂରୁ ବିଶ୍ୱ ଓଁକାର ଶବଦେଶୁଣିବେ ଅନନ୍ତ-ପଥେ ରବି, ଚନ୍ଦ୍ର, ଗ୍ରହ ଯେତେସାରା ବିଶ୍ୱ ‘ସ୍ୱରାଜ୍ୟ’ ସ୍ତବଧେଫାଟିବରେ ପାପ-ହୃଦଅବିଶ୍ୱାସ, ଆତ୍ମ ମଦବିଳାସ-ବିହାର ଯିବ ଲିଭି ନଭଃସ୍ଥଳେପଥିକ ମୁଁ ସ୍ୱରାଜ୍ୟ-ଦୁଆରେ । ୫ ।ଲକ୍ଷଯୁଗ ଶେଷେ ଆଜି ବୁଲି ବହୁ ଦେଶଶତ ଶତ ପ୍ରାଣ-ଲୀଳାଭୂମି,ଅଧ୍ୟାତ୍ମ-ଜଗତେ ଭେଦି ନିତ୍ୟ ଅବହେଳେଶାନ୍ତିହୀନ ଜଘନ୍ୟ-ଗୋଲାମି,ଫେରୁଚି ପଥିକ ଦୂରେଅତୀତ ଅମୃତ ପୁରେପୂଜିବ ଜନନୀ ପଦ ନିରଳସଭରେପଥିକ ମୁଁ ସ୍ୱରାଜ୍ୟ-ଦୁଆରେ । ୬ ।ସଂକୀର୍ତ୍ତନଭାତିବ ସେବୈଦିକ ବଇଭବ କର୍ମ୍ମ-ବଶେ;ମଞ୍ଜୁଳ-ମୁକୁଳିତ କୁଞ୍ଜ ଭବନ ଶତନାଚିବ ଭଗବତୀ ତବ ପରଶେ । ଧ୍ରୁବ ।ଗାଙ୍ଗ-ସଲିଳ-ସିତ ପାବନ ଦେଶଏହି ବିଭବମୟ ଆର୍ଯ୍ୟ-ନିବାସଆର୍ଯ୍ୟ ମହତ ଶିରୀ ତୁଙ୍ଗ ତୁହିନଗିରିବିସ୍ତୃତ ଗଉରବ ଚିର ବିକଶେ । ୧ ।ସିନ୍ଧୁ ସରିତକୁଳ ପ୍ରେମ ବିସାରେପୁଲକିତ ଚଂଚଳ ମୋହନ ଧାରେଉପଗତ ଚଞ୍ଚଳ ମଧୁ ମଳୟାନିଳଅପଗତ ଭାରତ ତାମସ ସେ । ୨ ।ପ୍ରେମ ମହତ ଶତ ମୋହନ ଗାନ,ବିଶ୍ରୁତ ବୈଭବ ବେଦବିଧାନଆବାହନ ତବ ବିକଶିବ ଅଭିନବ,ଉଲ୍ଲସି ଉଠୁ ଶିଶୁ ନବ ବରଷେ । ୩ ।ମନ୍ଦ୍ର-ମଧୁର- ମଧୁ-ମରୁତ-ତରଙ୍ଗେକୁଞ୍ଜ-କୁସୁମ-କୁଳ କୋମଳ-ଅଙ୍ଗେସିନ୍ଧୁ ଲହରୀ ପୂରି ନୀଳ ଗଗନଭରିଗାନ ଉଠଇ ତବ ନବ ହରଷେ । ୪ ।ଭାଜିବ ଶିଶୁକୁଳ ଜଡ଼ତା-ବନ୍ଧ,ବିକଶିବ ସୁସରଳ କର୍ମ୍ମ-ପ୍ରବନ୍ଧ(ଆଜି) ପ୍ରେରଣ ଲଭି ସତୀ ଭାରତ ଶିଶୁମତିବିକଶିବ ଭାରତ ବିଭବ ରସେ । ୫ ।ବିଶ୍ୱ ମହତ ଗୁରୁ ବୈଦିକ ମନ୍ତ୍ରେବନଗିରି ବିତନିତ ସୁଲଳିତ ମନ୍ତ୍ରେ,ବିଶ୍ୱ ଉଠିବ ହସି ଶ୍ରୌତ କରମ ରସିନବ ଲଗନେ ତବ ମଧୁ ପରଶେ । ୬ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର