ସ୍ୱରାଜ୍ୟ-ଦୁଆରେ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୪
- ସ୍ଥିତି
- ସାର୍ବଜନୀନ (Public domain)
ଆଷାଢ଼-ଅଶାନ୍ତ-ଘନେ, ଭାଦ୍ର କାଶ-ହାସେମଧୁକୁଂଜ ପୁଲକ ବିହାରେଫିଟାଅ କେ ଅଛ ପାଶେ, ଭୁବନ ତୋରଣ ଆଜିପଥିକ ମୁଁ ‘ସ୍ୱରାଜ୍ୟ-ଦୁଆରେ’ପଥଶ୍ରାନ୍ତ ଏ ଚରଣବିକଳ ନୟନ ମନଲକ୍ଷ୍ୟହୀନ ଶତ ପଥେ ନିରାଶା ଆକୁଳେ,ପଥିକ ମୁଁ ସ୍ୱରାଜ-ଦୁଆରେ । ୧ ।ଅଶବ୍ଦ-ବୋଧନ ଲଭି ସରସ୍ୱତୀ-ତୀରେକି ସଂପଦ, କି ମଙ୍ଗଳ ଗାନେଆବେଗେ ଆଶ୍ୱାସ ମିଶେ ନିରୁଦ୍ଦେଶ୍ୟ କେଉଁ ଦେଶେହିମଗିରି ବିପୁଳ ଧିଆନେଉଚ୍ଛ୍ୱାସେ ସଂଯମ ଭାସେସ୍ୱର୍ଣ୍ଣସ୍ମୃତି ଅବକାଶେଜୀବନ୍ତ-ଚେତନା ବେଶେ, ପତାପ ଚିତୋରେପଥିକ ମୁଁ ସ୍ୱରାଜ-ଦୁଆରେ । ୨ ।ଆଦ୍ୟ-ବସୁନ୍ଧରା ଉଷା ଏ ନେତ୍ରପଲକେଆଦ୍ୟ-ବେଦ ନବୀନ-ଝଂଙ୍କାରେଆଦ୍ୟ ଫୁଲ-କୁଳେଶ୍ୱରୀ- ନଳିନୀ ପୁଲକ ଶିରୀଭରିଚି ମୋ ଏ ସୁପ୍ତ ଅନ୍ତରେରଟିନୀ-ତରଙ୍ଗ ଲୀଳାଆଦ୍ୟ-ହାସ୍ୟ, ଆଦ୍ୟ-ଖେଳା,ଉଲ୍ଲସିତ ସ୍ତରେ ସ୍ତରେ ସପନ-ଜାଗରେପଥିକ ମୁଁ ସ୍ୱରାଜ୍ୟ-ଦୁଆରେ । ୩ ।ଆସ ବିଶ୍ୱକବି, ଆସ କାବ୍ୟମୟ-ପ୍ରାଣଆସ ଆହେ ଅନନ୍ତ ବିଳାସୀଶିବ-ଶାନ୍ତ ଦେଶେ ଦେଖ, ଅଶାନ୍ତି, ରକ୍ତ, ଲୋତକଯାଅ ଥରେ ପରାଣ ପରଶି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର