ଅର୍ଚ୍ଚନା
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୪
- ସ୍ଥିତି
- ସାର୍ବଜନୀନ (Public domain)
ସେହି ତରୁତଳ ସେହି ମନ୍ଦିର ସେହି ଘରବିଜଡ଼ିତ ଶତ ସ୍ମୃତି ଯହିଁ ଶତ ଦିବସର ।ସେହି ସୁବିମଳ ପଲ୍ଲୀ ଧରଣୀ କୋଳେ ଆଜିଗୁରୁ ଗମ୍ଭୀରେ ବେଦନା ରାଗିଣୀ ଉଠେ ବାଜି ।ସବୁ କି ବରଜି ଗଲ ହେ ଦେବତା ଦେବପୁରେତୁମରି ପାଇଁ କି ଦୂର ଜଳଧର ଝୁରିମରେ ।ତୁମରି ଜୀବନ ସମ୍ପଦ ଶିରୀ ପଛେ ରହିତରୁଣ ମନ ମୋ ଉଠେ ଉଦ୍ବେଳି କାହା ପାଇଁ ?ସେ ଚରଣ ତଳେ ଦିବସ ରଜନୀ ଗଲା ପାହିସେ ଜୀବନ ମଧୁ କେତେ ଏ ମରମେ ପାଇନାହିଁ !ହେ ମୋର ଦେବତା, ସବୁ କି ପାସୋରି ଗଲ ସତେଶେଷ ଦର୍ଶନ ହେଲା ନାହିଁ ଆଉ ଏ ମରତେ ?ତୁଟି ନାହିଁ ପରା ଦୁଃଖ ଦୁର୍ଦ୍ଦଶା ଧରଣୀରଛାରଖାର ପ୍ରିୟ ପଲ୍ଲୀ ଭୁବନ ଛାରଖାର ।ଦେବମନ୍ଦିରେ ସନ୍ଧ୍ୟା ଆଳତି ନାହିଁ ଜଳେଡାକେ ଅନାଥିନୀ ‘ରକ୍ଷା କେ କର’ ହାହାକାରେ ।ସ୍ୱର୍ଗପୂର ଏ ନରକରେ ଆଜି ପଡ଼େ ଖସିମର୍ତ୍ତ୍ୟବାସୀ ଏ ଦୁଃଖୀ ଜନତା ଦେଖେ ବସି ।ଦୂରେ ଥାଇ ଦେବ ଶୁଭାଶିଷ ତବ ଦେବ ବାରେଏହି ତରୁତଳ - ଏହି ମନ୍ଦିର - ଏହି ଘରେ ।ତୁମରି ସ୍ମୃତିର ମନ୍ଦିର ମୁଁ ହେ, ମନ୍ଦିରମନ୍ଦିରେ ଦେବ ବିଜେ କର ଆସି ଅବିରଳ ।ତୁମରି ପଲ୍ଲୀ ସ୍ନେହ ସମ୍ପଦ ଉପଚାରେଅର୍ଚ୍ଚନା ତବ ଘେନ ହେ ଦେବତା ଘେନ ବାରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର