ଅର୍ଜୁନୋର୍ବଶୀ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୪
- ସ୍ଥିତି
- ସାର୍ବଜନୀନ (Public domain)
ସୁନାଶିର−ଚର−ଚିତ୍ରସେନ ଗିର କହିଲା “ଉର୍ବଶି !ଆଦେଶ କୁଳଶୀ ଶୁଣ ଗୋ ସୁକେଶି−ପୁରୁବଂଶ ଶଶୀକିରୀଟୀ ନିର୍ଜନେ ନନ୍ଦନକାନନେ ଏକାକୀ ବିଦେଶୀ,ଯାଇଁ ପାର୍ଥ−ପାଶ ସୁରସରେ ରସ ଶୋଭାଙ୍ଗୀ ସୁକେଶୀ-”ଶୁଣି ଦୂତଠାରୁ ଉର୍ବଶୀ ରମ୍ଭୋରୁ ବାଞ୍ଛିତ ବାରତାବିଧିଶିଳ୍ପସୀମା ସୁତନୁମଧ୍ୟମା ତନୁବେଶରତାଚୁମ୍ବିଛି ଚରଣ ଘନ−ନୀଳବର୍ଣ୍ଣ−କୁଞ୍ଚିତ ଚିକୁର,କରିଛି ଆଚ୍ଛନ୍ନ ନିତମ୍ବ ଜଘନ ଉରୁ ନିବୀ ଉର ।ବିକଚନୀଳାବ୍ଜ−ପଳାଶ−ଶଙ୍କାଶ ବେନି ଲୋଚନରୁବରଷୁଛି ଆଭା, ଇନ୍ଦୁ ହୀନପ୍ରଭା, ଲୋଳ ଭୁରୁ ସରୁ ।ଶୁଭ୍ରକମ୍ବୁକଣ୍ଠୀ ଉଦ୍ଗ୍ରୀବଉତ୍କଣ୍ଠୀ ପ୍ରଣୟିଦର୍ଶନେ,ଚାହିଁଣ ମୁକୁରେ ନିଜ ଲାବଣ୍ୟରେ ବିଜେ ସୁଗମନେ ।ବେନି ପୀନସ୍ତନ ମୃଦୁ ନିଷ୍ପନ୍ଦନ ବିଲୋକ ଚଳନେ,ଚଳିତ ଚରଣ ବିପଥେ ପତନ ଚଞ୍ଚଳିତ ମନେ ।ପୃଥୁନିତମ୍ବିନୀ ପୀନ ପୟସ୍ୱିନୀ ସୁଦନ୍ତୀ ରମ୍ଭୋରୁଚମ୍ପିକବରଣା କମଳ ଲୋଚନା ସୁକେଶୀ ଲୋଳଭ୍ରୁ ।ପ୍ରିୟ−ଅଭିସାରେ−ପ୍ରଣୟ ଆଶାରେ ତ୍ରିଦଶସୁନ୍ଦରୀଜ୍ଞାତ ସ୍ୱର୍ଗପଥେ ଚଳିଲା ଅଜ୍ଞାତେ ଅତିକ୍ରମ କରି ।ତ୍ରିଦିବଭୁବନେ ନନ୍ଦନକାନନେ ପୂର୍ଣ୍ଣେନ୍ଦୁକିରଣ,ପାରିଜାତତରୁସୁରଭିବନରୁ ବହଇ ପବନ ।ଚନ୍ଦ୍ରିକାସାଗରେ ପ୍ରଫୁଲ୍ଲ ମନରେ ଚକୋରୀ ଚକୋରପ୍ରଣୟ−ସଙ୍ଗୀତେ ନିମଜ୍ଜାଇ ଚିତ୍ତେ ତନ୍ମୟ ବିଭୋର ।ନିସ୍ତବ୍ଧ ସକଳ ମନ୍ଦାକିନୀ−ଜଳ ବୀଚିକଳକଳ,ତଥିପରେ ପଡ଼ି ଉଜ୍ଜ୍ୱଳ କୌମୁଦୀ ବିଲୋକ ଚଞ୍ଚଳ ।ପ୍ରଳମ୍ବକୁନ୍ତଳା ଅପ୍ସରାଲଲାମ ତ୍ରିଦିବ ସୁନ୍ଦରୀପଥ ଅତିକ୍ରମି ଯାଏ ଚାଳି ଦିଶ କଲ୍ଲୋଳିତ କରି ।ଅମରୀ−ସୁଲଭ−ଆଭାରେ କୌମୁଦୀ ହୁଏ ଆଲୋକିତ,ସୁଧାମଦେ ନେତ୍ର ଲୋହିତ, କକୁଭ ଗନ୍ଧେ ଆମୋଦିତସୁରସୁନ୍ଦରୀର ବିଭା ନୟନର ଯେ ସ୍ଥାନେ ପଡ଼ଇ,ସ୍ୱର୍ଗଲକ୍ଷ୍ମୀ ତହିଁ ଷୋଳକଳା ଘେନି ଉନ୍ମତ୍ତେ ତ୍ରୀଡ଼ଇ ।ମାନସ−ଜଳଧି−ବେଳା−ଭୂମି ବଳି ଭାବ ଊର୍ମିରାଶିତ୍ରିଦିବ ନିଶୀର୍ଥ−ନିସ୍ତବ୍ଧଗଗନେ ଲୀନ ହୁଏ ଆସି ।ମୃଦୁପଦଚାରେ ଝଣଝଣତ୍କାରେ ସତୃଷ୍ଣେ ସନ୍ତ୍ରାସେଉଭା ଚାରୁଶୀଳା କଳାବତୀ ବାଳା ପାର୍ଥବାସ−ପାଶେ ।ରତ୍ନସିଂହାସନେ ନିଃଶଦ୍ଦେ ନିର୍ଜନେ ମଧ୍ୟମପାମଣ୍ଡବଉପବିଷ୍ଟ; ପ୍ରାଣେ କୌରବ କପଟୀ ଘଟାଏ ତାଣ୍ଡବ ।ତେଜି ମର୍ତ୍ତ୍ୟପୁର ସୁଚିର ସୁଦୂର ସ୍ୱର୍ଗପୁରେ ଆସିହୋଇଛନ୍ତି ବୀର ତରୁଣକିଶୋର ବିରହପ୍ରବାସୀ ।ମୃଦୁପଦେ ଚଳି ଅପ୍ସରାମଉଳି ସ୍ନିଗ୍ଧେ ଉଭା ପାଶେ,ଅନନ୍ତଯୌବନ−ତ୍ରିଦଶ−ଇପ୍ସିତ−ତନୁ−ଦାନ−ଆଶେ ।ସମ୍ଭ୍ରମେ ଆସନ ତେଜି ସବ୍ୟସାଚି ଦେଖାଇ ସମ୍ମାନ
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ