ଆହା କିଏ ଏସନକ କାଳେ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୭୩
- ସ୍ଥିତି
- ସାର୍ବଜନୀନ (Public domain)
ଘନସାନ୍ଦ୍ର ତମାଳର ଡାଳେଚିରପରିଚିତ ସ୍ୱନେ ସୁଦୁର୍ଲ୍ଲଭ ଯୁଗ୍ମବର୍ଣ୍ଣେସୁଧାସ୍ୱନେ ଡାକେ ଆସି ନବୀନ ଅତିଥି ?କାଳ−ବାରିଧିରେ ବର୍ଷେ ଯାଇଅଛି ବିତ !କାହିଁ ଥିଲୁ ବର୍ଷେ ପରଭୁତ,କିମ୍ପା ରାବୁ ରେ ବସନ୍ତଦୂତ !କେତେ ସୁଖ ଦୁଃଖ ବିତି ଯାଇଅଛି ନିତି ନିତି,ସ୍ମୃତି ତାର ଦିଗନ୍ତରେ ଲୁଚି ରହିଥିଲା,ତୋ ସ୍ୱନ ଶୁଣନ୍ତେ ଆହା ବିଭାସି ଉଠିଲା !ହୋମ−ଅଙ୍ଗା ନୀଳକୋଶୀଗଣଚମକିଣ ଡେରିଲେ ଶ୍ରବଣ,ଶୁଣି ଅପରୂପ ଗାନ ଆବେଶେ ବିହ୍ୱଳପ୍ରାଣଚଞ୍ଚଳିତ ହେମ−ଅଙ୍ଗେ ଉଚ୍ଛୁଳି ପଡ଼ିଲା,ସୃଷ୍ଟି−ପଟେ ଚାରୁ ଚିତ୍ର କିଏ ସେ ଆଙ୍କିଲା ?ଗ୍ରୀଷ୍ମ
-୧-
କାଳେ ଋତୁରାଜ ବସନ୍ତ ତେଜି ଯାଆନ୍ତେ ଧରା,ଦୁର୍ଦ୍ଦାନ୍ତ ଗତିରେ ଅଇଲା ମାଡ଼ି ଦାରୁଣ ଖରା ।କ୍ରମେ ପିକ−କୁହୁ−ଶବଦ ଅନ୍ତର୍ହିତ ହୋଇଲା,ଦିଗ ଅନ୍ତରାଳୁ ଝିଙ୍କାରୀ ରହି ରହି ରାବିଲା ।ବହିଲା ରୁଧିର−ଶୋଷଣକାରୀ ତପ୍ତ ପବନ,ବିରଳ ପଲ୍ଲବ ହୋଇଲେ ଲତା ବିଟପିଗଣ ।ମଧ୍ୟାହ୍ନେ ସୁନ୍ଦର ସୈକତେ ସୁବିସ୍ତୀର୍ଣ୍ଣ ପ୍ରାନ୍ତରେଗହୀର ବିଲରେ ପାଟରେ ନଦୀଶଯ୍ୟା ଉପରେବହେ ତପ୍ତ ବାୟୁ ନାଚଇ ମରୀଚିକାର ଜଳ,ଦେଖି ଧାଏଁ ଯେବେ ତୃଷାର୍ତ୍ତ ହୁଏ ଆଶା ବିଫଳ !ଡାକି କହେ ଶୂନ୍ୟେ ବୈରାଗୀ“ଆରେ ରେ ମୁଗ୍ଧ ମନ ।ଭବେ ମୋହ ମୃଗତୃଷ୍ଣିକା ଆଶା ତପ୍ତ ପବନ ।ଜୀବନ−ନିଦାଘ−ମଧ୍ୟାହ୍ନେ ଏସନେହିଁ ଦିଶନ୍ତି,ହେଳେ ମୋହ−ମୁଗ୍ଧ ମାନବେ ପ୍ରବଞ୍ଚନା କରନ୍ତି ।”
-୨-
“ଲୁଚୁକାଳୀ” ଖେଳ ଖେଳନ୍ତି ଶିଶୁଗଣ ପ୍ରଦୋଷେ,ଲୁଚକାଳୀ କିବା ଖେଳନ୍ତି ମେଘମାନେ ଆକାଶେ ?ଠାବେ ଠାବେ ବସି ବୟସୀ ଗାଉଛନ୍ତି ଭଜନ,କେଉଁଠାରେ କିଏ ଜଳ୍ପୁଛି ‘ବତ୍ରିଶସିଂହାସନ’ ।କିଏ କେଉଁଠାରେ ଗାଉଛି ‘କାନ୍ତକୋଇଲିଗୀତ’,‘ବୀରସିଂହ ଚଉତିଶା’ କାହିଁ ମୋହୁଛି ଚିତ୍ତ ।କୋଡ଼ି କୋଡ଼ି ଦିଶେ ଆକାଶେ ଧଳା ବଉଦପନ୍ତି,ବୈଦିକ ଋଷିଏ ମରି କି ସ୍ୱର୍ଗେ ଚାଷ କରନ୍ତି ?‘ବଡ଼ଦାଣ୍ଡ’ ପରି ଦିଶଇ ‘ଖରାଦାଣ୍ଡି’ ଗଗନେ,ଅମୃତ−ଭାର କି ବହନ୍ତି ତହିଁ ଦେବତାଗଣେ ?ଧଳା କଳା ନୀଳ ବଉଦେ ଟପି ଯାପନ୍ତି ‘ସ୍ୱର୍ଗ’,ଜୀବନେ ଯେସନ ଆତ୍ମାକୁ ଟପେ ଘଟନାବର୍ଗ ।କ୍ଷଣେ ଦିଶେ ଜହ୍ନ କ୍ଷଣକେ ହୁଏ ମେଘେ ଆଚ୍ଛନ୍ନ,
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ