ଅପଲକ ନେତ୍ରେ ନିତି
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କୁସୁମାଞ୍ଜଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୯
- ସ୍ଥିତି
- ସାର୍ବଜନୀନ (Public domain)
ଦେଖୁଛି ତୋତେ ମୁଁ କ୍ଷିତି,କେମନ୍ତେ ତୋହର ଉତ୍ଥାନ ପତନେଯୁଗ ଯାଉଅଛି ବିତି ।ଧରଣୀ ତୁ ମୋର ସୁତା,ମୋ ଲାଗି ବିଭବଯୁତା,କାହାଠୁ ପାଇଲୁ ଏତେ ଧନ ଧାନ୍ୟସୁବର୍ଣ୍ଣ ମଣି ମୁକୁତା ?ମୋ ବକ୍ଷୁଁ ପର୍ବତମାନଉଠନ୍ତି ଭେଦି ବିମାନ,ଚୂର୍ଣ୍ଣ ରେଣୁ ହୋଇ ମୋ ବକ୍ଷରେ ପୁଣିଲଭନ୍ତି ଆଶ୍ରୟ ସ୍ଥାନ ।ମୋ ଯୋଗୁଁ ଜୀବ ଜୀବନ;ମୋ ବିନା ନିଶ୍ଚେଁ ମରଣ,ମୋହରି ସଲିଳ ବରଷଇ ଘନଆରୋହି ବାୟୁ-ବାହାନ ।ମୋହରି ରସେ ତୁ ରସା,ଶସ୍ୟଶ୍ୟାମଳା ସୁରସା,ପତ୍ର-ପୁଷ୍ପ-ଫଳେ ହୋଇଛୁ ମଣ୍ଡିତା,ମୋ ଲାଗି ତୋର ସୁଦଶା ।ଧରିଅଛି ତୋତେ କୋଳେ,ତହିଁ ତୁ ଥା ସୁଖଭୋଳେମୋ ପିଅର ବ୍ୟୋମ ଦେଖୁଛନ୍ତି ତୋତେସୂର୍ଯ୍ୟ-ଚନ୍ଦ୍ର ବେନି ଡୋଳେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର