ପରମ ଜନକ ପରମ ଜନନୀ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କୁସୁମାଞ୍ଜଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୩୩
- ସ୍ଥିତି
- ସାର୍ବଜନୀନ (Public domain)
ତାଙ୍କ ପଦେ ବରାଭୟ ହେ ।ସେହି ବରାଭୟ ଆନନ୍ଦାମୃତରହୁଅ ଶିଶୁ ସ୍ତନନ୍ଧୟ ହେ ।୧୧।ନବ ଯୁଗର ଅଭିଷେକ
(୧)
କାଳର ଉଦୟ ଅଚଳେ ନବଯୁଗ ଭାସ୍ୱର,ଏ ବ୍ରାହ୍ମ ମୁହୂର୍ତ୍ତେ ଜାଗ ହେ ନରନାରୀନିକର ।ବବୀନ ଯୁଗର ତରୁଣ ଉଷା-ଅରୁଣ ଜ୍ୟୋତି,ଆଶାର ପ୍ରସନ୍ନ କିରଣ ଲୀଳାମୟ ବିଭୂତି ।ଅମୃତ ବିଭାସ ରାଗିଣୀ ତାନ ଆନନ୍ଦମୟ,ଦଶଦିଗୁଁ ଭାସି ଆସଇ ମୋହି ବିଶ୍ୱ-ହୃଦୟ ।ବହଇ ପୁଣ୍ୟର ମଳୟ ହୃଦ-କମଳ-ବନେଧର୍ମର ଅନନ୍ତ ବିଜୟ-ଶଙ୍ଖ ବାଜେ ସଘନେ ।ସେ ମଙ୍ଗଳ-ଶଙ୍ଖ ଘୋଷଣା ପୁଣ୍ୟମୟ ଉଦାର,ନବ ନବ ଅର୍ଥେ ପୂରିତ ନବ ଗୀତ-ଝଙ୍କାର ।
(୨)
ଜଗତର ସିଂହଦ୍ୱାରରେ ଜ୍ଞାନ-ଅର୍ଣ୍ଣବତୀରେ,ବଜ୍ଞାନର ରତ୍ନ-ବେଦିକା ଦେଖ ରାଜେ ରୁଚିରେ ।ତହିଁ ସିଂହାସନ ପୁଣ୍ୟର ସ୍ୱର୍ଣ୍ଣବର୍ଣ୍ଣେ ରଞ୍ଜିତ,ତଥିପରେ ବିଜେ ନବୀନ ଯୁଗ ଚିର-ବାଞ୍ଛିତ ।ମସ୍ତକେ ଶୋଭଇ କିରୀଟ ପ୍ରେମମଣି-ଖଚିତ,ହସ୍ତେ ରାଜଦଣ୍ଡ ନ୍ୟାୟର ମହାମହିମାନ୍ୱିତ ।ସ୍ୱର୍ଣ୍ଣ ରାଜଛତ୍ର ଗଗନ ଧରିଅଛି ଉଲ୍ଲାସେ,ଆଶାର ବିଜୟକେତନ ଉଡ଼ୁଅଛି ଆକାଶେ ।ଯୁଗ-ଅଭିଷେକ-ଉତ୍ସବେ ମହା ଦୁନ୍ଦୁଭିଧ୍ୱନିବାଜଇ ସେ ସିଂହଦୁଆରେ ପୂରି ସର୍ବ ଅବନୀ ।ଜଗତର ରାଜସଭାରେ ଅଭିଷେକ ଯୁଗର,ଦେବେ ସୁଗମ୍ଭୀରେ ପଢ଼ନ୍ତି ଆର୍ଶୀବାଦ ମନ୍ଥର ।ନବଯୁଗ-ରାଜ-ଲଲାଟେ ରାଜଟିକା ଭାସ୍ୱରନିଜେ ଅରପନ୍ତି ଆଦରେ କୋଟିବ୍ରହ୍ମାଣ୍ଡେଶ୍ୱର ।ରବି ଶଶୀ ଗ୍ରହ ନକ୍ଷତ୍ର ସେହି ମହାସଭାରେନବଯୁଗକଣ୍ଠେ ଲମ୍ବାନ୍ତି ବର-ମାଲ୍ୟୋପହାରେ ।ଏକତାନେ ବିଶ୍ୱ-କବିଏ ଧରି ଅମର ବୀଣା,ଗାଉଛନ୍ତି ଅଭିନନ୍ଦନ-ଗୀତ ଅମୃତ-ଜିଣା ।‘‘ଜୟ ଜୟ ଯୁଗ ନବୀନ ଜୟ ଯୁଗ–ସମ୍ରାଟ,ବିଧାତାର ପୁଣ୍ୟତେଜରେ ଜ୍ୟୋତିର୍ମୟ–ଲଲାଟ ।ପାପ-ଭାରାକ୍ରାନ୍ତ ଧରଣୀ କାନ୍ଦୁଅଛି ବିକଳେ,ପାପ-ବଂଶ ଧ୍ୱଂସ କର ହେ ମହାପୁଣ୍ୟର ବଳେ ।ଜଣାଅ ମାନବସନ୍ତାନେ ଉଚ୍ଚ କୁଳ ତାହାର,ସେ ଯେ ବ୍ରହ୍ମ-ସୁତ ଏ ବାର୍ତ୍ତା କର ଭବେ ବିସ୍ତାର ।ବ୍ରହ୍ମ-ସୁତ ବ୍ରହ୍ମ-ତନୟା ନର-ନାରୀ-ନିକର,କର ଏ ସମ୍ବାଦ ଘୋଷଣା ସତ୍ୟ-ଶିବ-ସୁନ୍ଦର ।ସ୍ୱରଗର ପ୍ରେମ-ଆଲୋକ ଦଶଦିଗେ ପ୍ରକାଶୁ,ବିଧାତାର ପୁଣ୍ୟ-ଆନନ୍ଦ-ସ୍ରୋତେ ଜଗତ ଭାସୁ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର