ଆଶା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: କୁସୁମାଞ୍ଜଳି
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୬୦
- ସ୍ଥିତି
- ସାର୍ବଜନୀନ (Public domain)
ଏ ଭବ-ଭୈରବ-ବନେ ଶ୍ରାନ୍ତ ଅବସନ୍ନପଥିକ ଏକାକୀ,ଭ୍ରମଇ ହରାଇ ପଥ ନିରାଶ ବିଷଣ୍ଣଦୁଃଖେ ଡାକି ଡାକି ।ସର୍ବଗ୍ରାସୀ ଘୋର ମୋହ ଅନ୍ଧାରେ ମଗନଦିଗ-ଦିଗନ୍ତର,ସର୍ବଗ୍ରାସୀ ସ୍ୱାର୍ଥମେଘ ଆବୃତ ଗଗନଘୋର ଭୟଙ୍କର ।ଈର୍ଷାର ବିକଟ ହାସ୍ୟ ଚପଳାସ୍ଫୁରତିଧରଷେ ନୟକ,କ୍ରୋଧ ଦ୍ୱେଷ ଗରଜନ ଭୟାବହ ଅତିରୋଧଇ ଶ୍ରବଣ ।ହୁହୁରବେ ବହେ ପାପ-ପ୍ରଳୟ ପବନକମ୍ପେ ବସୁମତୀ,ତ୍ରାସେ ବିକମ୍ପିତ ସ୍ତବ୍ଧ ପାନ୍ଥ-ପ୍ରାଣ-ମନନ ଦିଶଇ ଗତି ।ମାତୃଅଙ୍କ ହରାଇଣ ଶିଶୁ ଅସହାୟଯେସନ ଅନ୍ଧାରେ,କାନ୍ଦଇ ତେସନ ପାନ୍ଥ ହୋଇ ନିରୁପାୟଆର୍ତ୍ତ-ହାହାକାରେ ।
(୨)
କାନ୍ଦିଣ ବୋଲଇ, ‘‘ମା’ ଗୋ ଜଗତଜନନୀ !ଏ କି ଲୀଳା ତୋର,କାହିଁକି ଝଟିକା-ମୟୀ ଏ ଘୋର ରଜନୀ,ଏ ଅରଣ୍ୟ ଘୋର ?କାହିଁ ଛାଡ଼ିଗଲୁ ମା’ ଗୋ ! ଏ ଭୀଷଣ ବନେଦୁର୍ବଳ ତନୟେ !ପଥ ନ ଜାଣଇ, ନାହିଁ ସାମର୍ଥ୍ୟ ଚରଣେ,ସ୍ତବଧ ମୁଁ ଭୟେ ।ଶୈଶବେ ଯୌବନେ ମା’ ଗୋ ! କି ଉଜ୍ଜ୍ୱଳ ଦୃଷ୍ଟିଦେଲୁ ଏ ନୟନେ ।କେମନ୍ତ ଉତ୍ସାହ ପ୍ରୀତି ବିଶ୍ୱାସର ସୃଷ୍ଟିକି କଲୁ ଏ ଜୀବନେ ।ଏବେ ମା’ଗୋ ବିଷାଦର ଜୀବନ୍ତ ମରଣେକାହିଁକି ଏ ପ୍ରାଣ ।ଏକାନ୍ତ ଅବଶ ଅବ- ସନ୍ନ ଅନୁକ୍ଷଣେହତ ବୁଦ୍ଧି ଜ୍ଞାନ ।ଏ ମୃତ୍ୟୁ-ସଂକଟେ ମା’ ଗୋ ! ନ ରଖିଲେ ତୁହିଆଉ କେ ରଖିବ ?କାତରେ ବିକଳେ ଆଜି ଡାକୁଅଛି ମୁହିଁଦୀନହୀନ ଜୀବ ।ଏ ଘୋର ଯନ୍ତ୍ରଣା ଆଉ ନ ପାରଇ ସହିଦେ’ ମା’ ଦରଶନ ।ପ୍ରକାଶ ଶ୍ରୀମୁଖ ଜ୍ୟୋତି ଏବେ କୃପା ବହିମୁଁ ଯେ ଅକିଞ୍ଚନ ।”
(୩)
ଏମନ୍ତ ସେ ପାନ୍ଥ ଆହା କାନ୍ଦିଣ କାତରେହୋଇଲା ମୂର୍ଚ୍ଛତସହସା ଆକାଶ-ବାଣୀ ତା ହୃଦ-କନ୍ଦରେହେଲା ପ୍ରବାହିତ ।‘‘ଉଠି ବତ୍ସ, ଅଛି ପାଶେ, ନୟନ ଫିଟାଇଦେଖ ରେ ତୁ ବାରେ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର