ଉଠେ ମନେ ହିମାଳୟ
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୭
- ସ୍ଥିତି
- ସାର୍ବଜନୀନ (Public domain)
କରିବୁ ଗଗନ ପରାଜୟ ହେ । ୩ ।ବନବାସେ ରହି ବନବାସୀ ହୋଇଦୂର ପରବାସୀ ଶିଶୁ ହେ,ପର-ଆପଣାର କରିଛୁ ଏ ପୁରତବ ଆଶିଷ ବରଷୁ ହେ !ଉଠୁ କଣ୍ଠେ ତବ ଗାନ,ଗଗନ ପବନେ ତୋଳି ତାନ ହେ । ୪ ।ଆସଇ ବିପଦ, ଅଛଟି କି ଦେବଏ ଶିଶୁ ସମ୍ପଦ ଘେରି ହେ,ହୃଦେ ବଳ ଭରି ଆମେ ବ୍ରହ୍ମଚାରୀଯିବୁ ଲକ୍ଷପଥେ ଚାଲି ହେ !ପଛେ ଥିବେ ପଡ଼ି ଭୀରୁପାରିହେବୁ ଏ ବିପଦ ତୀରୁ ହେ । ୫ ।ଭାଙ୍ଗିଦେବ କିଏ ଆମ ଖେଳ କୁଞ୍ଜଯିବେ ଚାଲି ବ୍ରହ୍ମଚାରୀ ହେ,ଭାଜିବ ଏ ମେଳା ସଜନ ନିକୁଞ୍ଜବିଜନ ହୋଇବ କାଲି ହେ !ଧୂଳି ହେବ ରତ୍ନରେଣୁ,ବାଜିବ କି ନାହିଁ ତବ ବେଣୁ ହେ । ୬ ।ଶ୍ମଶାନ-ପୂଜାରୀ ପରି ଏଥେ ବୁଲିଦେଖିବେ ବାଟୋଇ ଜନେ ହେ,ଏକୁ ଆନେ ସତେ ହେବେ କୁହାକୁହିସଂକୋଚ ଆପଣା ମନେ ହେ !କହ ଆଜି ସୁରବର,ପଥ କାହିଁ ଡାକୁ ଶିଶୁକୁଳ ହେ । ୭ ।ଦେଇଛ ଦେଉଛ ବିଭୁ ବହୁବାରବିପଦ ପରୀକ୍ଷା ପ୍ରାଣେ ହେ,ତୁମରି ସମ୍ପଦ ମଣି ପଦେ ପଦେଘେନିଛୁ ତା ସନମାନେ ହେ !ସେ ଯେ ସ୍ମୃତି-ଚିହ୍ନରାଶିକୋମଳ ପରାଣେ ଅଛି ମିଶି ହେ । ୮ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର