ତୃଷା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୩
- ସ୍ଥିତି
- ସାର୍ବଜନୀନ (Public domain)
ତୃଷାରେ ଆକୁଳ ଅତି ଭ୍ରମେଁ ମୁଁ କାତରେ;ତନୁ ଭାରା ଘେନି, ପାଦ ତଳେ ନାହିଁ ଚଳେ ।ଅଧେ ଊର୍ଦ୍ଧ୍ୱେ ଚଉପାଶେ ଛିଡ଼ା ହୁଏ ଚାହିଁ;କାହିଁ ହେଲେ ବିନ୍ଦୁ ନୀର ଦେଖି ନ ପାରଇ ।ନ ଆସେ ଶୀତଳ ଧାରେ ବହି ସମୀରଣ,ଶୂନ୍ୟ ଦିଶେ ନାହିଁ କାହିଁ ଉଡ଼େ ବିହଙ୍ଗମ ।ଅନ୍ତିମେ ନିରାଶ ଆଶା ମରୀଚିକା-ଜଳ,ତା ପୁଣି ଖେଳଇ ନାହିଁ ଦୂର ନଭତଳ ।କୁଣ୍ଠିତ ଚରଣେ ଗୁରୁ ପରାଣ ଓଟାରି,ଅତି କଷ୍ଟେ ଖଣ୍ଡେ ଦୂର ଯାଉଥାଏଁ ଚାଲି;ପାଶେ ମୋ ପରାଣସଖା ଆକୁଳ ମଉନେ,ପିପାସା ଦାରୁଣ ଶୁଷ୍କ କାଳିମା ବଦନେ ।ଏସନ ସମୟେ, ମୋର ଏ ଦୁଃଖ ବିକଳେ,ପିଲାଟିଏ ଠିଆ ତହିଁ ପାଖ ତରୁତଳେ ।ନିମିଷକେ ପାସୋର ଯେ ଗଲା କେତେ କଥା;ଅଧେ ଲିଭିଗଲା ମୋର ପିପାସାର ବ୍ୟଥା ।ଉଭା ଯେତେବେଳେ ଯାଇ ତା ପ୍ରତିମା ପାଶେ,ପାଣି ମାଗିବାକୁ ବାଣୀ ମୁଖେ ନାହିଁ ଆସେ !ନିରେଖି ରୂପ ମୋ ଅବା କି ବୁଝିଲା ସେହୁ;ହାତେ ଜଳପାତ୍ର ଘେନି ଧାଇଁଗଲା ତହୁଁ ।ମୁଁ ଯେବେ ଭାଳଇଁ ଆହା କିପାଁ ଗଲା ଚାଲି ,ଫେରି ଆସି ମୋ ପାଇଁ ସେ ଜଳ ଦେଲା ଢାଳି ।ଜଳ ଧରି, ‘କି କରିବ’ ମନେ ଭାଳୁଥାଇଁ;‘କିପାଁ ମୁଁ ପିଇବି’, ଏବେ ତିଳେ ଶୋଷ ନାହିଁ ।‘ପିଅ’ ବୋଲି କହିଲାରୁ ପିଇଲଇଁ ଜଳ;ଆହା ସେ ସୁଖର ଦିନ ମୋ ପ୍ରାଣ ଦୁଃଖର ।ତା ବଦନେ ଢଳ ଢଳ ରହିଥାଏ ଚାହିଁ;ପଦେ ପରାଣର କଥା ଫୁଟି ଉଠେ ନାହିଁ ।ତାର ଦେଇଥିବା ଜଳୁଁ ଶତ ଗୁଣ ବଳି,ପିଇଲି ନୀରବ ହୃଦେ ସେ ସ୍ୱର୍ଗମାଧୁରୀ;ତା ବଦନେ ଦରହାସ, ତା ଅଙ୍ଗର ଠାଣି,ଦୟା-ସ୍ନିଗ୍ଧ ତା ନୟନେ ବିମଳ ଚାହାଣୀ ।ନୀରବେ ନିମେଷ ଦୁଇ ଠିଆ ହେଲି ତହିଁ,ନୀରବ ପରାଣେ ପାଶୁଁ ଆସିଲି ପଳାଇ ।ସଖାଙ୍କୁ କହିଲି ପଥେ ଯେତେ କଥା ତାର,ଶତଗୁଣ ଖେଳୁଥାଏ ହୃଦେ ଆପାଣାର ।ସେହି ପିଲା ସେହି ତରୁତଳେ ତହିଁ ଠିଆ;ଏ କି ଆନ ଭାବେ ଏବେ ଉଛୁଳେ ମୋ ହିଆ !ଏବେ ଯେବେ ଜଳେ ମୁହିଁ ତୃଷାରେ କାତର;ସେ ପାଣି ମନ୍ଦିକେ ପ୍ରାଣ କରଇଁ ଶୀତଳ ।ଭୀଷଣ ମରୁରେ, କିବା ସିନ୍ଧୁ ସଇକତେ,ନିମିଷକେ ଦେଖା ଦିଏ ସେ ତରୁ ଗୁପତେ ।ସେହି ପିଲା ଜଳଧାରା ମୁଖେ ଦିଏ ଢାଳି;ଦରହାସେ ମୋ ନିରାଶା କ୍ଷଣକେ ନିବାରି ।ସେହି ଦିନୁଁ କି ଭାବେ ବା ଭରା ଏ ଅନ୍ତର;
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ