ତଫସିଲ
୧୭୮୧–୧୮୬୬
- ସଂକଳନ: ସାତ କଳା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୧୧
- ସ୍ଥିତି
- ସାର୍ବଜନୀନ (Public domain)
ନାମ ଜିଲ୍ଲା
ମଉଜା
ନମ୍ବରଜନରଲ
ଦାଏର ଜମି
ଗଣ୍ଡିବେଢ଼
ଇଟାମାଟି
୧୧୨
ମା ୦।୩୪ ଟ୦୧
ଗଣ୍ଡିବେଢ଼
ବାଉଁଶିଆପଡା
୭୬୫
ମା ୫।୧୫ ଟ ୨୧
ଗଣ୍ଡିବେଢ଼
ଗଦାଧରପ୍ରସାଦ
୨୧୪
ମା ୬।୦।୩ ଟ ୦୧
ଗଣ୍ଡିବେଢ଼
କଣ୍ଟାବଣି
୪୬୪
ମା ୦।୪୩ ଟ ୦୧
ମହୀପୁର
ଖମାରସାହି
୨୨୩୧
ମା ୫।୧୮୪ ଟ ୮।୯୫
ଗୃହା -
କୃପାସିନ୍ଧୁ ମିଶର ସା: ଇଟାମାଟି
ଏକଜଣ
ଗଙ୍ଗାଧର ସାନ୍ତରା ସା: ଇଟାମାଟି
ଏକଜଣ
ତାରିଖ ସନ ସଦର
୭ ୟେ ବାରିଶି ଯଦୁମଣି ମହାପାତରର ପ୍ରମାଣ
ବାରିସି ସନ୍ତକରୁ ବଢ଼େଇ, କୁଶବଟୁ ସନ୍ତକରୁ ବ୍ରାହ୍ମଣ, ଲଉଡ଼ି ସନ୍ତକରୁ ଗଉଡ଼ ଚିହ୍ନୋଟ ହେଉଥିଲେ । ନାମ ଦସ୍ତଖତର ସେକାଳେ ପ୍ରୟୋଜନ ନ ଥିଲା । କେତେ ନବୀନ ପ୍ରତ୍ନତତ୍ତ୍ୱଜ୍ଞ ଏହା ଦେଖି ନ ବିଚାରନ୍ତୁ ଯେ ଯଦୁମଣି ଅକ୍ଷର ମଧ୍ୟ ଲେଖି ଜାଣୁ ନ ଥିଲେ । ମହାନ୍ ପଣ୍ଡିତମାନେ ମଧ୍ୟ ନିଜର ସନ୍ତକ କାଟିବା ପ୍ରଥା ସେକାଳେ ଥିଲା । ଦେଶର ସମ୍ରାଟମାନେ ମଧ୍ୟ ନିଜର ସନ୍ତକ ସନନ୍ଦମାନଙ୍କରେ ଚିହ୍ନିତ କରୁଥିଲେ ।
ଯଦୁମଣି ବିନାୟକ ମାନ୍ଧାତାଙ୍କଠାରୁ ଜଗନ୍ନାଥଙ୍କ ଚିତ୍ର କରିବାରେ ଯେଉଁ ଅନୁଗ୍ରହ ଜାଗିରି ସ୍ୱରୁପ ୫ ବାଟି ଜମି ପାଇଥିଲେ ତାହା ବାଉଁଶିଆପଡ଼ାରେ ୧ ବାଟି, ଗଦାଧର ପ୍ରସାଦରେ ବା ୨।୧୦ ଏବଂ ଖମାରସାହିରେ ବା ୧।୧୦ ବନ୍ଦୋବସ୍ତ ରେକର୍ଡ଼ରେ ତାହା ଯଥାକ୍ରମେ ଏ ୫ ।, ଏ ୧୨ । ୫୦ ଏବଂ ଏ ୮ । ୫୦ ଏପରି ୨୬ ଏକର ରହିଥିଲା । କିନ୍ତୁ ଦରଖାସ୍ତ ଲିଖିତ ଏ ୧୭।୧୩୪୩ ଜମି ତାଙ୍କ ଦଖଲ ମାତ୍ର ଥିଲା । ବାକି ଜମି ପରବର୍ତ୍ତୀ ରାଜା ଉଚ୍ଛେଦ କରି ନେଇଥିଲେ ।
ତାଙ୍କ ଅରଜିରେ ଯେପରି ଭାବରେ ସରକାରୀ କାଗଜପତ୍ରରେ ହୁକୁମ ଆଦି ହୋଇଥିଲା ତଦ୍ଦ୍ୱାରା ସେ କାଳର ବିଚାରପଦ୍ଧତି ଏବଂ କବି ଯଦୁମଣିଙ୍କ କବିତ୍ୱ ଘେନି ପ୍ରମାଣ ତହିଁରୁ ସ୍ପଷ୍ଟ ହୁଏ-। ତେଣୁ ତାହାର ଅବିକିଳ ନକଲ ଏଠାରେ ପ୍ରଦତ୍ତ ହେଲା ।
ସମ୍ବନ୍ଧିତ ରଚନା
ନାଟ୍ୟରସୂର ଉଦାହରଣ
ଯଦୁମଣି ମହାପାତ୍ର
ଚିଲିକା ହ୍ରଦ
ମଧୁସୂଦନ ରାଓ