ସ୍ୱରସ୍ୱତୀ-ଆବାହନ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୮
- ସ୍ଥିତି
- ସାର୍ବଜନୀନ (Public domain)
ନବଜ୍ୟୋତି ସହକାରେ ସୁରସୁତା ଉଷାବିଶାଳ ଗଗନେ ହସେ ପିନ୍ଧି ଶୁଭ୍ର ଭୂଷା ।ଆନନ୍ଦ−ଆକୁଳ ହୁଏ ଜଗତ−ଜୀବନ,ତବ ଶୁଭ୍ର ପଦାମ୍ୱୁଜ କରେ ମୁଁ ସ୍ମରଣ ।ମଧ୍ୟାହ୍ନ ଅମ୍ୱରେ ଦୀପ୍ତ ଭାନୁ−ତପ୍ତକରବିଦାରେ ଧରିତ୍ରୀ−ଅଙ୍ଗ ଯେହ୍ନେ ତୀକ୍ଷଣଶର ।ଲୋଡ଼ନ୍ତି ଆଶ୍ୱାସ ସର୍ବେ ଶୀତଳ ବିଳାସେ,ମୋ ହୃଦୟ ଥାଏ ତବ ସିଂହାସନ ପାଶେ ।ପ୍ରଦୋଷେ ପଶ୍ଚିମେ ଦେଖି ଲୋହିତ ନୀରଦଧ୍ୟାଏଁ ମାତଃ ସରସ୍ୱତି, ତବ ଦିବ୍ୟପଦ ।ଗମ୍ଭୀର ନିଶୀଥେ ହୁଏ ସୁଷୁପ୍ତ ଜଗତ,ତବ ପୂଜା ପାଇଁ ମୁଁ ଯେ ଏକାକୀ ଜାଗ୍ରତ ।ଭକ୍ତିଭରେ ବନ୍ଦେ ବାଣୀ କବୀନ୍ଦ୍ର ବନ୍ଦିତା,ଆଣି ଦିଅ ଜନନି ଗୋ, ଦୁର୍ଲ୍ଲଭ କବିତା ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ