ସ୍ୱପନେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୪
- ସ୍ଥିତି
- ସାର୍ବଜନୀନ (Public domain)
ସ୍ୱପନେଶ୍ୱର ମୋ କଥା,ଶୁଣି ଟେକି ଦିଅ ମଥା ।ତୁମ୍ଭର ଶୁକଳମଠ,ବିରାଜୁଛି ଝଟଝଟ ହେ ।୧।ସଠୁଆପୁର ଗ୍ରାମରେ,ବସ କେଦାର ମଧ୍ୟରେ ।କୃଷକମାନଙ୍କ କ୍ଷେତ,ରକ୍ଷାପାଇଁ ଉଡେ ନେତ ହେ ।୨।ପାଶେ ଯିବି କେତେ ଥର,ଭାବିଚି ମୋର ମନର ।ମୁକାମ ସହର ଠାରୁ,ଯା ଦେଖିଛି ମୋ ଭାଗ୍ୟରୁ ହେ ।୩।ସମ୍ବଲପୁରୀ ବେଭାର,କରୁଥିଲେ ରୋଜଗାର ।ଗୋଟିଏ ବିବେକୀ ଜନ,ଦେଉଳ କଲେ ନିର୍ମାଣ ହେ ।୪।ଦେଲେ ସେ ଭୋଗ ଖଞ୍ଜଇ,ନିଯୋଗମାନ ରଖାଇ,ଦେବ ତାଙ୍କୁ ସ୍ୱର୍ଗବାସ,ମୋର ଭିକ୍ଷା କୃତ୍ତିବାସ ହେ ।୫।ବ୍ୟାସ ସରେ ।ବରରେଳଗାଡ଼ି ପରେ ଥାଇ,ବ୍ୟାସ ସରୋବର ଠାଇଁ ।ଦେଖିଛି ଦିଶେ ମଂଜୁଳ,ଗୋଟିଏ ଚକି ଦେଉଳ ହେ ।ସେ ଦେବ ପାଶେ ଧାରଣା,ହରିବେ ଘୋର ଯାତନା ।ବାସନା ଅଛି ମନରେ,ମେଳା ଦେଖିଯିବ ଥରେ ହେ ।୨।