ସୁବର୍ଣ୍ଣରେଖା
କବି ସମ୍ରାଟ · ପ୍ରାୟ ୧୬୭୦–୧୭୪୦ · ରୀତି ଯୁଗ
- ପଢ଼ିବା ସମୟ
- ୧୪ ମିନିଟ୍
- ଶବ୍ଦ
- ୨୨୫୫
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମଛାନ୍ଦ
ରାଗ - କେଦାର ମୁନିବରବାଣୀଜୟ ଜୟ ରାମଚନ୍ଦ୍ର;ଅସୁର – କରି – ପାରିନ୍ଦ୍ର;ସୀତାହୃଦୟ ଚନ୍ଦନ;ଜଗଦ୍ବନ୍ଦନ, ଯେ। ୧ ।ନବୀନ ନୀରବ – ଶ୍ୟାମ;କାମଜିତ ଅଭିରାମ,ଭକତମୁକତିଧାମ;ଅନଉପମ, ଯେ। ୨ ।ଉପଇନ୍ଦ୍ର ବୀରବର;ମାଗଇ ଯୋଡ଼ିଣ କର,କହିବ ରସଚରିତକରିଣ ଗୀତ, ଯେ। ୩ ।ପୂର୍ବେ, କୋଶଳନୃପତିକୁମାର ରସିକ ଅତି,ଦିନେ ମଧୁବନେ ରଙ୍ଗେମିତ୍ରଙ୍କ ସଙ୍ଗେ, ଯେ। ୪ ।ମଦନଶାସ୍ତ୍ର ପକାଇ;ଶ୍ଲୋକକୁ ଅର୍ଥ କରଇ;ପ୍ରଶଂସା ସ୍ତିରୀଜନରେ;ନିଧୁବନରେ, ଯେ। ୫ ।ଏ ସମୟେ ଚାଟୁ ନଟ;ପ୍ରବେଶ ହୋଇ ନିକଟ;କଉତୁକେ କରେ ନାଟ;ହାସ ପ୍ରକଟ ଯେ। ୬ ।ରୂପାଜୀବାଜଣେ ତହିଁ;ଆଗେ ଥିଲା ଉଭା ହୋଇ;ବୀରବରଙ୍କୁ ସେ ଚାହିଁ;ଏମନ୍ତ କହି, ଯେ। ୭ ।ଅପୂର୍ବ ସୁନ୍ଦରୀଭାବେ,ଭଲା ବଶ ତୁମ୍ଭେ ଏବେ,କଉଶିକ ଯାର ଆକ୍ଷି;କମ୍ପିବେ ଦେଖି, ଯେ। ୮ ।ଚିକୁର ଚାରୁ ଚାମର;ରଜନୀକାନ୍ତି ଗଉର;ଧର – ତୁଙ୍ଗଗର୍ବହର;ଯା କୁଚ ଭାର, ଯେ। ୯ ।ଏମନ୍ତ କାହିଁଛି ନରେ,ଥିବ ଅବା ହରିପୁରେ;ବନଜ ବଦନ ଚାହିଁ,ପଶିବେ କାହିଁ, ଯେ। ୧୦ ।ଏତେ ବୋଲି ହୁଳହୁଳିଦେଇ ମାରି କରତାଳି,ବସିଲା କୁମରପାଖେ;ହରଷମୁଖେ, ଯେ। ୧୧ ।ତାହାର ଉକ୍ତିରୁ ଭଲ;ଘେନିଲେ ପଣ୍ଡିତକୁଳ;ଆଉମାନେ କଲେ ହାସ;ଘେନି ରହସ, ଯେ। ୧୨ ।ବୀର ଅନୁଗ୍ରହ ଚାହିଁ;କେ ତହିଁ ଭାବରେ କହି;ଶୁଣ ଶୁଣ ବିଦୂଷକ;ତୁମ୍ଭେ ବିବେକ, ଯେ। ୧୩ ।ନୃପତିସୂତ ସଦୃଶେ,ତୁମ୍ଭ ମନକୁ କେ ଆସେ,ଅଛ କି ମହୀରେ ଯୋଖି; ?ଚନ୍ଦ୍ରମାମୁଖୀ, ଯେ। ୧୪ ।ସେ କହେ ବହୁତଦୂରନୁହଇ ଆମ୍ଭ ନଗର;ଅଛି, ନୁହେ କୁଳେ ସରି;ମନ୍ତ୍ରିକୁମାରୀ, ଯେ। ୧୫ ।ଯେଉଁମାନେ ଶିଶୁକାଳେ;ଦେଖିଥିଲେ ତାକୁ ଡୋଳେସେମାନେ କହିଲେ ସତ;ଅତିଶୋଭିତ, ଯେ। ୧୬ ।ସ୍ୱର୍ଗେ ରମ୍ଭା ନାହିଁ ଦେଖା;ମର୍ତ୍ତ୍ୟରେ ସୁବର୍ଣ୍ଣରେଖା;କେ ଅବା ଥିବ ପାତାଳେ;କି ମହୋଜ୍ଜ୍ୱଳେ, ଯେ। ୧୭ ।ଶ୍ରବଣେ ସେ ଶୋଭା ଲୋଭା;କୁମର ଭାଙ୍ଗିଲା ସଭା,ପୁରୋହିତସୂତ ରାଇ,ଆଶ୍ୱାସ କହି, ଯେ। ୧୮ ।ମୂଲ୍ୟ ଶଚିବକୁ କହି,କନ୍ୟା କର ଆମ୍ଭ ପାଇଁ;ଶୁଣି ସେ ସତ୍ୱରେ ଯାଇଁ;ତାଙ୍କୁ ବୁଝାଇ, ଯେ। ୧୯ ।ଉତ୍ତମ ଲଗ୍ନ ବିବିତେ,ବିବାହ ଗାନ୍ଧର୍ବମତେ;ସେଦିନୁ ପୁରୁଁ ବାହାର;ନୋହେ କୁମର, ଯେ। ୨୦ ।ତହିଁ ଗଲା କେତେ ମାସ,କୁମର କଲା ପ୍ରବାସ;ତାତ – ବାଣୀ ଘେନି ଶିରେ;ବିଧିବଶରେ, ଯେ। ୨ ୧।ସେ ରାମାରେ ଦତ୍ତମନା;ବଢ଼େ ବିରହବେଦନା;କହେ ଭାବି ବୀରବର;କାମେ ଅଧୀର ଯେ। ୨୨ ।
ଦ୍ୱିତୀୟଛାନ୍ଦ
ରାଗ ବରାଡ଼ୀଆଷାଢ଼ଶୁକ୍ଲ ବାଣୀଏମନ୍ତେ ତହିଁ ଗଲା କେତେ ମାସଆସି ଆଷାଢ଼ ହୋଇଲା ପ୍ରବେଶଘନଗର୍ଜ୍ଜନକୁ ଭେକଗର୍ଜ୍ଜନମହାଭୟ କଲେ ବିରହିଜନମାଳତୀ ବିକାଶଜାତ କରେ ଅଳିପାଳିହରଷ। ୧ ।ମୟୁରନାଟକୁ ବିଦ୍ୟୁଝଟକକାଳକଣ୍ଠରବ କାମିକଣ୍ଟକକଦମ୍ବବାତ – ଅନଳ ଆହୁତିହୋଇଲେ ତହିଁ ଏକାକୀ ଯୁବତୀଏ ଋତୁକୁ ଚାହିଁନବୠତୁମତୀ ରସିକ ଧ୍ୟାଇ। ୨ ।କେମନ୍ତେ ବଞ୍ଚିବ ଜୀବନସେ ଦେଶେ ଉଦେ ହେଲେ ନବଘନଗର୍ଜ୍ଜନ ଶୁଣି ଚମକିବ ଛାତିକାଳ ହେବ ତାକୁ ଅନ୍ଧାରରାତିସେ ନବୀନବାଳୀନୁହଇ କାମ – ପରାଭବ ଭଳି। ୩ ।ସ୍ୱଭାବେ ତାକୁ ବୟସ ଅଳପଅନୁଭବ ନାହିଁ ଦୁଃଖକଳାପକେତେଦିନକୁ କେତେ ସ୍ନେହ କରିଛାଡ଼ିଅଇଲି ମୁଁ ଜୀବନେଶ୍ୱରୀସ୍ୱପନ ପରାୟେସେମାନ ମନେ ଘେନୁ ଥିବ ପ୍ରିୟେ। ୪ ।ଲାବଣ୍ୟଜଳରେ କମଳକଢ଼ୀପରାୟେ ଆସୁଥିଲା ସ୍ତନ ବଢ଼ିରହୁଥିଲା ମୋର କରଭିତରକେଡ଼େ ହେବନି ଏବେ ପୟୋଧରକି କରମ କଲିଏକାଳେ ତାକୁ କେଡ଼େ ଦଣ୍ଡ ଦେଲି। ୫ ।ବୋଲତ ଭାଙ୍ଗି ନ ପାରଇ ମୋରଦୀପ ଜଳୁଥାଇ କେଳିମନ୍ଦିରରତି ରଚିଲେ ତା ବସନ ହରିନେତ୍ରକୁ ବୁଜି ଅତିସୁକୁମାରୀକରି ଆଲିଙ୍ଗନମୋତେ କରିଥାଇ ପିନ୍ଧାବସନ। ୬ ।ମନରୁ ଦଣ୍ଡେ ନୁହଇ ମୁରୁଛିବଞ୍ଚାଇବା ଗୁଣ ବହୁତ ଅଛିପୁରକୁ ଯାଉଁ ଅଙ୍ଗେ ଅଙ୍ଗ ଠେସିଗେଲେ ଠାରଇ ଅଛନ୍ତିଟି ଦାସୀଲୁଆଇଁ ଲପନହସିବାର ତାର କେଡ଼େ ପ୍ରସନ୍ନ। ୭ ।ଜାଣଇଁ କେତେ ଘେନାଘେନି ସହିଶୟନକାଳରେ ସନ୍ନିଧ୍ୟେଁ ଥାଇସ୍ନେହେ ଆଣି ପାଦ ଜାନୁଉପରପକାଉଁ ମୁଁ ତାର ଧରଇ କରକୋଳକୁ ନିଅଇଁଧନ୍ୟ ଚତୁରୀ ନାହିଁ କରୁଥାଇ। ୮ ।ବିଶେଷ ରତିରେ ଭାଷି ମଲିଟିଜାନୁରେ ଛନ୍ଦୁଥାଇ ମୋର କଟୀକେତେ ବିକାର ଜାତ କରି ମୁଖେଏହା ଅରଜିଲି ମୁଁ ମୋହସୁଖେଯେ ନ ସହେ ନଖତାହା ଭାଗେ ହେଲା କାମବିଶିଖ। ୯ ।ମନୋହାରୀ – ସୁରପୁରେ ମୋହରଦିନେ ଅନାୟତ୍ତେ ପଡ଼ିଲା କରମଣିଲି କୋମଳେ ଲବଣୀ ପରିହେଲେ ତାମ୍ବୁଳପତ୍ର ହେବ ସରିଟାଙ୍କୁରିତ ଲୋମହୋଇଥିବ ଯେ ନିପପୁଷ୍ପ ସମ। ୧୦ ।ବିଦ୍ୟୁ ଚାହିଁ ବୁଜୁଁ ନୟନ କରେନଖ ଟିପ ଦେଲେ ଭୁଜମୂଳରେଆହା ସୁନ୍ଦରୀ ଚମକିଲା ହୋଇଁନୟନ ବକ୍ର କରିଣ ଅନାଇଁତାହା ରଖି ମନେସମୟରେ ଚାପେ ଗଣ୍ଡ ଦଶନେ। ୧୧ ।ସେ ନଖକ୍ଷତହିଁ ଲିଭି ନ ଥିବକେଡ଼େ ବେଗେ ଧାତା ଭାଙ୍ଗିଲା ଭାବମୋତେ ଚିନ୍ତା କରି ନିଶ୍ୱାସ ତେଜିଏବେ ଥିବ ପରା ଅବନୀ ଭଜିଆହା ରସଲେଖାଏହା ଥିଲା ପୁଣି ଲଲାଟେ ଲେଖା। ୧୨ ।ଯେବେ ସେ ମାଳା କରଇ ସୁମନେମୋତେ ଦେଇ ତହିଁ ଉତ୍ତାରେ ଘେନେଏବେ ଫୁଟୁଥିବ ବାଡ଼ୀରେ ଫୁଲହେବନି ମର୍ମକୁ ଝଲକ ଭାଲହୃଦୟ – ସନ୍ତାପଫେଡ଼ି ନ କହିବ ସଖୀସମୀପ। ୧୩ ।ଆସିବା ସମୟେ ମୋର ଏଣିକିକୁଙ୍କୁମେ ବୁଡ଼ାଇ ପାଦପାଣିକିଝିନବସନେ ରଖିଅଛି ଚିହ୍ନତାହା ଘେନି କେତେ ବଞ୍ଚିବ ଦିନମୁଁ ମଲିତ ନାହିଁଏମନ୍ତ ଭାବିବାକୁ କଲା ବିହି। ୧୪ ।ପ୍ରଭାତେ ଉଠି ମୋ ମୁଖକୁ ଚାହିଁଝରୀରେ ଭରି ବାରି ତୋଳିଦେଇସେକାଳେ କରି ମୁଁ ମୁଖ ଧଉତଉରଜପର ବାସେ ପୋଛି ହସ୍ତମାରନ୍ତେ ହାମ୍ପୋଳିକି କରି ଅନାଏଁ ବଦନ ଢ଼ାଳି। ୧୫ ।ଥୋପି ପଡ଼ୁଥାଇ ରଙ୍ଗଅଧରପାନ ବୋଳରେ ପୁଣି କେଡ଼େ ତାରକାହାକୁ କେ ରଙ୍ଗ କରିଛି ପୁଣିଏତେ କହି ତହିଁ ନୁହଇ ଜାଣିମୁଁ ଚିବୁକ ଧରିଚୁମ୍ବ ଦେଉଁ ଦିନେ ସରାଗ କରି। ୧୬ ।ଲପନ ଥୟ କରିଣ ନ ରଖିଡୋଳା ଖୋଷି ଭାଲେ କି କରେ ଆଖିସ୍ନେହେ କରୁଥାଇ ଅଧର ଗୋଜଚୁମ୍ବନ ନ ଦିଏ, ବାରଇ ଲାଜସେ ସବୁର୍ଣ୍ଣରେଖାଆଜହିଁ ସେହିରୂପେ ଦିଏ ଦେଖା। ୧୭ ।ଦିନେ ଦିନେ ତାକୁ କରି ବିନତିମାଗିଲେ ମୁହିଁ ବିପରୀତରତିବୋଲଇ କିସ ତା ଜାଣଇଁ ନାହିଁତୁମ୍ଭ ଶରଧା ଥିଲେ ଦିଅ କହିସେ କହିବାଭଙ୍ଗୀଆଜହିଁ ହୋଇଛି ହୃଦୟସଙ୍ଗୀ। ୧୮ ।ପ୍ରଭାତେ ଉଠି ମୁଁ ଧଇଲେ ଶାଢ଼ୀଏସନ ବୋଲଇ ବଦନ ମୋଡ଼ିଆପଣା ସୁଖ ମୂଳ ଆପଣାରପରଦୁଃଖ ନିକି ଜାଣଇଁ ପରପୁଣି କରେ ବୋଧକେମନ୍ତ ଲଙ୍ଘିବା ବିଧିନିଷେଧ। ୧୯ ।ଶୋଇଥିଲା ଦିନେ ଅଚେତା ହୋଇମୁଁ ଯାଇଁ ତାର ନୀବୀବନ୍ଧ ଫେଇରହସବଶେ ଆରମ୍ଭନ୍ତେ ରତିଚେତି ଉଠି ବସି ମୁକୁତାଦନ୍ତୀଏ କି ପରମାଦଭାଷି, ପିକଭାଷୀ ଧଇଲା ପାଦ। ୨୦ ।ଦିନେ ଦିନେ କରି ଜୁଡ଼ାକୁ ଖୋପାକରି ମୁଁ ଦିଅଇ ଚଉଁରୀଚମ୍ପାକରେ ଘେନି ତାହା କରେ ଓଳଗତାହାରିଠାରୁ ଜାତ ଅନୁରାଗଆହା ରସନିଧିଜାଣୁ ଜାଣୁ ମୁହିଁ କଲି କି ବୁଦ୍ଧି। ୨୧ ।ଥିବାଯାକ ମୋର ଶରୀରେ ଜୀବଗୁଣିଲେନିକି ତା ଭାବ ସରିବମୋର ବାହାରେ ତାର ଗତି ନାହିଁଚିନ୍ତୁଥିବ ମୋତେ ପରାଣସହୀକାମରସସାରକହଇ ଉପଇନ୍ଦ୍ର ବୀରବର। ୨୨ ।
ତୃତୀୟ ଛାନ୍ଦ
ରାଗ କେଦାରକାମୋଦୀପୁଣି ବିଚାରେ, ଶୁଣି ଏ ଘଡ଼ଘଡ଼ିଚମକି ପଡ଼ୁଥିବ ଘଡ଼ିକି ଘଡ଼ି ସେମହୀରେ ଶୋଇଥିବ ପଣନ୍ତ ପାଡ଼ିଶ୍ରୀଅଙ୍ଗଶୋଭା ତାର ଯିବନି ଛାଡ଼ି ଯେ। ୧ ।କି ବୟସରେ ତାକୁ ଅଇଲି ଛାଡ଼ିଶୋଭାକୁ ଚାହିଁ ନୋହେ ନେତ୍ର ପିଛାଡ଼ି ଯେଆକାଶ ପଡ଼ୁ ନାହିଁ ମୋଶିରେ ମାଡ଼ିକାହିଁକି ଗିରିପରେ ବଜ୍ର କଚାଡ଼ି ଯେ। ୨ ।ଡକା କରିବ ଭେକ ଡାହୁକ ରଡ଼ିଆଉ କି ଲାଗୁଥିବ ବନ୍ଧର ନାଡ଼ୀ ଯେପାଦବାଜେଣୀବଳା ହେବନି ହୁଡ଼ିସରୁ ନ ଥିବ ନିକି ଉଶୀରବାଡ଼ୀ ଯେ। ୩ ।କାହାକୁ ହୃଦଦୁଃଖ କହିବ ଫେଡ଼ିପକାଉଥିବ ମୋହ ଯିବାକୁ ଖଡ଼ୀ ଯେକେବଳ ଟାଣ ଥିବ ଉରଜ ଯୋଡ଼ିଭାରା ହେବନି ତାକୁ ପିନ୍ଧିବା ଶାଢ଼ୀ ଯେ। ୪ ।ମୟୂରରାବ ଦେବ ଜ୍ଞାନ ଘଉଡ଼ିନପୁଣ ଝଞ୍ଜାବାତେ ଯିବ ସେ ଉଡ଼ି ଯେଦେଖିବି ଜୀବେ ଥାଉଁ ଏଥୁଁ ବାହୁଡ଼ିବିଦେଶେ ଆଗମନ କଲିତ ହୁଡ଼ି ଯେ। ୫ ।ମଦନ ଦେଉଥିବ ନିରତେ ଧାଡ଼ୀବିରହ ପ୍ରେତ ବସିଥିବତ ମାଡ଼ି ଯେବାଣୀକଥନେ ତୁଣ୍ଡ ବାହିବ ଜାଡ଼ୀପ୍ରାଣଧନକୁ ଗଲା କି ଦଶା ପଡ଼ି ଯେ। ୬ ।ପିନ୍ଧି ଯେ ଥାଇ ପୀତାମ୍ବର ସଜାଡ଼ିଝାଳରେ ଗଲାବେଳେ ତନୁରେ ଜଡ଼ି ଯେକେ ତନୁକେ ବସନ କରରେ ଲୋଡ଼ିନୋହିଲେ ଜାଣି ହୁଏ ଥିବାରୁ ଧଡ଼ୀ ଯେ। ୭ ।ଏକା ଜାଣଇଁ ସେହି ନୀବୀ ନିବାଡ଼ିକି କରି ଚାହୁଁ ଥାଇ ବଦନ ମୋଡ଼ି ଯେକେଳିକାଳରେ କରୁ ବାସ ମୁରୁଡ଼ିସେହି ଶୋଭାକୁ ଚାହିଁ ଚେତନା ବୁଡ଼ି ଯେ। ୮ ।ତନୁରେ ବସେ ଶେଯ ପୁଷ୍ପପାଖୁଡ଼ୀସେହି ଭୟରୁ ମୁଁ ଯେ ଗାଢ଼େ ନ ଭିଡ଼ି ଯେଛଇଳାମଣି ମୋର ପାଶେ ପହୁଡ଼ିଅଶେଷ ରସ ଭାବବଶେ ନିଉଡ଼ି ଯେ। ୯ ।କି କରି ଭିଡ଼ିଥାଇ ଶ୍ରୀକରଚୂଡ଼ୀକେବେହେଁ ଦେହ ତହିଁ ନୁହଇ ପୀଡ଼ି ଯେହସ୍ତରୁ ଅଇଲିତ ଅମୃତ ଏଡ଼ିତା ଭାବୁଁ କାମାନଳେ ହୃଦୟ ପୋଡ଼ି ଯେ। ୧୦ ।ଲୋଡ଼ିବ ନାହିଁ ଦିନେ ଚିତ୍ରକ ପେଡ଼ୀକଟିରେ ନ ଖଞ୍ଜିବ ସ୍ୱର୍ଣ୍ଣଘାଗୁଡ଼ି ଯେନାହିଁ ନ ଥିବ ତାର ସୁଗନ୍ଧଘଡ଼ିଯାମଯାମକେ ଯାଉଥିବ ସେ ସଡ଼ି ଯେ। ୧୧ ।ଧୈର୍ଯ୍ୟ ପାଦପ ତାପନଦୀ ଉପାଡ଼ିକାନ୍ତିକି ଥିବ ଅଯତନେ ଉହାଡ଼ି ଯେକେଳିସରରେ ମତ୍ତ ମରାଳ କ୍ରୀଡ଼ିଲୁହ ତେଜିବ କର ହୃଦରେ ତାଡ଼ି ଯେ। ୧୨ ।ନିରତେ ମାର ମୋର ହୃଦୟ ଯୋଡ଼ିଚିନ୍ତା ପକାଏ ନିଶୀ ଦିବସ ଝାଡ଼ି ଯେମୁହିଁ ଯେ ଅନ୍ଧ ବାନ୍ଧବୀ ମୋ ଲଉଡ଼ିହାସରେ ସୁଧା ପଡ଼ୁ ଥାଇ ତା ଝଡ଼ି ଯେ। ୧୩ ।କାମଅନ୍ଧାରକୁ ତା ହାସ ଦିହୁଡ଼ୀତାହା ଇଚ୍ଛାରେ ରସେ ଅଛି ନିବୀଡ଼ି ଯେକି କରି ଫୁଲାଇ ସେ ନାସିକାପୁଡ଼ୀସେ ଶୋଭା କରିଛି ମୋ ନୟନ ପେଡ଼ୀ ଯେ। ୧୪ ।ଶୀତରେ ହୋଏଁ ତାହା ପଣନ୍ତ ଘୋଡ଼ିଭାବରେ ଦିଏ ଉର ଉରକୁ ଯୋଡ଼ି ଯେଉଷୁମ ହୋଇ ତନୁ ନ ଯାଇ ଜାଡ଼ିଏବେ ତା ଚିନ୍ତି ହୃଦ ହୁଏ ବିଦାଡ଼ି ଯେ। ୧୫ ।ଅକାଟ ସେ ମୋ ଫୁଲଶର ଉପୁଡ଼ିତା ବିନା କାମ ଏବେ ବସିଛି ଅଡ଼ି ଯେଲବେହେଁ ନ ଥିଲା ମୋ ତା ଛଡ଼ା ଛଡ଼ିଦଇବ କାଟିଦେଲା ପ୍ରୀତିଦଉଡ଼ୀ ଯେ। ୧୬ ।ଭାଙ୍ଗି ବଢ଼ାଇଦେବା ତାମ୍ବୁଳବିଡ଼ୀଭାଞ୍ଜି ନେଉଛି ଦେହୁଁ ଚିତ୍ତ ଉଚ୍ଛୁଡ଼ି ଯେଦେଖିଣ ତା ଶ୍ରୀହସ୍ତ ଅକ୍ଷରଧାଡ଼ୀପଠନେ ମନୋଦୁଃଖ ଜୀବ ଉପୁଡ଼ି ଯେ। ୧୭ ।ପଦ ପଦକେ ଯେହୁ ସୁଧା ସିଞ୍ଚାଡ଼ିମୃତ୍ୟୁମୁଖେ ମୁଁ ତାକୁ ଅଇଲି ଛାଡ଼ି ଯେମୋ ପାଶେ ଥିଲାଦିନେ ଚାହିଁ ଏ ଝଡ଼ିସୁଖୀ ହୁଅଇ, ଏବେ ଯିବ ସାଙ୍କୁଡ଼ି ଯେ। ୧୮ ।ମୋ ସଙ୍ଗେ ଯେବେ ଚନ୍ଦ୍ରକରେ ପହୁଡ଼ିଲୁଚାଇ ଘନସାରଚୂର୍ଣ୍ଣ ସଜାଡ଼ି ଯେତା ଅଙ୍ଗଶୋଭା ଚାହୁଁ ବସନ ଫେଡ଼ିନେତ୍ର କମ୍ପାଇ କରେ ଦିଏ ଫୋପାଡ଼ି ଯେ। ୧୯ ।ସ୍ୱେଦେ ହେବନି ପିନ୍ଧାବାସ ଚିପୁଡ଼ିସୁଖଚନ୍ଦ୍ରକୁ ଶୋକ ଘନ ଘଉଡ଼ି ଯେଇକ୍ଷୁପ୍ରାୟ କ୍ଲେଶରେ ହେବନି ପେଡ଼ିବୀରବର ରଚନା ଏ ପଦକୋଡ଼ି ଯେ। ୨୦ ।
ଚତୁର୍ଥ ଛାନ୍ଦ
ରାଗ କେଦାର; ଚକ୍ରକେଳିବାଣୀପୁଣି ଭାବ ଭାବନା କରି ଚିତ୍ତଦଣ୍ଡେଯାଏ ପୁରୁଷ ମୂରୁଛିତବୋଲେ କି କରି ପାରିବି ମୂରୁଛିଯେଣେ ଅନାଇଲେ ତେଣେ ଦିଶୁଛି। ୧ ।ମୋହ ସନ୍ନିଧ୍ୟେ ଥିଲା ଦିନେ ଏକଏବେ କେହି ବାଳା ହେଲା ଅନେକ ?କାହାଠାରୁ ଏ ଦୀକ୍ଷା କଲା ଶିକ୍ଷାଆଉ ପାଇବି ନାହିଁ ପ୍ରାଣେ ରକ୍ଷା। ୨ ।ବିଧୂପରକାଶ ହାସ ତାହାରଦାସ କରୁଥାଇ କୋଟି ପ୍ରକାରଏବେ ଚେତାଇ ସେ ହାସଝଟକଜୀବ ନେବ ପରା ଯମକଟକ। ୩ ।ଅତି ପ୍ରମାଦ କପୋତ କରଇରତିକାଳଧ୍ୱନି ଦିଏ ଚେତାଇପୁଣି ଡାକ ଦେବାବେଳେ ମୟୁରତାହା ଚିନ୍ତି ବିଦାରି ହୁଏ ଉର। ୪ ।ନିଶୀ ଅବସାନ ଶୋଭା ତାହାରମନ ନୟନେ କଲା ପରା ଘରଟେକି କରି ଭାଙ୍ଗିବାରେ ଅଳସଟେକି ହୋଇଥାଇ କୁଚକଳଶ। ୫ ।କଷା ନେତ୍ରଯୁଗରେ ଥାଇ ପୂରିକାମମାଦକ ଲାଗିଲାର ପରିଠାବେ ଠାବେ ଲାଗିଥାଇ ଚନ୍ଦନଖ ଖୋସୁଥାଏ ନୀବୀବନ୍ଧନ। ୭ ।ଇସି; ଇସି ପ୍ରକାଶି ମୋଡ଼ି ଅଙ୍ଗଭାଲେ ଖୋସୁଥାଇ ନେତ୍ର ତରଙ୍ଗନଖକ୍ଷତ ଯେ ବସିଥାଇ ସ୍ତନେବାସେ ଘୋଡ଼ାଇଣ ତାହା ଯତନେ। ୭ ।କରମଣି – ଚୂଡ଼ିରେ ପୁଣି ଚାହିଁଗଣ୍ଡ ଦନ୍ତଘାତ ଲୋଡ଼େ ଲୁଚାଇଁବେଗେ କରରେ ଘେନି ସେ ମକରୀଓଷ୍ଠ କରେ ଦଶନେ ଥାଇ ଧରି। ୮ ।ମୋହ ଆଗରେ ଉଭା ହେଲାବେଳେମୁଖ ଲୁଆଇଁଥାଇ ସବୁକାଳେଯାଦ ବୃଦ୍ଧାଙ୍ଗୁଳି ଘସି ଅବନୀଚିବୁକରେ ଦେଇଥାଇ ତର୍ଜନୀ। ୯ ।ନାସା ଅଳପ ଅଳପ ଫୁଲାଇଁପଦେ ପଦେ କହୁଥାଇ ଗେହ୍ଲାଇମୋର ନ ଚାହିଁଲାବେଳେ ଅନାଇଚାହିଁଦେଲେ ମହୀଦୃଷ୍ଟି କରଇ। ୧୦ ।ଯେବେ ହାସ ପ୍ରକାଶ ରହସରେଶେଷ କରେ ରସବତୀ ଅଧରେମୋତେ ଚାହିଁବାକୁ ବଡ଼ ଶରଧାଲାଜ କୃପଣ କରୁଥାଇ ବାଧା। ୧୧ ।ଏବେ ଚାହିଁବ ସ୍ୱରୂପପଟକୁକଷ୍ଟେ କଷ୍ଟେ ରଖିଥିବ ଘଟକୁନାମ ଜପ କରୁଥିବ ମୋହରକେତେ ଶାନ୍ତି କରୁଥିବ କାତର। ୧୨ ।ଶାନ୍ତି ଅନଳ କି ତେବେ ଭଜଇଘୃତ ପାଇଲେ ଅଧିକେ ଜଳଇକି ଅଧିକ ଅଗ୍ନି କାମ – ଅଗ୍ନିରୁତାହା ପୁଂସ ନ ଜାଣେ ଜାଣେ ଭୀରୁ। ୧୩ ।କାନ୍ତହତେଟି କାମାନଳେ ଡରିସତ ଅନଳେ ଝାସନ୍ତି ସୁନ୍ଦରୀଏବେ ସନ୍ତାପ କାମ ଅନଳରଧନ ବିନୁ ଅନୁଭବ ମୋହର। ୧୪ ।ଦିନେ ନାଗରୀ ଆସୁଁ ସାରି ସ୍ନାନଅଙ୍ଗେ ଯଡ଼ିଯାଇଥିଲା ବସନଦେଖି ମନେ କଲି ଆଜ କି ଲଗ୍ନଅନାୟାସରେ ଦେଖିଲି ଉଲ୍ଲଗ୍ନ। ୧୫ ।ମୋହଠାରେ ତାର ଦୃଷ୍ଟି ପଡ଼ିଲାଲାଜଭୟେ ଓଷ୍ଟେ ଦନ୍ତ ଭିଡ଼ିଲାମୁଁ ଯେ ଶୁଭାଇ ବୋଇଲି ଅଙ୍ଗନାମଦନକୁ କିବା ମୋତେ ତର୍ଜନା। ୧୬ ।ନାହିଁ କାହାକୁ ବୋଲି ପଳାଇଣପୁରେ ପଶିଲା ହସିଲା ହୋଇଣଆଉ ଯାଇଁ କି ସେ ଶୋଭା ଦେଖିବିମୋର ଚିରବିରହ ଉପେଖିବି। ୧୭ ।ଦିନେ ଉତ୍ତାମଶାୟୀ ହୋଇ ଗୋରୀଚନ୍ଦ୍ରକରେ ଥିଲା ନିଦ୍ରା ଆଚରିମୋହଭାଗ୍ୟ ପ୍ରବେଶ କଲା ନେଇଁଠିଆ ହୋଇ ଦେଖିଲି ଦଣ୍ଡଦୁଇ। ୧୮ ।ଛନ୍ଦି କର – ଯୁଗଳ ଜୀବଧନକରିଥିଲା କରକୁ ସୀମସ୍ଥାନଲୋମହୀନ ମାଂସଳ କକ୍ଷଦୁଇସ୍ୱର୍ଣ୍ଣପାତ୍ର କି ଥୁଆ ଉଲଟାଇ। ୧୯ ।କର୍ଣ୍ଣରତନ ଦର୍ଶନେ ପ୍ରକାଶିଜ୍ୟୋତିନିନ୍ଦିତ ହୋଇଥିଲା ଶଶୀଡରି ଉଦେ କରିବାକୁ ବଦନପାଶେ ଶରଣ ହେଲା କି ଏମାନ। ୨୦ ।ନୀଳଉତ୍ପଳ ମୁଦ୍ରିତ ଯେସନଶୋଭାନିନ୍ଦିତ ଲୋଚନ ତେସନହେମଭୂମି ଫୁଟି ଶମ୍ଭୁ ବାହାରପରା ତାର ଉତ୍ତୁଙ୍ଗ ପୟୋଧର। ୨୧ ।ଉରପରେ ନ ଥିଲା ବାସଫେରକାମ ହେମକ୍ରୋଣାସ୍ତମ୍ଭପ୍ରକାରଶୋଭା ବସନ କାମସଦନରମାରି ତ୍ରିକୋଣିଆ ଛତ୍ରରୁଚିର। ୨୨ ।ହର ଜିଣି ଚାରି କୋଣ ଛତିକିଧରାଇବ ମଣିଲି ମୁଁ ମତିକିଏଣୁ ସ୍ଥିର ନୋହିଲା ମୋର ମନକରେ ଧଇଲି ପନ ପୀନସ୍ତନ। ୨୩ ।ହେଲା, ଝୁଲାଇ ଦେଲା ପ୍ରାୟ ତହିଁହସ୍ତ କାତରେ ଥିଲା କମ୍ପ ବହିଚେତିକରି ମୋ କରକୁ ଧଇଲାଏବେ ଚୋର ଧରା ଗଲା ବୋଇଲା। ୨୪ ।ସେହି ବଚନ ସେହି ଶୋଭା ତାରମନ ନୟନୁ ନୁହଇ ଅନ୍ତରଆଉ ନୃପସମ୍ପଦେ କାର୍ଯ୍ୟ ନାହିଁପ୍ରିୟାପାଇଁ ମୁଁ ଯିବି ଯୋଗୀ ହୋଇ। ୨୫ ।ଛାଇ ପ୍ରାୟ ସେ ନ ଛାଡ଼େ ପାଶକୁମନ ଜାଣି ଦେଉଥାଇ ରସକୁଏଡ଼େ କରି ଘେନିଛି ସେ ଦାସକୁତାକୁ ଦେଲି ଏବେ କାମତ୍ରାସକୁ। ୨୬ ।ଏହିରୂପେ ଭାବ ଭାବି ମନରେବଶ ହୋଇଲା ସେ ପ୍ରାଣଧନରେଛାର କରି କାରଯ ହେତୁଯାକଛାଡ଼ି ପ୍ରବାସ ଚଳିଲା ନାୟକ। ୨୭ ।ପୁରେ ପ୍ରବେଶ ହୋଇଲା ବିଦେଶୀକୋଳେ ଧରି ପ୍ରିୟାକୁ ଚାଟୁ ଭାଷିଆରଛାନ୍ଦେ ସେ ହୋଇବ ବିଦିତଉପଇନ୍ଦ୍ରବୀରବର ରଚିତ। ୨୮ ।
ପଞ୍ଚମ ଛାନ୍ଦ
ରାଗ ବଙ୍ଗଳା ଶ୍ରୀଚନ୍ଦ୍ରବଦନା ମୋହଲାଗି ବେଦନା ଆହା ତୁ ପାଇଲୁ କେତେଏ ଘୋର ବରଷା ଦେଖି ମଦାଳସା ଲୋଡ଼ୁଥାଉ ପରା ମୋତେ। ୧ ।ନିଦ ନ ମାଡ଼ଇ ପରେ ରେ ସଜନି ଅନ୍ଧାରରଜନୀ ଦେଖିମୋହଭାଗ୍ୟ ଏତେ ଜୀବଜୀବନକୁ ଜଗନ୍ନାଥ ଥିଲେ ରଖି। ୨ ।କି ଦିଶୁଛି ମୁଖ ମାର୍ଜନାବିହୀନେ ମୁକୁର ପରାୟେ ସହିବିଦେଶକୁ ଯାଇଁ ଲାଭ କରି ଏତେ ଅରଜିଲି ସିନା ମୁହିଁ। ୩ ।ମୋର ଗଲାଦିନୁ ହୋଇନାହିଁ ପରା ଦିନେହେଁ କବରୀବନ୍ଧାକେଡ଼େ ଦୁର୍ବଳ ହୋଇଛୁ କାମ ମୋର ବୁଡ଼ାଇଥିଲାତ ଫନ୍ଦା। ୪ ।ଜୀବ ଯିବ ବୋଲି ମୂଳ କରିଥିଲା ଏ ବୋଧେ ରଖିଲି ତାକୁତୁ ଗଲେ ମୁଁ କାହିଁ ଦେଖି ପାରିବଟି ଆଉୁ କେଳି ପଣ୍ଡିତାକୁ। ୫ ।ଏହିକାଳେ ଆସି ଏକ ଦାସୀ ଭାଷେ ରସି କରତନ ଆଗେଏହା ପରା କରି ରସିକା ନାଗରୀ ଦେଖି ନାହିଁ ଅନୁରାଗେ। ୬ ।ତୁମ୍ଭେ କଲାଦିନୁ ବିଦେଶଗମନ ଥାଉ ହୋଇବାର ବେଶହରିଦ୍ରା ଶରୀରଦିନେ ଘେନି ନାହିଁ ଫେଡ଼ି ବାନ୍ଧି ନାହିଁ କେଶ। ୭ ।ପ୍ରଭାତୁଁ ରଜନୀ ସାତଘଡ଼ିଯାଏ ଯେଉଁଠାରେ ଥାଏ ବସିଯେତେବେଳେ ତୁମ୍ଭ ଯେଉଁ ଅବକାଶ ତାହା ହେଉଥାଇଁ ଘୋଷି। ୮ ।ବିରହେ ଯେତେ ସନ୍ତାପ ଲଭୁଥିଲା ଶରଦଚନ୍ଦ୍ରମାମୁଖୀଆମ୍ଭେ କି କହିବୁଁ ତୁମ୍ଭେତ ରସିକ ଜାଣ ସିନା ଦେହ ଦେଖି। ୯ ।ତୁମ୍ଭ ସଙ୍ଖୋଳାଚିଟାଉରୁ ଆଶାକୁ ଆସିବେ ବୋଲି ବଢ଼ାଇକଷ୍ଟେ କଷ୍ଟେ ପ୍ରାଣ ଆଜପରିଯନ୍ତେ ରଖିଲା ଶିରୀଷଦେହି। ୧୦ ।ଏ ବଚନ ଶୁଣି ନେତ୍ର ଥନ ଥନ କଲା ପ୍ରାୟ କାନ୍ତ ହେଲାସାରିଣ ନୀତିକି ଘେନି ସୁମତିକି ପଲ୍ୟଙ୍କରେ ପହୁଡ଼ିଲା। ୧୧ ।ପ୍ରଥମେ ଚିବୁକ ଧରି ସେ ରସିକ ଚୁମ୍ବିଲା ବଦନବିଧୁପୁଣି ଆଲିଙ୍ଗନ କରି ଘନ ଘନ ପିଇଲା ଅଧରୁ ମଧୁ। ୧୨ ।ଚନ୍ଦ୍ରଖଣ୍ଡଗଣ୍ଡେ ଦନ୍ତଘାତ କରି ଜାନୁରେ ଚଳାଇ ନଖଉରଜଅଗ୍ରରେ ରସା ବୁଲାଇ ଜାତ କଲା ମହାସୁଖ। ୧୩ ।କ୍ରମେ କ୍ରମେ ପୁଣି ବସନ ଫିଟାଇ ଆରମ୍ଭ କଲା ସୁରତିରତିପତିଦୁଃଖ ବେଗେ ପାସୋରିଲା ଲଭିଲା ଇନ୍ଦ୍ରସମ୍ପତ୍ତି। ୧୪ ।ସାରି ସୁରତି ବେନି ବାସ ପିନ୍ଧିଲେ ଅପସରିଲା ମଦନଫିଟିଲା କବରୀ ବାନ୍ଧି ଦେଇ କାନ୍ତ ହରିଲା ବାନ୍ଧବୀମନ। ୧୫ ।ରତିଶ୍ରମବାରି ପତିଅଙ୍ଗୁନାରୀ ପୋଛି ଦେଇ ଚଞ୍ଚଳରେପୁଣି ସ୍ୱେଦକଣାମାନ ବିନାଶନେ ବିଞ୍ଚିଦେଲା ଅଞ୍ଚଳରେ। ୧୬ ।ହିମ, ଶିଶିର ଯେ ବସନ୍ତ, ଗ୍ରୀଷମ, ବରଷା, ଶରଦ ପୁଣିନାନା ବିନୋଦରେ ମନ୍ଦିରଭିତରେ ବଞ୍ଚେ ରସିକ ରମଣୀ। ୧୭ ।ପାଞ୍ଚଛାନ୍ଦେ ଶେଷ ହୋଇଲା ଏ ରସ କରିବ ରସିକ ବଶହେ ଜନେ ପ୍ରେମସୁଧାନିଧି ରସିକହାରାବଳୀର ଏ ଶେଷ। ୧ ୮।ସୁବର୍ଣ୍ଣରେଖାର ବର୍ଣ୍ଣନା ଯେତେକ ରସେ ଏହୁ ତିନିଗୀତକହେ ଉପଇନ୍ଦ୍ରଭଞ୍ଜ ବୀରବର ଅନୁଭବୁଁ ଏ ବିଦିତ। ୧୯ ।ସମାପ୍ତ
ସମ୍ବନ୍ଧିତ ରଚନା
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ
ଲାବଣ୍ୟବତୀ
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ