ଶୁଣି ହଂସ ଦୁହେଁ କହିଲେ
୧୮୪୮–୧୯୧୮
- ସଂକଳନ: ହିତୋପଦେଶ
- ପଢ଼ିବା ସମୟ
- ୩୯ ମିନିଟ୍
- ଶବ୍ଦ
- ୬୩୧୩
- ସ୍ଥିତି
- ସାର୍ବଜନୀନ (Public domain)
କରିବେ କି ନ କରିବେ ଜାଣିମା ଭଲେ ।୧୦।ପଛେ ଯେ ହେବ ଉଚିତ କରିବା ହେ ତାହା ମିତକୂର୍ମ ବୋଲେ ବିଳମ୍ୱରେ କାର୍ଯ୍ୟ ନ କର ।ବିଳମ୍ବରେ କାର୍ଯ୍ୟ କଲେ ତାକୁ ସବୁ ହେବେପୁଣି ଦେଖିଅଛି ବିଷୟରେ ଯେବେକିବା ହୋଇବାର ।୧୧।ଆଉ ଏକ ମତ୍ସ୍ୟ ଥାଇ ଯଦ୍ଭବିଷ୍ୟ ନାମ ବହିଏ ତିନିହେଁ ଥିଲେ ଏକ ସର ଭିତର ।ପୂର୍ବ ଦୁହେଁ ସୁଖେ ଜୀଇଲେ ।ଯଦ୍ଭବିଷ୍ୟ ଅବିଚାରେ ବିଳମ୍ୱେ ମଲେ ।୧୨।ଶୁଣି ହଂସ ଦୁହେଁ କହି ଏ କଥା କିରୂପେ ହୋଇଶୁଣି କୂର୍ମ କହୁଅଛି ଶୁଣ ହେ ମିତ ।ପୂର୍ବକାଳେ ଏହି ସରେ ଏହିରୂପରେ ଧୀବରେମତ୍ସ୍ୟ ମାରିବାକୁ ଆସି ହେଲେ ସଙ୍ଗତ ।ତିନି ମତ୍ସ୍ୟ ବିଚାର କଲେ ।ତହିଁ ମଧ୍ୟେ ଅନାଗତ ବିଧାତା ବୋଲେ ।୧୩।ମୁଁ ଯାଉଛି ଏହିକ୍ଷଣି କହିଗଲା ସେହିକ୍ଷଣିଅନ୍ୟ ଜଳାଶୟରେ ସେ କଲା ନିବାସ ।ପ୍ରତ୍ୟୁତ୍ପନ୍ନମତି କହି ଆଗତ କାର୍ଯ୍ୟକୁ କେହିନ ବିଚାରେ ବିପତ୍ତି ପଡ଼ିଲେ ଉଦାସ ।ନୁହଁଇ ଯେ ସେ ବୁଦ୍ଧିମନ୍ତ ।ଆମ୍ଭେ ବିପତ୍ତି କାଳେ କରିବା ହେମନ୍ତ ।୧୪।ବିପତ୍ତି ପ୍ରବେଶ କଲେ ଯେଉଁଜନ ବୁଦ୍ଧି କଳେତାର ପ୍ରତିକାର କରେ ପଣ୍ଡିତ ସେହି ।ପ୍ରତ୍ୟୁତ୍ପନ୍ନମତି କହି ଏକ ବଣିଜାରୁ ଥାଇତାର ଭାର୍ଯ୍ୟା ଜାର ସଙ୍ଗେ କରେ ବିହାର ।ପ୍ରତିଦିନ କରେ ଏ ରୀତି ।ଦିନେହେଁ ତାହାର ରୀତି ନ ଦେଖେ ପତି ।୧୬।ଏକଦିନେ ସେ ଜାରର ମୁଖେ ଚୁମ୍ୱନ ଦେବାରଦୂରୁଁ ତା ପତି ଦେଖିଲା ତାହା ଜାଣିଲା ।ଧାଇଁ ଯାଇ ତାର ଆଗେ କହିଲା ବଡ଼ ସରାଗେଏମନ୍ତ ଭୃତ୍ୟକୁ ରଖିବାର ନୋହିଲା ।ନିତି ହିଙ୍ଗୁ ଏହି ଚୋରାଇ ।ମୁଖକୁ ସୁଙ୍ଘି ଏହାର ଜାଣିଲି ମୁହିଁ ।୧୭।ତାହାର ବଚନ ଶୁଣି କୋପେ ଭୃତ୍ୟ କହେ ବାଣୀଯାର ଘରେ ମାଇପ ପ୍ରତାପ କରଇ ।ତା ଘରେ ମୁଁ କି ରହିବି ଆଜ ଆନଠାକୁ ଯିବିଆନକୁ ସେବା କରିବି ବୋଲିଣ ଧାଇଁ ।ଗୃହ ପତି ଧାଇଁ ଧଇଲା ।ପ୍ରବୋଧନା କରି ତାକୁ ଘରକୁ ନେଲା ।୧୮।ବଣିଜାରୁ ଭାର୍ଯ୍ୟା ଜାର ଯେରୂପରେ କଲା ପାରବିପତ୍ତି କାଳରେ ସେହିରୂପରେ ମୁହିଁ ।କରିବି ଯିବା ଉପାୟ ମୋର କିଛି ନାହିଁ ଭୟଏହା ଶୁଣି ଯତୃବିଷ୍ୟ ମତ୍ସ୍ୟ କହଇ ।ଯେ ହେବାର ସେତ ହୋଇବ ।ନୋହିବାର ଯେଉଁ କାର୍ଯ୍ୟ ସେତ ନୋହିବ ।୧୯।ଏମନ୍ତ ବୋଲି ସେ ମିନ ହୋଇଲେ ନିଶ୍ଚିନ୍ତ ମନଏ ସମୟେ କଇବର୍ତ୍ତ ଜାଲ ଫାନ୍ଦିଲା ।ଓଟାରି ନେଇ କୂଳକୁ ଦେଖିଲା ଦୁଇ ମତ୍ସ୍ୟଙ୍କୁତହିଁରେ ଗୋଟିଏ ମୃତ ପ୍ରାୟ ଦେଖିଲା ।ତାଟକାରେ ଏ ମାଛ ମଲା ।ବୋଲି ତା ଉପରୁ ଜାଲ କାଢ଼ିଣ ଦେଲା ।୨୦।ପ୍ରତ୍ୟୁତ୍ପନ୍ନମତି ଜାଣି ମୋଠାରୁ ଜାଲ ଗଲାଣିଯେହ୍ନେ ମାଛ ଧରି ବାଜ ଉଗୁଇଁ ଯାଇ ।ସେ ରୂପେ ଉଗୁଇଁ ଯାଇ ଜଳରେ ପଡ଼ିଲା ଧାଇଁଯଦ୍ଭବିଷ୍ୟ ଛଟପଟ ହେଲା ସେଠାଇଁ ।ତାକୁ ବେକ ମୋଡ଼ିଣ ମାରି ।କରେ ଧରି ଖାଳୋଇରେ ଦେଲା ସେ ଭରି ।୨୧।ତେଣୁ ବିଳମ୍ୱ ନ କର ବେଗରେ ବିଚାର କରଯାହା କଲେ ମୋହର ଜୀବନ ରହିବ ।ସେ ଉପାୟ କହ ମୋତେ ଆହେ ହଂସ ଦୁଇ ମିତେନାହିଁ ମୁଁ ଯାହା କହୁଛି ତାହା କରିବ ।ହଂସ ବୋଲେ କହ ତା ପୁଣି ।କୂର୍ମ ବୋଲେ କହୁଅଛି କର ତା ଶୁଣି ।୨୨।ଯେରୂପେ ଅନ୍ୟ ହ୍ରଦରେ ପ୍ରବେଶ ହେବି ସତ୍ୱରେସେରୂପେ ଉପାୟ କର ହଂସେ ତା ଶୁଣି ।ତୁମ୍ଭେ ତଳେ ଯେବେ ଯିବ କୁଶଳ କେବେ ନୋହିବକୁର୍ମ ବୋଲେ ଶୁଣ ଭାଇ କହୁଛି ପୁଣି ।ଯେରୂପରେ ଗଗନେ ଯିବି ।ସେରୂପେ ଉପାୟ କଲେ ପ୍ରାଣ ପାଇବି ।୨୩।ଶୁଣି ହଂସ ଦୁହେଁ କହି ଏ ଉପାୟ କରି ନୋହିକୂର୍ମ କହେ ତୁମ୍ଭେ ଦୁହେଁ ଏରୂପେ କର ।ଥଣ୍ଟେ କାଠ ଖଣ୍ଡେ ଧରି ଗଗନ ମାର୍ଗରେ ଉଠିସେ କାଠକୁ ତୁଣ୍ଡେ ଧରି ଯିବ ସତ୍ୱର ।ମୁଁ ତୁମ୍ଭ ପକ୍ଷକୁ ସପକ୍ଷ ।କରି ଗଗନରେ ଯାଇ ହୋଇବି ରକ୍ଷ ।୨୪।ଶୁଣି ହଂସ ଦୁହେଁ କହି ଭଲ ଉପାୟ ଏ ହୋଇକେବଳ ଉପାୟ କରୁ ଅପାୟ ହୋଇ ।ଏକ ମୂର୍ଖ ବକ ଥିଲା ଏରୂପେ ଉପାୟ କଲାଦେଖୁଁ ଦେଖୁଁ ନକୁଳ ତା ପିଲାଙ୍କୁ ଖାଇ ।ଯେ ପଣ୍ଡିତ ଉପାୟ କରେ ।ସେ ବିଚାରେ ଅପାୟ ଉପାୟ ଭିତରେ ।୨୫।ହଂସ ଦୁହିଁକି କୁରୁମ ପଚାରଇ କଥାକ୍ରମହଂସ ଦୁହେଁ କହିଲେ ଉତ୍ତରା ପଥରେ ।ଗୃଧ୍ରକୂଟ-ନାମ ଧର ବକମାନଙ୍କ ବିହାରବୃକ୍ଷ କୋରଡ଼ରେ କୃଷ୍ଣ ସର୍ପ ବିହରେ ।ସେହି ସର୍ପ ବକ ବାଳକ ।ଖାଇଲା ତା ଦେଖି ବକ କଲେ ସେ ଶୋକ ।୨୬।ସେମାନଙ୍କ ଶୋକ ଶୁଣି କଉଣସି ବକ ରଣିତୁମ୍ଭେମାନେ ମାଛ ଆଣ ବେଗରେ ଯାଇ ।ଆରମ୍ଭି ନକୁଳ ଗର୍ତ୍ତ ସର୍ପ ବିବର ପର୍ଯ୍ୟନ୍ତପକ୍ତି କ୍ରମରେ ତାହାକୁ ପକାଅ ନେଇ ।ମାଛ ଅନୁସରି ନକୁଳ ।ଆସିଣ ଦେଖି ଖାଇବ କ୍ରୋଟର ବ୍ୟାଳ ।୨୭।ତାହା ଶୁଣି ବକମାନେ ଗଲେ ସର୍ବେ ସାବଧାନେମାଛ ଆଣି ଆରମ୍ଭି ନକୁଳ ବିବର ।ଥୋଇଲେ ମତ୍ସ୍ୟମାନଙ୍କୁ ବିଷଧର ବିବରକୁବୋଲି ତାହା ଅନୁସରି ଗଲା ନକୁଳ ।ସର୍ପକୁ ମାରିଣ ଖାଇଲା ।ବୃକ୍ଷେ ବକ ଧ୍ୱନି ଶୁଣି ବକ ଭୁଞ୍ଜିଲା ।୨୮।ଏଣୁ ଉପାୟ ଚିନ୍ତାରେ ଅପାୟ ହୋଇବା ଡରେତୁମ୍ଭଙ୍କୁ କହୁଛୁଁ ଆମ୍ଭେ ଏରୂପେ ଜାଣ ।ଗଗନରେ ଆମ୍ଭେମାନେ ତୋତେ ନେଉଥିବ ଜନେଦେଖିକରି କିଛି ସେ କହିବେ ବଚନ ।ଯେବେ ଉତ୍ତର କହିବୁ ।ତେବେ ସେହିଠାରେ ସେହିକ୍ଷଣି ମରିବୁ ।୨୯।ଏହି ହେତୁରୁ ଏ ସ୍ଥାନ ଛାଡ଼ି ନ ଯା ଅନ୍ୟ ସ୍ଥାନଥାଅ ଏହିଠାରେ ସୁଖେ ଆମ୍ଭ ସଙ୍ଗରେ ।କୂର୍ମ ବୋଲେ ଅଜ୍ଞ ମୁହିଁ ମୋର ହିତ ନ ଜାଣଇଆଉ କିଛି ନ ବୋଲିବି ଗମନ କାଳେ ।ହଂସ ଦୁହେଁ ସେରୂପେ କଲେ ।ସେରୂପେ କୂର୍ମକୁ ଦେଖି ଜନେ ଧାଇଁଲେ ।୩୦।ସର୍ବେ ଗୋରକ୍ଷକ ବାଳ ଧାଇଁ କଲେ କୋଳାହଳକହନ୍ତି ଏ କୂର୍ମ ଯାଉଅଛି ଗଗନେ ।ଯହିଁ ତହିଁ ଏ ପଡ଼ିଲେ ପଡ଼ିବ ଏହି ଭୂତଳେକେ ବୋଲେ ପୋଡ଼ିବା ତାହା କେହି ନ ମାନେ ।କେ ବୋଲଇ ରାନ୍ଧି ଖାଇବା ।କେ ବୋଲଇ ମାରି କରି ଘରକୁ ନେବା ।୩୧।କୂର୍ମ ଶୁଣି କ୍ରୋଧ କଲା ପୂର୍ବ କଥା ପାସୋରିଲାବୋଇଲା ଖାଇବ ନିଆଁ ତୁମ୍ଭେ ଏଠାରେ ।ଏମନ୍ତ ବୋଲନ୍ତେ ତଳେ ପଡ଼ିଲା ସେହିକ୍ଷଣରେବାଳକେ ପିଟି ପକାଇ ଘରକୁ ନେଲେ ।ଏହି ହେତୁ ମିତ୍ର ବଚନ ।ନ କଲେ ଯେ କୂର୍ମ ପ୍ରାୟ ଲଭେ ମରଣ ।୩୨।ଏଥୁଅନ୍ତେ ଗୂଢଚର ବକ ରାଜା ସମୀପରଆସି କହିଲା ଭୋ ଦେବ ପୂର୍ବରୁ ମୁହିଁ ।କହିଲି ଦୁର୍ଗ ଶୋଧନ କର ତୁମ୍ଭେ ପ୍ରତିକ୍ଷଣତାହା ନ କଲାର ଫଳ ମିଳିଲା ଏହି ।ମେଘବର୍ଣ୍ଣ ନାମ ବାୟସ ।ଗୃଧ ତାକୁ ପେଷିଥିଲା ପୋଡ଼ିଲା ବାସ ।୩୩।ରାଜା ପକାଇ ନିଃଶ୍ୱାସ ଦୁଃଖେ କହଇ ନିର୍ଦ୍ଦୋଷନମସ୍କାର ଉପକାର ହେତୁ ବିଶ୍ୱାସ ।କରଇ ଯେ ଶତ୍ରୁଠାରେ ସେ ଶୋଇ ବୃକ୍ଷ ଅଗରେଯେଉଁଜନ ତାହା ପ୍ରାୟ ହୋଇ ବିନାଶ ।ଗୂଢଚର କହଇ ପୁଣି ।ମୋହର ବଚନ ଶୁଣ ହେ ରାଜମଣି ।୩୪।ଯେଉଁ ଦିନ ମେଘବର୍ଣ୍ଣ ଦୁର୍ଗ ଦହନ କରିଣଏଠାରୁ ସେଠାକୁ ଗଲା ରାଜା ଦେଖିଲା ।ମେଘବର୍ଣ୍ଣ ଶୁଦ୍ଧ ଚିତ୍ତ ଜାଣି ମୟୂର ଭୂଭୃତପ୍ରସନ୍ନରେ ଗୃଧ୍ର ମନ୍ତ୍ରୀ ଅଗ୍ରେ କହିଲା ।ଏକା ମୋର ଏ ମେଘବର୍ଣ୍ଣ ।କର୍ପୂର ଦ୍ୱୀପ ରାଜ୍ୟରେ ହେଉ ରାଜନ ।୩୫।କୃତ କୃତ ଯେଉଁ ଭୃତ୍ୟ ନାଶ ନ କରି ତା କୃତ୍ୟଧନ ଦେଇ ମନ ତୋଷି ନୟନେ ଚାହିଁ ।କହି ମଧୁର ବଚନ କରିବ ତାକୁ ପୂଜନଯେରୂପେ ତାର ମନରେ ଆନନ୍ଦ ହୋଇ ।ଶୁଣି ଚକ୍ରବାକ କହଇ ।ତଦଅନ୍ତରେ ସେଠାରେ କି କି ହୁଅଇ ।୩୬।ଗୂଢଚର କହେ ପୁଣ ସେଠାର ଚରିତ ଶୁଣତଦନ୍ତରେ ଗୃଧ୍ର ମନ୍ତ୍ରୀ ରାଜାକୁ କହି ।ଏ ନୋହେ ଉଚିତ ତର କରୁ ଅନୁଗ୍ରହାନ୍ତରନୀଚଠାରେ ଉପକାର କିଛି ନୁହଇ ।ଅବିଚାରେ ଯୁକ୍ତି କଥନ ।ବାଲି ମୁଠି ତସୁ କାଣ୍ଡିଲା ପ୍ରାୟ ଜାଣ ।୩୭।କଦାପି ଯେ ବଡ଼ ଲୋକ ତାହା ସ୍ଥାନେ ନୀଚ ଲୋକସ୍ଥାପିଲେ ନିଜ ସ୍ୱାମୀକି ଲୋପ କରଇ ।ଋଷି ଅନୁଗ୍ରହ କଲା ମୂଷିକ ବ୍ୟାଘ୍ର ହୋଇଲାସେ ପୁଣି ଋଷିଙ୍କି ମାରିବାକୁ ଇଚ୍ଛଇ ।ଯେବେ ନୀଚ ବଡ଼ ହୁଅଇ ।ତେବେ ସେ ସ୍ୱାମୀକି ପୁଣି ବଧ କରଇ ।୩୮।ଚିତ୍ରବର୍ଣ୍ଣ ପଚାରଇ ଏକଥା କିରୂପେ ହୋଇଶୁଣି ଗୃଧ୍ର କହୁଅଛି ଶୁଣ ରାଜନ ।ଗୌତମାରଣ୍ୟ ଭିତର ମହାତଷା ମୁନିଙ୍କରଥିଲା ଏକ ରମଣୀୟ ଆଶ୍ରମ ସ୍ଥାନ ।ଏକ ଦିନେ ମୂଷିକ ପୋତ ।ଆଶ୍ରମେ କରଟ ମୁଖୁଁ ହେଲା ଗଳିତ ।୩୯।ସେ ମୂଷିକ ଦେଖି ଋଷି ହୋଇଣ ମହା ସନ୍ତୋଷୀବାଳୁଙ୍ଗା ଚାଉଳ କଣ ଦେଇ ପାଳିଲେ ।ସେ ମୂଷିକ ଖାଇବାକୁ ଗୋଡ଼ାଏ ବିଡ଼ାଳ ତାକୁଦେଖିଲେ ମୁନି ତାହାକୁ ବିଡ଼ାଳ କଲେ ।ବିଡ଼ାଳକୁ ଗୋଡ଼ାଏ ଶ୍ୱାନ ।ତା ଦେଖି ତାକୁ କୁକ୍କୁର କଲେ ସେ ପୁଣ ।୪୦।ତାହାକୁ ଦେଖିଣ ଆଗେ ବାଘ ଗୋଡ଼ାଇଲା ବେଗେତା ଦେଖି ତାହାକୁ ବାଘ ପୁଣି ସେ କଲେ ।ମୁନି ସେ ବାଘକୁ ପୁଣି ମୂଷିକ ପରାଏ ମଣିତାହାଠାରେ ବାଘ ବୋଲି ଭୟ ନ କଲେ ।ଯେ ମୁନିଙ୍କି ଦେଖି ଆସନ୍ତି ।ଏହି ସେ ମୂଷିକ ବ୍ୟାଘ୍ର କଲେ କହନ୍ତି ।୪୧।ଏହା ଶୁଣି ସେହି ବ୍ୟାଘ୍ର ମନେ ଚିନ୍ତା କଲା ବ୍ୟଗ୍ରଚିତ୍ତ ହୋଇ ବୋଲୁଅଛି ଯାବତ୍କାଳ ।ଏ ମୁନି ଜୀଇଅଛନ୍ତି ତେତେକାଳ ମୋ ଅକୀର୍ତ୍ତିନ ଯିବ ମାରିବି ବୋଲି କଲା ବିଚାର ।ବିଚାରିଣ ମୁନି ପାଶକୁ ।ଜାଣି ଋଷି କହୁଛନ୍ତି ଦେଖ ଏହାକୁ ।୪୨।ଏମନ୍ତ ବୋଲିଣ ନୀର ସିଞ୍ଚିଲେ ତାର ଉପରପୁଣି ତପର ପ୍ରଭାବେ ମୂଷିକ କଲେ ।ଏହି ହେତୁରୁ ନୀଚର ଶ୍ରେଷ୍ଠ ପଦେ ଅଧିକାରନ ଦେଇ ଯେବେହେଁ ଦେବ ଆପଣେ ମରେ ।ଏଣୁ କାର୍ଯ୍ୟ ହେଲେ ସୁକର ।ଅତି ଲୋଭ ସକାଶରୁ ଏହା ନ କର ।୪୩।ପ୍ରଥମୁ ଉତ୍ତମ ମିନ ସୁଖରେ କଲା ଭୋଜନମଧ୍ୟେ ମଧ୍ୟମ ମତ୍ସ୍ୟକୁ ପଛେ ଜଘନ୍ୟ ।କ୍ରମେ ସମସ୍ତଙ୍କୁ ଖାଇ ଅତିଶୟ ଲୋଭ ପାଇସବୁ ପଛେ କଙ୍କଡ଼ାକୁ ଧରି ବଦନ ।ବକ ନେଇ ଥୋଇଲା କ୍ଷଣି ।କର୍କଟ ହସ୍ତରେ ବକ ତୋଟିକି ହାଣି ।୪୪।ଚିତ୍ରବର୍ଣ୍ଣ କହେ ପୁଣି କହ ହେ ଏକଥା ଶୁଣିଗୃଧ୍ର କହେ ମାଳବ ଦେଶେ ସର ଅଛି ।ପଦ୍ମଗର୍ଭ ନାମ ତାର ବହୁତ ମତ୍ସ୍ୟଙ୍କ ଘରତହିଁ ଏକ ବୃଦ୍ଧ ବକ ବାସ କରିଛି ।ସବୁ ଦିନେ ସାମର୍ଥ୍ୟ ହୀନ ।ହୋଇ ଥାଇ ସେହି ବକ ଦୀନ ବଦନ ।୪୫।କେହି କୁଳିର ତା ଦେଖି ପଚାରଇ ଦୂରୁ ଏ କିତୁମ୍ଭେ କିପାଁଇ ଦୁଃଖିତ ଚିତ୍ତ ହୋଇଛ ।ବକ କହେ ଏହି ମୀନ ମାନେ ମୋ ଜୀବନ ଧନତାଙ୍କୁ କୈବର୍ତ୍ତ ମାରିବ କି ପଚାରୁଛ ।ଏମନ୍ତ ଶୁଣିଣ ନଗରେ ।ଜାଣିଲି ମରିବି ନିଷ୍ଠା କିବା ଆହାରେ ।୪୬।ଏହା ଶୁଣି ସର୍ବ ମୀନ ବିଚାରିଲେ ଏକ ମନବର୍ତ୍ତମାନ ଉପକାରୀ ବକ ଆମ୍ଭର ।ଏହି ହେତୁରୁ ବିଚାରି ଯେ ସୁମିତ୍ର ଉପକାରୀଅପକାରୀ ଯେ ସେ ଶତ୍ରୁ କର ବିଚାର ।ଏହା ସଙ୍ଗେ ସନ୍ଧି କରିବା ।ମିତ୍ର ଅପକାରୀ ହେଲେ ତାକୁ ଛାଡ଼ିବା ।୪୭।ମତ୍ସ୍ୟମାନେ ବକ ଆଗ କହନ୍ତି ହୋଇ ସରାଗକିରୂପେ ଆମ୍ଭମାନଙ୍କ ରକ୍ଷା ହୋଇବ ।ବକ ବୋଲେ କି ବିଚାର ଅଛି ବହୁ ଜଳାଧାରତହିଁକି ତୁମ୍ଭର ମନ ଯିବାକୁ ଥିବ ।ମୁହିଁ ଏକା ନେବି ତୁମ୍ଭଙ୍କୁ ।ତୁମ୍ଭେ କିଛି ଶଙ୍କା ନ କରିବ ଆମ୍ଭଙ୍କୁ ।୪୮।ମତ୍ସ୍ୟମାନେ ମରଣରେ ଭୟ କରିଣ ସତ୍ୱରେହେଉ ଏହିରୂପ ବୋଲି ସ୍ୱୀକାର କଲେ ।ଏଥୁଅନ୍ତେ ଦୁଷ୍ଟ ବକ ନେଇ ମତ୍ସ୍ୟ ଏକ ଏକଭୂତଳେ ବସି ମାରନ୍ତେ ସମସ୍ତେ ମଲେ ।ଏଥୁଅନ୍ତେ ସେ କର୍କଟକ ।ମତେ ସେଠାବକୁ ଘେନି ଯାଅ ହେ ବକ ।୪୯।ଏହା ଶୁଣି ଦୁଷ୍ଟ ବକ କୁଳୀର ମାଂସେ ଉତ୍ସୁକବହୁତ ଦୂର ତାହାକୁ ଘେନିଣ ଗଲା ।ମାରିବା ନିମିତ୍ତେ ତଳେ ଧରିଲା ସେ ଯେତେବେଳେକର୍କଟ ଭୂତଳେ ଅସ୍ଥିକୀର୍ଣ୍ଣ ଦେଖିଲା ।ଦେଖି ତାହା ମନେ ବିଚାରି ।ହା ମୋର ଅଭାଗ୍ୟ ନିଷ୍କାରଣେ ମୁଁ ମଲି ।୫୦।ହଉ ଭଲ ବର୍ତ୍ତମାନ କାଳରେ ଉଚିତ ଜାଣଭୟ ନ ଆସିଲାବେଳେ ଭୟ କରିବ ।ଯେତେବେଳେ ହେଲା ଭୟ ତେତେବେଳରେ ନିର୍ଭୟହୋଇ ପ୍ରହାର କରିବ ମଲେ ମରିବ ।ଏହିହେତୁ ନିର୍ଭୟ ହୋଇ ।ବେକ କାଟି ଦେଲେ ନିଷ୍ଠା ମରିବ ଏହି ।୫୧।ଯେତେବେଳେ ଶତ୍ରୁ ଆସି ଶସ୍ତ୍ର ଧରି ଆଗେ ମିଶିନିର୍ଭୟ ହୋଇ ତା ସଙ୍ଗେ ଯୁଦ୍ଧ କରିବ ।ଯୁଦ୍ଧ କରି ତାକୁ ମାରି ସେ ଅବା ଏହାକୁ ମାରିଉଭୟଥା ରିପୁ, ସଙ୍ଗେ ମରି ଶୋଇବ ।ଏ ବିଚାରେ ସେ କର୍କଟକ ।ଆପଣା ହସ୍ତରେ ଛିଣ୍ଡାଇଲା ତା ବେକ ।୫୨।ଅତି ଲୋଭକୁ ନ କରି କଲେ ବକ ପ୍ରାୟ ମରିଏଥୁଅନ୍ତେ ଚିତ୍ରବର୍ଣ୍ଣ ରାଜା କହଇ ।ମେଘବର୍ଣ୍ଣ ରାଜା ହୋଇ କର୍ପୂର ଦ୍ୱୀପରେ ଥାଇଯାତେ ଭଲ ଦ୍ରବ୍ୟ ଦେବ ଆମ୍ଭଙ୍କୁ ନେଇ ।ତେଣୁ ଆମ୍ଭେ ବିନ୍ଧ୍ୟାଚଳରେ ।ମହା ସୁଖରେ ରହିବା ଆମ୍ଭ ନଗ୍ରରେ ।୫୩।ଗୃଧ୍ର ଶୁଣି ହସି କହେ ଦେବ ଏ ଉଚିତ ନୋହେଅନାଗତ କାର୍ଯ୍ୟ ଶୁଣି ଯେ ହୃଷ୍ଟ ହୋଇ ।ହାଣ୍ଡି ଭାଜିଲା ବ୍ରାହ୍ମଣ ପରାଏ ସେ ଜନ ଜାଣବହୁ ପରାଭବ ପାଇ ପଳାଇ ଯାଇ ।ରାଜା ପଚାରନ୍ତି ଗୃଧ୍ରକୁ ।ଗୃଧ୍ର କହୁଅଛି ପୁଣି ମହାରାଜଙ୍କୁ ।୫୪।ଦେବୀକୋଟ ନଗରରେ ଦେବଶର୍ମା ସେ ନାମରେବ୍ରାହ୍ମଣ ସଂକ୍ରାନ୍ତିକାଳେ ଛତୁଆ ସରା ।ଦାନ ଘେନି ଯାଉଥିଲା ସନ୍ଧ୍ୟାକାଳ ଯହୁଁ ହେଲାକୁମ୍ଭକାର ଭାଣ୍ଡ ଘରେ ଯାଇଁ ଶୋଇଲା ।କଲା ସେ ବହୁତ ବିଚାର ।ଶୁଣ ତୁମ୍ଭେ କହିବା ବିଚାର ପ୍ରକାର ।୫୫।ଏ ଯେ ଛତୁଆ ସରାକୁ ବିକିବି ଯାହା ତାହାକୁଯେବେ ଦଶ କଡ଼ା କୌଡ଼ୀ ପାଇବ ମୁହିଁ ।ତେବେ ସେ କୌଡ଼ୀକି ଆଣି ଘଟ ଶରାବକୁ କିଣିପୁଣି ତାକୁ ବିକି ଲଭ୍ୟ ଧନ ବଢ଼ାଇ ।ପୁଣି କିଣି ଯୁଗ ବସ୍ତ୍ରକୁ ।ତାକୁ ବିକି ପାଇବି ମୁଁ ବହୁ ଧନକୁ ।୫୬।ଲକ୍ଷ ସଂଖ୍ୟା ପାଇ ଧନ ଚତୁଷ୍ଟୟ କନ୍ୟା ପୁଣବିବାହ ହୋଇବି ମୁହିଁ ଧନକୁ ଦେବି ।ସେ କନ୍ୟା ଭିତରେ ପୁଣ ସେହିରୂପ ଯଉବନଯୁକ୍ତ ହୋଇଥିବ ତାରେ ସ୍ନେହ କରିବି ।ଏଥୁଅନ୍ତେ ସପତ୍ନୀ ଜନେ ।ଯେବେ ପରସ୍ପରେ କଳି କରିବେ ମାନେ ।୫୭।ଏଥୁଅନ୍ତେ କ୍ରୋଧ ହୋଇ ଦଣ୍ଡେ ତାଙ୍କୁ ପିଟିବଇଁଏହିରୂପେ ବୋଲି ଦଣ୍ଡ ଫୋପଡ଼ାଇଲା ।ବାଜିଲା ଭାଣ୍ଡରେ ଦଣ୍ଡ ହୋଇଗଲା ଖଣ୍ଡ ଖଣ୍ଡଛତୁଆ ଶରାବ ମଧ୍ୟେ ଚୂର୍ଣ୍ଣ ହୋଇଲା ।ଭାଣ୍ଡ ଧ୍ୱନି ଶୁଣି କୁମ୍ଭାର ।ବ୍ରାହ୍ମଣକୁ ମଣ୍ଡପରୁ କଲା ବାହାର ।୫୮।ଏହି ହେତୁରୁ କହିଲି ଅନାଗତ ଚିନ୍ତା କରିବ୍ରାହ୍ମଣ ପରାଏ ପରାଭବ ନ ପାଅ ।ଏଥୁଅନ୍ତେ ଏକାନ୍ତରେ ରାଜା ପଚାରେ ସତ୍ୱରେହେ ତାତ ଯାହା କରିବା ତା ଶିକ୍ଷା ଦିଅ ।ଶୁଣି ଗୃଧ୍ର କହେ ବଚନ ।ତାହା କହୁଅଛି ମୁହିଁ ଶୁଣ ରାଜନ ।୫୯।ମଦୋଦ୍ଧତ ଯେ ନୃପତି ଅତି ମତ୍ତ ଯେଉଁ ଦନ୍ତୀଅମାର୍ଗ ପ୍ରବୃତ୍ତ ଯେହୁ ଜନ ହୁଅଇ ।ଏମାନଙ୍କୁ ଉପଦେଶ ଦେଖାଇ କାର୍ଯ୍ୟ ଅଶେଷକରନ୍ତି ଯେ ତାହାଙ୍କର ନିନ୍ଦା ହୁଅଇ ।ଆହେ ଦେବ କହୁଛି ଶୁଣ ।ଆମ୍ଭେ ଯାହା କଲେଇଁ ଏ ଦୁର୍ଗ ଭଞ୍ଜନ ।୬୦।ବଳ ଦର୍ପରୁ ଏ ହେଲା କେ ବା ଉପାୟରେ କଲାରାଜା ବୋଲେ ତୁମ୍ଭ ଉପାୟରେ ହୋଇଲା ।ଗୃଧ୍ର ବୋଲେ ମୋ ବଚନ ଯେବେ ହୋଇଲା ପ୍ରମାଣବର୍ତ୍ତମାନ ସ୍ୱଦେଶକୁ ଚଳତ ଭଲା ।ନିକଟରେ ବରଷା କାଳ ।ହେବ ଏହି କାରଣରୁ ସତ୍ୱରେ ଚଳ ।୬୧।ଯେବେ ଏ କଥା ନ କର ତେବେ ଆସି ବର୍ଷାକାଳପ୍ରବେଶ ହୋଇଲେ ତୁଲ୍ୟ ବଳେ ବଇର ।ଯେବେ ହେବ ପରବେଶ ଆମ୍ଭର ନିଶ୍ଚେଁ ସ୍ୱଦେଶଗମନ ଦୁର୍ଲ୍ଲଭ ହେବ ଜାଣ ହେ ବୀର ।ଏହେତୁରୁ ଯେ ବର୍ତ୍ତମାନ ।ସୁଖ ଭୋଗ ନିମିତ୍ତରେ କର ସନ୍ଧାନ ।୬୨।ଦୁର୍ଗ ଭଙ୍ଗର ଯେ ଯଶ ପାଇଲ ତୁମ୍ଭେ ଅବଶ୍ୟମୋହର ସମ୍ମତ ଏହି ଜାଣ ରାଜନ ।ଯେ ଧର୍ମ ଆଶ୍ରୟ କରି ସ୍ୱାମୀ ପ୍ରିୟା ପ୍ରିୟ ଛାଡ଼ିହିତ ଅପ୍ରିୟ କହଇ ସେ ମନ୍ତ୍ରୀ ଜାଣ ।ସେ ମନ୍ତ୍ରୀରେ ସହାୟବନ୍ତ ।ରାଜା ହୋଇଣ ସାଧଇ କାର୍ଯ୍ୟ ବହୁତ ।୬୩।ସମଲୋକ ସଙ୍ଗେ ସନ୍ଧି କରିବ ବିଚାର ବାନ୍ଧିଯେଉଁ ହେତୁ ଯୁଦ୍ଧ କଲେ ଜୟ ସନ୍ଦେହ ।ଯେଣୁ ସୁନ୍ଦ ଉପସୁନ୍ଦ ତୁଳ୍ପବଳ କରି ଦ୍ୱନ୍ଦଦୁହେଁ ଏକାବେଳେ ଯୁଦ୍ଧେ ଛାଡ଼ିଲେ ଦେହ ।ଏଣୁ ତୁଳ୍ପ ବଳରେ ଯୁଦ୍ଧ ।କଲେ ବିଜୟ ସନ୍ଦେହ ଶାସ୍ତ୍ର ନିଷେଧ ।୬୪।ଯେବେ ରାଜା ଯୁଦ୍ଧ କରେ ତୁଳ୍ପ ବଳର ସଙ୍ଗରେତେବେ ମିତ୍ର ବଳ ରାଜା କୀର୍ତ୍ତି ସ୍ୱଦେହ ।ହୁଅଇ ନୁହଇ ଅବା ଏହି ହେତୁରୁ କେ ଅବାପଣ୍ଡିତ କରିବ ଯୁଦ୍ଧ କରି ସନ୍ଦେହ ।ସେହିଠାରେ ସନ୍ଧି କି କରି ।ଯେବେ ନ କରିବ ତେବେ ଆପଣେ ମରି ।୬୫।ରାଜା କହଇ ଗୃଧ୍ରକୁ ତୁମ୍ଭେ ପୂର୍ବରୁ ଆମ୍ଭଙ୍କୁଏହି କଥା ଉପଦେଶ କିପାଁ ନ କଲ ।ମନ୍ତ୍ରୀ କହେ ମୋ ବଚନ ତୁମ୍ଭେ ନ କଲ ରାଜନଆଦ୍ୟ ପ୍ରାନ୍ତ ନ ରହିଲା ମନେ ତୁମ୍ଭର ।ଏବେ ରଖ ଆମ୍ଭ ସମ୍ମତ୍ତି ।ବିଗ୍ରହାରମ୍ଭ ନ କରି ରଖତ କୀର୍ତ୍ତି ।୬୬।ହିରଣ୍ୟଗର୍ଭ ରାଜନ ସନ୍ଧିକି ଯୋଗ୍ୟ ଏ ଜାଣକଦାଚିତ ବିଗ୍ରହକୁ ଯୋଗ୍ୟ ନୁହଇ ।ସତ୍ୟବନ୍ତ ଆର୍ଯ୍ୟ ଧର୍ମ ବନ୍ତ ଯେ ଅନାର୍ଯ୍ୟ କର୍ମଭ୍ରାତୃ ସଂଘାତୀ ଯେ ବଳୀ ଯୁଦ୍ଧ ବିଜୟୀ ।ଏ ଯେ ସାତ ରାଜନ୍ୟଗଣ ।ଏହାଙ୍କ ସଙ୍ଗରେ ପ୍ରୀତି କରିବ ଜାଣ ।୬୭।ଯେ ସତ୍ୟବନ୍ତ ରାଜନ ସେ ସତ୍ୟକୁ ରଖେ ଜାଣତା ସଙ୍ଗେ ସନ୍ଧିକି କଲେ ବିକୃତ ନୋହି ।ପ୍ରାଣ ବାଧା ହେଲେ ଆର୍ଯ୍ୟ କେବେହେଁ ନୋହେ ଅନାର୍ଯ୍ୟଧାର୍ମିକ ସଙ୍ଗରେ କଳି ନ କରେ କେହି ।ଧର୍ମୀ ପ୍ରଜାନୁରାଗବନ୍ତ ।ଏହିହେତୁ ଧର୍ମବନ୍ତ ନୋହେ ବିହତ ।୬୮।ବିନାଶ ଯେଉଁ କାଳରେ ଉପସ୍ଥିତ ହୋଏ ତାଳେଦୁଷ୍ଟ ସଙ୍ଗତରେ ପ୍ରୀତି ସେକାଳେ କରି ।ତାକୁ ନ କରି ଆଶ୍ରୟ ନାହିଁ ଯେ ଅନ୍ୟ ଉପାୟଅସମୟ ଦିନ ନେଇ ତାକୁ ଆଦରି ।ତାର ସଙ୍ଗେ ସନ୍ଧି ନ କଲେ ।ମାରେ ସେ ବିପତ୍ତି ଦେଖି ଅସମୟରେ ।୬୯।ଯେଉଁ ରାଜା ବହୁ ଭ୍ରାତ ବଳରେ ହୋଏ ସଙ୍ଗତତାହାକୁ କେ ନ ପାରଇ ଶୁଣ ରାଜନ ।ଯେରୂପରେ ବେଣୁସଂଘ ସେ ଯେବେ କଣ୍ଟକ ସଙ୍ଗଥାଇ ତେବେ ତାହାକୁ କାଟିବ କେ ଜନ ।ବଳୀ ସଙ୍ଗେ ନ ଯୁଝେ କେହି ।ପବନକୁ ପେଲି କି ସେ ଜୀମୂତ ଯାଇ ।୭୦।ସବୁକାଳେ ସବୁଠାରେ ଜନ ଅନେକ ଯୁଦ୍ଧରେବିଜୟୀ ଯେ ଜନ ତାରେ ଯୁଦ୍ଧ ନ କରେ ।ଦେଖ ତୁ ପରଶୁରାମ ସଙ୍ଗେ ଯେ କରେ ସଂଗ୍ରାମସେ ହାରି ପଳାଇ ଯାଇ ବଳ ସଙ୍ଗରେ ।ଏଣୁ ବହୁ ଯୁଦ୍ଧ ବିଜୟୀ ।ସଙ୍ଗତରେ ପ୍ରୀତି କଲେ ଶତ୍ରୁ ଜିଣଇ ।୭୧।ତହିଁର ବହୁତ ଗୁଣ ଯୂତ ଏ ହଂସ ରାଜନଶୁଣି ଚକ୍ରବାକ କହେ ସବୁ ଜାଣିଲି ।ବକ କହୁଅଛି ଦେବ ଯାଉଛି ଆଜ୍ଞା ହୋଇବସେଠାର ବୃତ୍ତାନ୍ତ ଜାଣି ଆସିବି ଚାଲି ।ଏଥୁଅନ୍ତେ ହିରଣ୍ୟଗର୍ଭ ।ଚକ୍ରବାକକୁ ପଚାରେ କହ ତୁ ସର୍ବ ।୭୨।ପ୍ରୀତିକି ଅଯୋଗ୍ୟ କେତେ ରାଜା କହ ମନ୍ତ୍ରୀ ମୋତେଜାଣିବାକୁ ମୋର ଇଚ୍ଛା ମନ୍ତ୍ରୀ କହଇ ।ଦେବ ଶୁଣ ବାଳ ବୃଦ୍ଧ ଦୀର୍ଘ ରୋଗରେ ଯେ ବିଦ୍ଧଯେହୁ ଜ୍ଞାତି ବହିଷ୍କୃତ ଭୀରୁ ନ ହୋଇ ।ଯେ ଭୟାଳୁ ସଙ୍ଗତ ହୋଇ ।ଯେ ଲୋଭୀ ଯାହାର ଭୃତ୍ୟ ଲୁବ୍ଧ ହୁଅଇ ।୭୩।ବିରକ୍ତ ଯାର ପ୍ରକୃତି ବିଷୟରେ ଅତ୍ୟାସକ୍ତିଯେ ଅନବସ୍ଥିତ ଚିତ୍ତ ଦେବ ବ୍ରାହ୍ମଣ ।ଯେ ନିନ୍ଦା କରଇ ଦୈବ ଯାହା ସେ କରିବ ହେବଏମନ୍ତ ବୋଲଇ ଯେହୁ ଦୈବ ଚିନ୍ତନ ।ଦୁର୍ଭିକ୍ଷ ବ୍ୟସନରେ ଯୁକ୍ତ ।ବଳବ୍ୟସନ ସଂଯୁତ ଯେ ଅଦେଶସ୍ଥ ।୭୪।ବହୁତ ରିପୁ ଯାହାର ଅକାଳେ ସୈନ୍ୟ ବାହାରଯେ ସତ୍ୟ ଧର୍ମର ହିତ ଏତେ ମନୁଜ ।ବିଂଶତି ପ୍ରମାଣ ଏହି ଏତେଠାରେ ସନ୍ଧି ନୋହିକେବଳ ବିଗ୍ରହ ଯୋଗ୍ୟ ସନ୍ଧିରେ ତ୍ୟାଜ୍ୟ ।ଏତେଠାରେ ବିଗ୍ରହ କଲେ ।ଶତ୍ରୁର ବଶକୁ ଯାନ୍ତି ଅତି ବେଗରେ ।୭୫।ବାଳକ ଅଳ୍ପ ପ୍ରଭାବ ତେଣୁ ତା ପାଇଁ ଆହବକେହି ନ କରଇ ଯୁଦ୍ଧ ଅଯୁଦ୍ଧ ଫଳ ।ଜାଣି ନ ପାରେ ବାଳକ ତେଣୁ ତାର କେହି ଲୋକନୁହନ୍ତି ବୃଦ୍ଧ ଯେ ରୋଗୀ ଅତି ଦୁର୍ବଳ ।ଉତ୍ସାହ ଶକ୍ତିରେ ସେ ହୀନ ।ହେଲାରୁ ପ୍ରାଭବ କରେ ସମସ୍ତ ଜନ ।୭୬।ଜ୍ଞାତି ଯାକୁ ନ ଘେନନ୍ତି ସମସ୍ତେ ତାକୁ ମାରନ୍ତିଜ୍ଞାତିମାନଙ୍କୁ ଘେନିଣ ଭୀରୁ ଯୁଦ୍ଧରେ ।କାଣ୍ଡ ଖଣ୍ଡା ଗୁଳି ଦେଖି ପଳାଇ ଯୁଦ୍ଧ ଉପେକ୍ଷିବୀର ହେଲେ ଅବୀରକୁ ଘେନି ସଙ୍ଗରେ ।ଯେବେ ଯୁଦ୍ଧ କରଇ ସେହି ।ଅବୀର ପୁରୁଷ ଘେନି ମରା ପଡ଼ଇ ।୭୭।ଲୋଭୀଜନ ନ ଦିଅଇ ନ ଦେଲା ହେତୁରୁ କେହିତା ପାଇଁ ମନ ନ ଦେଇ ପଳାଇ ଯାଇ ।ବିପକ୍ଷ ଜୟ କରଇ ସବୁ ଧନ ତାର ନେଇଆପଣା ଭଣ୍ଡାରେ ପୁଣି ନେଇ ରଖଇ ।ସେହି ଲୋକ ପୁଣି ଏହାକୁ ।ମାରଇ ସେ ଧନ କି ନ କରେ କାହାକୁ ।୭୮।ଯେ ବିରକତ ମଣ୍ଡଳ ଛାଡ଼ନ୍ତି ତାକୁ ମଣ୍ଡଳବିଷୟେ ଯେ ଅତ୍ୟାସକ୍ତ ସେ ସୁଖ ସାଧ୍ୟ ।ଯେ ଅନବସ୍ଥିତ ଚିତ୍ତ ମନ୍ତ୍ରିମାନେ ତାକୁ ବ୍ୟସ୍ତକରନ୍ତି ସର୍ବ ଲୋକର ହୋଏ ବିରୋଧ ।ଯେ ଦେବ ବ୍ରାହ୍ମଣ ନିନ୍ଦଇ ।ସବୁକାଳେ ଅଧର୍ମରୁ ସେ ନାଶ ଯାଇ ।୭୯।ଯେଉଁ ନର ଅଦେଶସ୍ଥ ତାକୁ କ୍ଷୁଦ୍ର ରିପୁ ହତକରେ ଦେଖ କ୍ଷୁଦ୍ର ନକ୍ର ହାତିକି ଜଳେ ।ହୁଅଇ ଯେ ବହୁ ଦ୍ୱିଷ ପାଇ ସେ ବହୁ ସଂତ୍ରାସଶ୍ୱେନ ମଧ୍ୟେ କପୋତ ପରାଏ ସେ ଚଳେ ।ଯେଉଁ ମାର୍ଗେ ସେ ମାର୍ଗେ ଯାଇ ।ମାରଇ ତାକୁ ସେ ଏଥି ସନ୍ଦେହ ନାହିଁ ।୮୦।ଅକାଳେ ଘେନି ସୈନ୍ୟଙ୍କୁ କରଇ ଯେ ଯୁଦ୍ଧ ତାକୁକାଳ ଯୋଧୀ କାଳ ହେଲେ କରଇ ହତ ।ଯେହ୍ନେ ରାତିରେ କୌଶିକ ସେ ମାରଇ ବହୁ କାକଦିବସରେ କାକ କରେ ଉଲୁକ ଅସ୍ତ ।ଯାର ସତ୍ୟ ଧର୍ମ ନ ଥାଇ ।ତା ସଙ୍ଗେ ସନ୍ଧିକି କଲେ ଭଲ ନୁହଇ ।୮୧।ଆଉ କହୁଅଛି ଶୁଣ ସନ୍ଧି ବିଗ୍ରହ ଆସନଯାନ ସଂଶ୍ରୟ ଯେ ଦ୍ୱୈଧୀଭାବ ଷଡ୍ଗୁଣ ।କର୍ମ ଆରମ୍ଭ ଉପାୟ ପୁରୁଷ ଦ୍ରବ୍ୟ ସହାୟଦେଶ କାଳ ବିଭାଗ ଏ ତିନିଙ୍କି ଜାଣ ।ବିପତ୍ତିର ଯେ ପ୍ରତିକାର ।କାର୍ଯ୍ୟ ସିଦ୍ଧି ମିଶି ଏ ପାଞ୍ଚାଙ୍ଗ ବିଚାର ।୮୨।ସାମ ଭେଦ ଦଣ୍ଡ ଦାନ ଚାରି ଉପାୟ ଏ ଜାଣଉତ୍ସାହ ଶକତି ମନ୍ତ୍ର ଶକତି ଦୁଇ ।ପ୍ରଭୁ ଶକତିକି ଘେନି ତିନି ଶକତି ଏ ଜାଣିଏହା ବିଚାରି ଜିଗୀଷୁ ବଡ଼ ହୁଅଇ ।ଯେଣୁ ନୀତି ବେଦୀ ଯେ ଜନ ।ଚଞ୍ଚଳା ଲକ୍ଷ୍ମୀ ନ ଛାଡ଼େ ତାର ସଦନ ।୮୩।ଯାହାର ହୁଅଇ ଚିତ୍ତ ସର୍ବଦା ସମ ବିଭକ୍ତଚାର ଗୁପ୍ତ ମନ୍ତ୍ର ଗୁପ୍ତ ପ୍ରିୟ ବଚନ ।ଯେ ପ୍ରାଣୀମାନଙ୍କଠାରେ ନ କହେ ଅପ୍ରିୟ ବାରେସେ ସିନ୍ଧୁ ପର୍ଯ୍ୟନ୍ତ ପୃଥ୍ୱୀ ପାଳେ ରାଜନ ।ଯେବେ ଗୃଧ୍ର ମହା ଶଚୀବ ।ସନ୍ଧି ଶିକ୍ଷା ଦେଲେ କି ସେ ତା ନ କରିବ ।୮୪।ବର୍ତ୍ତମାନ ହେଲା ଜୟ ହେବାରୁ ଦର୍ପ ଉଦୟହୋଇଛି ତାଙ୍କର ତେଣୁ ଏହା ନ ମାନ ।ଏରୂପେ କହୁଛି କର ସିଂହଳଦ୍ୱୀପକୁ ଚାରପେଶି ସେ ସିଂହଳଦ୍ୱୀପ ରାଜାକୁ ଆଣ ।ସେ ସାରସ ଜମ୍ୱୁଦ୍ୱୀପକୁ ।ଯାଇ ଜାତ କରୁ ତାଙ୍କ ପଶ୍ଚାତ୍ତାପକୁ ।୮୫।ଦେବ ସୁଗୁପ୍ତ ବିଚାରି ସୁସଂହିତ ବଳ କରିଶତ୍ରୁ ପୁରକୁ ପେଶିବ ଯେରୂପେ ସେହି ।ହୋଇବ ବଡ଼ ସଂତପ୍ତ ତପ୍ତରେ ସଂହିତ ତପ୍ତଯେଣୁ ହୁଏ ଏହା କର କହୁଛି ମୁହିଁ ।ରାଜା ହେଉ ଏରୂପେ କହି ।ବିଚିତ୍ର ବକକୁ ଲେଖ ଦେଇ ଭେଜଇ ।୮୨।ସିଂହଳଦ୍ୱୀପରେ ଯାଇ ବକ ପ୍ରବେଶ ହୁଅଇମହାବଳ ନାମ ସାରସକୁ କହିଲା ।ଶୁଣି ସେ ସର୍ବ ବୃତ୍ତାନ୍ତ ସୈନ୍ୟ ଘେନିଣ ତୁରିତଯାଇ ମୟୂର ନଗରେ ପ୍ରବେଶ ହେଲା ।ପ୍ରବେଶ ହୋଇଣ ସେଠାରେ ।ବଳ ଘେନିଣ ରହିଲା ବେଢ଼ି ନଗରେ ।୮୭।ଏଥୁଅନ୍ତେ ଗୂଢଚର କହିଲା ରାଜା ଆଗରଶୁଣିମା ହେଉ ସେଠାରେ ଯେତେ ବୃତ୍ତାନ୍ତ ।ସେଠାରେ ଗୃଧ୍ର କହିଲା ଚିରକାଳ କାକ ଥିଲାହଂସ ନଗରେ ଏ ଜାଣେ ଯେତେ ଚରିତ ।କହ କାକ ନିର୍ଭୟ ହୋଇ ।ରାଜହଂସ ସନ୍ଧିକି ଯୋଗ୍ୟ କି ନୁହଇ ।୮୮।ସେ ସମୟେ ଚିତ୍ରବର୍ଣ୍ଣ ପଚାରଇ ମେଘବର୍ଣ୍ଣକିରୂପେ ହିରଣ୍ୟଗର୍ଭ ରାଜା ତା ମନ୍ତ୍ରୀ ।ମେଘବର୍ଣ୍ଣ କହେ ଶୁଣ ହିରଣ୍ୟଗର୍ଭ ରାଜନଯୁଧିଷ୍ଠିର ସମବାକ୍ୟ ସତ୍ୱ ସୁମତି ।ଚକ୍ରବାକ ସଦୃଶ ମନ୍ତ୍ରୀ ।ବିଚାରରେ କେଉଁଠାରେ ଅନ୍ୟ ନାହାନ୍ତି ।୮୯।ଶୁଣି ରାଜା ପୁଣି କହି ଯେବେ ଏରୂପରେ ସେହିକିରୂପରେ ତୁ ତାହାକୁ ବଟିଲୁ କହ ।ମେଘବର୍ଣ୍ଣ କହେ ଶୁଣ ବିଶ୍ୱାସ ଯେ କରେ ଜନ ।ତାକୁ ବଟିଲେ କି ସେହୁ ଆଶ୍ଚର୍ଯ୍ୟ ବହ ।ଶୋଇଲା ଲୋକକୁ କୋଡ଼ରେ ।ବସି ମାରଇ ଯେ ଲୋକ କି ଯଶ ତାରେ ।୯୦।ଶୁଣ ଦେବ ସେହି ଚକ୍ର- ବାକ ମତେ ଦେଖି ବକ୍ର-ଚରିତ ଏ ଜାଣି ନୃପ ଆଗେ କହିଲା ।ଏହାକୁ ଯେବେ ରଖିବ ଅବଶ୍ୟ ଏ ଦଗା ଦେବଶୁଣି ଦଲିଅର ରାଜା ନାହିଁ ତା କଲା ।ତେଣୁ ମୁହିଁ ତାକୁ ବଟିଲି ।ଘର ପୋଡ଼ି ଦେଇ ତାର ବେଗେ ଅଇଲି ।୯୧।ମୋର ପ୍ରାୟ ଏହି ଜନ କହଇ ସତ୍ୟ ବଚନଏହା ମଣି ଯେ ଜନ ଦୁର୍ଜନ ବଚନ ।ଶୁଣି ବିଶ୍ୱାସ କରଇ ସେହି ତାକୁ ଯେ ବଟଇଦେଖ ନେଉଥିଲା ଛାଗ ଏକ ବ୍ରାହ୍ମଣ ।ବାଟେ ତାକୁ ଧୂର୍ତ୍ତ ଦେଖିଲା ।ଛାଗ ନୋହେ କୁକ୍କୁର ଏ ବୋଲି ବଟିଲା ।୯୨।ରାଜା କହ ବୋଲେ ଶୁଣି କହଇ କାକ ତା ପୁଣିଗୌତମ ଅରଣ୍ୟ ଏକ ବ୍ରାହ୍ମଣ ଥିଲା ।ସେ ଯାଗ କରିବା ପାଇଁ ଅପର ଗ୍ରାମକୁ ଯାଇଛାଗ କିଣି କନ୍ଧେ ଧରି ମାର୍ଗେ ଅଇଲା ।ତିନି ଧୂର୍ତ୍ତ ତାକୁ ଦେଖିଲେ ।ଗୋଟିଏ ଗୋଟିଏ ହୋଇ ମାର୍ଗେ ବସିଲେ ।୯୩।ଏକ ଧୂର୍ତ୍ତ ବ୍ରାହ୍ମଣକୁ ବୋଲେ ଏହି ବଚନକୁକିହେ ବ୍ରାହ୍ମଣ କାନ୍ଧେ କୁକ୍କୁର ନେଉଛ ।ବିପ୍ର କହେ ନୋହେ ଶ୍ୱାନ ଯଜ୍ଞ ଛାଗ ଏହି ଜାଣତୁମ୍ଭେ ଯାହା କହୁଅଛ ସେ କଥା ମିଛ ।ଏଥୁଅନ୍ତେ କୋଶକେ ଧୃର୍ତ୍ତ ।କହେ କୁକ୍କୁର ନେଉଛି ଏ କି ଉଚିତ ।୯୪।ଏହା ଶୁଣିଣ ବ୍ରାହ୍ମଣ ଛାଗକୁ ଥୋଇଣ ପୁଣଚାହିଁ ତାକୁ ପୁଣ ପୁଣ କନ୍ଧେ ଧଇଲା ।ଦୋଳାୟିତ ମତି ପୁଣ ହୋଇ ଚଳିଲା ବ୍ରାହ୍ମଣଯେଣୁ ଖଳ ବଚନରେ ଭୁଲଇ ମନ ।ତିନି ଜଣେ କଲା ବିଶ୍ୱାସ ।ଯେହ୍ନେ ଚିତ୍ରବର୍ଣ୍ଣ ଓଟ ଗଲା ସେ ନାଶ ।୯୫।ରାଜା ଶୁଣି ପଚାରଇ ପୁଣି ମେଘବର୍ଣ୍ଣ କହିକଉଣସି ଦିନେ ମଦୋତ୍କଟ ନାମରେ ।ସିଂହ ତାର ପରିଚାର କାକ ବ୍ୟାଘ୍ର ଯେ ଶୃଗାଳଏ ତିନି ବନେ ବୁଲିଲେ ଓଟ ଦେଖିଲେ ।କେ ତୁ କେଉଁଠାରୁ ଅଇଲୁ ।ଓଟ କହେ ସ୍ୱଚରିତ ଜାଣ କହିଲୁଁ ।୯୬।ତାହାକୁ ସମସ୍ତେ ନେଇ ସମର୍ପିଲେ ସିଂହଠାଇଁସେ ସିଂହ ଅଭୟ ଦେଇ କହେ ବଚନ ।ଆଜୁଁ ହେଲା ତୋର ପୁଣ ଚିତ୍ରବର୍ଣ୍ଣ ନାମ ଜାଣଏତେ ବୋଲି ତାଙ୍କ ସଙ୍ଗେ ଦେଲେ ରାଜନ ।ଏକ ଦିନେ ବୃଷ୍ଟି ହେତୁରୁ ।ଛଟପଟ ହେଲା ସିଂହ ନ ଖାଇବାରୁ ।୯୭।ସମସ୍ତେ ଆହାର ପାଇଁ ବୁଲି ନ ପାଇଲେ କାହିଁକାକ ଶୃଗାଳ ଶାର୍ଦ୍ଦୂଳ ବିଚାର କଲେ ।ଚିତ୍ରବର୍ଣ୍ଣକୁ ଯେରୂପେ ସ୍ୱାମୀ ମାରିବ ସେରୂପେକର କି ଅକାର୍ଯ୍ୟ ହେବ ଏ ଓଟ ମଲେ ।ବ୍ୟାଘ୍ର କହେ ଅଭୟ ଦେଇ ।ଯାହାକୁ ରଖିଛି ରାଜା କି କେ ମାରଇ ।୯୮।କାକ କହୁଅଛି ଶୁଣ ଆହାର ନ ପାଇ ପୁଣସ୍ୱାମୀ ବର୍ତ୍ତମାନ ପାପ ହେଲେ କରିବ ।ଯେବେ ଜନନୀ କ୍ଷୁଧାର୍ତ୍ତ ହୋଇ ତେବେ ଛାଡ଼େ ସୁତଭୂଜଗୀ କ୍ଷୁଧାର୍ତ୍ତ ହେଲେ ଡିମ୍ୱ ଖାଇବ ।କ୍ଷୁଧାରେ କି ପାପ ନ କରେ ।କ୍ଷୀଣ ହେଲେ ଅକରୁଣ ହୁଅନ୍ତି ନରେ ।୯୯।ଦୁଦୁରା ଖାଇ ଯେମନ୍ତ ଯେ ହୋଏ ଚଳିତ ଚିତ୍ତଯେ ଉନ୍ମାଦଗ୍ରସ୍ତ ହୋଏ ଯେହୁ କ୍ଷୁଧାର୍ତ୍ତ ।ଯେ କ୍ରୁଦ୍ଧ ଶ୍ରାନ୍ତ ଭୀରୁକ ଲୁବ୍ଧ ଯେ ସେ ତ୍ୱରାଯୁକ୍ତକାମୁକ ଏମାନେ ସବୁ ଅଧର୍ମବନ୍ତ ।ଏହିରୂପ ନିଶ୍ଚୟ କଲେ ।ସିଂହ ସମୀପକୁ ସେହି ସମସ୍ତେ ଗଲେ ।୧୦୦।ସିଂହ ପଚାରଇ କିଛି ଆହାର ଆଜି ମିଳିଛିକାକ ବୋଲେ କିଛି ନ ପାଇଲୁଁ ରାଜନ ।ସିଂହ କହେ କି କରିବା କିରୂପେ ପ୍ରାଣ ରଖିବାକାକ କହଇ ଆହାର ଅଛି ସ୍ୱାଧୀନ ।ତା ଛାଡ଼ିଲେ ବିନାଶ ଜାଣ ।ସିଂହ ବୋଲେ କି ଆହାର ଅଛି ନିଘନ ।୧୦୧।କାକ କହେ ଚିତ୍ରବର୍ଣ୍ଣ ଆହାର ଅଛି ସ୍ୱାଧୀନ ।ସିଂହ ଭୂଇଁ ଛୁଇଁ କର୍ଣ୍ଣ ଦୁହିଁକି ଛୁଇଁ ।ମୁହିଁ ଏହାକୁ ଅଭୟ ଦେଇ କରିଛି ନିର୍ଭୟସେ କଥା କିରୂପେ କରିବି ଯୁକ୍ତ ନୋହି ।ଗାଈ ମହୀ ସୁବର୍ଣ୍ଣ ଅନ୍ନ ।ସବୁ ଦାନରେ ଅଭୟଦାନ ପ୍ରଧାନ ।୧୦୨।ସର୍ବ କାମ ସମୃଦ୍ଧିରେ ଯେ ସେ ଅଶ୍ୱମେଧ କରେତହିଁର ଯେ ଫଳ ହୋଇ ସମଗ୍ର ହୋଇ ।ଯେ ଶରଣ ପଶିଥାଇ ତାହାକୁ ଯେ ରଖିଥାଇସେ ଫଳକୁ ଦାନ ସେହି ସ୍ୱର୍ଗକୁ ଯାଇ ।କାକ କହେ ତୁମ୍ଭେ ନ ମାର ।ଯେରୂପେ ସ୍ୱଦେହ ଦାନ କରେ ସ୍ୱୀକାର ।୧୦୩।ସେରୂପେ କରିବୁଁ ଆମ୍ଭେ ନାହିଁ ନ କରିବ ତୁମ୍ଭେସିଂହ ସେ ବଚନ ଶୁଣି ତୁନି ହୋଇଲା ।ଏଥୁଅନ୍ତେ ସେ ବାୟସ ପାଇଲା ଯେ ଅବକାଶକପଟରେ ସମସ୍ତଙ୍କୁ ଘେନି ଅଇଲା ।ଯାଇ ସିଂହ ସମୀପେ ହୋଇ ।କହେ ଦେବ ଆହାର ନ ପାଇଲି ମୁହିଁ ।୧୦୪।କରି ବହୁ ଉପବାସ ସ୍ୱାମୀ ହେଲ ମହାକୃଶସର୍ବ ପ୍ରକାରେ ମୋ ମାଂସ ଖାଅ ଗୋସାଇଁ ।ସ୍ୱାମୀ ଯେବେ ମରିଯାଇ ଅମାତ୍ପାଦି କି କରଇଗତାୟକୁ ଧନ୍ୱନ୍ତରୀ କିବା କରଇ ।ପ୍ରକୃତି ଯେ ସେ ସ୍ୱାମୀ ମୂଳ ।ମୂଳ ନ ଥିଲା ବୃକ୍ଷରେ ଯତ୍ନ ଅଫଳ ।୧୦୫।ସିଂହ ବୋଲେ ଜୀବନର ପରିତ୍ୟାଗ ହୋଏ ବରସେବକ ମାରି ଉଦର ପୂରଣ ହୀନ ।ଜମ୍ୱୁକ କହେ ସେରୂପେ ସିଂହ କହେ ସେହିରୂପେବ୍ୟାଘ୍ର କହେ ମୋ ଦେହରେ ରଖ ଜୀବନ ।ସିଂହ କହେ ଏ ଅନୁଚିତ ।ସେବକ ଖାଇ ରଖିବି ଯାହା ଜୀବିତ ।୧୦୬।ଓଟ ଏହା ଦେଖି କରି ମନରେ ବିଶ୍ୱାସ ଧରିସେରୂପେ ଆପଣା ଦେହ ସମର୍ପି ହେଲା ।ଏହାଠାରୁ ତାହା ଶୁଣି ବ୍ୟାଘ୍ର ଡେଇଁ ସେହିକ୍ଷଣିନଖରେ ଉଦର ଚିରି ତାକୁ ମାଇଲା ।ଖଳ ବଚନରେ ବିଶ୍ୱାସ ।ନ କରି ଯେବେ କରଇ ଅବଶ୍ୟ ନାଶ ।୧୦୭।ତୃତୀୟ କ୍ରୋଶରେ ସ୍ଥାନ କରିଥିଲା ଯେ ଦୁର୍ଜ୍ଜନବ୍ରାହ୍ମଣକୁ ଦେଖିଣ ସେ କହେ ବଚନ ।ଆହେ କିହେ ବିପ୍ରବର କାହିଁ ନେଉଛ କୁକ୍କୁରତାହା ଶୁଣି ସଂସଭ୍ରମ ହୋଇ ବ୍ରାହ୍ମଣ ।ସେହିଠାରେ ଛାଗ ଛାଡ଼ିଲା ।ନଦିରେ ସ୍ନାନକୁ କରି ଘରକୁ ଗଲା ।୧୦୮।ଧୂର୍ତ୍ତେ ସ୍ୱଗୃହକୁ ଯାଇ ଛାଗକୁ ଖାଇଲେ ନେଇଏହି ହେତୁରୁ କହିଲି ଆତ୍ମ ସମାନ ।ଯେହୁ ଜାଣଇ ପରକୁ ସେ ପାଏ ବଡ଼ ଦୁଃଖକୁଏଥୁଅନ୍ତେ ରାଜା କହେ ହେ ମେଘବର୍ଣ୍ଣତୁମ୍ଭେ ତ ଶତ୍ରୁଙ୍କ ମଧ୍ୟରେ ।ବହୁତ କାଳ ରହିଲ କି କିରୂପରେ ।୧୦୯।କାକ କହଇ ଭୋ ଦେବ ସ୍ୱାମୀ କାର୍ଯ୍ୟାର୍ଥୀ ଯେ ହେବଯେ ଆପଣା ପ୍ରୟୋଜନ କରି ବସଇ ।ସେଅବା କି କି ନ କରେ ଦେଖ ଲୋକ ସ୍ୱମୁଣ୍ଡରେହେ ରାଜନ ଦଗଧ କାଣ୍ଠକୁ ବହଇ ।ନଦି ବେଗ ବୃକ୍ଷ ମୂଳକୁ ।ଧୋଇ ଦେଲେହେଁ ଉପାଡ଼ି ପକାଏ ତାକୁ ।୧୧୦।ବୁଦ୍ଧିମନ୍ତ କାର୍ଯ୍ୟ ପାଇଁ କନ୍ଧରେ ଶତ୍ରୁକୁ ବହିଯେହ୍ନେ ବୃଦ୍ଧ ସର୍ପ ମୁଣ୍ଡେ ମଣ୍ଡୁକ ବହି ।ଯେତେ ରେକ ସରୋବରେ ଥିଲେ ତାହାଙ୍କୁ ସତ୍ୱରେଖାଇ ମଣ୍ଡୁକନାଥକୁ ଦେଲା ଚୋବାଇ ।ରାଜା କହେ କହ ଶୁଣିମା ।କାକ କହୁଅଛି ଶୁଣ ଦେବ ମଣିମା ।୧୧୧।ମଗଧ ଦେଶରେ କେହି ଜୀର୍ଣ୍ଣୋଦ୍ୟାନେ ସର୍ପ ଥାଇମନ୍ଦ ବିଷ ବୋଲିଣ ଯେ ନାମ ତାହାର ।ସେ ଅତି ବୃଦ୍ଧ ହେବାରେ ଆହାରକୁ ଖୋଜିବାରେଅସମର୍ଥ ହୋଇ ପଡ଼େ ସରର ତୀର ।ଦୂରୁ ତାକୁ ମଣ୍ଡୁକ ଦେଖି ।ପଚାରଇ ତୁମ୍ଭେ କିପା ହୋଇଛ ଦୁଃଖୀ ।୧୧୨।ସର୍ପ ବୋଲେ ମୁଁ ଗରିବ ମତେ ପଚାରି କି ହେବଯାଅ ବାବୁ ମୋର କର୍ମ ଭୁଞ୍ଜୁଛି ମୁହିଁ ।ଶୁଣି ସେ କଉତୁକରେ ପୁଣି ସର୍ପକୁ ପଚାରେକହ କହ ନ କହିଲେ ମୁହିଁ ନ ଯାଇ ।ସର୍ପ କହେ କହୁଛି ଶୁଣ ।ବ୍ରହ୍ମପୁରେ କୌଣ୍ଡିନ୍ୟ ନାମରେ ବ୍ରାହ୍ମଣ ।୧୧୩।ତାହାର ଏକ ତନୟି ଥିଲା ସେ ଅତି ବିନୟୀସର୍ବ ଗୁଣ ସମ୍ପୂର୍ଣ୍ଣ କୋଡ଼ିଏ ବରଷ ।ତାହାକୁ ଦୈବ ପ୍ରେରିତ ହୋଇ କଲି ଦନ୍ତ କ୍ଷତମରିଗଲା ସେହିକ୍ଷଣି ବ୍ରାହ୍ମଣ ଶିଷ୍ୟ ।ତାକୁ ଦେଖି ତାହାର ତାତ ।ଅତି ଶୋକେ ମହିତଳେ ହେଲା ପତିତ ।୧୧୪।ଏଥୁଅନ୍ତେ ଶୁଣି ସର୍ବ ବ୍ରହ୍ମପୁରର ବାନ୍ଧବଋଣ୍ଡ ହୋଇ ପ୍ରବେଶ ସେଠାରେ ହୋଇଲେ ।ଯେଣୁ ବ୍ୟସନେ ଉତ୍ସବେ ଦୁର୍ଭିକ୍ଷ ଶତ୍ରୁ ବିପ୍ଲବେରାଜଦ୍ୱାରେ ଶ୍ମଶାନରେ ଏତେ ସ୍ଥାନରେ ।ସହାୟ ଯେ ହୋଇ ବାନ୍ଧବ ।ତାଙ୍କୁ ଜାଣ କହିଛନ୍ତି ଦେବାଧିଦେବ ।୧୧୫।ତାହାଙ୍କ ମଧ୍ୟେ କୁଶଳ ସ୍ନାତକ ନାମେ କପିଳସେ କହିଲେ ରେ କୌଣ୍ଡିନ୍ୟ ତୁ ବଡ଼ ମୁର୍ଖ ।ବିଳାପ କରୁଛୁ ଯାହା ଶୁଣିବ କେ ଅବା ତାହାଶାସ୍ତ୍ର କହିଛି ସଂସାରେ ଅଛି କି ସୁଖ ।ଶୁଣ ତୁ କହିବା କ୍ରମରେ ।ଏହା ଶୁଣି ସ୍ଥିର କରି ରଖ ମନରେ ।୧୧୬।ଯେଣୁ ଏ ସଂସାରେ ଜନ ଜାତ ହୋଏ ଯେଉଁକ୍ଷଣସେହିକ୍ଷଣି ଅନିତ୍ୟତା ତାକୁ ଧରଇ ।ତଦନ୍ତରେ ଧାଇ ଧରେ ଧରେ ଜନନୀ ପଛରେଏଣୁ ଏ ଶୋକର କ୍ରମ କହି ନୁହଇ ।ସୈନ୍ୟବଳ ବାହନ ଘେନି ।ବାହିଗଲେ ରାଜାମାନେ ଏହା ନ ଜାଣି ।୧୧୭।ଏ ଯେଉଁ ଦେହ ଦିଶୁଛି ଏହିତ ନୁହଇ କିଛିଯେଉଁଠାରେ ସମ୍ପତ୍ତି ସେଠାରେ ବିପତ୍ତି ।ପୁତ୍ର ଭ୍ରାତୃ ଭାର୍ଯ୍ୟା ସଙ୍ଗ କ୍ଷଣକେ ହୋଏ ବିଭଙ୍ଗଜାତ ହେଲେ ସବୁ ଦ୍ରବ୍ୟ କେହି ନୁହନ୍ତି ।ସମସ୍ତଙ୍କୁ ଜାଣ ଅନିତ୍ୟ ।କେବଳ ପରମ ଆଣୁ ଅଟଇ ସତ୍ୟ ।୧୧୮।ପ୍ରତିକ୍ଷଣେ ଏହି କାୟ ଶୀର୍ଣ୍ଣ ହୁଅଇ ନିଶ୍ଚୟଏମନ୍ତ ହେଲେ ତା କେହି ନ ପାରେ ଜାଣି ।ଅପୋଡ଼ା ଭାଣ୍ଡ ଯେରୂପେ ପାଣି ଭିତରେ ସେରୂପେମିଳାଇ ଗଲେ ଜାଣନ୍ତି ସମସ୍ତ ପ୍ରାଣୀ ।କ୍ରମେ କ୍ରମେ ଶୀର୍ଣ୍ଣ ହୁଅଇ ।ଯେହ୍ନେ କଞ୍ଚା ମାଠିଆ ଜଳରେ ମିଳାଇ ।୧୧୯।ସଂସାରେ ଜନ୍ମ ଯାହାର ଦିନକୁଦିନ ତାହାରଅତି ନିକଟକୁ ଆସେ ମୃତ୍ୟୁ ପ୍ରମାଣ ।ଯେରୂପେ ମାରଣ ସ୍ଥାନ ମାରିବାକୁ ଯେଉଁଜନନେଇ ତାର ପଦେ ଥିବେ ସେରୂପେ ଜାଣ ।ଯଉବନ ରୂପ ଜୀବନ ।ଐଶ୍ୱର୍ଯ୍ୟ ଧନ ପିରତି ଅନିତ୍ୟ ଜାଣ ।୧୨୦।ଯେହ୍ନେ ଅବ୍ଧିରେ ସମେତ କାଷ୍ଠରେ କାଷ୍ଠ ସଙ୍ଗତହୋଇ ପୁଣି ବ୍ୟପଦ୍ଗତ ହୋଏ କାଳରେ ।ସେରୂପରେ ପୁତ୍ର ମିତ୍ର ଭ୍ରାତୃ ଦୁହିତୃ କଳତ୍ରସଙ୍ଗତ ହୁଅନ୍ତି ଅସଙ୍ଗତ ସଂସାରେ ।ଏହିହେତୁ ଯୋଗ ବିଯୋଗ ।ଜୀବ ଶରୀର ଦୁଇରେ ହୁଅଇ ଭୋଗ ।୧୨୧।ପୃଥିବୀ ଯେ ଜଳ ବାତ ଅଗ୍ନି ଶିଖା ଯେ ପଞ୍ଚଭୂତଏଥିରେ ନିର୍ମିତ ଦେହ ପଞ୍ଚତ୍ୱ ପାଇ ।ଯେ ଯେଉଁ ଯୋନିରୁ ଜାତ ପୁଣି ତାହାକୁ ପ୍ରାପତହେଲା ଯେବେ ଧୀର ଜନ ଶୋକ ନ ପାଇ ।ଯେତେ ମନେ ସଂକଳ୍ପ କରେ ।ତେତିକି ଶୋକ ଶଙ୍କୁ ତା ହୃଦ ବିଦାରେ ।୧୨୨।ଯେହି କେହି ଜନ ତାର କଉଣସି ଶରୀରରସମ୍ବନ୍ଧ ନିତ୍ୟ ନୁହଇ ଏହା ତୁ ଜାଣ ।ସ୍ୱକୀୟ ଶରୀରେ ଯାର ପ୍ରଭୁତ୍ୱ ନାହିଁ ତାହାରଅନ୍ୟ ବାହ୍ୟ ଲୋକେ ଅବା କି ପ୍ରଭୁପଣ ।ସଂଯୋଗ ଯେ ବିଯୋଗ କହେ ।ଯେରୂପେ ଜନ୍ମ ମରଣ ଆଗମ ହୁଏ ।୧୨୩।ଏ ଯେଉଁ ଦାରାଦି ଯୋଗ ହେବାରୁ ଯେ ହୋଏ ଭୋଗପ୍ରଥମରେ ସୁଖ କରି ଦେହୀ ମଣଇ ।ପ୍ରାନ୍ତରେ ଦୁଃଖ ଅନେକ ପାଇ କରଇ ସେ ଶୋକଯେରୂପେ ଅପଥ୍ୟ ଅନ୍ନ ପ୍ରଥମୁ ଖାଇ ।ସୁଖକରି ମଣଇ ଜନ ।ପ୍ରାନ୍ତରେ ରୋଗ ପୀଡ଼ାରେ କରେ ରୋଦନ ।୧୨୪।ସରିତମାନଙ୍କ ସ୍ରୋତ ଯେହ୍ନେ ଚାଲଇ ସନ୍ତାତସେ ପୁଣି ଲେଉଟି ଉପରକୁ ନ ଯାଇ ।ସେହିରୂପେ ସବୁକାଳ ରାତ୍ର ଦିବସ ଯୁଗଳମାନବମାନଙ୍କ ଆୟ ଘେନି ଚଳଇ ।ସାଧୁ ସଙ୍ଗରେ କିଛି ସୁଖ ।ପ୍ରାନ୍ତେ ବିଯୋଗ ହେତୁରୁ ସେ ବଡ ଦୁଃଖ ।୧୨୫।ଏହି ହେତୁରୁ ସଜ୍ଜନ ସଙ୍ଗ ନ ଇଚ୍ଛଇ ଜନଯେଉଁ ହେତୁ ତା ବିରହ ଖଡଗ ପ୍ରାୟେ ।ସେ ଅସିରେ ଛିଡ଼ି ମନ ପ୍ରତିକ୍ଷଣେ ଛନ ଛନହୋଇ କେବେ ସୁସ୍ଥ ନାହିଁ ସୁଖ ନ ପାଏ ।ଖଡ୍ଗେ ଛିଡ଼ିଥିଲେ, ଔଷଧ ।କରି ବରହ ଦୁଃଖକୁ ନାହିଁ ଔଷଧ ।୧୨୬।ସଗରାଦି ରାଜା ଥିଲେ ବହୁ ପୁଣ୍ୟ କରୁଥିଲେକର୍ମ ସହିତରେ ସେହିମାନେତ ଗଲେ ।ମନୁଷ୍ୟ ଯେ ବିଚକ୍ଷଣ ମୃତ୍ୟୁ ଉଗ୍ର ଦଣ୍ଡେ ମନଦେଇ ବିଚାରି ଏ ଯତ୍ନ ଦଣ୍ଡେ ନ କରେ ।ବିଚାରଇ ଏ ଚର୍ମ ପାଶ ।ବର୍ଷାକାଳେ ପାଣି ପଡ଼ି ହୁଅଇ ନାଶ ।୧୨୭।ପ୍ରଥମୁଁ ଯେଉଁ ରାତ୍ରରେ ଗର୍ଭରେ ନିବାସ କରେଜନ ସେ କାଳ ଆରମ୍ଭି ଅନିବାରିତ ।ହୋଇ ଯାଇ ମୃତ୍ୟୁ ମୁଖ ନାହିଁ କିଛି ଏଥି ସୁଖଅତିଶେ ହୋଇ ବିମୁଖ କହେ ଦ୍ୱିଜାତ ।ଏଥୁଅନ୍ତେ କେ ଶ୍ରେଷ୍ଠ ଜାଣ ।ଏ ଯେ ଶୋକ କରୁଅଛ ସବୁ ଅଜ୍ଞାନ ।୧୨୮।ବିଯୋଗ କାରଣ ହୋଇ ଅଜ୍ଞାନ କାରଣ ନୋହିଏମନ୍ତ ଯେବେ ବୋଲିବା ଦେଖୁ ନାହିଁକି ।ଦିନମାନେ ଚାଲିଯାନ୍ତେ ଶୋକ ଅଧିକ ବଢ଼ନ୍ତେଆତ୍ମହତ୍ୟା ଦୋଷ ତୋତେ ଲାଗୁ ନାହିଁକି ।ସେହିହେତୁ ଆତ୍ମରକ୍ଷଣ ।କର ତୁ ବେଗରେ ତେଜ ଶୋକ ଗହନ ।୧୨୯।କାଣ୍ଡପତ୍ର ଜାତ ନାହିଁ ଆର୍ଦ୍ର ମର୍ମଭେଦୀ ହୋଇ ।ଅତିଶୟ ଗାଢ଼ ଯେଉଁ ଶୋକ ପ୍ରହାର ।ଚିନ୍ତା ଛାଡ଼ି ରହିବାର ପରମ ଔଷଧ ତାରଏ ଔଷଧ ପାନ କର କି ଚିନ୍ତା ଛାର ।ଶୁଣି ଉଠି କୌଣ୍ଡିନ୍ୟ କହି ।ଗୃହ ନରକ ବାସରେ ମୋ କାର୍ଯ୍ୟ ନାହିଁ ।୧୩୦।ବନକୁ ଯିବାର ଭଲ ଶୁଣି ବୋଲନ୍ତି କପିଳଯେଉଁମାନେ ରୋଗୀ ତାଙ୍କର ବନେ ଦୋଷ ।ହୁଅଇ କରନ୍ତି ଯେବେ ଇନ୍ଦ୍ରୀୟ ନିଗ୍ରହ ତେବେଗୃହରେ ଥିଲେହେଁ ସେ ହୁଅନ୍ତି ତାପସ ।ଯେ ଅନିନ୍ଦ୍ୟ କର୍ମ କରଇ ।ବିରାଗର ଗୃହ ତପୋବନ ହୁଅଇ ।୧୩୧।ଯହିଁ ତହିଁ ଆଶ୍ରମରେ ଥାନ୍ତି ଦୁଃଖୀ ଯେଉଁ ନରେସେମାନେ ଯେବେହେଁ ଧର୍ମ ଆଶ୍ରେ କରନ୍ତି ।ସବୁଠାରେ ସମବୁଦ୍ଧି ହୁଅନ୍ତି ସେ ଅତି ସିଦ୍ଧିପାଆନ୍ତି ଧର୍ମ ହେତୁକୁ ଚିହ୍ନ ହୁଅନ୍ତି ।ଜୀବନ ନିମିତ୍ତେ ଭୋଜନ ।ତାହାଙ୍କର ସନ୍ତତି ନିମିତ୍ତେ ମୈଥୁନ ।୧୩୨।ସତ୍ୟ ରଖିବାର ପାଇଁ ମିତଭାଷୀ ଯେ ହୁଅଇତରନ୍ତି ଦୁର୍ଗମାନଙ୍କୁ ସେ ଜନମାନେ ।ସଂଯମ ସେ ପୁଣ୍ୟ ତୀର୍ଥ ଯହିଁରେ ଉଦକ ସତ୍ୟଶୀଳ ତଟ ଦୟା ଉର୍ମି ଯହିଁ ଏମାନେ ।ସେ ଆତ୍ମାନଦୀରେ ସ୍ନାହାନ ।ବାରିରେ ଶୁଦ୍ଧ କୁହଇ ଅନ୍ତଃକରଣ ।୧୩୩।ଜରା ଜନମ ମରଣ ବ୍ୟାଧି ପୀଡ଼ା ଅନୁକ୍ଷଣଅନୁଭବ ହେଉଛି ଏହେତୁ ଅସାର ।ଏ ଯେଉଁ ସଂସାର ତ୍ୟାଗ କଲା ଯେ ହୋଇ ବିରାଗସେ ସର୍ବଦା ସୁଖୀ ତାର ସ୍ୱର୍ଗ କି ଛାର ।ଏ ସଂସାରେ କେବଳ ଦୁଃଖ ।ଦୁଃଖାର୍ତ୍ତ ପ୍ରତି କରଣ ବୋଲାଇ ସୁଖ ।୧୩୪।କୌଣ୍ଡିନ୍ୟ କହେ ଏକଥା ଏହିରୂପେ ଏ ସର୍ବଥାଶୋକାକୁଳ ହୋଇ ଶାପ ଦେଲା ବ୍ରାହ୍ମଣ ।ଏଡ଼େ ଅନ୍ୟାୟ ତୁ କଲୁ ମୋର ପୁତ୍ରକୁ ଖାଇଲୁଆଜିଠାରୁ ଭେକଙ୍କର ହୁଅ ବାହନ ।ପୁନରପି କପିଳ କହି ।ଉପଦେଶ ସହ ତୋ ହୃଦୟ ନୁହଇ ।୧୩୫।ଶୁଣ ଯେ ସର୍ବ ଯତ୍ନରେ ସଙ୍ଗକୁ ଛାଡ଼ି ନ ପାରେସାଧୁ ସଙ୍ଗ କରେ ସେ ସଂସାରେ ଭେଷଜ ।ସର୍ବ ଯତ୍ନେ କାମ ତ୍ୟାଗ କରି ନ ପାରିବ ଆଗସ୍ୱ ଭାର୍ଯ୍ୟା କାମନା କର ସେ ତା ଭେଷଜ ।ତା ଶୁଣି କୌଣ୍ଡିନ୍ୟ ବ୍ରାହ୍ମଣ ।ଶୋକ ଛାଡ଼ିଣ ସନ୍ୟାସ କଲା ସେକ୍ଷଣ ।୧୩୬।ଏଥୁଅନ୍ତରେ ବ୍ରାହ୍ମଣ ଶାପର ଉପଶମନକରିବା ପାଇଁ ଏଠାରେ ରହିଛି ମୁହିଁ ।ଏହା ଶୁଣିଣ ଶାଳୂର ଗଲା ହୋଇ ଅତି ଖରସ୍ୱ ପ୍ରଭୁ ଜାଲପାଦର ଆଗରେ କହି ।ଜାଲପାଦ ସର୍ପ ପିଠିରେ ।ବସିଲା ସେ ତାକୁ ଘେନି ଗଲା ସତ୍ୱରେ ।୧୩୭।ଆର ଦିନ ବହିବାରେ ଅସମର୍ଥ ଦେଖି ତାରେମଣ୍ଡୁକରାଜ କହିଲା କି ମନ୍ଦ ଚାଲ ।ସର୍ପ କହଇ ଆହାର ବିରହରୁ ମୁ ଦୁର୍ବଳଶୁଣି ସେ କହିଲା ଭେକ କର ଆହାର ।ଏହି ମହାପ୍ରସାଦ ମୋର ।ଶିରେ ଘେନି ସର୍ପ କଲା ଭେକ ଆହାର ।୧୩୮।ନିର୍ମଣ୍ଡୁକ ସରୋବର ଦେଖିଲା ସେ ବିଷଧରଜାଲପାଦ ମଣ୍ଡୁକ ନାଥକୁ ଖାଇଲା ।ଏହି ହେତୁରୁ କହଇ କନ୍ଧରେ ଶତ୍ରୁକୁ ବହିମାରିବ ଅନ୍ୟଥା କଲେ ଆପଣ ମଲା ।କାକ କହେ ଏ କଥା ରହୁ ।ପୂର୍ବ ଚରିତ କହିଲେ କି ହେବ ଆଉ ।୧୩୯।ସର୍ବଥା କର ସନ୍ଧାନ ହରିଣ୍ୟଗର୍ଭ ରାଜନବ୍ରତିକି ଯୋଗ୍ୟ ଏମନ୍ତ ମୁହିଁ ମଣଇଁ ।ରାଜା କହେ କାକବର ତୁମ୍ଭେତ ବିଚାର କରଆମ୍ଭରତ ଏହି ଜିତ ହୋଇ ଅଛଇଁ ।ଜମ୍ବୁଦ୍ୱୀପରୁ ଏ ସମୟେ ।ଶୁକ ଆସି ଚିତ୍ରବର୍ଣ୍ଣ ଆଗରେ କହେ ।୧୪୦।ଦେବ ସିଂହଳଦ୍ୱୀପର ରାଜା ନାମେ ମହାବଳସାରସ ଜମ୍ବୁଦ୍ୱୀପକୁ ବସିଛି ମାଡ଼ି ।ସସଂଭ୍ରମ ରାଜା ହୋଇ କି କି ବୋଲି ପୁଣ କହିଶୁକ ପୁଣି କହିଲା ସେ କଥା ଗଡ଼ାଇ ।ଗୃଧ୍ର ଶୁଣି ମନେ ବିଚାରି ।ସାଧୁ ଚକ୍ରବାକ ବୋଲି ପ୍ରଶଂସା କରି ।୧୪୧।ରାଜା କ୍ରୋଧ ହୋଇ କହେ ଏକଥା ଏରୂପେ ହୁଏହେଉ ମୁଁ ଯାଇ ପ୍ରଥମେ ତାକୁ ବିନାଶି ।ଶୁଣି ହସି ଦୀର୍ଘଦର୍ଶୀ କହଇ ହେ ରାଜଋଷିଶରନ୍ମେଘ ଗର୍ଜନେ କି ଜଳ ବରଷି ।ବଡ ଲୋକ ଧୀର ମାନସ ।ପରକାର୍ଯ୍ୟ ଅକାର୍ଯ୍ୟ କି କରେ ପ୍ରକାଶ ।୧୪୨।ରାଜା ଏକାବେଳକରେ ବହୁତ ଶତ୍ରୁ ସଙ୍ଗରେବିରୋଧ ନ କରେ କଲେ ଆପେ ମରଇ ।ବିଷରେ ଉଦ୍ଧତ ହୋଇ ସର୍ପ ଯେବେ ଏକା ଥାଇବହୁ ସର୍ପରେ ବିରୋଧ କଲେ କି ଜିଇ ।ଏହାଠାରେ ପ୍ରୀତି ନ କରି ।ଏଠାରୁ କି ଆମ୍ଭ ରାଜ୍ୟ ଗମନ କରି ।୧୪୩।ଯେବେ ପ୍ରୀତି ନ କରିଣ ଆମ୍ଭେ ଯିବା ହେ ରାଜନଏ ରାଜା ଆମ୍ଭର ପଛେ ପ୍ରକୋପ କରି ।ବହୁତ ସୈନ୍ୟଘେନିଣ କରିବ ସେ ମହାରଣଆଗପଛେ ଏହାର ଅଛନ୍ତି ସଇନି ।ଆଗପଛ ମିଶି ମାରିବେ ।ଆମ୍ଭର ଯେତେକ ସୈନ୍ୟ ସବୁ ସାରିବେ ।୧୪୪।ଏ କାର୍ଯ୍ୟ ଏରୂପେ ହୋଏ ତତ୍ୱ ନ ଜାଣି ଯେ କହେକେହି ବଡ଼ ଲୋକ ଯେବେ କରଇ କୋପ ।ଯେରୂପେ ଏକ ବ୍ରାହ୍ମଣ ନଜାଣି କିଛି କାରଣନକୁଳକୁ ମାରି କଲା ବଡ଼ ସନ୍ତାପ ।ସେହିରୂପେ ମୂର୍ଖ ଯେ ତାପ ।ପାଇ ପଛେ ବୋଲଇ ସେ ଥିଲା କି ପାପ ।୧୪୫।ରାଜା ଶୁଣି ପଚାରଇ ଏକଥା କିରୂପେ ହୋଇକହ ଶୁଣି ଦୀର୍ଘଦର୍ଶୀ ପୁଣି କହଇ ।ଉଜ୍ଜୟିନୀ ନଗରରେ ଥିଲା ମାଧବ ନାମରେଦ୍ୱିଜ ତା ଭାର୍ଯ୍ୟାର ସୁତ ଜନମ ହୋଇ ।ସେ ବାଳକ ରକ୍ଷଣ ପାଇଁ ।ଦ୍ୱିଜକୁ ସେଠାରେ ରଖି ଗଲା ଗାଧୋଇ ।୧୪୬।ରାଜାର ପରବ ଶ୍ରାଦ୍ଧ କରିବା ପାଇଁ ପ୍ରସିଦ୍ଧଲୋକ ଆସି ବ୍ରାହ୍ମଣକୁ ଆସ ବୋଇଲା ।ଶୁଣି ସେହୁ ଅତି ହୀନ ବ୍ରାହ୍ମଣ ବିଚାରେ ମନଯେବେ ମୁଁ ବେଗେ ନ ଯିବି ଅନର୍ଥ ହେଲା ।ଅନ୍ୟ କେହି ଶ୍ରାଦ୍ଧ କରିବ ।ଯେ ସାମଗ୍ରୀ ଥିବ ତାହା ଘରକୁ ନେବ ।୧୪୭।ଧନ ଆଣିମା ଦେବାର ଯେତେ କର୍ମ କରିବାରତାହା ବେଗରେ କରିବ ବିଳମ୍ବ ନୋହି ।ଏ ଯେତେ କର୍ମ ତାହାର ଜାଳ କରଇ ଆହାରଗଲେ ଏ ବାଳକ ରକ୍ଷା କିଏ କରଇ ।କି କରିବି କି ରୂପେ ଯିବି ।ବାଳକକୁ ରକ୍ଷା ମୁଁ କିରୂପେ କରିବି ।୧୪୮।ହେଉ ଆଛା ଚିରକାଳ ପାଳିତ ଏହି ନକୁଳପୁତ୍ର ତୁଲ୍ୟ ଏହାକୁ ମୁଁ ରଖି ଏଠାରେ ।ଯିବି ମୁଁ ବୋଲି ନକୁଳ ରଖାଇ ପୁତ୍ର ପାଖରବେଗରେ ପ୍ରବେଶ ହେଲା ରାଜ ନଗରେ ।ସେ ନକୁଳ ବାଳ ସମୀପ ।ଆସୁଥିଲା ଦେଖିଲା ସେହି କୃଷ୍ଣ ସର୍ପ ।୧୪୯।ଦେଖି ମାଇଲା ତାହାକୁ ଏଥୁଅନ୍ତେ ବ୍ରାହ୍ମଣକୁଦୂରରୁ ଦେଖି ନକୁଳ ସତ୍ୱରେ ଯାଇ ।ପଡ଼େ ବ୍ରାହ୍ମଣ ଚରଣ ଦେଖିଣ ତାକୁ ବ୍ରାହ୍ମଣପାଣି ପାଦ ରକ୍ତ ଦେଖି ଦଣ୍ଡେ ମାରଇ ।ଏ ପୁଅକୁ ଖାଇଲା ମୋର ।ନୋହିଲେ କିପାଁ ରକତ ମୁଖ ଏହାର ।୧୫୦।ଏଥୁଅନ୍ତେ ସେ ବ୍ରାହ୍ମଣ ଗୃହରେ ପ୍ରବେଶକ୍ଷଣଦେଖିଲା ସେ ସର୍ପ ମରି ସୁତ ଶୋଇଛି ।କି କଲି ମୁହିଁ ବୋଇଲା ବହୁତ ବ୍ୟାକୁଳ ହେଲାଅକାରଣ କ୍ରୋଧୀ ଜନ ନୁହଇ କିଛି ।ସେହିରୂପେ ତୁମ୍ଭେ ପ୍ରତାପ ।କଲ ଯେଣୁକରି ପୁଣି ହେବ ସନ୍ତାପ ।୧୫୧।ଆଉ କଥା ଦେବ ଶୁଣ କାମ କ୍ରୋଧ ଲୋଭମାନଦର୍ପ ମଦ ଏ ଷଡ୍ବର୍ଗ ଯେ ନୃପ ଛାଡ଼େ ।ସେହି ରାଜା ବଡ଼ ସୁଖୀ କେବେହେଁ ନୁହଇ ଦୁଃଖିରାଜା କହେ ମନ୍ତ୍ରୀ ତୋ ନିଶ୍ଚୟ ଏ ଦୃଢ଼ ।ମନ୍ତ୍ରୀ କହେ ଏରୂପେ ଏହି ।ଏ ବିଚାର ଅନ୍ୟ କଲେ ଭଲ ନୁହଇ ।୧୫୨।କାର୍ଯ୍ୟରେ ତାତ୍ପର୍ଯ୍ୟ ସ୍ମୃତ ବିତର୍କ ଜ୍ଞାନ ନିଶ୍ଚିତସ୍ଥିରତ୍ୱ ମନ୍ତ୍ର ଗୋପନ ମନ୍ତ୍ରିର ଗୁଣ ।ବିଚାରି କାର୍ଯ୍ୟକୁ କରି ଅବିଚାରେ ନାଶ ଶିରିବିଚାରି କାର୍ଯ୍ୟକୁ କଲେ ତୁମ୍ଭେ ପ୍ରଧାନ ।ହେବ ଏଥି ନାହିଁ ସନ୍ଦେହ ।ଯେଣୁ ଗୁଣବନ୍ତ ଜନ ଲକ୍ଷ୍ମିର ଗୃହ ।୧୫୩।ଏହିହେତୁରୁ ମୋ ବାଣୀ କର ଯେବେ ନୃପମଣିତେବେ ବର୍ତ୍ତମାନ ସନ୍ଧି ଯାଅ କରିଣ ।କାର୍ଯ୍ୟ ସାଧନରେ ଚାରି ଉପାୟକୁ ଯେବେ କରି,କେବଳ ଗଣନା ମାତ୍ର କରିବା ଜାଣ ।ଶାନ୍ତ୍ୱନାରେ କାର୍ଯ୍ୟର ସିଦ୍ଧି ।ଅନ୍ୟ ଉପାୟକୁ କଲେ ହୁଅଇ ଧନ୍ଦି ।୧୫୪।ରାଜା କହେ କିରୂପରେ ଏ କାର୍ଯ୍ୟ ହେବ ସତ୍ୱରେମନ୍ତ୍ରୀ କହେ ଶୀଘ୍ର ହେବ ନାହିଁ ବିଚାର ।ମୃତ୍ତିକା ଘଟ ପରାଇ ଭାଜିଲେ ସନ୍ଧାନ ନୋହିଦୁର୍ଜ୍ଜନ ଲୋକ ସୁଜନ ସୁଖ ସନ୍ଧାନ ।ଯେଉଁରୂପେ କନକ ଘଟ ।ଭାଜିଗଲେ ସେହିକ୍ଷଣି ହୋଏ ସଂଘଟ ।୧୫୫।ଅଳ୍ପ ଯେଉଁ ଲୋକ ହୋଇ ସୁଖରେ ଆରାଧ୍ୟ ସେହିଯେ ପଣ୍ଡିତ ସେହି ବିଶେଷରେ ସୁସେବ୍ୟ ।ଅତି ଅଳ୍ପ ଜ୍ଞାନ ଥାଇ ଏମନ୍ତ ଯେ ଲୋକ ହୋଇତାକୁ ବଶ କରିବାକୁ କି ବ୍ରହ୍ମା ହେବ ।ବିଶେଷରେ ସେ ରାଜା ପୁଣି ।ସର୍ବଜ୍ଞ ସେ ଚକ୍ରବାକ ଏ ଦୁହେଁ ଗୁଣୀ ।୧୫୬।ମେଘବର୍ଣ୍ଣ କହିବାରୁ ତାର କାର୍ଯ୍ୟ ଦେଖିବାରୁଜାଣ ରାଜା ମନ୍ତ୍ରୀ ଦୁହେଁ ଅଗାଧ ଗୁଣ ।ପରୋକ୍ଷରେ ଗୁଣ ବୃତ୍ତ କର୍ମେ ଅନୁମାନ ହ୍ୱନ୍ତିସବୁଠାରେ ଫଳେ କର୍ମ ପ୍ରକାଶ ଜାଣ ।ରାଜା କହେ ଥାଉ ବଚନ ।ତୁମ୍ଭର ଯେ ଇଚ୍ଛା ଅଛି କର ବହନ ।୧୫୭।ଏମନ୍ତ କରି ବିଚାର ଗୃଧ୍ର ଗଡ଼ର ଭିତରଗଲା ତହିଁ ଯେ ଯେରୂପେ ଯୋଗ୍ୟ ବେଭାର ।ସେହିରୂପରେ କରିବ ଏଥି କିଛି ନ ହୁଡ଼ିବଏମନ୍ତ କହିଣ ପଠିଆଇଲା ଚାର ।ରାଜହଂସ ଶୁଣି କହୁଛି ।ମନ୍ତ୍ରୀ ପୁଣି ସନ୍ଧି ପାଇଁ କେ ଆସିଅଛି ।୧୫୮।ସର୍ବଜ୍ଞ ହସି କହଇ ଶଙ୍କା କର କାହିଁ ପାଇଁଯେଣୁ ମହାଶୟ ଅଟେ ସେ ଦୂରଦର୍ଶୀ ।ନାହିଁ ଅବା ମନ୍ଦ ମତି ମାନଙ୍କର ଏହି ସ୍ଥିତିସଦା ଶଙ୍କା କରଇ ଯେ ସେ ମନ୍ଦ ମୁର୍ଦ୍ଧୀ ।କଦାଚିତ ଶଙ୍କା କରଇ ।ପୁଣି କଦାଚିତ ଶଙ୍କା ମନୁ ଛାଡ଼ଇ ।୧୫୯।କୁଶଳ ହଂସ ନିଶାରେ ଦେଖି ସରୋବର ଜଳେତାରା ପ୍ରତିବିମ୍ବକୁ କୁମୁଦ ଶଙ୍କାରେ ।ଖୋଜଇ ତା ଜନ୍ମସ୍ଥାନ ଦିବସେ ବିଷ ପ୍ରସୂନଦେଖି ତା ପୁଣି ନ ଖାଇ ତାରାତଙ୍କରେଭ୍ରମକୁ ଭଜଇ ଯେ ଲୋକ ।ତାର ସତ୍ୟ ମିଥ୍ୟା ବୋଲି ନୋହେ ବିବେକ ।୧୬୦।ଏହିହେତୁରୁ କେବଳ ଯଥା ଶକ୍ତି ଉପହାରତା ପୂଜା ନିମିତ୍ତେ କର ସତ୍ୱର ହୋଇ ।ତାହା ଶୁଣି ସେହିରୂପେ କରନ୍ତେ ତା ଅନୁରୂପେଗୃଧ୍ର ମନ୍ତ୍ରୀ ଯାଇ ଦୁର୍ଗଦ୍ୱାରେ ହୁଅଇ ।ଚକ୍ରବାକ ସହିତ ହେଲା ।ଚକ୍ରବାକ ଦେଲା ଆସନରେ ବସିଲା ।୧୬୧।ଚକ୍ରବାକ କହେ ପୁଣ ଆହେ ମହାମନ୍ତ୍ରୀ ଶୁଣତୁମ୍ଭର ଏ ରାଜ୍ୟ ଆମ୍ଭେ ତୁମ୍ଭର ଜାଣ ।ଶୁଣି ଗୃଧ୍ର ମନ୍ତ୍ରୀ କହି ଏକଥା ଏରୂପେ ହୋଇବହୁତ ବିସ୍ତାର କଥା ଅପ୍ରୟୋଜନ ।ଯାହା କହୁଅଛି ତା ଶୁଣ ।ଅର୍ଥରେ ବଶ ହୁଅଇ ଯେ ଲୋଭିଜନ ।୧୬୨।ଯେ ହୋଏ ଉଦ୍ଧତ ନର ହସ୍ତ ଯୋଡ଼ି ବଶ କରତାକୁ ପୁଣି ମୂର୍ଖଜନକୁ ବଶ କର ।ତାହାର ମନକୁ ଚାହିଁ ତା ମନକୁ ଯେ ଯୋଗାଇକହି ପଣ୍ଡିତ ଲୋକକୁ କର ଆଦର ।ଯଥାର୍ଥ କହି କର ବଶ ।ଯେ ଯେଉଁ ଭାବେ ହେବ ତା କରି ଅବଶ୍ୟ ।୧୬୩।ମନର ସ୍ୱଚ୍ଛତା ଯେବେ ମିତ୍ର ବଶ ହୋଇ ତେବେବାନ୍ଧବକୁ ଏହିରୂପେ ବଶ କରିବ ।ମାନସମ୍ମାନ ନ ପାଇ ନାରୀ ଭୃତ୍ୟ ବଶ ହୋଇକପଟ ନ କରେ ଅନ୍ୟ ବଶ ନୋହିବ ।ଚକ୍ରବାକ କହଇ ହେଉ ।ଯେରୂପେ ପ୍ରୀତି ହୋଇବ କହିବା ହେଉ ।୧୬୪।ରାଜହଂସ କହୁଛନ୍ତି ଶୁଣ ଆହେ ଗୃଧ୍ରମନ୍ତ୍ରୀସନ୍ଧିର କେତେ ପ୍ରକାର କହିବା ହେଉ ।ଗୃଧ୍ର କହେ ଶୁଣ ନୃପ ସନ୍ଧିର ଯେତେ ସ୍ୱରୂପକ୍ରମରେ କହିବା ତାହା ଶୁଣିମା ହେଉ ।ବଳବନ୍ତ ଶତ୍ରୁ ଯାହାକୁ ।ପୀଡ଼ାଦେଇ ସେହି ନୃପ କରେ ତାହାକୁ ।୧୬୫।ଯେ ବିପତ୍ତିଗ୍ରସ୍ତ ହୋଇ ସେ ନୃପ ସନ୍ଧି କରଇଯଥା କଥା କରି କରେ କାଳଯାପନ ।ପ୍ରଥମ ସନ୍ଧି କପାଳ ଦ୍ୱିତୀୟ ହେ ଉପହାରତୃତୀୟ ସନ୍ଧିର ନାମ ଅଟେ ସନ୍ତାନ ।ଚତୁର୍ଥର ନାମ ସଙ୍ଗତ ।ଉପନ୍ୟାସ ପ୍ରତୀକାର ସଂଯୋଗ ସପ୍ତ ।୧୬୬।ପୁରୁଷାନ୍ତର ଅଷ୍ଟମ ଅଦୃଷ୍ଟ ନର ନବମପୁଣି ଆଦିଷ୍ଟ ଦଶମ ଏଗାର ହୋଇ ।ଆତ୍ମଦିଷ୍ଟ ଉପଗ୍ରହ ଦ୍ୱାଦଶ କର ସଂଗ୍ରହପରିତ୍ରୟ ତ୍ରୟୋଦଶ ସଂଖ୍ୟା ଗଣଇ ।ଉଚ୍ଛିନ୍ନ ଯେ ପରଭୂଷଣ ।ସ୍କନ୍ଧୋପନେୟକୁ ଗଣି ଷୋଡ଼ଶ ଜାଣ ।୧୬୭।ତୁଲ୍ୟ ସନ୍ଧି ହୋଏ ଯେବେ ରାଜା ଦୁହିଁଙ୍କର ତେବେ ।ଦେବା ନେବା ନ ଥାଇ ସେ କପାଳ ସନ୍ଧି ।କିଛି ଧନ ଦେଇ କରି ଯେବେ ପ୍ରୀତି ପଣ କରି ।ଉପହାର ନାମ ସେହି ବୋଲଇ ସନ୍ଧି ।ସନ୍ତାନର ସନ୍ଧି ସେ ଜାଣ ।ଯେଉଁ ପ୍ରୀତିରେ କନ୍ୟାକୁ ଦିଅଇ ଦାନ ।୧୬୮।ଯେତେ ଆୟୁଷ ପ୍ରମାଣ ସେ କାଳ ପର୍ଯ୍ୟନ୍ତେ ଜାଣଦୁହିଙ୍କର ପ୍ରୟୋଜନ ସମାନ ହୋଇ ।ସମ୍ପତ୍ତି ବିପତ୍ତି ହେତୁ ଯାହାର ନ ଭୋଜେ ସେତୁସୁବର୍ଣ୍ଣ ପ୍ରାୟେ ସେ ସନ୍ଧି ସଙ୍ଗତ ହୋଇ ।ଅନ୍ୟ ଯେହୁ କୁଶଳ ଜନ ।ଏହି ସନ୍ଧି କରେ ତାର ନାମ କାଞ୍ଚନ ।୧୬୯।ଭାବି ଏକ କାର୍ଯ୍ୟ ସିଦ୍ଧି ଉଦ୍ଦେଶରେ ଯେଉଁ ବିଧିକରନ୍ତି ସନ୍ଧି କୁଶଳେ ସେ ଉପନ୍ୟାସ ।କରିଥିଲେ ଉପକାର ଏ ମୋହର ବହୁବାରମୋର ଉପକାର ଏ କରିବ ଅବଶ୍ୟ ।ଏମନ୍ତ ବିଚାରି ଯାହାକୁ ।କରି ପ୍ରତୀକାର ସନ୍ଧି ବୋଲି ତାହାକୁ ।୧୭୦।କିଅବା ଏହାର ମୁହିଁ ଉପକାରକୁ କରଇଅବଶ୍ୟ କରିବ ମୋର ଏ ଉପକାର ।ଯେହ୍ନେ ରାମ ସୁଗ୍ରୀବର ପରସ୍ପରେ ଉପକାରହେଲା ସେରୂପେ ହୋଇଲେ ସେ ପ୍ରତିକାର ।ଏ କାର୍ଯ୍ୟକୁ ଉଦ୍ଦେଶ କରି ।ଯହିଁରେ କର୍ମକୁ କରି ସଂଯୋଗ ବୋଲି ।୧୭୧।ଆମ୍ଭ ଦୁହିଁଙ୍କର ସୈନ୍ୟ ଯେଉଁ ଯୋଦ୍ଧା ମୁଖ୍ୟମାନେସେମାନେ ଏ ପ୍ରୀତି କରନ୍ତୁ ପରସ୍ପର ।ଏରୂପରେ ପ୍ରୋତ୍ସାହନ ଯହିଁରେ ହୁଅଇ ଜାଣସେ ସନ୍ଧିର ନାମ ଅଟେ ପୁରୁଷାନ୍ତର ।କିଛି ଭୂମି ମୂଳରେ ଦେଇ ।ଉଗ୍ର ରିପୁ ପ୍ରୀତି କରି ଆଦିଷ୍ଟ ସେହି ।୧୭୨।ଆପଣା ସୈନ୍ୟରେ କରି ଯେଉଁ ପ୍ରୀତିକି ଆଚରିତାର ନାମ ଅଣୁଦିଷ୍ଟ କହେ ପଣ୍ଡିତ ।ଉପଗ୍ରହର ଲକ୍ଷଣ କହୁଥାଇ ତୁମ୍ଭେ ଶୁଣଯହିଁରେ ସମସ୍ତ ଦେଇ ରଖେ ଜୀବିତ ।ଦେଇ କଂସା ବାସନ ହୟ ।ଯହିଁ ଶିଷ୍ଟ ପ୍ରାଣ ରଖି ସେ ପରିତ୍ରୟ ।୧୭୩।ସମୁଦ୍ର ସମ୍ବନ୍ଧି ଦ୍ୱୀପ ଦେଇ ଯାହା କରେ ନୃପସେ ସନ୍ଧି ଉଚ୍ଛିନ୍ନ ନାମ ବୋଲି ତୁ ଜାଣ ।ସମସ୍ତ ଭୂମିକି ଦେଇ ଯେଉଁ ସନ୍ଧିକି କରଇତାହାର ନାମ ତୁ ଜାଣ ପର ଭୂଷଣ ।ପରିଚ୍ଛିନ୍ନ ଧନ କାନ୍ଧରେ ।ବହି ଦେଇ ସ୍କନ୍ଧୋପନେୟ ସେ ଯହିଁରେ ।୧୭୪।ଚକ୍ରବାକ କହେ ଶୁଣ କହୁଛି ମୁହିଁ ବଚନଏ ଲୋକ ପରି ମୋହର ଏ ମୋ ଘରର ।ଅଧୀର ଲୋକ ଯେ ତାର ଏ ଗଣନା ଯେ ଉଦାରଚରିତ ସମସ୍ତ ଜନ ହୁଏ ତାହାର ।ଭେଦ ବୃଦ୍ଧି ଯେ ଲୋକ ହୋଇ ।ସେ କାହାକୁ ନ ସହଇ କାହାକୁ ସହି ।୧୭୫।ମାତୃ ପ୍ରାୟେ ପରଦାର ପର ଦ୍ରବ୍ୟ ଲେଷ୍ଟ୍ରକାରସର୍ବ ଲୋକମାନଙ୍କରେ ଅଣୁ ପରାଏ ।ଯେ ଜାଣଇ ସେ ଧାର୍ମିକ ଏଥିରୁ ଅନ୍ୟ ନାସ୍ତିକତୁମ୍ଭେ ମହା ଧାର୍ମିକ କି ଚାଲ ଅନ୍ୟାୟେ ।ଏଠାରେ ଯେ ଆମ୍ଭର କାର୍ଯ୍ୟ ।ତାହା ତୁମ୍ଭେ ଉପଦେଶ ଦିଅତ ଆଜ ।୧୭୬।ଦୀର୍ଘଦର୍ଶୀ କହେ ବାଣୀ ଏରୂପେ କହ କି ପୁଣିଦେଖ ମନପୀଡ଼ା ବ୍ୟାଧି ପରିତ ପରେ ।ଆଜି ଅବା କାଲି ପରି ଏ ଶରୀର ଯିବ ସରିସେ ଶରୀର ପାଇଁ କି କେ ଅଧର୍ମକରେ ।ଯେ କରଇ ସେ ବଡ଼ ମୁର୍ଖ ।ଦେଖ ତୁ ଯେଉଁ ଦେହରେ ଅନେକ ଦୁଃଖ ।୧୭୭।ଦେହିମାନଙ୍କର ଜୀବ ସର୍ବଦା ତ ନ ରହିବଜଳରେ ପ୍ରତିବିମ୍ବିତ ଚନ୍ଦ୍ର ପରାଏ ।ଏହା ବିଚାର ସୁଜନ କରଇ ସଦା କଲ୍ୟାଣଯାହା ଆଚରଣ କଲେ ଦେହ ନ ପାଏ ।ମୃଗତୃଷ୍ଣା ସମ ଜଗତ ।ଧର୍ମାନନ୍ଦଠାରେ ଦିଅ ସୁଜନେ ଚିତ୍ତ ।୧୭୮।ତେଣୁ ମୋ ସମ୍ମତି ଘେନି କାର୍ଯ୍ୟ କର ତୁମ୍ଭେ ବେନିସହସ୍ର ଅଶ୍ୱମେଧକୁ ସତ୍ୟକୁ ଆଣି ।ତୁଳରେ ଯେବେ ତୁଳିବ ସତ୍ୟ ସେ ଅଧିକ ହେବଏଣୁ ସତ୍ୟ ଆଗକରି ଏ ରାଜ ବେନି ।ଘେନି କରି କାଞ୍ଚନ ସନ୍ଧି ।ଯେଉଁରୂପେ ଦୁଇ ମନ ହୋଇବ ଛନ୍ଦି ।୧୭୯।ଚକ୍ରବାକ ବୋଲେ ହେଉ ତୁମ୍ଭେ ଯା କହିଲ ଆଉକେ ଆଜ ମନ୍ତ୍ରୀ କହିବ ମୁହିଁ ଜାଣଇଁ ।ଏହା କହି ବସ୍ତ୍ର ରତ୍ନ କରେ ଘେନି ଅତି ଯତ୍ନକରି ସେ ଦରୂଦର୍ଶୀ ମନ୍ତ୍ରୀକି ପୂଜଇ ।ଗୃଧ୍ର ଦୁଷ୍ଟଚିତ୍ତ ହୋଇଲା ।ଚକ୍ରବାକ ଘେନି ବର୍ହି ସନ୍ନିଧେ ଗଲା ।୧୮୦।ଏଥୁଅନ୍ତେ ଚିତ୍ରବର୍ଣ୍ଣ ଶୁଣିଣ ଗୃଧ୍ର ବଚନସର୍ବଜ୍ଞ ମନ୍ତ୍ରିକ ବହୁ ସତ୍କାର କଲା ।ସଙ୍ଗେ ସମ୍ଭାଷଣ କରି ସନ୍ଧିକି ସ୍ୱୀକାର କରିଶିଷ୍ଟ ଲୋକ ସଙ୍ଗେ ଦେଇ ମେଲାଣି କଲା ।ଚକ୍ରବାକ ହୋଇ ସନ୍ତୋଷ ।ରାଜହଂସ କଟକରେ ହେଲା ପ୍ରବେଶ ।୧୮୧।ଦୂରଦର୍ଶୀ ରାଜା ଅଗ୍ରେ କହଇ ଅତ୍ୟନ୍ତ ବ୍ୟଗ୍ରେଆମ୍ଭମାନଙ୍କର କାର୍ଯ୍ୟ ସିଦ୍ଧ ହୋଇଲା ।ବର୍ତ୍ତମାନ ବିନ୍ଧ୍ୟାଚଳ ଯିବା ଚଞ୍ଚଳରେ ଚାଲଏମନ୍ତ ଶୁଣିଣ ରାଜା ଚାଲ ବୋଇଲା ।ସ୍ୱ ସ୍ଥାନେ ପ୍ରବେଶ ହୋଇଲେ ।ସର୍ବେ ମନୋରଥ ପାଇ ସୁଖେ ରହିଲେ ।୧୮୨।ବିଷ୍ଣୁଶର୍ମା କହେ ତୁମ୍ଭେ ଆଉ କି ପଚାର ଆମ୍ଭେକହିବୁ ଏମନ୍ତ ଶୁଣି ରାଜ ତନୟ ।କହନ୍ତି ହେ ଦ୍ୱିଜବର ଜାଣିଣ ରାଜ ବେଭାରଆମ୍ଭେମାନେ ସୁଖୀ ହେଲୁଁ ହୁଅ ସଦୟ ।ବିଷ୍ଣୁଶର୍ମା ପୁଣି ବଚନ ।କହିଲେ ତୁମ୍ଭର ମନେ ରହୁ ଏମାନ ।୧୮୩।ଯେ କେହି ପଣ୍ଡିତଜନେ ଏ କଥା ଧରିଣ ମନେକଣ୍ଠରେ ସର୍ବଦା ଧରିଅଛନ୍ତି ସେହି ।ସଭାର ମଧ୍ୟରେ ଥାଇ ରାଜାଠାରେ ପୂଜା ପାଇନିତ୍ୟାନନ୍ଦ ରୂପ ହୋଇ ବସନ୍ତି ସେହି ।ଏହି କଥା ଯେହୁ ଶୁଣଇ ।ଦୁର୍ବୁଦ୍ଧି ସେ ହୋଇଥିଲେ ସୁବୁଦ୍ଧି ହୋଇ ।୧୮୪।ଇତି ଶ୍ରୀ ହିତୋପଦେଶେ ନୀତିସାରେ ସନ୍ଧି କଥନେଚତୁର୍ଥ କଥା ସଂଗ୍ରହଃ