ଶୁଭ ବିଧାନ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୧
- ସ୍ଥିତି
- ସାର୍ବଜନୀନ (Public domain)
ବ୍ୟାକୁଳେ ବୋଇଲି ଦିନେ“ଅନ୍ତର୍ଯ୍ୟାମି ପ୍ରଭୁ !ଚିର ରୁକ୍ଷ ମରୁଭୂମି ରୂପେ ଫଳହୀନହେଲା ସିନା ଏହି ପ୍ରାଣ, ବ୍ୟର୍ଥ ହେଲା ସବୁବାହୁଡ଼ିବି ଏ ମହୀରୁ ରିକ୍ତପ୍ରାଣ ଦୀନ ।କର୍ମାଙ୍ଗନ ପରା ମହୀ ପରୀକ୍ଷାର ସ୍ଥାନ,ଅନନ୍ତ ଜୀବନ−ଅଂଶ, ତପୋବନ ଘୋରମହତ−ମଙ୍ଗତ−ବିଧି−ଉଦ୍ଦେଶ୍ୟ ମହାନସାଧନାର ପୀଠ, ଅବା ସାଗର ଦୁସ୍ତର;ଏମନ୍ତ ମହତ ସ୍ଥଳେ ସୁମହତ ବ୍ରତେପଠାଇଲ ପ୍ରଭୁ, ଯେବେ ଦେଇ ଗୁରୁ ଭାର,ଭୁଲି ସେ ଉଦ୍ଦେଶ୍ୟ ଉଚ୍ଚ ବିସୋରି ସେ ମନ୍ତ୍ରେଭ୍ରମିଲି ଭ୍ରମରେ ଆହା ବୃଥା ଏ ସଂସାର ।କୁସୈନିକ କୁଶିଷ୍ୟ ମୁଁ କୁସାଧକ ଆହାଗଲା ମୋ ଜୀବନ ବିତି ବିଫଳ ଅସାର ।ରକ୍ଷା କର ରକ୍ଷା କର ପ୍ରଭୁ ବିଶ୍ୱ−ନାହାତୁମ୍ଭ ପଥେ ଚାଳ ମୋତେ ପୋଡ଼ୁ ଏ ସଂସାର ।”ନିଷ୍କପଟ−ଅନୁତାପ ପୂତ ଏ ଆରତି ।ଧୋଇଦେଲା ଅଶ୍ରୁନୀରେ ସକଳ ସନ୍ତାପ,ହୃଦୟ−କନ୍ଦରେ ମନ୍ଦ୍ର ଗଭୀର ଭାରତୀଶୁଣନ୍ତେ ଖଣ୍ଡିଲା ମୋର ସର୍ବ ପାପତାପ—“ରେ ନର, ନ ହୁଅ ଭୀତ ଅଛି ମୁଁ ସନ୍ତତଏ ସଂସାର ନୁହେ ମମ ସୌରାଜ୍ୟ ଅତୀତ,ହୋଇଥାଅ ଶକ୍ତିମତେ ସ୍ୱକର୍ତ୍ତବ୍ୟ−ରତନିଷ୍କାମ ନିର୍ଲିପ୍ତ ଭାବେ, ଜୟ ତୋ ନିଶ୍ଚିତ ।ପଡ଼ି ଉଠି ଯେତେ ଥର କରିଛୁ ତୁ ଯାହାମୋ ଦୃଷ୍ଟିର ଅନ୍ତରାଳେ କିଛି ଯାଇ ନାହିଁ,ଚିତ୍ରଗୁପ୍ତ ପଞ୍ଜିକାରେ ଲେଖାଅଛି ତାହାବୃଥା ଅନୁଶୋଚନା ତୁ କରୁ କାହିଁପାଇଁ ?ଏବେ ମଧ୍ୟ ଅଛି କାଳ, କର ଶୁଭ କର୍ମ,ସତ୍ୟ ଶିବ ସୁନ୍ଦରର ହୁଅ ଅନୁଗାମୀ,ଚିତ୍ତଶୁଦ୍ଧି କରି ଆଶ୍ରି ସତ୍ୟ ପୁଣ୍ୟ ଧର୍ମଅନ୍ତରେ ନିରେଖି ଜାଣ ମୁହିଁ ଅନ୍ତର୍ଯ୍ୟାମୀ ।ବାହାରକୁ ଚାହିଁ ଯେବେ ଭଣ୍ଡିବୁ ଲୋକଙ୍କୁହେବ ସର୍ବ କାର୍ଯ୍ୟ ତୋର ଲୋକ−ଦେଖାଣିଆକାଳେ ଯିବ ଜୀବ, କିଛି ନ ଥିବ ପଥକୁରଟିବ ସଂସାର−ଗଲା ଜଣେ ବାହାପିଆ ।ସଂସାର ମୋହରି ରାଜ୍ୟ, ଶତ୍ରୁ ଶୁଭକାରୀ,ଶୁଭ ବିଧି ମଣ ସଦା ବିପଦେ ମରଣେ ।”ବୋଇଲି ବିନୀତ ପ୍ରାଣେ, “ହେ ଭବକାଣ୍ଡାରି !ତୁମ୍ଭ ଇଚ୍ଛା ହେଉ ପୂର୍ଣ୍ଣ ଏ ମମ ଜୀବନେ ।”ସୁଖ କାହିଁ ?ଆନନ୍ଦରେ ନାହିଁ ସୁଖ ଉନ୍ମତ୍ତ ଚଞ୍ଚଳ ତାହାସୁସଂଯତ ବିଷାଦରେ ସୁଖ,ସୁଖେ ସୁଖ ନାହିଁ ନାହିଁ କାମ ଭୋଗମୟ ତାହାସୁଖେ ଦୁଃଖସ୍ମୁତି ଦିଏ ସୁଖ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ