ବିଭୁପ୍ରେମ (୨)
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୪
- ସ୍ଥିତି
- ସାର୍ବଜନୀନ (Public domain)
ଚନ୍ଦ୍ରକା−ସାଗରେ ସନ୍ତରି ଚକୋରଗାଉଥାଏ ଯେଉଁ ଗୀତଶାରଦ−ନିଶୀଥେ କବିଭକ୍ତଚିତ୍ତେକରୁଥାଏ ବିମୋହିତ ।ନବୀନ ବସନ୍ତେ ରସାଳନିକୁଞ୍ଜେଅନ୍ତରାଳେ ପିକବରବକୁଳ−ଆମୋଦ−ସଙ୍ଗତେ ବରଷେଯେଉଁ “କୁହୁ”−ସୁଧା ସ୍ୱର,ଚମ୍ପକ ଗୋଲାପ ହେନା ଶେଫାଳିକାମାଳତୀ କେତକୀ ବନୁଁପ୍ରସରଇ ଯେଉଁ ସୁରଭି ସୁଷମାବିସୋର ନ ଯାଏ ମନ ।ସୁନୀଳ ଗଗନେ ଚିତ୍ର ଅସ୍ତରାଗ−ରଞ୍ଜିତ ବାରୁଣୀଦେହବୋଳିଦିଏ ଯାହା ଚାହିଁଲାମାତ୍ରକେଦର୍ଶକ−ନୟନେ ସ୍ନେହ ।ନିଦାଘ କାଳର ଚନ୍ଦନ ଉଶୀରଅବା ଶୀତଳ ପବନଧବଳ ଅମଳ ମଲୀଫୁଲମାଳଶୀତଳାଏ ଅପଘନ ।ଋତୁରାଜ ମଧୁ ଭଜି ପିକବଧୂସଦା ସଙ୍ଗେ ସଙ୍ଗେ ଥାଏ,କାଦମ୍ବିନୀ ଅଙ୍ଗ ସୌଦାମିନୀ ରଙ୍ଗମିଶି ସଙ୍ଗେ ସଙ୍ଗେ ଯାଏ ।ଶରତ ଋତୁରେ ନଦୀପଠା ପରେଶବଳ ଅମଳ କାଶପବନ−ତରଙ୍ଗେ ଖେଳି କିବା ରଙ୍ଗେଯେ ଶୋଭା କରେ ପ୍ରକାଶ ।ସ୍ୱଚ୍ଛୋଦ ସରସୀ−ନୀରେ କୋକନଦଶତଦଳଦଳ ଶୋଭାବିତରି ସୁବାସ ସୁବର୍ଣ୍ଣ−ବିକାଶଦିଶେ କେଡ଼େ ମନଲୋଭା !ବିଚିତ୍ର ଗଗନେ ସୁନ୍ଦର ଭୁବନେଯେତେ ଯେତେ ଏ ଲାବଣ୍ୟତବ ପ୍ରେମ ବିନା ବୃଥା ସବୁ ସିନାସବୁ ଶୂନ୍ୟ—ମହାଶୂନ୍ୟ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ