ଶ୍ରୀକୃଷ୍ଣଚନ୍ଦ୍ର ଚଉତିଶା ଓ ବିନୟଉକ୍ତି ଚଉତିଶା ଓଗେର
୧୮୪୮–୧୯୧୮
- ପଢ଼ିବା ସମୟ
- ୧୪ ମିନିଟ୍
- ଶବ୍ଦ
- ୨୧୬୫
- ସ୍ଥିତି
- ସାର୍ବଜନୀନ (Public domain)
ଶ୍ରୀକୃଷ୍ଣଚନ୍ଦ୍ର ଚଉତିଶାକହିବୁ କରୁଣାନିଧିସନ୍ନିଧରେ ଦ୍ୱିବ୍ୟ ଅବକାରେକି ଘେନି ଚିତ୍ତରେ ପଥର ପକାଇ ଦେଉଛି ପ୍ରୀତିପଥରେ
୧
ଖଳବଚନକୁ ପ୍ରତେ କରି ମୋତେ ନିରତେ କଲା ନିରାଶଖଞ୍ଜନ ନୟନା ଏତେ ଉଣାକଲେ ମୁଁ ଯେ ତାହା କିଣାଦାସ
୨
ଗୁରୁଜନେ ଗାଳି ଦେଇ ଝାଡ଼ୁଥାନ୍ତି କେତେ ଅପବାଦ ଦେଇଗିରିଶ ମୋହି କେଡ଼େ ଦୁଃଖ ମୋ ପାଇଁ ଅଭିସାର ହୋଇଥାଇ
୩
ଘନକୁ ଚାତକ ଆଶା ପୁରି ତାକୁ ଆଶା ମୋର ପ୍ରତିଦିନଘେନନାହିଁ ଚିତ୍ତେ କି ତପିମୋହିନୀ ଜଳକୁ କି ଛାଡ଼େ ମୀନ
୪
ନୟନେ ନାଚୁଛି ନବୀନା ଝଲକ ହାସ ଶୋଭା ଅନୁକ୍ଷଣେନ ରଖୁଛି କିପାଁ ନବବାଳି ମୋତ୍ତେ ତା ପଛ ଅନୁଶରଣେ
୫
ଚରଣେ ଫିଙ୍ଗି ଦେଲେ ତାଙ୍କ ଚରଣ ଚକପରି ଥିବି ଲାଗିଚିତ୍ତସୋହିନିର ଚିତ୍ତ ଅନୁସରି ସେବା କରିଥିବି ଜଗି
୬
ଛନବବୟସି ନିଚିକି ସାରି ବାସଇକଶଯ୍ୟାରେ ରହିଛଇଳା ଚିତ୍ତେତ ଛଳ ନ କରଇ ସେ ସ୍ନେହ ରଖିଲା କାହିଁ
୭
ଜଗି ବସିଥାଇ ଯୋଗିପରି ନିଜି ଯମୁନାଘାଟରେ ଯାଇଯୁବକ ରତନ ଯାନ ଶ୍ରୀମୁଖ ଶୋଭା ଦରଶନ ପାଇ
୮
ଝର ନଦୀପରି ଝରୁଛି ନିରଭେ ନୀର ନୟନରୁ ମୋରଝୁରୁଛି ବସି ଝଳି ଗୋରୀ ମୋଦ୍ରାରେ କରୁଛି ହୃଦ ପଥର
୯
ନାଚରିମଣି ସହୃଦୟମିଶି ମୁଁ ହୃଦୁମୁଣି କରି ଥିଲିନ ଥିଲା ମୋ ମନେ ଶିଶିର କମଳ ଲତାପରି ହେବି ବୋଲି
୧୦
ଟାଣ କରିଥିଲି ଟହକ ହାସିଲୁ ସ୍ନେହଧନ ବରଷାରେଡ଼ାକି ଦେଲା ଏଡ଼େ ଆଶା ମୋ କାହିଁକି ରସାଳ ହୃଦୟାବାରେ
୧୧
ଠିକ ବଚନ ଠିକ ମିଶି ମନରେ ମୋତେ ଏବେ କଲା ପରଡ଼େରିକି କେହି ଲିଭାଇଲା ଏବେ ତା ପ୍ରୀତି ପଥର ବାର
୧୨
ଡ଼ମ୍ବରୁ ମଧ୍ୟମା ଡ଼ୋଳା ମଧ୍ୟେ ମୋର ବିରତେ କଲାଣି ଘରଦେଉଛି ଶ୍ରୁତି ନିରତେ ଶୁଣିବାକୁ ନୂପୁର ଧ୍ୱନିକି ତାର
୧୩
ତୋଳିବାକୁ ବିଷ ହେଲାଣି ମାନସ ଢ଼ାଳ ନେତ୍ରି ନିରାଶରେପକା ବାଜିଲାଣି ରାତିବନେତ୍ରିର ବନ୍ଧା ମୁଁ ପ୍ରେମପାଶରେ
୧୪
ଆଦା କେଡ଼େ ସ୍ନେହିଆନ ନାରିରୀତି ଚିହ୍ନ ଦେଖିଲେ ମୋ ଦେହେଅବଗୁଣ ତ୍ୟଜ ସୁଗୁଣବତୀ ତାଭାବ ପୁଛୁଥାଇ ସ୍ନେହେ
୧୫
ନ୍ୟତି ସଂକେତ ଆସି ଦୁତି ପେଶିଲା ଆଜି ନ ଭେଟଇ ଯେବେତଟିନୀ ଅରଣ୍ୟେ ରୁଷଇ ମୋତେ ସେ ମନ କି କଲା ସେ ଏବେ
୧୬
ଥରୁଛି ମୋ ତନୁ ଅନୁବ୍ରତେ ଜୀବ ଯିବା ଅନୁକୁଳ କରେପାଶୁ ମୋହି କାହାକୁହି ଘେନି ମୋତେ ମନେଭ ନ କଲା ଥରେ
୧୭
ଦରିଦ୍ର ହାତକୁ ନିଧି ଗଲାପରି ଦଣ୍ଡେ ଥୟ ନୋହେ ମନଦୁଃଖ ନଦେ ଏବେ ଭସାଇ ମୋତଭ ମୋର ନ ବୋଇଲ ଧନ
୧୮
ଧରାରେ ଧନ୍ୟ ବୋଲାଉଥିଲି ବନ୍ଧୁ ଅନୁରାଗ ଧର୍ମ ପାଇଧରାଲୋକ ପରି ଧରା ଚିରୁଛି ମୁଁ କେବଳ ମହିକି ଚାହିଁ
୧୯
ନିମିଷକ କୋଟିଯୁଗ ମଣାଇ ସେ ଦଣ୍ଡେ ନ ଦେଖିଲେ ମୋତେନବ ଅନୁରାଗ ଲତାକୁ ଲଗାଇ ଉପାଡ଼ି ଦେଉଛି ହାତେ
୨୦
ପ୍ରୀତ ପଦାର୍ଥର ପଦାର୍ଥ କାହିଁ ଛି ମୋ ବନ୍ଧୁ ଜାଣଇ ତାହାପରମ ସ୍ନେହି ହୋଇ ତ ପାସୋରିଲା ମନରୁ ପୂର୍ବ ଉତ୍ସାହା
୨୧
ଫିଟାଇ ଦେଲା କେ ତା ମନ ମୋଠାରୁ ଘେନ ଇ କିକି ବଚନଫାଟୁଛି ହୃଦୟ ମୋ ହୃଦ ଦଳିତ ହୋଇଲା ତା ମନେ ଆନ
୨୨
ବିବେକେି ହୋଇ ବିବେକ ଫିଙ୍ଗିଦେଲେ କିଣି ମୋତେ ଭବଧନେହେବ କାହାର ନ ବିଚାରିଲା ତ ମନେ
୨୩
ଭାଗ୍ୟମୋର ସରିଗଲାଭଗାରି ହସିବେ ଥିଲା ମୋ ଲସିବେ କି କରିଥିଲି କି କଲା
୨୪
ମନେ କରିଥିଲ ମନମୋହନାର ପ୍ରେମଧନ ନ ତୁଟିବମୁ ଜାଣିଥିଲି କି ମିତ୍ରପଣ ତୃଣ ତୁଷାର ପରାୟେ ଯିବ
୨୫
ଯୋଗ ବିଯୋଗ ହେଲେ ଯାହା ବଞ୍ଚିବ ଭଳ ତ ଜୀବ ଯିବାରଯୋଷାରତ୍ନହୋଇ ଘୋଷ କରିଅଛି ମୁ ହେଲି ତ ନାରଖାର
୨୬
ରଖେ ଯେ ଯାହାକୁ ପ୍ରେମସଙ୍ଗେ ଭରି ହରଷ ଚକ୍ର ଘୋଡ଼ାଇରଖି ଏହି ଲାଜ ଶଁକୁ ମହିପରେ କିଣା ଲୋକକୁ ସନ୍ତାଇ
୨୭
ଲେଖା ମୋହିନି ସହୁଥିଲା ମୋହର ଲକ୍ଷେ ଅପବାଦ କଥାଲାବଣ୍ୟନିଧିକି ବୁଝାଇ କହିବୁ ନ ଘେନିଲା ତାର ବ୍ୟଥା
୨୮
ବ୍ରହ୍ମପଦକକି ତୁଚ୍ଛ ମଣୁଥାଇ ବଲ୍ଲଭି ଶ୍ରୀମୁଖ ଦେଖିବରଷିଲା ଘନ ନ ବରଷିଲେ ଯେ ଚାତକ ତଇକି ସଖି
୨୯
ଶ୍ୟାମ କମଳା କଳାବତୀ ମୋନେତ୍ର ସମ୍ପତ୍ତ ବେଲି ଡ଼ାକରଇଶମପଦ କହିବାକୁ ବିଚାରୁଛି ମୋରତ ବିଚାର ଏହି
୩୦
ଷୋଡ଼ଶାଗମନୀ ଘେରିଥିବ ଚିତ୍ତେ ମୋ ମନ ଅନୁଗୋଚରଷିଳସମ ଅବା ଚଳି ସରସମ ତାବିନା ଗତି କେ ମୋର
୩୧
ଶିରଫୁଲ ଗା କଲି ମୁ ଯାହାକୁ ସେ ହେଲା ଗିରିସମାନଶୀଘ୍ରେ କହିବୁଟି ମୋ ପଞ୍ଚପରାଣ ନେଉଛି ତାର ପତନ
୩୨
ହରଷରୁ କେଉଁ ହାନିବା ନୁହଇ ବିରସରୁ କେଉଁଲାଭହେଜିବ ଚିତ୍ତରେ ଧନ ମୋ କେବଳ ଏତିକି ମିଳଇ କ୍ଷୋଭ
୩୩
କ୍ଷମାନିଧି ସିଦ୍ଧି ବୁଡ଼ି ଯାଉଅଛି କହିବୁଥରେ ମଣାଇକ୍ଷମେ କୃଷ୍ଣଚନ୍ଦ୍ର ନୃପ ଭାସେ ରାଧାକୃଷ୍ଣଙ୍କର ପାଦ ଧ୍ୟାଇ
୩୪
ବିନୟଉକ୍ତି ଚଉତିଶାନାହାନ୍ତି କହ୍ନାଇ ଦୁତି ପାଶରଶୁଣ ସହଚରି ତନୟ ମୋରସଜନ ପାଶରେ ଯାଇକିପାଁଇ ମାନ କରୁଅଛି ସେହି ସେକିଣାଜନ ମୁହିଁ ତାର ରେନିଜ ଦୋଷକୁ ମୋଠାରେ ଏଡ଼େ ରୋଷକରିଅଛି ରାମାବର ରେ
୧
ନିପତିସୁତା ଅଟେ ସଜନିଖଲବଚନ ମନେ ଅଛି ଘେନିମଣ୍ଡଳା ତୁ ମୋର ଭରସାଖଳ ମଦନ ଦେଉଥିବୁ ଦଶା ସେକ୍ଷୀନ୍ନ ହେଲା ମୋର ଦେହି ଯେନୟନୀ ଚାରୁ ପୀନସ୍ତନୀଦୟା ବାରେ କରୁ ନାହିଁ ଯେ
୨
କମ୍ପନ ପାଶେ ଦୂତି ଯିବୁଗୁପତେ ମୋର ବେଦନା କହିବୁଗୋରୀ ଅଙ୍ଗି ଯେତେ ଦୋଷ ମୋରକ୍ଷମା କରିବ ନ ଘେନି ମନରଗହନ ଦୁଃଖୁ ତରିବି ଯେପଞ୍ଚଭି ତା ଗୁଣ ଗୀତ କରିନିରନ୍ତରର ଗାଉଥିବି ଯେ
୩
ଯାଇ କହିବୁ ସଜନି ପାଶଘେନିମ ନାହିଁ କିଛି ମୋର ଦୋଷଜୀବନ କୁସୁମ ଧନୁଘଡ଼ିଏ ପାସୋର ନ ଗଲାମନୁ ସେଘଟଣ ଚନ୍ଦ୍ରମାମୁଖ ରେରହିଅଛି ବିରହ ବେଦନାଚାହିଁଲେ ଯିବ ମୋ ଦୁଃଖରେ
୪
କରିଅଛି ଚାତକ ପରିଆକାଶ ଘନ ଅଟଇ ସୁନ୍ଦରୀତାହା ବିନା ନାହିଁ ଭରସାଅଛି ତାହାଠାରେ ସକଳ ଆଶା ସେଆରେ ରମଣିରତନ ରେଭାଙ୍ଗିଲେ ଅପକୀର୍ତ୍ତି ପାଇବଏ ନବପଞ୍ଚ ଭୁବନରେ
୫
ପୀନସ୍ତନା ଚନ୍ଦ୍ରମା ମୁଣିଚିତ୍ତେ ଦୟା କରୁ ମୋ ଦୁଃଖ ଦେହୁଚାହୁଁ କ୍ଷୀନ୍ନ ହେଲା ମୋ ତନୁଚମ୍ପାବରନା ପାସୋରିଲା ମନୁଯେଚିର କାଳୁ ମୁଁ ତା କଣାରେବିନ୍ତା ଜଳଧିରେ ଭାସି ଯାଉଅଛିନ କଲା ବାରେ କରୁଣାରେ
୬
ଛଇଳବର ସେ ତରୁଣି ମଶିଛାର କଥାକୁ ମନେ ଅଛି ଘେନିଛଟକ ଝଟକ ରଙ୍ଗି ଭଙ୍ଗିମାଛାଡ଼ୁନାହିଁ ମୋର ମନରୁ ରାମା ସେଛାଡ଼ିବ ତାକୁ କେମନ୍ତେ ଯେଛନ୍ଦବୁଦ୍ଧିରେ ପଡ଼ି କରି ରମଣିଛାର କରି ଦେଲା ମୋତେ ଯେ
୭
ଜଗତେ ପାଇବଟି ଅପଯଶଯେବେ ମୋଠାରେ କରିବ ନିରାଶଜୀବିକା କରିଛି ତା ଗୁଣ ଭାବଜୀବନ ଥିଲେ କି ପାସୋର ଯିବ ସେଜପୁଛି ତାହାର ରୂପ ଯେଯେଣେ ଚାହିଁ ଦେଲେ ତେଣେଦିଶୁଥାଇ ସଖିର ଚନ୍ଦ୍ରମାମୁଖରେ
୮
ଝଟକ ବିଜୁଳି ପ୍ରାୟେ ତା କାନ୍ତିଝଲମଲ ଦିଶେ ଅଳକା ପନ୍ତିପୁଳୁଥାଇ ନାସେ ଲୋଥ ବସଣିଝୁଣ୍ଟିଆ ନାଦ ମନ ନିୟେ କିଣି ସେଝଲକା ପାନ ପତର ଯେଝସନୟନାର ଝଟକ ଚାହାଣିତରଳି ଯିବ ପଥର ଯେ
୯
ନକ୍ଷତ୍ର ମଧ୍ୟରେ ଯେହ୍ନେ ଚନ୍ଦ୍ରମାନାଗରିକ ମଧ୍ୟେ ଅଟଇ ବମାଲନ୍ଧଣା ଦେବ କୁ ବ୍ରହ୍ମାଣ୍ଡେ ନାହିଁଲାଜେ କାମଦେବ ଲୁଚିବଯାଇ ସେନିର୍ମାଣିଛି ଭଲା ବିହି ଯେନାଗ ନର ସୁର କିବା ତପିବରଦେଖିଲେ ହୋଇବେ ମୋହଯେ
୧୦
ଟୋପି ଚନ୍ଦନବିନ୍ଦୁ ଭାଲେ ସାଜେଟେକ ଚାହାଣି ମୋର ତନୁ ଗଞ୍ଜେଟାଣିନେଲା ପ୍ରାଣ ପ୍ରେମ ଡ଼ୋରିରଟାଣ ଧଇର୍ଯ୍ୟ ଭାଙ୍ଗିଲା ମୋହର ସେଟିକାୟେ ନ ଗଲା ମନ ଯେଟାକି ବସିଅଛି ରଜନି ପିବସେଲଭିବାକୁ ତାର ତନୁ ଯେ
୧୧
ଠୁଳ କାମଜଳେ ଭାଷିଲି ମୁହିଁଠଣ ସୁନ୍ଦରିଗୋ ଉଦ୍ଧର ତୁହିଠଉରିବାକୁ ମୋ ନାହିଁ ଭରଷାଠିକେ ମୁହିଁ ତୋତେ କରିଛିଠାକ କରିଅଛି ତୋତେ ଯେଠାଠିକ ମୁଖି ତୁ ଏ କାମସାଗରୁଉଦ୍ଧରିଣ ଧର ମୋତେ ଯେ
୧୨
ଡ଼ମ୍ବରୁ ସରୁ ସୁନ୍ଦର ତୋ କଟିଡ଼ାଳିମ୍ବ ମଞ୍ଜିକି ଦଶନ ପନ୍ତିଠିକ ତୋର ପିକ ବାଣିକି ଜଣାଡ଼ରେ କାମଦେବ ହୋଇବ ବଣାସେ ଡ଼ୋଳା ଖେଳାଇବା ଭଙ୍ଗି ଯେଭ୍ରଥଇ ପାଦେ ବାଜେଣି ଖୁଣ୍ଟିଆଯୋଗିଯୋଗ ଯିବ ଭାଙ୍ଗି ଯେ
୧୩
ଢ଼ଳିଥାଇ ଯୁଡ଼ା ବାମ ପାଶକୁବେଢ଼ିଥାଇ ମଧୁକର ପାଶକୁଘଳହଳ ଦିଶେ ମୁକୁତା ହାରଧାଡ଼ି ଧାଡ଼ି କିବା ନକ୍ଷତ୍ର ମାଳସେଢ଼ଳିଲି ସେ ଶୋଭା ଚାହିଁ ଯେଢ଼ୋକିଲା ଗରଳ ବିଷ ପ୍ରାୟେ ମୋରଚେତନା ରହିଲା ନାହିଁ ଯେ
୧୪
ଅଙ୍ଗଭଙ୍ଗ ମଧ୍ୟେ ସିନ୍ଦୂର ଶିରଉଇଁଛି କି ଭାନୁ ଉଦୟ ଗିରଅଳକା ବେତକୁ ଉପମା ନାହିଁବାର ଆଦିଯକି ଅଛଇ ଉଇଁସେଅବନୀ ଶୋଭା ସୁନ୍ଦର ଯେତମ୍ବୁଜନୟନୀ କଣ୍ଠେ ରତ୍ନମଣିକର୍ଣ୍ଣେ କାପମନୋହର ଯେ
୧୫
ପକାଇ ଦହିଲା ସୁବର୍ଣ୍ଣ ପରିତୁଳ୍ପତ ତୋତେ ନାହିଁ ତିନିପୁରିଚାରୁଣିଙ୍କ ମଧ୍ୟେ ଅଟୁ ରତନତୋ ରୂପ ଦେଖି ହେବେ ମୁନି ଭ୍ରମ ସେତ୍ରୈଲୋକ୍ୟ ମଧ୍ୟେ ଚନ୍ଦ୍ରମା ଯେତୋର ରୂପ ରାଶ ଗଢ଼ିଥିଲା ବସିକେତେକାଳ ବିଶ୍ୱକର୍ମା ଯେ
୧୬
ତଳ ପୃଥିବୀରେ ବିଚିତ୍ର ଯେତେସ୍ଥୁଳକରି ଧାତା ଗଢ଼ିଲା ତୋତେଶୟନ ମୋହନ ଉଚ୍ଚାଟ ଘେନିଥୋଇଲା କ ବିହି ତୋର ମୁର୍ଦ୍ଧନି ସେଥରେ ଦେଲି ମୁହିଁ ଚାହିଁ ଯେସରୁଅଛି ସେହି ଦିନରୁ ମୋ ତନୁଥୟ ଆଉ ହେଉନାହିଁ ଯେ
୧୭
ପରଦରହାସି ଗତି ମନ୍ଥରଦ୍ରବି ହୋଇ ବୋହି ଯିବ ପଥରପାଉଦାଉ ଦିଶେ ପାହୁଡ଼ ବଳାଦିବ୍ୟ ଅଳଙ୍କାର ତୋକଟୀ ବେଢ଼ା ସେଦର୍ପଣ ମୁଖ ସୁନ୍ଦର ଶଯଦିବା ରଜନୀରେ ରଜନୀ ବାସରେନ ଗଲା ମନୁ ମୋହର ଯେ
୧୮
ଧୀର ବଚନ ତୋ ବୀଣାକୁ ଜିଣାଧୀର ଚାହାଣି ତ ପରାଣ ଘେନାଧରି ବାସ ଶେଷ ମୁଖେ ଦେବାରଧଇର୍ଯ୍ୟ କେହୁ ଧରିବ ଶରୀର ସେଧନ୍ୟ ତୋର ରୂପ କାନ୍ତି ଯେଧ୍ୟାନ କରୁଅଛି ତୋ ମୁଖ ରାଶ ଭାକୁଲଭିଲେ ପାଇବ ଗତି ଯେ
୧୯
ନାସେ ଗଜମୋତି କର୍ଣ୍ଣେ ତାଟକନୀଳମେଘେ କି ବିଜୁଳି ଝଟକନୀରଜ ନୟନେ ଅଞ୍ଜନ ସାଜେନବକୋଟୀ କାମ ତୋ ତନୁ ଗଞ୍ଜେ ସେନବନାଗରୀକ ବର ଯେନବୀନବୟସି ଚାରୁ ଶୁଭ୍ରକେଶିନ ଗଲା ମନୁ ମୋହର ଯେ
୨୦
ପଦ୍ମନୟନୀର ଚାହିଁବା ଭଂଗିପଞ୍ଚଶର ବୀଣା ଅଛିକି ସନ୍ଧିପଛଭାଗକୁ ପଡ଼ିଅଛି ବେଣୀପିଠିପରେ କି ଖେଳେ କଳାଫଣୀ ସେପଡ଼ିଗଲା ନେତ୍ର ମୋର ଯେପାଦ ନ ଚଳିଲା ସ୍ଥକିତ ରହିଲାଦେଖି ମୁ ହେଲି ତରଳ ଯେ
୨୧
ଫୁଟିଲା ପଦ୍ମପ୍ରାଏ ମୁଖ ତାରଫୁଲାଇ ନାସା ଭାଷା କହିବାରଫୁଲଧନୁ ଧରି ନୟନ ଶରଫୁଟାଇ ଦେଉଛି ହୃଦୟ ମୋର ସେଫାନ୍ଦ ତା ମଧୁରହାସ ଯେଫାନ୍ଦରେ ପଡ଼ିଲେ ନିଶ୍ଚେ ନାଶ ଗଲିବଞ୍ଚିବାକୁ ନା ହିଁ ଆଶ ଯେ
୨୨
ବୟସ କିଶୋଣର ବିଧୁବଦନାବଚନ ତାହାର ବୀଣାକୁ ଜିଣାବଳିଶ ବାହୁ ଯା ମୃଣାଳ ପରିବଦ ମୁଦ୍ରିକା ମୋହେ ରତ୍ନଚୁଡ଼ୀ ସେବିବେକ ଚତୁର ନାରୀ ଯେବୁଡ଼ି ଯାଉଅଛି କାମସମୁଦ୍ରରେ ବାରେକରୁ ମୋତେ ପାରି ଯେ
୨୩
ଭବାନୀପତିଙ୍କୁ ବର ମନାଇଁଭାଗ୍ୟଥିଲେ ଥରେ ଭେଟିବି ଯାଇଭାବେ ପ୍ରସନ୍ନ ହେବେ ଶୂଳଧରଭକତି ବାରେ ଘେନିବେ ମୋହର ସେଭେଟାଇବେ ରାମବାବର ଯେଭେଟ ପଡ଼ିଲେ ଛାମୁରେ ଜଣାଇଁବିହୃଦର ବେଦନା ମୋର ଯେ
୨୪
ମନ୍ଦ ମୟତ ବନନେ ରାମାବରମୋତେ ସଙ୍ଗେ ଘେନି କଲା ବିହାରମାଧବଲତା ଅଟାଳ ଜଗନମନେ ପଡ଼ିଲେ ହୃଦ ହୋୟେ କୀର୍ତ୍ତି ସେମନରୁ ନ ଗଲା ମୋର ଯେମୀନନୟନା ମନେ ମାନ ଘେନିଣକଲା କ ମୋତେ ଅନ୍ତର ଯେ
୨୫
ଜଳନ୍ତ୍ରୀଡ଼ା ବେଳେଯେତେକ ଭାବଜୀବନ ଥିଲେ କି ପାସୋର ଯିବଯମୁନାଘାଟର ସେ କେଳିସ୍ଥାନଯିବ କି ମନରୁ ସେ କଥାମାନ ସେଜୀବ ଥିବ ଯେତେକାଳ ଯେଜଗତମୋହିନୀ ଗଜେନ୍ଦ୍ରଗମନୀନ ଗଲା ମନୁ ମୋହର ଯେ
୨୬
ରମଣିରତନ ଅଟଇ ରାମାରମଣିଙ୍କ ମଧ୍ୟେ କୂଳଚନ୍ଦ୍ରମାରସଲାଳସି ଭାବ ଗୁଣ ଯେତେରହିଅଛି ସବୁ ମୋ ହୃଦଗତେ ସେରସବତି ମଦାଳସି ଯେରସସମୁଦ୍ରରେ ନ ରଷିଲେ ବାରେନିଶ୍ଚେ ଗଲି ମୁହିଁ ଭାସି ଯେ
୨୭
ନବବୟସି ସେ ଲାବଣ୍ୟ ମୂର୍ତ୍ତିନୟନେ ପଶୁଚ୍ଛ ତାହାର ରୀତସେଯେ ଦୟାକରୁ ପ୍ରାଣ ବାନ୍ଧବରଚିଲେ ତା ସଙ୍ଗ ଗତି ପାଇବ ସେନୋହିଲେ ଗଲା ଜୀବନ ଯେଛାମୁରେ ଏ ମୋର ବେଦନାଦୁତୀ କହିବୁ ବହନ ଯେ
୨୮
ବିନୟ ଉଦନ୍ତି ଯେତେକ ମୋରବହନ କହି ତୁ ସଖି ଛାମରବୋଲିବୁ ପ୍ରିୟ ଧନେ କିଣିଥିଲେବିବେକ ହୋଇ କିପାଁ ଏହା କଲ ସେବୁଝି ଦୋଷ ଦଣ୍ଡ ଦିଅ ଯେବିଳମ୍ବ ନକର ବହନ ତୁ ଚଳସଖିରେ ଆଗରେ କହ ଯେ
୨୯
ଶୀଘ୍ର ଚଳେ ଦୂତ ଶ୍ରୀମତି କରିସକଳ କହିଲା ଶ୍ରୀକୃଷ୍ଣ ରୀତିଶୁଣିଣ କିଶୋରି ହେଲେ କାତରସବରେ ଚଳିଲେ ବୃନ୍ଦବନର ସେଶ୍ରୀକୃଷ୍ଣ ପାଶେ ମିଳିଲେ ଯେଶ୍ରୀମୁଖକୁ ଚାହିଁ ଶିରେ କର ଦେଇବହୁ ବିନୟ କହିଲେ ଯେ
୩୦
ଶୁଣ ହେ ଶାରଙ୍ଗଧର ଶ୍ରୀହରିସବୁ ଦିନେ କିଣା ଦାସୀ ତୁମ୍ଭରିଶ୍ରୀମୁଖ ଦର୍ଶନକୁ ଆଶା ମୋରଶରଦଚନ୍ଦ୍ରକୁ ଯେହ୍ନେ ଚକୋର ସେସେହି ମତି ମୋର ଆଶା ଯେସବୁ ଦିନରେ କିଣିଲା ଦାସୀ ମୁହିଁତୁମ୍ଭରି ପାଦେ ଭରସା ଯେ
୩୧
ଶ୍ରୀମୁଖକୁ ଚାହିଁ ଦିନ ହରିବିଶ୍ରୀ ପଦ୍ମପାଦେ ସେବା କରିଥିବଶୁଣ ହେ ମୋହର ପ୍ରାଣ ଭିଷ୍ମରସନ୍ତୋଷେ ମତେ ଦିଅ ଏହି ବର ସେଶିରେ ବେନିକର ଯୋଡ଼ି ଯେପୁଣି ଶାମବନ୍ଧୁ କୋଳାଗ୍ରତ କଲେତୁ ମୋର ପ୍ରାଣ ଈଶ୍ୱର ଯେ
୩୨
ହରଣିନୟନା ହରି ପାଶରେହେଲା ଯେତେ ସୁଖ ସେହି କାଳରେହୋଇଲେ ତୋଷ କିଶୋର କିଶୋରୀହରଷେ ବୃନ୍ଦାବନେ କଲେ କେଳି ସେହରିଲେ ଅଶେଷ ଦୁଃଖ ଯେହୋଇଲେ ପ୍ରମୋଦ ଛାଡ଼ି ମନୁ ଖେଦଲଭିଲେ ପରମ ସୁଖ ଯେ
୩୩
ଛାମୁରୁ ମେଲାଣି ମାଗି ସୁନ୍ଦରୀଛଛନ୍ଦେ ବିଜେ କଲେ ନିଜପୁରୀକ୍ଷମାସାଗର ହେ ମୁରଲୀଧରକ୍ଷମା କରିବ ଅପରାଧ ମୋର ସେଛାର ପତିତ ପାମର ଯେକ୍ଷମେ କିଶୋର କିଶୋରୀ ପଦ୍ମପାଦେମନ ଥାଉ ନିରନ୍ତର ଯେ
୩୪
ପାର୍ବତୀଙ୍କ ଜଣାଣକେଉଁ ପାମରଜନ କରୁଛି ନିବେଦନଶଙ୍କରପତ୍ନୀ ମୁଖ ଚାହିଁସିଂହପଛରେ ରହି କପୋଳେ କର ଦେଇଅଯନ୍ତ ଆରତେ ଡ଼ାକଇଗୋ ଭଗବତିଭାବୁକଜନର ବିନତିଘେନ ତୁ ମାତ ଜଗଦ୍ଧାତ୍ରିବଚନ ଧୃତି କରୁଅଛି ଗୋ ସତିବିନାଶ କର ମୋ ଦୁର୍ଗତିଭଗବତି
୧
ମହିଷାସୁର ରୀତି ଦେଖିଣସ୍ୱର୍ଗପତି ଘେନିଲେ ଦେବଙ୍କ ସହତିକେଉଁ କାଳରେ ସ୍ତୁତି କରିଲେ ପ୍ରଜାପତିସେ କଥା ଜାଣିଣ ଶ୍ରୀପତିଗୋ ଭଗବତିଶଯ୍ୟାରୁ ଉଠିଣ ଝଟକିଆସି ସେ କାଳେ ବାଣୀଦେବଙ୍କ ଦୁଃଖ ଦେଖି ହୋଇଲେମହାକୋପି ଉଭବ କଲେବା ଆଦୃତ ଗୋ ଭଗବତି
୨
ନାନାଦି ଅସ୍ତ୍ର ଶସ୍ତ୍ର ଧରି ସେ କାଳେମାତ ଦନୁଜବଳକୁ ସଂହାରିଜଷରେ ଶୂଳ ଧରି ଅସୁର ହୃଦେ ମାରିପେଶିଛ ତାକୁ ଯମପୁରିଗୋ ଭଗବତିଇନ୍ଦ୍ରାଦିଦେବଙ୍କ ଦୁର୍ଗତିମୋଚନ ହେବାରୁ ପାର୍ବତୀରରୁ ପରା ଦୁର୍ଗତିନାଶିନୀ ନାମ ଗୋଟିସୁଜନେ ସର୍ବଦା ଭାବନ୍ତିଗୋ ଭଗବତି
୩
କମଳେକ୍ଷଣି ମାତ ଦେଖି ମୋହଦୁରିତ ନିଷ୍ଠୁର ହେଉଛ କିପାଁଇରେଅପାଙ୍ଗେ ଚାହିଁ ଦେଲେହେଁ କୃପାମୟିଏ କଷ୍ଟ ଯିବ ତ୍ରାଣ ହୁଇଗୋ ଭଗବତିନା ନା ଦେଶରୁ ଜନେ ଆସିତୋ ପାଦେମସ୍ତକ ନିବେଶି ଚରଣାମୃତ ନୀର ପାନ କରିସତୁର ବହୁତ କରନ୍ତିସେ ସ୍ତୁତି ଗୋ ଭଗବତି
୪
ତୋ ମୁଖ ଚନ୍ଦ୍ରଦ୍ୟୁତି ଦେଖିଣନିଶାପତି ମହାସକୋଚ ମନେ ପାଇଦିବସେ ଉଦେ ନୋହି ଜଳଧି ମଧ୍ୟେ ଯାଇଲୁଚି ଅଛଇ ପରା ରହିଗୋ ଭଗବତିଭୈରବୀ ବିମଳା ଚର୍ଚ୍ଚିକାଏମାନେ ତୋର ଅଂଶ ଏକାକଳୁଷ ସମୁଦ୍ରରେ ଭାସୁଅଛିମୁ ବାରେ ଏଥିରୁ ଉଦ୍ଧର ଅମ୍ବିକାଗୋ ଭଗବତି
୫
ଅଲକ୍ତିପରି ରକ୍ତବର୍ଣ୍ଣ ଅଧର ମାତ୍ରଦିଶଇ କେଡ଼େ ଶୋଭାନ୍ୱିତତହିଁରେ ଦ୍ୱିଜାବଳିମାନଙ୍କ ତେଜ ପତିହୋଇଛି ବଡ଼ ଶୋଭାବନ୍ତଗୋ ଭଗବତିଗୁରୁଙ୍କ ପତ୍ରପୁଷ୍ପେ ହୁତାର ଅଟଇବହୁତ ଆଦର ତେଣୁମୟୂରପୁଚ୍ଛ ଗୁଚ୍ଛକୁ ଧରିସ୍ୱଚ୍ଛ ହୋଇ ବଞ୍ଚନ୍ତି କେତେ ନରଗୋ ଭଗବତି
୬
ସଦାଶିବଙ୍କ ତୁହି ପତି କରିବାପାଇଁପିତାଙ୍କ ସପ୍ତ ଲଘିଂକରିତାହାଙ୍କନାମ ସ୍ମରି ଗୃହରୁ ଗଲୁଚାଲିସଙ୍ଗେ ଘେନିଣ ସହୁଚରିଗୋ ଭଗବତିଘୋରବନରେ ମିଳିରିବହୁତ ତପସ୍ୟା ଆଚରିମୁଡ଼ଙ୍କୁ ତୋଷକରି ଥିବାରୁ ଗୋ ଗଉରିମୁଡ଼ାନୀ ନାମ ଅଛୁ ଧରିଗୋ ଭଗବତି
୭
ମାତ ସର୍ବମଙ୍ଗଳା ଦୁଃଖିଜନରଭେଳା ଅଟଇ ମହଁନା ତୋହରବେଳକୁ ବେଳ ହେଳ ଏ ଦୁଃଖ ବଳାଇଲାଦେଖି କି ହେଉଛୁ କାତରଗୋ ଭଗବତିଘୋଟିଛି ଏ ଦୁଃଖ ତିମିରମୋଚିତ୍ତ ରାତ୍ରି ମଧ୍ୟେ ଘୋରକରୁଣା ସୁଧାକର ପେଶିଛେଦ ସତ୍ୱରକହଇ ଦ୍ୱିଜ ନୀଳାମ୍ବରଗୋ ଭଗବତି
୮
ଶ୍ରୀ ଚର୍ଚ୍ଚିକା ଦେବୀଙ୍କ ଜଣାଣଅତି ଆରତହୋଇ ଅନ୍ତର୍ଗତେଭାବଇ ଅଧମ ଏକ ନର ଆସିଅଶୁଭଛେଦକର ଅତି ପବିତ୍ରତରଚର୍ଚ୍ଚିକାଙ୍କର ପୀଠେ ବସି ଗୋ ଅଗସୁତାଅଟେ ଆଜନ୍ମ ଦୁଃଖି ମୁହିଁଅନ୍ୟ ଶରଣ ମୋର ନାହିଁଅନନ୍ତ ଆଶା ରି ଅୟିମାତତୁମ୍ଭରି ଅଗ୍ରକୁ ଆସିଅଛି ଧାଇଁ ଗୋ
୧
ଆଦିଦେୟ ପୂଜନୀ ଆଖଣ୍ଡଳଅବନୀ ଆବାସୀଜନଙ୍କ ଆଦରିଆରତ ବିଧ୍ୱଂସିନୀ ଆନନ୍ଦପ୍ରଦାୟିନୀଆପଦସାଗରତରଣୀ ଗୋ ଆଦିମାତଆଉ ମୋ ପରି କର୍ମହୀନ ଅପନ୍ନ ଜନ ନାହିଁଜାଣ ଆସିଅଛି ସେବିଣ ଅଖଣ୍ଡଳ ଭୁବନମଧ୍ୟରେ ଯେତେ ଦେବମାନ ଗୋ
୨
ଈଶ ମନୋହାରିଣୀ ଇନ୍ଦ୍ରପ୍ରଦଦାୟିନୀଇନ୍ଦୁ ଧାରିଣୀ ବିମୋହିନୀଈକ୍ଷଣ ଦାନ ମୋରେ ଇଛା ରୂପିଣୀ ବାରେଈଷତେ ଆଜ୍ଞା ହେଉ ପୁଣି ଗୋ ଈଶପତ୍ନିଇଚ୍ଛନ୍ତି ତୋ ନାମ ଭୂପାଳେଇତର ରାଷ୍ଟ୍ର ଜୟକାଳେଇତି ଭୟ ଆବର ଏନ ମାନ ଅପାରଇନ୍ଦିରେ ନାଶ କୁତୁହଳେ ଗୋ
୩
ଉତ୍କଟ ପାପ ବହ୍ନି ଉଗ୍ର ଶିଖାକୁଘେନି ଉଠିଲେ ଜନ୍ତୁ ବନାନ୍ତରେଉତ୍ପଳ ଲୋଚନରେ ଉଦ୍ରେକ ମାତ୍ରେଯାର ଉତ୍ତେଜ ନାସଯାଇପାରେ ଗୋ ଉତ୍ତମାଙ୍ଗିଉତ୍କଳ ଦେଶ ନିବାଶିନୀଉତ୍କୃଷ୍ଠ ଦନୁଜ ଘାତିନୀଉତ୍ତର ମୋର ଶୁଣି ଉଷତକି ହେଲାଣିଉପ୍ତୁଲ ପଦ୍ମାଘ୍ରିପାରିଣୀ ଗୋ
୪
ରୂପ ଲାବଣ୍ୟ ମାର ରୁଦ୍ର ପ୍ରିୟେତୁମ୍ଭର ଋଗ ଜନଙ୍କ କେଶ ହରଋଣ ଝୁଣ ନୂପୁର ଋତରେ ହରଙ୍କରକରୁଛ ସନ୍ତୋଷ ବିସ୍ତାର ଗୋ ଇଷ୍ଟରୂପେଋତୁରାଜ ଯେ ସଖା ତୋରରୂପକୁ ଆରାଧି ସହର ଋଷିଗଣଙ୍କସ୍ୱାନ୍ତଋତ ଯୋଗକୁ କ୍ଷାନ୍ତ କରିଦେବାକୁ ଆଗୁଁସାର ଗୋ
୫
ଲୁପ୍ତ ହେଲାଣି ମାତ ଏଣୁ ମୋ ଆଶାପଥଲାଭ ନ ହେବାରୁ ତୁମ୍ଭରଲୋକ ବଚନ ମାନ ଲାଳିତ ମୃଗୁଁ ଜାଣଲମ୍ବିତ କେଶି ନୁହେ ଆନଗୋ ଲୋଳଜିହ୍ୱେଲଜ୍ଜା ରୂପିଣି ଲକ୍ଷ ଲକ୍ଷଲୋଡ଼ିଣ ସେବା ତୋର ରକ୍ଷଲାଭ ହୋଇବ ବାଞ୍ଛା ବୋଲିଣ କରିଇଚ୍ଛା ରୁ ହୁ ଅନ୍ତି ତୋ ସମ୍ମକ୍ଷ ଗୋ
୬
ଏକା ହୋଇଣ ମାତ ଏ ଅନନ୍ତ ଜଗତଏକା ରୂପରୁ କରି ଜାତଏକାନ୍ତ ପ୍ରଳୟରେ ଏକାକେଏ କୁକ୍ଷୀରେ ଏକାବେଳକେକରୁ ଗୁପ୍ତ ଗୋ ଏକାକିନୀଏ ତୁମ୍ଭ ବାହୁ ମାନଙ୍କରଏକା ପ୍ରସନ୍ନେ ପର୍ଶୁଧରଏକବିଂଶତିବାର ଏଡ଼େ କ୍ଷନ୍ତ୍ରିୟକୁଳବିନାଶି ଥିଲେ ସଅ ମୂଳ ଗୋ
୭
ଦହିକ ସୁଖ ଲାଭ କରିବାରେମୁଁ ଭାବ ପ୍ରକାଶ କରିଛି ସନ୍ତତେଏଥି ପାଇଁ ଚିନ୍ତିତ ହୋଇଛୁ ଜଗନ୍ନାତମାରିତ ନାହିଁ ମୋକ୍ଷତୋ ତେ ଗୋ ମାହେଶ୍ୱରୀଇତିହାସର କଥା ମୂଳ ଶୁଣିଛି ପ୍ରଭାବସକଳ ଐଶାର୍ଦ୍ଧଙ୍ଗ ଭାଗିନୀ ଦେବାକୁତାହାପୁଣି ଅଛି ବହୁତ ତୋରବଳ ଗୋ ମାହେଶ୍ୱରୀ