ଶ
ନୀଳମଣି ବିଦ୍ୟାରତ୍ନ
୧୮୬୭–୧୯୨୩
- ସଂକଳନ: ପ୍ରବାଦ ପୁଷ୍ପାଞ୍ଜଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୮
- ସ୍ଥିତି
- ସାର୍ବଜନୀନ (Public domain)
ଶକ୍ତିର ଭକ୍ତ, ନରମର ଯମ ।ଶତଂ ବଦ ମାଲିଖ ।ଶନୈଃ ପର୍ବତଲଙ୍ଘନଂ ।ଶାପରେ ବର ।ଶାଳଗ୍ରାମର ଶୋଇବା ବସିବା ସମାନ ।ଶତମାରୀ ଭବେଦ୍ବୈଦ୍ୟଃ ସହସ୍ରମାରୀ ଚିକିତ୍ସକଃ ।ଶରୀରମାଦ୍ୟଂ ଖଳୁ ଧର୍ମ୍ମସାଧନଂ ।ଶାଗଚୋରକୁ ମୁଣ୍ଡକାଟ ଶାସ୍ତି ।ଶିର ଚିହ୍ନି ପିଟିଲେ ନଡ଼ିଆ ଭାଙ୍ଗେ ।ଶରୀରଂ ବ୍ୟାଧ୍ୟମନ୍ଦିରଂ ।ଶଫରୀ ଫର୍ଫରାୟତେ ।ଶିରୋନାସ୍ତି ଶିରୋବ୍ୟଥା ।ଶିଏ ଭାଖା ଏକ ଲେଖା ।ଶୋଇଲାପୁଅର ଭାଗ ନାହିଁ ।ଶୀତକାଳରେ ହେଁସ ଉଧାର ।ଶାଶୁ ମଲା ବୋହୁ ବେଇଲା, ଯେଉଁ ତିନି ପ୍ରାଣୀକି ସେହି ତିନି ପ୍ରାଣୀ ।ଶିକାରବେଳେ କୁକୁରକୁ ହଗ ମାଡ଼ୁଚି ।ଶିଳ ଶିଳପୁଆ ଗଗନେ ଉଡ଼ୁଚି, ଶିମିଳିତୁଳା ବୋଲୁତ ମନେ ରଖ ।ଶିବେଇସାନ୍ତରା ଦେଉଳତୋଳା ନ୍ୟାୟ ।ଶୁଖିଲାରେ ଫାଳ ଘା ।ଶହେ ମହଣ ଘିଅ ହେବ, ରାଧା ନାଚିବେ ।ଶାଳୀ ପରିହାସ ଭଲ, କହିଲେ ଯେବେ ସହେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର