ସାନ୍ତ୍ୱନା
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୨
- ସ୍ଥିତି
- ସାର୍ବଜନୀନ (Public domain)
ସାଗରେତ ଦ୍ୱୀପ ଅଛି ମରୁସ୍ଥଳେ ଜଳ,ପ୍ରାନ୍ତରେ ପାଦ୍ରପ ଅଛି, ମେରୁରେ ଅନଳ,ତେବେ ଶାନ୍ତି ଅଛି ଏହି ଅଶାନ୍ତି ସଂସାରେ ।ଅଛିରେ ଆଲୋକ ଏହି ଭୀଷଣ ଅନ୍ଧାରେ ।ଅଛିରେ ନିହାର-ବିନ୍ଦୁ ଅନନ୍ତ ପାବକେ,ନନ୍ଦନ-ସୌରଭ ଅଛି ଦୂରନ୍ତ ନରକେ,ସଂସାର-ମରୁରେ ଅଛି ଶାନ୍ତିର ଝରଣା,ଗରଳ ସମୁଦ୍ରେ ଅଛି ଅମୃତର କଣା,ସତ୍ୟ, ଚିଦାନନ୍ଦ ସେହି ମଙ୍ଗଳ କାରଣ,ବିଶ୍ୱଘାତା, ଜଗତ୍ରାତା, ଅଧମ ତାରଣଚିର, ନିତ୍ୟ, ସନାତନ ଶାନ୍ତିର ଆଳୟସୁନ୍ଦର, ମଧୁର, ଧୀର, ବିଭୁ ଦୟାମୟତାଙ୍କର ଚରଣାମ୍ବୁଜେ ସଦା ଚିତ୍ତ ଥାଉଏ ସଂସାରେ ତହିଁ ଛଡ଼ା ଶାନ୍ତି ନାହିଁ ଆଉ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ