ସନ୍ଧ୍ୟା ଆରତି — ନନ୍ଦକିଶୋର ବଳ · ସ୍ୱର୍ଣ୍ଣଲିପିବାସର−ତିମିରୀ−ମହା−ଅଦ୍ଭୁତ−ସନ୍ଧିରେଶଙ୍ଖ ଘଣ୍ଟା ବାଜି ଉଠେ ମନ୍ଦିରେ ମନ୍ଦିରେ ।ବିଶ୍ୱ−ବଡ଼ଦାଣ୍ଡେ ଅହୋ ମମ ପାନ୍ଥ−ପ୍ରାଣ !କର୍ମ୍ମସ୍ରୋତେ ଏତେ କାଳ ଥିଲୁ ଭାସମାନବଡ଼ ଦେଉଳରେ ଜଳି ଉଠେ ସନ୍ଧ୍ୟାବତି;ଦେଖି ଗାଅ ଶ୍ରାନ୍ତ ମନ ! ସନ୍ଧ୍ୟାର ଆରତି,ରେ ମନ ଭ୍ରମର ! ବୁଡ଼ି ଯାଅ ହୃଦ–ପଦ୍ନେ ।ଚିନ୍ତା କରୁ ବିଶ୍ୱ−ତତ୍ତ୍ୱ ପଶି ଆତ୍ମସଦ୍ମେସନ୍ଧ୍ୟା ତାରା
୧
ଅପାର ଅଗମ୍ୟ ଏହି ଅସୀମ ଗଗନ,ଗୋଟିଏ ତାରକା ତହିଁ କିବା ଶୋଭବନ !ପଶ୍ଚିମ ଆକାଶେ ରବି ଯାଉଅଛି ବୁଡ଼ି,ଗାଇଣ ମେଲାଣି ଗୀତ ପକ୍ଷୀ ଯାଏ ଉଡ଼ି ।କି ସୁନ୍ଦର କି ବିଚିତ୍ର ବିଶାଳ ଆକାଶ,କେ କହିବ କେବୁଁ ଏହା ରହିଛି ପ୍ରକାଶ !ବୈଦିକ ଋଷିଏ ବାଲମିକୀ, କାଳିଦାସ,ଭବଭୂତି, ଆଦିକବି ଚିତ୍ରଲେ ଆକାଶ’ହୋମର୍ , ବର୍ଜିଲ୍, ଦାନ୍ତେ, ପିତ୍ରାର୍କ, ମିଲଟନଏ ସୁନ୍ଦର ନଭେ ଦେଖି ହେଲେ ମୁଗ୍ଧମନ,ଅମୃତ ମଧୁର ସ୍ୱରେ ବିଚିତ୍ର ଭାବରେଚିତ୍ରି ଗଲେ କେତେ କବି କବୀନ୍ଦ୍ର ଅମ୍ୱରେ ।ତଥାପି ଅନନ୍ତ ଶୋଭା−ଶ୍ରୀକୋଠଭଣ୍ଡାରଅକ୍ଷୟ ଅଖଣ୍ଡ ହୋଇ ରହିଛି ଏହାର ।କି ଅମୃତ ଢ଼ାଳି ତାକୁ ଗଢ଼ିଅଛି ବିହି,କି ଅମୂଲ୍ୟ ରତ୍ନ ତହିଁ ଅଛି ଧାତା ଲିହି !ସରି ନାହିଁ ନ ସରିବ ତା ଅନନ୍ତକାଳେଯେତେ ଦିନ ଥିବ ନର ହୃଦୟ କଙ୍କାଳେ ।
୨
ରହିଅଛି ମୁହିଁ ଆଜି ଦୂର ପ୍ରବାସରେ,ପ୍ରାଣପ୍ରିୟ ଯାହା ଛାଡ଼ି ଆସିଅଛି ଘରେ ।ସେ ସ୍ଥାନ ଏ ସ୍ଥାନ ମଧ୍ୟେ ଦୂର ବ୍ୟବଧାନ,କେବଳ ରହିଛି ଏକ ଅନନ୍ତ ଗଗନ ।ଦିଶେ ଏହି ସନ୍ଧ୍ୟାତାରା ପଶ୍ଚିମ ଆକାଶେ,ସମ ଦୂରବର୍ତ୍ତୀ ତାହା ସ୍ୱବାସେ ପ୍ରବାସେ ।ନୀରବେ ନିରେଖେଁ ମୁହିଁ ଯେ ତାରା କିରଣେପଡ଼ିଥିବ ସେହି କର ମୋ ଗୃହପ୍ରାଙ୍ଗଣେ ।ଆନନ୍ଦରେ ନାଚୁଥିବେ ଦାଣ୍ଡେ ଶିଶୁଗଣ,ଆଣୁଥିବେ ଗୋପବୃନ୍ଦ ଗୋଗୋଷ୍ଠଁ ଗୋଧନ,ବିଲକାମ ସାରି ଚାଷା ଫେରୁଥିବ ଘରେ,ସନ୍ଧ୍ୟାଦୀପ ଜାଳୁଥିବେ ଘରଣୀଏ ଘରେ ।ପାଠ ସାରି ପିଲାମାନେ ଦାଣ୍ଡେ ଗାଇ ଗୀତଫେରୁଥିବେ ପାଠଶାଳୁଁ ହୋଇ ଆନନ୍ଦିତ,ହାଟରୁ ହାଟୁଆମାନେ କଥା କହି କହିପିଠିରେ ଗଣ୍ଠିଲି ପଥ ଯାଉଥିବେ ବାହି ।
ସମ୍ବନ୍ଧିତ ରଚନା
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନିତି ନିତି ଯାହା ଦେଖି ନ ଥିଲା ଆଦର,
ଆଜି କିମ୍ପା ଦୂରୁ ତାହା ଦିଶଇ ସୁନ୍ଦର ।
କି ଗଭୀର ପ୍ରହେଳିକା ମାନବ ଜୀବନ,
‘ଅଣ୍ଟିନୁନା ଭେଣ୍ଡି’ ଖାଣ୍ଟି ସତ୍ୟ ଏ ବଚନ ।
ଅତୀତ ଜୀବନ ଦୂରୁଁ ଦିଶଇ ସୁନ୍ଦର,
ଥିଲାବେଳେ ହାତେ ତହିଁ ନ ଥିଲା ଆଦର,
ଆଜି ଯାହା ଲାଗୁଅଛି ସାମାନ୍ୟ ନଗଣ୍ୟ,
ଭବିଷ୍ୟ ଜୀବନେ ତାହା ହୋଇପାରେ ଧନ୍ୟ ।
୩
ଏହି ଯେ ସଉଧ ପୁରୀ ନଗରୀର ରାଣୀ,ବିପଣୀ−ବୀଥିକା−ପୂର୍ଣ୍ଣ ବଙ୍ଗ ରାଜଧାନୀ,ଖର ପ୍ରବାହିନୀ ଯାର ଜୀବନ ନାଟିକା,ସଂସାରଚରଣେ ଯାର ମନପ୍ରାଣ ବିକ,ଅଗଣ୍ୟ−ଅକ୍ଷୟ−ଧନରତ୍ନେ ସମନ୍ୱିତା,ଜନସଂଘ−କଳ−ଯାନ−ବାହାନେ ପୂରିତା,ନଭଶ୍ଚୁମ୍ୱୀ ସ୍ତମ୍ଭ ଧୂମରାଶି−ସମୁଦ୍ଗରୀ,ଅଗଣନ ହର୍ମ୍ୟ ତୁଙ୍ଗ ଅମ୍ୱରସଂଚାରୀ ।ନାନା ଦେଶୁଁ ସମାଗତ ବିବିଧ ମାନବନାନା ସାଜସଜ୍ଜା ସୁବିଚିତ୍ର ନବ ନବ ।ନାନା ଭାଷା−ଭାଷା ଏହି ମହାଜନସ୍ରୋତଭାସଯାଏ ନେତ୍ର ଆଗେ ଚଞ୍ଚଳ ସତତ ।ଘର୍ଘରି ଘୁରଇ ଚିକ୍ର ଉଦ୍ଗାରି ଅନଳ,ଅହୋରାତ୍ର ହୁଏ ଯାହା ମୋର କର୍ଣ୍ଣଶୂଳ ।ଏହିମାନେ ଭବିଷ୍ୟତେ ବିଚ୍ଛେଦସମୟେପୂର୍ଣ୍ଣ ଗଉରବେ ପୁଣି ଉଇଁବେ ହୃଦୟେପାଦେ ଠେଲିବାକୁ ଇଚ୍ଛା ହୁଏ ଏହିକ୍ଷଣିଝରିବ ଏହାଙ୍କୁ ପୁଣି ସୁଦୁଲର୍ଭ ମଣି !
୪
ଗଭୀର ନିଗୂଢ଼ ଏହି ପ୍ରକୃତିଜୀବନ,ପରିପୂର୍ଣ୍ଣ ଚିଦାନନ୍ଦ ଆତ୍ମା ସନାତନ,ଓତଃପ୍ରୋତଃ ପୂର୍ଣ୍ଣ ଏହା ଅକ୍ଷୟଆନନ୍ଦେଗାଏ ଏ ଆନନ୍ଦଗୀତି କି ସୁନ୍ଦର ଛନ୍ଦେଅନ୍ୟ ଆହେ ଧନ୍ୟ ତବ ଦୟା ବିଶ୍ୱପିତିକ୍ଷୁଦ୍ର ନରେ ଦେଇଅଛି ବୁଝିବା ଶକତି ।ଅତଳ ଅଗାଧ ଏହି ପ୍ରକୃତିର ଶୋଭାକବି ଭକ୍ତମାନଙ୍କର ଚିର ମନୋଲୋଭା,ଧନ୍ୟ ହୁଏ ପ୍ରାଣ ପାଇ କଣିକା ତାହାରଦୈନନ୍ଦିନ ଜୀବନଟି କେମନ୍ତ କାହାର !ପ୍ରକୃତିର ଶିଶୁ ଭୂଞ୍ଜେ ଯେ ଶୋଭାସମ୍ପଦନଗଣ୍ୟ ତା ସଙ୍ଗେ ଧନରତ୍ନ ରାଜପଦ ।ଜଡ଼ ତରୁଲତା ପଶୁପକ୍ଷୀ ନରନାରୀସମସ୍ତେ ଏ ସମ୍ପଦର ସମ ଅଧିକାରୀ ।ପଥେ ଚାଲିଯାଏ ଯେଉଁ ଦୀନ ଦୁଃଖିଜନକିଏ ରଖେ ତା ଜୀବନ−ସମ୍ୱାଦ ନଗଣ୍ୟ ?ତୁଚ୍ଛ ବା ସାମାନ୍ୟ ତାକୁ ମଣିଲେ ହେଁ ଆନଅଚି ତାହା ପ୍ରାଣେ ସୁଖ−ଅକ୍ଷୟ−ନିଧାନ,ବିହାୟସେ ବିହଙ୍ଗମ ଉଡ଼ଇ ଆନନ୍ଦେ,କି ସୁଖେ ଗାଉଛି ଗୀତ କି ମଧୁରଛନ୍ଦେ !ପ୍ରକୃତିକୋଠଭଣ୍ଡାରେ ଅଛଇ ଯେ ଧନ,ପ୍ରତ୍ୟେକେ ପାଆନ୍ତି ତାହା ନ ଦେଖଇ ଅନ୍ୟ ।ତେଣୁ ସର୍ବେ ସ୍ୱଜୀବନେ ମହାର୍ଘ ମଣନ୍ତି,ନିଜ ସୁଖ ଦେଖି ପର ସୁଖ ନ ଦେଖନ୍ତି ।ମୋହ ପକ୍ଷେ ମୋ ଜୀବନ ଦୁର୍ଲଭ ଯେପରି,ଆନ ପକ୍ଷେ ତା ଜୀବନ ସିନା ସେହିପରି ।ମନେ ହୁଏ ମୋ ଜୀବନ ମହାଲକ୍ଷ୍ୟପୂର୍ଣ୍ଣ,ଜଡ଼ ତାରା, ଅସ୍ତିତ୍ୱ ତା ଅବା ଲକ୍ଷ୍ୟ ଶୂନ୍ୟ ।କିନ୍ତୁ ରେ ତାରକା ! ଅଛି ଉଦ୍ଦେଶ୍ୟ ତୋହରଏକସୂତ୍ରେ ବଦ୍ଧ ଲକ୍ଷ୍ୟ ଆମ୍ଭ ଦୁହିଁଙ୍କରସଂସାରର କ୍ଷୁଦ୍ର ନର ମୁଁ ଧୂଳିଲୁଣ୍ଠିତ,ଆକାଶର ସନ୍ଧ୍ୟାତାରା ଉଚ୍ଚେ ସମୁଦିତ,ଦୁହିଁଙ୍କୁ ଏକତ୍ର କରି କି ଶକ୍ତି ମହାନକରିଅଛି ଦୂର ଦେଶକାଳବ୍ୟବଧାନ ।ଲକ୍ଷ କୋଟି ଯୁଗ ପୂର୍ବେ ଏ ତାରକା, ମୁହିଁ,ଏକ ଦେହ ଏକ ପ୍ରାଣ ଥିଲୁ ଆମ୍ଭେ ଦୁଇ ।ଏକ ପିଣ୍ଡ ଏକ ପ୍ରାଣ ହେଲା ଦ୍ୱିଖଣ୍ଡିତ,ସ୍ୱକୁଟୁମ୍ୱ ପରସ୍ପର ପାଶୁଁ ଦୂରୀଭୂତ !ତେଣୁ ରେ ତାରକା ! ତୋତେ ଦେଖି ମୁଗ୍ଧପ୍ରାଣତୋର ମୋର ଲକ୍ଷ୍ୟ ଏକ ସମାନ ନିଦାନ ।ତୁହି ଧନ୍ୟ ମମ ପ୍ରାଣ ଆନନ୍ଦ ବଢ଼ାଇମୁହିଁ ଧନ୍ୟ ପ୍ରୀତି ନେତ୍ରେ ତୋତେ ରେ ଅନାଇ ।ଆଜିର ମେଲାଣି
୧
ଦିନ ଯାଉଛି ବୁଡ଼ି ଆସଇ ସଞ୍ଜଭାନୁ−ଆନନେ ଚାହିଁ ବିବଶ କୁଞ୍ଜବସା−ଗଛ−ଆଡ଼କୁ ଯନ୍ତି ବିହଙ୍ଗେ,ପନ୍ତି ପନ୍ତି ବାନ୍ଧିଣ ବିବିଧ ରଙ୍ଗେ ।ନୀଳ ଗଗନ ଦିଶେ କେଡ଼େ ନିର୍ମଳ,ଉଡ଼ି ଯାଆନ୍ତି ତହିଁ ବିହଙ୍ଗଦଳ ।ତୁଙ୍ଗନଭେ ବିହଙ୍ଗ ଏକେ ସୁନ୍ଦର,ପନ୍ତି ବାନ୍ଧି ଯିବାରୁ ସୁନ୍ଦରତରଯେହ୍ନେ କବିତା ମନୋରମ ସ୍ୱଭାବେ,ସୁନ୍ଦରତର କାବ୍ୟକଳା ପ୍ରଭାବେ ।
୨
ଅସ୍ତ−ଉନ୍ନୁଖ−ରବି କିରଣଜାଳେଶୋଭା−ସଂସାର ହେଲା ଉନ୍ମୁକ୍ତ ତାଳେ ।ସରବ ପଶୁପକ୍ଷୀ ନର ସରବେପୂର୍ଣ୍ଣ ଦିଗବିଦିଗ ବିବିଧ ରବେ ।ଏ ରବ ଶେଷ କୋଳାହଳ ଦିନର,ପ୍ରାଣ ଯେସନ ଶେଷେ ହୁଏ ପ୍ରଖର ।ଆସଇ ବହି ମନ୍ଦ ମନ୍ଦ ପବନ,ତରୁବଲ୍ଲରୀ କରି କରି କମ୍ପନ ।ନୀଳ ଲୋହିତ ପୀତ ଶ୍ୱେତ ହରିତଏ ଆଦି ବର୍ଣ୍ଣେ ବିହାୟସ ପୂରିତ ।କେଡ଼େ ସୁନ୍ଦର କେଡ଼େ ବିଚିତ୍ର ଛବି !ବର୍ଣ୍ଣ ପାରିବେ କି ତା ସହସ୍ର କବି ?ସୃଷ୍ଟି−ଆଦ୍ୟରୁ କବି କବୀନ୍ଦ୍ର କେତେ,ଶେଷ କଲେକି ଏହା ବର୍ଣ୍ଣଣ ଏତେ ?କେଉଁ ତୁଳିକା ଧରି କେଉଁ ବିନ୍ଧାଣୀ,କେସନ ଗଢ଼ିଲା କି ସାମଗ୍ରୀ ଆଣି ?ରାଜରାଜେନ୍ଦ୍ର ଧନପତି ଧରାରତୋଳି ପାରିବ କିଏ ଶୋଭା−ସଂସାର ?ଏହା ଆଦର୍ଶେ ସିନା ଧରା−ଧନେଶବର୍ଣ୍ଣ ବିନ୍ୟାସି କରେ ବିଚିତ୍ର ବେଶ ।ହରି କରୀ ନଗରୀ ତରୀ ବଲ୍ଲରୀନାନା ଆକାରେ ଘନ ନଭେ ସଞ୍ଚରିକେଉଁଆଡ଼େ ଯାଇଛି କି ଅଭିଯାନେ,ଦେବତାଏ ଯାନ୍ତି କି ସୁରବି ମାନେ ?
୩
ଚିର ତ ନୁହେଁ ଦିନ ଆସୁଛି ରାତିନିଭିବ ନେତ୍ରବିଭା, ପରାଣ−ଭାତି ।ସ୍ଥିର ନୁହେଁ ଆଲୋକ, ଆସେ ଅନ୍ଧାରଦେଖି ନିଅ ହେ ପାନ୍ଥ ଶୋଭା−ସଂସାର ।
୪
ଚାହୁଁ ଚାହୁଁ ଉଇଁଲେ ତାରା ଗଗନେ,ହୀରାଫୁଲ କି ଆହା ସୁର−ପ୍ରାଙ୍ଗଣେବଞ୍ଚି ପଡ଼ିଛି ଦେବକନ୍ୟା−ଅଞ୍ଚଳୁଁପ୍ରଣୟୀ ପାଶେ ଦେବୀ ଚଞ୍ଚଳ ଚଳୁଁ ।ଅବା ପ୍ରଣୟି−ଆଗମନ−ଆଶାରେରତ୍ନ−ପ୍ରଦୀପ ଜାଳି ଦେଲା ସ୍ୱକରେ ?କିବା ପ୍ରକୃତି ଦେବୀ ପଟ ମୋଚନେଦିଶେ ଫଟନ୍ତା ଫୁଲ ନନ୍ଦନବନେ ?
୫
କି ମନ୍ତ୍ର ଆସି ନିଶା କଲା ପଠନ,ହେଲେ ମାନବଗଣ ହତ−ଚେତନାଦେହପିଞ୍ଜର ତେଜି ଅଜ୍ଞାତ ଲୋକେ,ପ୍ରିୟ ପରିଜନଙ୍କୁ ଭସାଇ ଶୋକେ,ଗଲା ପଥିକ ତେଜି ପାନ୍ଥନିବାସ,ପଡ଼ିଛି ସେହି ଧରା ସେହି ଆକାଶ ।ଢାଳିଣ ଲୋତକ କି ଶିଶିର ଛଳେଚିର ମେଲାଣି ଘେନି ‘ଆଜିକ’ ଚଳେ ?କେଡ଼େ ସୁନ୍ଦର ଏହି ବିଚିତ୍ର ଧରାତେଣୁ ଏଥିରୁ ମାୟା ନ ଛାଡ଼େ ପରା ?ଯେ ଯାଏ “ସେହି” ପୁଣି ବାହୁଡ଼େ ପ୍ରାଣେ ?ରୁକ୍ମିଣୀ−ରଥ ଫେରିବାର କେ ଜାଣେ ?ସିନ୍ଧୁରେ ବିନ୍ଦୁ ଯାଇଁ ଯେବେ ମିଶିବ,ପୁଣି ସେ “ବିନ୍ଦୁ” କି ପ୍ରକାରେ ଫେରିବ ?ଏସନ ଦିନେ ମୁହଁ ଯିବି ତ ଚାଲି,ଏ ଧରା ଏ ଆକାଶ ରହିବ ଖାଲି ।କେଉଁ ଦେଶେ ସେ, କେତେ ଦୂର, କିପରି ?ଦୁଃଖ−ସୁଖେ ସୁନ୍ଦର ଏ ଧରା ପରି ?କିଏ ଅଛ ହେ ତୁମ୍ଭେ ଅଜ୍ଞାତ ପୁରେଆଶ୍ରୟ ଦେବ କି ହେ ଏ ପାନ୍ଥେ ଦୂରେ ?ତାରକା
୧
ମେଘମୁକ୍ତ ସୁନିର୍ମଳ ନିଦାଘ–ଗଗନ,ଉଜ୍ଜ୍ୱଳ ଚନ୍ଦ୍ରମା ତହିଁ ଦିଶେ ସୁଶୋଭନ ।ଇନ୍ଦ୍ରନୀଳମଣି ମଧ୍ୟେ ଜଡ଼ିତ ଯେସନଦୂର ନଭେ ହୀରଖଣ୍ଡ ସମ କି ଶୋଭନ ।
୨
ମହୀର ମାନବଶିଶୁ ନିରେଖ ନୟନେଉଜ୍ଜ୍ୱଳ ବିଶାଳ ଏହି ନିର୍ମଳଗଗନେକି ଗୌରବମୟ ଏହି ବିଶାଳ ସାମ୍ରାଜ୍ୟ !ବିସ୍ମିତ ହୃଦୟେ ଚାହିଁ ପୂଜ ବିଶ୍ୱରାଜ ।
୩
ପ୍ରତ୍ୟେକ ଇନ୍ଦ୍ରିୟରନ୍ଧ୍ରେ ନ କରେ ପ୍ରଚାରଆଶ୍ଚର୍ଯ୍ୟମହିମା ସର୍ବଶକ୍ତିମୟଙ୍କର !ଦେଖୁନାହିଁ କି ହେ ତଥି ଉଜ୍ଜ୍ୱଳ ଅକ୍ଷରେସର୍ବଶକ୍ତମୟ ନାମ ଖୋଦିତ ବକ୍ଷରେ !
୪
ଅକ୍ଷୟ ଆଲୋକ ଏହି ଦୀପ ଅପ୍ରମିତଯାମିନୀର ଛାୟାକୁ ଯା କରେ ପ୍ରଭାନ୍ୱିତ !କର ନିରୀକ୍ଷଣ, କହ କେଉଁ ଗର୍ବିଜନଏ ଜ୍ୟୋତିଷ୍କଜାଳେ କରିପାରିବ ଗଣନ ?
୫
ଦେଖ ଏ ପ୍ରତ୍ୟେକ ତାରା ଯାହାର କିରଣବହୁଦୂରୁଁ ସୁଗୌରବେ କର ସନ୍ଦର୍ଶନ,ବିଶାଳ ଜଗତ ବିଶ୍ୱରାଜ−ସୁପାଳିତଅନାଦି ଅନନ୍ତକାଳୁଁ ଯେହୁ ବିରାଜିତ ।
୬
ମହୀ ଆଲେକିବା ପାଇଁ ନୁହେଁ ତା ଶୟଳପ୍ରତ୍ୟେକର ଅଛି ଏକ ଗ୍ରହର ମଣ୍ଡଳ ।କେତେ ପ୍ରାଣୀ ଯାହାଙ୍କର ଅସ୍ତିତ୍ୱ−ଆଧାର,ଅଟନ୍ତି ସେ ରାଜ−ରାଜ ବିଶ୍ୱ−ମୂଳାଧାର ।
୭
ସେ ଗୌରବମୟ ପ୍ରାଣୀ ନ ଜାଣନ୍ତି ପରାପାତକ−କାଳିମା କିବା ବିଷାଦାଶ୍ରୁଧାରା,କିନ୍ତୁ ନିରନ୍ତର ଗାଇ ଉକତି−ସଙ୍ଗୀତବିଭୁପ୍ରେମେ ମତ୍ତ ହୋଇ ସଦା ତୁଷ୍ଟ ଚିତ୍ତ ।
୮
ହେ ଧୂଳିର ଶିଶୁ ! କହ ବିଶାଳ ବ୍ରହାମାଣ୍ଡେକିଏ ତୁହି, କେଡ଼େ କ୍ଷୁଦ୍ର ବିଶ୍ୱବଡ଼ଦାଣ୍ଡେ !ପ୍ରଭଞ୍ଜନ ମଧ୍ୟେ କ୍ଷୁଦ୍ର ପତଙ୍ଗମ; ସିନ୍ଧୁବିଶାଳ ବିସ୍ତୃତି ମଧ୍ୟେ ନୀହାରିକା ବିନ୍ଦୁ ।
୯
ତଥାପି ହେ ନୁହ ଭୀତ, ସେହି ମହାଶକ୍ତିସୃଷ୍ଟି ଯାର ମହାସିନ୍ଧୁ, ବିଶାଳ ଧରିତ୍ରୀଶୂନ୍ୟେ ଯା ଜ୍ୟୋତିଷ୍କଗଣେ କଲା ଭ୍ରାମ୍ୟମାଣସେହି ପୁଣି ତୁମ୍ଭ ପିତା ପ୍ରେମମୟପ୍ରାଣ ।
୧୦
ଶାନ୍ତ ହୁଅ, ସର୍ବଦଶୀ ସେ ଦିବ୍ୟ ନୟନବ୍ୟାପ୍ତ ଯାହା ମହୀ, ବାୟୁମଣ୍ଡଳ, ଗଗନ,ଯେ ଦୃଷ୍ଟିକି କେହି ଏଡ଼ି ମ ପାରେ କେବେହେଁ,ବିନ୍ୟସ୍ତ ସେ ତବୋପରି ସତତ ସସ୍ନେହେ ।