ନଶ୍ୱରତା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୩
- ସ୍ଥିତି
- ସାର୍ବଜନୀନ (Public domain)
ଜଡ଼ ଉଦ୍ଭିଦରେ ପଶୁପକ୍ଷୀଠାରେଅବା ମାନବଜୀବନେଜନ୍ମିଲେ ମରଇ ନିଶ୍ଚେ ସୃଷ୍ଟ ପାଣୀବିଧି ଅଟଳବିଧାନେ ।ଦିବ୍ବିଜୟୀ ମହା− ବୀର ସେକନ୍ଦରଜୟ କଲେ ଏହି ମହୀନାହାନ୍ତି ସେ ଭବ− ଭଙ୍ଗୁରତାରୂପେତାଙ୍କର କଥା ଅଛି ରହି ।ଏ ଭାରତେ ଆସି ସେକନ୍ଦର ସାହିକଲେ ବିଜୟ ବିସ୍ତାରତାଙ୍କ ନିଜ ଦେଶେ ଆଜି କେଉଁ ଜାତିକରିଅଛି ଅଧିକାର ।କେତେ କେତେ ଜାତି ଏହି ଭାରତରେପୋତିଲେ ବିଜୟ−ଧ୍ୱଜାତାଙ୍କର ବଂଶଧରେ ପରାଜିଣ ଆନେହେଲେ ଏ ଦେଶରେ ରାଜା ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ