ସମର୍ପଣ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୫
- ସ୍ଥିତି
- ସାର୍ବଜନୀନ (Public domain)
କୃଷ୍ଣଙ୍କୁ ପାଇଲେ ଗୋପୀ କି ତପ କରି,ତପୀ ଭାଗ୍ୟ ନୁହେଁ ଗୋପୀ ଭାଗ୍ୟକୁ ସରି । ପଦ ।ଗୋପୀଏ ବୁଝନ୍ତି ପ୍ରେମ,ମଣନ୍ତି ତା ଖାଣ୍ଟି ହେମ,ରତ୍ନ ଚିହ୍ନି ଜାଣନ୍ତି ସେ ରତ୍ନ-ଜହରୀ । ୧ ।ତେଜ୍ୟା କରି ଘରଦ୍ୱାର,ପତିପୁତ୍ର ପରିବାର,ଖଟିଛନ୍ତି କୃଷ୍ଣପାଦେ ଯେହ୍ନେ କିଙ୍କରୀ । ୨ ।ଧନ୍ୟ ସେ ଗୋପ-ରମଣୀ,ଭୁଞ୍ଜାନ୍ତି ସରଲବଣୀ,ବାତ୍ସଲ୍ୟ ଭାବରେ କୃଷ୍ଣେ କୋଳରେ ଧରି । ୩ ।ଦେହ ଆତ୍ମା ପ୍ରାଣମନ,କରି କୃଷ୍ଣେ ସମର୍ପଣ,ମହା ତ୍ୟାଗବ୍ରତ ସର୍ବେ ଛନ୍ତି ଆଚରି । ୪ ।ପ୍ରୀତି-ସୂତ୍ରେ କୃଷ୍ଣନାମ,ଗୁନ୍ଥି ସେ ନାରୀ-ଲଲାମ,ରତ୍ନହାର ରୂପେ କଣ୍ଠେ ଅଛନ୍ତି ଭରି । ୫ ।ପରିହରି କ୍ଷୁଧାତୃଷା,ଶୋଭାଙ୍ଗୀ କୁରଙ୍ଗୀଦୃଶା,ବାଳମୁକୁନ୍ଦେ ସେବନ୍ତି ଦିବାଶର୍ବରୀ । ୬ ।କି ଉଚ୍ଚାଟ-ମନ୍ତ୍ର-ପାଣି,ପିଆଇଛି ବେଣୁପାଣି,କବି କହେ ଜାଣେ ଶ୍ୟାମ କେତେ ଶାମ୍ବରୀ । ୭ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ