ସଖା-ସ୍ମୃତି *
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୪
- ସ୍ଥିତି
- ସାର୍ବଜନୀନ (Public domain)
କାହା ପାଇଁ ଦିଅ ଭାଇ ଲୁହ ଏଥି ଢାଳି,ଶେଷ ଶେଯେ ଶୋଇଛି ଏ କା’ ନେତ୍ରସଙ୍ଖାଳି ?କେତେ ଯେ ଯୋଜନ ପରେ ଗିରି ନଦୀ ଡେଇଁବୁଡ଼ିଥିବ ଭାଳେଣିରେ ତା’ ଜନନୀ କାହିଁ ?ଗଣୁ ନ ଥିବ ସେ ଆଜି ରଜନୀ ତାମସବସନ୍ତ ମଳୟ ଭେଦି ଉଠୁଥିବ ଶ୍ୱାସ ।ଲଭୁଥିବ ବେଳେବେଳେ ଅଜାଣତ ବ୍ୟଥା,ମୂକ ଧୂଳି ମାଟି ତା’ରେ କହୁଥିବ କଥା ।ନିମିଷକ ବାରତା ସେ ମଣୁଥିବ ଯୁଗ,ହୃଦେ ଜାଗି ଉଠୁଥିବ ଅତୀତ ସୋହାଗ ।ଏଠି ଯେ ଶୋଇଚି ପୁଅ ଶେଷ ସନମାନେ,ଏ ଯେ ଶେଷଶୁଆ କଥା ଥିବ କି ତା’ ମନେ ?ଶିଖା ତୋଳି ଏଠି ଏଣେ ଉଠଇ ଅନଳମୂଳ ବୁକୁ ରକ୍ତ ତାର ତେଣେ ଛଳଛଳ !ଏ ମୋହନ ତନୁ ଶିରୀ କେତେ ଯୁଗ ପାଇଁବନଗିରି ଧରି ମୋର ନେତ୍ରେ ଥିବ ଉଇଁ ।ଏ ମୋହନ କଣ୍ଠଗାନ ଚମକେ ଚମକେଭ୍ରମେ ଶୁଣୁଥିବି ମୁଁ ଯେ ପଶୁପକ୍ଷୀ ଡାକେ ।ବିଜନେ ବିହରି ଏଥି ନୀରବ ଉଦାସେଦରଫୁଟା ହାସେ ସାଥୀ ଶୋଇଛି ତ ଶେଷେ ।ମିଶିଛି ପାଉଁଶେ ତାର ହେମ ଅପଘନ,ଲଭିଚି କି ଅବସର ଜୀବନ-ସପନ ?ବକୁଳ ତମାଳ ଦରମୁକୁଳିତ କଳି,ସପନ ବିହାରେ ଅବା ରହିଗଲେ ଢଳି !ମରଣ ମୂରତି ଛାୟା ନାହିଁ ମୁଖେ ତାର,ମରଣେ କି ଫୁଟି ପାରେ ଜ୍ୟୋତି ନୟନର ?ଏ କୁଞ୍ଜୁ ମୋ ସାଥୀ ଗଲା ଆନ କୁଞ୍ଜେ କାହିଁ,ଏ ଜଗତ ସଖା, ବସି ଭାବେ ତାହା ପାଇଁ ।
ସଖାସ୍ମୃତି–ସତ୍ୟବାଦୀରେ ବୈଷ୍ଣବ ବୋଲି ଗୋଟିଏ ଛାତ୍ରର ମୃତ୍ୟୁରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର