ଦିନେ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
ଦିନେ ସେ କିଶୋରପଥେ ଆଗୋ ସୋହାଗିନି,ପାରିଥିଲି ତୁମକୁ ମୁଁ ଜୀବନରେ ଜାଣି ।ଦେଖିଥିଲି ସପନରେ ନିଶୀଥିନୀ କୋଳେ,ଦୂର ନଭେ ତାରାମେଳେ ଥିଲ ତୁମେ ଦୂରେ ।ଥିଲ ତୁମେ ଫୁଲେ ଫୁଲେ ବାସରୂପେ ମିଶି,ନିଶି କୁମୁଦିନୀ କୋଳେ ଥିଲ ତୁମେ ହସି ।ଦକ୍ଷିଣା ପବନେ ତୁମେ ମନ ସନମାନେଉଡ଼ାଇ ଅଞ୍ଚଳ ବୁଲୁଥିଲ ଏଣେତେଣେ ।ପିକ ତୁଲେ ବସି କେତେ କହୁଥିଲ କଥା–ଗାଉଥିଲ କି ଗୋପନ ମରମବାରତା !ପ୍ରଭାତ ପାଟଳ ତୀରେ ହସି ମନ୍ଦ ମନ୍ଦରଚୁଥିଲ ଧରଣୀର ଲୀଳା-ଅରବିନ୍ଦ ।ହରିଣୀନୟନେ ମିଶି ଚାହୁଁଥିଲ କାହିଁ,ଚପଳାର ସାଥୀ ତୁମେ ମୋର ପ୍ରାଣସହୀ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର