ରସିକ ହାରାବଳୀ
ଉପେନ୍ଦ୍ର ଭଞ୍ଜ · ଭାଗ ୨ / ୫
ଉପେନ୍ଦ୍ର ଭଞ୍ଜ · ଭାଗ ୨ / ୫
(ରାଗ-ମାଳବ)
(ମାଳବ ରାଗ ସଂସ୍କୃତ ’ବସନ୍ତ ତିଳକ’ ବୃତ୍ତରୁ ସୃଷ୍ଟି ହୋଇଥିବା ଅନୁମାନ କରାଯାଏ । ଦୁଇପାଦରେ ଏକପାଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା-୧୪ ।ପ୍ରତିପାଦର ୮ମ ଓ ଶେଷ ଅକ୍ଷର ଉପରେ ଯତିପାତ ପଡ଼େ । ’ଲାବଣ୍ୟବତୀ ’ ର ୩୨ଶ ଛାନ୍ଦରେ ’ମାଳବ’ ବୃତ୍ତର ପ୍ରୟୋଗ ଘଟିଛି; କିନ୍ତୁ ’ ରସିକ ହାରାବଳୀ’ ର ଉକ୍ତ ଛାନ୍ଦରେ ’ମାଳବ’ ରାଗ ଚାରିପାଦ ବିଶିଷ୍ଟ ହୋଇଛି ।)
ରାଜାସୁତ ବିରହେ ବିରସ ପାଶଜନ ।ଅପସର ପୁରୋହିତ ଯାଚି କିଛି ଧନ ।ବୋଇଲେ ତୁମ୍ଭ ସାମନ୍ତ ଦୁହିତାକୁ ଆମ୍ଭ ।ଯୁବରାଜ ବିଭା ହେବା କରିବା ଆରମ୍ଭ ।।୧।ସେ ସୀଉକାରେ କହିଲେ ବିଦ୍ୟାଧର ପାଶେ ।ସ ବୋଇଲେ ବନ୍ଧୁ ଅଛି ଚତୁର୍ଥପୁରୁଷେ ।କୁଳଶୀଳ ଉଜ୍ଜ୍ୱଳ ସୁନ୍ଦର ଭାନୁବଂଶେ ।ସେ କୁମାର ବିବାହ କରିବ ଏହି ମାସେ ।।୨।ନୃପସୁତ କୋଷଅଧିକାରୀ ଗଲା ଶୁଣି ।ଜଣାଇଲାଏକାନ୍ତ କରିଣ ସବୁ ବାଣୀ ।ଶ୍ରବଣେ ସେ ବୀରବର ହୋଇଲା ଏମନ୍ତ ।ଚାତକ ପାଇଲା ମେଘଜଳକୁ ଯେମନ୍ତ ।।୩।ମାଳତୀ ମକରନ୍ଦ କି ପାଇଲା ଭ୍ରମର ।ପିକ କି ଦେଖିଲା ବକୁଳିତ ସହକାର ।ମାନସର ବିହାର କି ପାଇଲେ କାଦମ୍ଭେ ।ବିଷ୍ଣୁ ପ୍ରସନ୍ନ ହେଲେ ବି ସୁଜ୍ଞାନୀ କଦମ୍ବେ ।।୪।ବୋଇଲା ଭଲା ଭାଗ୍ୟରେ ଶେଷ ଆଜ ନିଶି ।ଆକାଶରେ ଶଶୀ ତ ହେଉଚଛି କରେ ଆସି ।ଅଲଙ୍ଘିତ ପାରାବାର ପୋତେ ତରିବାର ।ବିନା ନାଚେ ସେ ଆଜ ତ ହେଉଛି ମୋହର ।।୫।ପବନ କି ବନ୍ଦୀ ହେଲା ପାତିବାରୁ ଫାଶ ।ଦେହାନ୍ତର ନୋହୁଁ ହେଲା ବଇକୁଣ୍ଠେ ବାସ ।ପ୍ରାଣ ଯହିଁକି ଋଣୀ ହୋଇଲା ତହିଁ ମୁହିଁ ।କି ପଉରୁଷ କରିବି କେଉଁଧନ ଦେଇ।୬।ତେଣେ ଗନ୍ଧର୍ବ ମନ୍ଦିରେ ସମ୍ଭାର ଭିଆଣ ।ଶୁଣି ସଖୀଏ ବୋଇଲେ ଜେମା ତୁ ଗୋ ଶୁଣ ।ଯେଉଁ ଯୁବା ଦେଖିଲଇଁ ଜଗତୀରେ ଥାଇଁ ।ତାତ ତୋତେ ତାକୁ ବିଭା କରାଇବେ ନେଇ ।।୭।ମୃତ ପ୍ରାୟ ହୋଇଥିଲା ରସିକ ସିହାଣୀ ।ସଞ୍ଜବନୀ ମନ୍ତ୍ର ହେଲା ସହଚରୀ ବାଣୀ ।ବିଚାରିଲା ଜଗନ୍ନାଥ କୃପା କଲେ ମୋତେ ।କେତେ କେତେ ପୁଣ୍ୟ କରିଥିଲି ମୁଁ ଜନ୍ମାନ୍ତେ ।।୮।ଲଜ୍ଜାକୁ ପ୍ରୀତି ବଳିଲା ଅନୁରାଗ ଯେଣୁ ।ଦତ୍ତକଲା ସଖୀକି ମୁକୁତାମାଳ ତେଣୁ ।ମନେ ମନାସିଲା ଦେବି ଦେବେ କେତେ ଭୋଗ ।ହୋଇବାରୁ ପୁରୁଷ ରତନ ସଙ୍ଗେ ଯୋଗ ।।୯।ସ୍ଥିର ହେବ ବିଜୁଳି ଚନ୍ଦ୍ରମା ହେବ ଚିର ।ସବୁଦିନେ ରହିବ ନଦୀରେ ସମ ନୀର ।ସ୍ୱପ୍ନହେବ ସତ ସର୍ପ ସୁଧା ଉଦ୍ଗାରିବା ।ବଳିଆର କର୍ମ ସେ ପୁରୁଷ ଲଭିବା ।।୧୦।ଏଥୁ ଆନ ରସ ଶୁଣ ସମ୍ଭରମ ହୋଇ ।କନ୍ୟା ତାତ ମଙ୍ଗଳ ଉତ୍ସବକୁ ଭିଆଇ ।ସୁବର୍ଣ୍ଣ କଳସେ ସାତଘରୁ ତୋଳି ଜଳ ।ନାପିତୀ ହସ୍ତରେ ସର୍ପ ରୋପି ନାରିକେଳ ।।୧୧।ଦ୍ୱିଜକନ୍ୟା ସପତ ଗାୟଣୀ ଅପ୍ରମିତ ।ବର ଗନ୍ଧଷିଲେ ଯାଇଁ ହୋଇ ହରଷିତ ।ଦୁର୍ଗାଙ୍କୁ ଗନ୍ଧଷି ନୃପସୁର ପରିକରେ ।କନ୍ୟା ଗନ୍ଧଷଣ କଲାପ୍ରେରିତ ସତ୍ୱରେ ।।୧୨।ଉଷାରୁ କୋକିଳସ୍ନାନ ଦଧି ଗୁଡ଼ ଭାତ ।ଲବଣଚଉଁରୀ ପୂଜାକରେ ବିରଚିତ ।ବେଳ ଦୁଇଦଣ୍ଡ ଥାଉଁ ବର ଆଣି ଗଲେ ।ପଥେ ଆସୁ ପୁଷ୍ପମାଳେ ଶାଳକ ବରିଲେ ।।୧୩।ମୃଦଙ୍ଗ ମର୍ଦ୍ଦଳ ତାଳ ପଟ୍ଟହ ଝର୍ଝରା ।କଂସାଳ କାହାଳ ଭେରୀ ମହୁରୀ ମାଧୁରା ।ଶଙ୍ଖନାଦ ବିଶେଷେ ମୃଦଙ୍ଗ ଶିଙ୍ଗା ଗୀତେ ।ବାଇତାଳିକ କବିତ୍ୱ ପଠନ ନିରତେ ।।୧୪।ବାଇଗଣ ଗଣନା ତ ନାହିଁ ଏତେ ତୋତେ ।ଦେଖିଲା ଜନ ପ୍ରଶଂସା କରନ୍ତି ସମସ୍ତେ ।ଭଲା ବର ସେ କନ୍ୟାକୁ ଅନୁରୂପ ସେହି ।ରତି କାମ ପରାୟେ ଦିଶିବେ ଏହୁ ଦୁଇ ।।୧୫।ନାରୀଏ ବୋଲନ୍ତି ବାଞ୍ଛାବଟ ତଳେ ବସି ।ଶୋଭାକଉଶଳା ଥିଲା ଏ ବର ମନାସି ।ପୁରୁଷେ ବାଞ୍ଛାତ ଗଙ୍ଗା ସାଗରରେ ଝାସି ।କି କନ୍ୟା ଲାଭିଲା ସେ ମନାଇ କାଶୀବାସୀ ।।୧୬।ଏ ସମୟେ କୁମାର ମଣ୍ଡପେ ପରବେଶ ।ଦ୍ୱିଜେ କର୍ମ ଆରମ୍ଭିଲେ କରି ବେଦଘୋଷ ।ଅନ୍ତଃପୁରଚାରୀ ନାରୀ ଗବାକ୍ଷେ ଅନାଇଁ ।ଧୀର କରି କହନ୍ତି ସେ ଜେମାକର୍ଣ୍ଣେ ଯାଇ ।।୧୭।ଗଲା ତୋର ତପ ତୁ କନ୍ଦର୍ପ ପ୍ରାୟେ ବର ।ପାଇଲୁ ନିର୍ଭୟେ ମନଦେଇ ଭୋଗକର ।କନ୍ୟା ସାନଭଗିନୀ କୁମାର ଶୋଭା ଚାହିଁ ।ବିଚାରନ୍ତି ଆମ୍ଭର ଏମନ୍ତ ମର୍ମ କାହିଁ ।।୧୮।ଏ ପୁରୁଷ ହୋଇଥାନ୍ତା ଯେବେ ଆମ୍ଭ ବର ।ଦିବା ନିଶି ହୋଇବାର ନୁହନ୍ତା ଗୋଚର ।ଧାତା ପରିବାରୀ ଜନ୍ମ ହେଲେ ଦେଇଥାନ୍ତା ।ସେବାବେଳେ କରପଦ୍ମ ଅଙ୍ଗରେ ଲାଗନ୍ତା ।।୧୯।ଏ କାଳରେ ବାସକ ମଣ୍ଡପ ପାଶେ ଧରି ।ଦାସୀ ବିଜେ କରାଇଲେ କନକ ଗୁଉରୀ ।ଲବଣ ଚୁଉଁରୀ ବ୍ୟାଜେ କିବା ମନ୍ତ୍ରଧୂଳି ।ମାରି ଉଚ୍ଚାଟ କରାଇ ଗଲା ନବବାଳୀ ।।୨୦।କୁମାର ନେତ୍ର ମନରୁ ସଙ୍ଗେ ପଠିଆଇ ।ବିଳମ୍ବ ନକରି ରାମା ଆଣ ବାହୁଡ଼ାଇ ।ଆପେ ଆଣଇବା ଅବିଧାନ ଏହି ହେଜେ ।ଅଙ୍ଗ ଯଜ୍ଞୋପବୀତ ପ୍ରେଷିତ ବ୍ୟାଜେ ।।୨୧।ଭଲା ଭାଗ୍ୟ ଚାତୁରୀ ପାରିଲା ହୃଦ ଜାଣି ।ଧନ୍ୟ ରସିକ କପଟେ ଆସିଛନ୍ତି ଆଣି ।ଏ ସମୟେ ହୁଳୁହୁଳି ଦେଇ ଦାସୀମାନେ ।କନ୍ୟାକୁ ପ୍ରବେଶ କଲେ ବର ସନ୍ନିଧାନେ ।।୨୨।ଯଥାବିଧି କର୍ମକୁ ସାରିଲେ ପୁରୋହିତ ।କମ୍ବୁରେ ଅମ୍ବୁ ତୋଳିଣ ଦେଲେ କନ୍ୟାତାତ ।ଶଙ୍ଖ କି କାନ୍ଦିଲା ରମା କଣ୍ଠ ଶୋଭା ଚାହିଁ ।କୁନ୍ଦେ କ୍ଳେଶ ପାଇଲି ସମାନ ହେଲି ନାହିଁ ।। ୨୩।ଲାଜାହୋମ ନ କଲେଟି ବହିଲେ ଲଜ୍ଜାକୁ ।ମଧୁ ଶଯ୍ୟା ସଦନେ କରିବାକୁ ତେଜ୍ୟାକୁ ।ଊରଜକୁ ତୁଲ ହେଉ ବୋଲି ଏହା ଭାଳି ।ନାରିକେଳ ଫଳକୁ ଅନଳେ ଦେଲେ ଜାଳି ।।୨୪।କରପଦ୍ମ କୋକନାଦ ଶୋଭାକରେ ଚୋରୀ ।କୁଶେ ବାନ୍ଧି ଦଣ୍ଡ ଦେଲେ ଭୁସୁରେ ବିଚାରି ।ଶାସ୍ତି ଅନ୍ତେ ଦୟା କରି ଦେଲେ ତା’ ଫିଟାଇ ।ଅନ୍ତପରେ ନେଇ ଜୁତ ଖେଳାଇଲେ ସହୀ ।।୨୫।ଅବଳା ବୋଲନ୍ତି ବଳ ଦେଖାଇବା ପାଇଁ ।ହସ୍ତେ ବରାଟକ ଦୃଢ଼ କରିସେ ଧରାଇ ।ଏଥୁଅନ୍ତେ ଭୋଜନ ନିମନ୍ତେ ଘେନିଗଲେ ।ଏକସ୍ଥାନେ ଦିବ୍ୟ ଭୋଜ୍ୟ ପାଶେ ବସାଇଲେ ।।୨୬।ପଞ୍ଚବାଣତ୍ରାସରୁ ତରିଲ ପଞ୍ଚଗ୍ରାସୀ ।କର ବୋଲି କହିଲା ଦ୍ୱିଜରମଣୀ ହସି ।ଏ ଛାନ୍ଦେ ଯେତେ ଚାତୁରୀ କବିଙ୍କି ଗୋଚର ।ରସେ କହେ ଉପଇନ୍ଦ୍ର ଭଞ୍ଜ ବୀରବର ।।୨୭।ଷଷ୍ଠ ଛାନ୍ଦମଧୁଶଯ୍ୟା ଓ ଏକାନ୍ତ କ୍ରୀଡ଼ା ବିଷୟ ବର୍ଣ୍ଣନ(ରାଗ-ବରାଡ଼ୀ, କଳସାବାଣୀ)
(କବି ଏ ଛାନ୍ଦଟିକୁ ଦୁଇଟି ରାଗ ଯଥା ବରାଡ଼ୀ ଓ କଳାସାବାଣୀରେ ଗାନ ପାଇଁ ଉଲ୍ଲେଖ କରିଛନ୍ତି । ବରାଡ଼ୀ ରାଗ ଅନୁସାରେ ପାଞ୍ଚ ପାଦରେ ଏକ ପାଦ ହୁଏ । ୧ମ ପାଦରେ ୨୪ ଅକ୍ଷର, ୨ୟ ଓ ୫ମ ପାଦରେ ୨୭ଟି, ୩ୟ ପାଦରେ ୪ ଓ ୪ର୍ଥ ପାଦରେ ୧୦ଟି ଅକ୍ଷର ଥାଏ । ୧ମ ପାଦର ୮ମ, ୧୬ଶ, ୨୪ଶ ଓ ଶେଷ ଅକ୍ଷର, ୨ୟ ଓ ୫ମ ପାଦର ୮ମ, ୧୬ଶ, ୨୪ଶ, ୨୬ଶ ଓ ଶେଷ ଅକ୍ଷର, ୩ୟ ପାଦର ୮ମ ଓ ଶେଷ ଅକ୍ଷର ଉପରେଯତିପାତ ହୁଏ । ୫ମ ପାଦ ପରେ ୩ୟ ଓ ୪ର୍ଥ ପାଦର ପୁନୁରାବୃତ୍ତି ହୁଏ । ପ୍ରାଚୀନ କାବ୍ୟରେ ଏ ବୃତ୍ତରେ ’କଳସା ବାଣୀ ’ ନିର୍ଦ୍ଦେଶିତ ହୋଇଥିବା ଦେଖାଯାଏ; କିନ୍ତୁ ଏଠାରେ ଉକ୍ତ ରାଗରେ ନିର୍ଦ୍ଦେଶ ପ୍ରକାରେ ତାଳମେଳ ରହୁ ନ ଥିବା ଦେଖାଯାଏ ।)
ସଖୀ ଗଲେ ମଧୁଶଯ୍ୟାପୁର ମଣ୍ଡିବାକୁ ।ମଣ୍ଡିବାକୁ ନୋହେ ରାମା ଲଜ୍ଜା ଖଣ୍ଡିବାକୁ ।ଖଣ୍ଡିବାକୁ ଲଜ୍ଜା କି ପୁରୁଷ ଦୁଖଃକୂଳ ।ଦଣ୍ଡିବାକୁ ନିଶ୍ଚୟେ ହୋଇବ ଅନୁକୂଳ ।।୧।ବେଶେ କଲେ କେତେ ସଖୀ ରମଣୀରତନ ।ବେଶ ନ କଲେ ଦେଲେଟି କାମେ ଜୀବଦାନ ।କାମେ ଜୀବଦାନଟି ଦେବାର ନୋହେ ଚିତ୍ର ।ଏଥର ସମାଧିଭଙ୍ଗ ହୋଇବେ ତ୍ରିନେତ୍ର ।।୨।ତ୍ରିନେତ୍ର ସମାଧିଭଙ୍ଗ ତାକୁ କେତେକଥା ।ଯୁବକାଳୁ ମଦନ ଭୟେ ଲଭି ବ୍ୟଥା ।ଉରଜବ୍ୟାଜରେ ଉରେ ଶରଣ ପଶିଲେ ।ଜନ ଉପହାସକୁ ଯେ ବସନେ ଲୁଚିଲେ ।।୩।ଏକାଳେ ତା ଶୋଭା ଚାହିଁ ସହଚରୀଗଣେ ।ହାସ ବଚନକୁ ଆରମ୍ଭିଲେ ଜଣେ ଜଣେ ।କେ ନାସା ମୋତିକୁ ଜାହିଁ ବୋଇଳା ଏମନ୍ତ ।ଏ ଦେଶକୁ ଚନ୍ଦ୍ରମୁଖୀ ହୋଇଲା ତ କାନ୍ତ ।।୪।ଶାଢ଼ି ସଜାଡ଼ି ପିନ୍ଧୁଁ କେ ପରିହାସେ କହି ।ଶିଶୁକାଳ ଦିଗମ୍ବିରଭୂତି–ଶିବେ ଦେଇ ।ଅଛୁ ପରା ପରାଣ ଆଣିବୁ ଏ ନିଶୀଥେ ।ଏବେ ତ୍ରପା କିପାଁ ପାଉ ତାହିଁକି ବିଅର୍ଥେ ।। ୫।କେ କହିଲା ଜୁଡ଼ା କଲ ନକଲ ତ ବେଣୀ ।ଏହା ବିଚାର କାହିଁକି ଜେମା ଭାଷେ ଶୁଣି ।ସେ ବୋଇଲା ଏ କଥାରୁ କହୁ ନାହିଁ ଆନ ।ନ ଫିଟନ୍ତା ସେ ସମୟେ କରନ୍ତା ନର୍ତ୍ତନ ।।୬।ଚତୁରୀଏ କହିଲା ସୁନ୍ଦରୀ ପକ୍ଷ ହୋଇ ।ତୁମ୍ଭର କଥାକୁ ଲାଜ ରଖିବି କି ସହୀ ।ବିଚାର ନାହିଁ କି ଯେ ଯାହାର ଯେ ତାହାର ।ଭେଟ ହେବାଯାଏ ସିନା ମଧ୍ୟସ୍ଥେ ଆଦର ।।୭।ସେ ସମୟେ କେଳିପୁରେ କୁମାର ବସାଇ ।ବିଜେ କରାଇଲେ ପୂର୍ଣ୍ଣସୁଧାକର ମୁହିଁ ।ପାଦେ ଅରୁଣ-ଅମ୍ବୁଜ ଉପମା ଉଚିତ ।ଦେହଲୀ ଚକ୍ରବାଡ଼କୁ ନ ଲଙ୍ଘି ସ୍ଥକିତ ।।୮।ପେଲି ଦେଇ ସଖୀଏ କହିଲେ ନାଗରକୁ ।ରସ ରଖି ଭୋଗ କର ରସିକବରକୁ ।ଚନ୍ଦ୍ରମା ଶୀତଳ ସୁଧାମୟ ହେଲେ ଏବେ ।ଶେଷ ରଖି ସିନା ଭୋଗ କରୁଛନ୍ତି ଦେବେ ।।୯।ଏ ତ ଅନୁଭବୀ ନୁହେଁ ନବୀନବୟସୀ ।ସୁନ୍ଦର ସୁଗନ୍ଧରସେ ମାଳତୀ ସଦୃଶୀ ।ତୁମ୍ଭେ ପୁରୁଷ ଭ୍ରମର ନୋହିବ ଆତୁର ।ତୁମ୍ଭ ସନ୍ତୋଷକୁ ସିନା ବିକାଶ ଏହାର ।।୧୦।ଏତେ କହି କବାଟ ଦେଇଣ ସେ ଅନ୍ତର ।
(ରାଗ-ମଙ୍ଗଳଗୁଜ୍ଜରୀ)
(ଏହି ରାଗ ଦୁଇ ପାଦ ବିଶିଷ୍ଟ-ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ୧୩, ପ୍ରତ୍ୟେକ ପାଦର ୮ମ ଓ ଶେଷ ଅକ୍ଷର ଉପରେ ଯତିପାତ ପଡ଼େ । ଗ୍ରନ୍ଥର ୧ମ ଛାନ୍ଦ ଏହି ରାଗ ଉପରେ ଆଧାରିତ ।)
ସପତମଙ୍ଗଳା ସାରି ନୃପନନ୍ଦନ ।କନ୍ୟା ଘେନି ନିଜପୁରେ କଲେ ଗମନ ।।୧।ହିମ ଶିଶିର ବସନ୍ତ ଗ୍ରୀଷ୍ମ ବରଷା ।ଶରଦ ବଞ୍ଚିଲେ ଘେନି ହରିଣୀଦୃଶା ।।୨।ବିଧିବଶେ କଉଣପେ କ୍ଷୋଭିତ କ୍ଷିତି ।ଯୁବରାଜ ରାଇ ଆଜ୍ଞାଦେଲେନୃପତି ।।୩।ଚତୁରଙ୍ଗ ସେନା ସୈନ୍ୟଘେନି ବହୁତ ।ସମର ଆରମ୍ଭୁ ପଳାଇଲେ ଦଇତ ।।୪।ରିପୁଭଗ୍ନ ମାର୍ଗେ ଯାଉଁ ଯାଉଁ କୁମର ।ପ୍ରବେଶ ହୋଇଲା ଇଲାବୃତ୍ତ ଖଣ୍ଡର ।।୫।ଅତି ମନୋହର ଭୂମି ରତନମୟ ।ମଧ୍ୟେ ହେମ ମହୀଧର କି କମନୀୟ ।।୬।ଅବନୀ-ଅଙ୍ଗନା ଏକ ସ୍ତନ ପରାଏ ।ବିପୁଳ ଭାବରୁ କରି ସେ ଶୋଭା ପାଏ ।।୭।ମାରଗଶୃଙ୍ଗ କୁଚାଗ୍ର ସ୍ୱର୍ଣ୍ଣାଦୀ ହାରା ।ଧାତୁଧାରା ଧାରଣ ହିଁ ସୁଚୋଳ ପରା ।।୮।ସେ ଖଣ୍ଡ ସରସୀମାନେ ଦ୍ୱାରକା ପରି ।କାମ ବଳ କୃଷ୍ଣ ଉଗ୍ରସେନ ବିହାରୀ ।।୯।ଧୃତରାଷ୍ଟ୍ର ଶକୁନି ଦ୍ରୋଣରେ ପ୍ରତିଭା ।କୁଳସ୍ଥ ଅର୍ଜୁନେ କରି କି କରୁସଭା ।।୧୦।ଚନ୍ଦ୍ର ନଗର ବିଳାସ ପ୍ରଚାର ଅଛି ।ସୁବଳୟ ଗିରି ନଭ ଶୋଭା ବହିଛି ।।୧୧।ସୁମନା ବହୁଳେ ଯହିଁ ଲଳିତାମାନ ।ରାଜସଭା ସ୍ୱର୍ଗ ଘନକାଳ ସମାନ ।।୧୨।ସୁରଭି ସ୍ଥାନରୁ ଭାବି ରତେ ପ୍ରକାର ।ଚୈତ୍ର ହରି ଲଙ୍କା ମାର ମଳୟରେ ।।୧୩।ଦାନବାରି ସ୍ଥାନ ଅଟେ ଗଜଶିରୀଷ ।ଗ୍ରୀଷମ ମୁଦିର ଚନ୍ଦ୍ରିକାର ସଦୃଶ ।।୧୪।ହରିକେତନ ମଞ୍ଜୁଳ ସେ ରମା ଉମା ।କରାଳୀ ଅର୍ଜୁନେ ସେତ ଶଶୀ ସୁଷମା ।।୧୫।ତହିଁ ମରକତମଣି ପ୍ରତିଭା ଚାହିଁ ।ଦୂର୍ବାମଣି ମୃଗ କରେ କବଳ ଧାଇଁ ।।୧୬।ସପ୍ତହୟ-ହୟ-ଚୟ ତୋଷ ଉଦୟ ।ଭାଳେ ଆମ୍ଭ ଶ୍ରମକୁ ବିଧାତା ସଦୟ ।।୧୭।ନନ୍ଦିନୀ ବତ୍ସାଏ ହୀରାପ୍ରଭା ଲୋକନେ ।କ୍ଷୀରଧାର ମନେ କରି ଧାମନ୍ତି ପାନେ ।।୧୮।ଜୀବଞ୍ଜୀବ ଶୁଚିରୋଚି ମରୀଚି ମଣି ।
(ଓଡ଼ିଆ କାବ୍ୟ ସାହିତ୍ୟରେ ଏହି ରାଗ ବହୁଳ ଭାବେ ବ୍ୟବହୃତ । ଏହା ତିନି ପାଦରେ ଏକପାଦ ହୁଏ । ୧ମ ଓ ୨ୟ ପାଦର ଅକ୍ଷର ସଂଖ୍ୟା ୧୦ ଓ ତୃତୀୟ ପାଦର ଅକ୍ଷର ସଂଖ୍ୟା ୨୨ । ପ୍ରଥମ ଦୁଇ ପାଦର ୪ର୍ଥ, ୭ମ ଓ ଶେଷ ଅକ୍ଷର,୩ୟ ପାଦର ୬ଷ୍ଠ, ୧୨ଶ, ୧୬ଶ, ୨୦ଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।’ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ ର ୩୫ଶ ଛାନ୍ଦରେ ଏହି ରାଗକୁ କବି ପ୍ରୟୋଗ କରିଛନ୍ତି ।)
ଦଇବବଶେ ବିଦେଶେ ରହି ।ରସିକବର ଭୃଙ୍ଗକୁ କହି ।ଊଦ୍ଦଣ୍ଡ କୁସୁମକୋଦଣ୍ଡ କାଣ୍ଡରୁ ।ବଳିତ ଦଣ୍ଡ ବ୍ରହ୍ମାଣ୍ଡ ନାହିଁ ।।୧।ମହାସୁଖ ନାହିଁ ଦମ୍ପତିରୁ ।କି କାର୍ଯ୍ୟ କୁବେର ସମ୍ପତ୍ତିରୁ ।ଜୀବନ ଯିବାର ବଡ଼ ତ ନୁହଇ ।ଯୁବାଙ୍କୁ ଯୁବତୀ ବିଚ୍ଛେଦରୁ ।।୨।ପରମପଦାର୍ଥ ପୀରତିରୁ ।ବନ ହୋଇ ସୁଖ ସୁରତିରୁ ।ନାହିଁ ନ ଥିବ ନୋହିବ ସର୍ବମତେ ।ତହିଁକି ପ୍ରତି କାରଣ ଭୀରୁ ।।୩।ରତି ହୋଇ ଯେଉଁ ଦ୍ୱି ଅକ୍ଷର ।ପାସୋର ଯିବାକୁ ପଞ୍ଚଶର ।ନିଜବଲ୍ଲଭୀ ନାମ ତାହା ଦେଇଛି ।ଏଣୁ ସେ ନାଗରଗଣେ ସାର ।।୪।ପରାଶର ପରା ଋଷି ଯହିଁ ।ଅଦୃଷ୍ଟରଜାରେ ହେଲେ ମୋହି ।ନବଯୌବନୀ ବନିତା ଚାହିଁ ଧୈର୍ଯ୍ୟଧରୁ ।କେ ଅବନୀ ଜାତ ହୋଇ ।।୫।ଥିବ ଦିବ୍ୟ ରାମା ମୋହିବାକୁ ।ବର ଥିବ ଦୂର ନୋହିବାକୁ ।ଯେ ଅର୍ଜିଅଛି ଏ ଦୁର୍ଲଭ୍ୟ ସୁଲଭ ।ଦୁର୍ଲଭ୍ୟ ତା ପୁଣ୍ୟ କହିବାକୁ ।।୬।ବାନ୍ଧବୀ ପାଶରେ ଥାଉଁ ଥାଉଁ ।ତା ମୁଖପଦ୍ମକୁ ଚାହୁଁ ଚାହୁଁ ।ଯେଉଁ ପୁରୁଷ ପ୍ରାଣତ୍ୟାଗ କରିଛି ।ତା ସମ ସୁକୃତି କାହିଁ ଆଉ ।।୭।ବଧାତାର ହେଲା ହଡ଼ମତି ।ଅସ୍ପରଶ କଲା ଋତୁମତୀ ।ପରତେ ମୋ ଚିତ୍ତେ ତେତେବେଳେ ।ସତେ ହୋଇଥିଲା ବେଦ ଜଡ଼ମତି ।।୮।ବିଧିନିଷେଧ ଦିବସ ରତି ।ନଥିଲେ ପ୍ରଦୀପ ଚନ୍ଦ୍ରରାତି ।ବାଳାର ଦିବସ ଦର୍ଶନ ନ ଥିଲେ ।ରସିକକୁ ଥିଲା କେଉଁ ଗତି ।।୯।ଭେଟ ଭେଟ ଦିନ ପ୍ରେମଧନ ।ଦେଇ ତରୁଣୀ କିଣନ୍ତି ମନ ।ପିଣ୍ଡପ୍ରାଣ ଘାନି ପୁଂସ ଯେଣେ ଗଲ ।ସେ ଆଉ ନ ଛାଡ଼େ ସନ୍ନିଧାନ ।।୧୦।ମଧୁଅଛି ବଧୂ ବିମ୍ବାଧରେ ।ତାହା ନ ହେଜିଲେ ଦେବାସୁରେ ।ସୁଧାରେ କି ସ୍ୱାଦୁ ଅଛି ବୋଲି ।ଦ୍ୱନ୍ଦ୍ୱ ଆରମ୍ଭିଲେ ସିନ୍ଧୁ ମନ୍ଥନରେ ।।୧୧।ଯେ ଘେନେ ଚନ୍ଦନ ଭୋଗବଶେ ।