ସପ୍ତଦଶ ଛାନ୍ଦ — ରସ କଲ୍ଲୋଳ — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପିକବରବ କରି ହୁଅନ୍ତି ଦୁଃଖୀ ।
କୁଞ୍ଜର କୁଞ୍ଜ ନଥିଲା ପରାୟେ ।
କରାଇ ଜନମନକୁ ସଂଶୟେ ।
କେ ବୋଲେ କାହା ହୃଦକୁ ଚାହିଁ ।
କୁବଳୟ ଫଳମାନ ତୋ କାହିଁ ।୯।
କେ କାହା ପାଶକୁ ଏହି ସମୟେ ।
କରନ୍ତେ ଗତି ବେଶକରି କାୟେ ।
କରାଇଲା ପ୍ରତିବିମ୍ୱ ବାରଣ ।
କରେ ବାରଣକୁ ଯେହ୍ନେ ଆରଣ ।
କାହାର ପୁର ସନ୍ଧ୍ୟା ଲେପରୁ ।
କରାଇନାହିଁ ପରତେ ଦୂରରୁ ।୧୦।
କେ କହିବ ଚନ୍ଦ୍ର ରଜନୀ ଶୋଭା ।
କରେ ଯେ ଉଗ୍ର ମନମଥପ୍ରଭା ।
କୃଷ୍ଣ ଦେଖି ହେଲେ ତାହାର ବଶ ।
କଲେ ବିଚାର କରିବାକୁ ରାସ ।
କମଳ ନେତ୍ର ସୁବେଶ ହୋଇ ।
କଦମ୍ବ ତଳେ ବିଜେ କଲେ ଯାଇଁ ।୧୧।
କରେ ବାଣୁ ଧରି ବାଦନ୍ତି ଧୀରେ ।
କର୍ଣ୍ଣେ ଗୋପୀ ଶୁଣି ଧାମନ୍ତି ଖରେ ।
କେ କେତେ ରୂପରେ ହୋଇଲେ ଭ୍ରମ ।
କହିବାକୁ ତାହା କେ ଅବା କ୍ଷମ ।
କେ ବସି ବେଶ ହେଉ ଯେ ଥିଲା ।
କେ ବନ ଆଭୋଗ ଯାଏ ନ ଗଲା ।୧୨।
କାହା କବରୀ ନୋହିଥିଲା ବନ୍ଧା ।
କଲା ମୁରଲୀଧ୍ୱନି ତାକୁ ଧନ୍ଦା ।
କଜ୍ଜ୍ୱଳ ବୋଲି କେ କସ୍ତୁରୀ ନେଇ ।
କମଳଦଳ ନୟନେ ରଞ୍ଜଇ ।
କଜ୍ଜ୍ୱଳ କଳା କପାଳେ ଚିତା ।
କଲା ଉଚ୍ଛାଟ ତାକୁ ହତଚେତା ।୧୩।
କେ କଟୀ ଭୂଷଣ କଣ୍ଠକୁ ଦେଲା ।
କଣ୍ଠ ଭୂଷଣ ଚରଣେ ଖଞ୍ଜିଲା ।
କାହାର ଏ ନୟନେ ଅଞ୍ଜନ ।
କେ ଧାଇଁଲା କରେ ଧରି ଚନ୍ଦନ ।
କେ ରସବତୀ କର୍ମ ଛାଡ଼ିଲା ।
କର୍ମ କରି କୃଷ୍ଣଶର୍ମ ଲୋଡ଼ିଲା ।୧୪।
କାହା କଟିତଟେ କିଙ୍କିଣୀ ମାଳ ।
କରନ୍ତେ ଗମନ ଶୁଭେ ମଞ୍ଜୁଳ ।
କନ୍ଦର୍ପକାରୀ ଚାଲିବାରୁ ଖରେ ।
କନକ ଘଣ୍ଟି ଚଳିଲେ କି ମୁଖରେ ।
କାହାର ଉଡ଼େ ବାସ ଅଞ୍ଚଳ ।
କାମପତାକା ପରାୟେ ଚଞ୍ଚଳ ।୧୫।
କାହା ହୃଦୟେ ମୋତିମାଳ ଲମ୍ବେ ।
କନକକୁମ୍ଭ ଉଚ୍ଚ କୁଚ ଚୁମ୍ବେ ।
କାମ ମାଳାକାର ଶଙ୍ଖପୟରେ ।
କଲେ କି ଅଭିଷେକ ଶମ୍ଭୁଶିରେ ।
କାହାର ଝିଲିମିଲି ଝଲକେ ।
କାମଝମକ ନ ରହେ ପଲକେ ।୧୬।
କାହାର ଘାମୁଡ଼ି, ବଳା, ନୂପୁର ।
କରନ୍ତେ ଗତି ହୋଇଛି ମୁଖର ।
କାମକଉତୁକୀ ଗୋଡ଼ାଇବାରେ ।
କଦମ୍ବ ନାଦ କି କରଇ ଖରେ ।
କାହାର ମଣିମୟ କୁଣ୍ଡଳ ।
କମ୍ପିବାରେ ଶୋଭା ମୁଖମଣ୍ଡଳ ।୧୭।
କାମିନୀମାନେ ହୋଇ ଯୂଥଯୂଥ ।
କରନ୍ତେ ଗମନ ନ ପାନ୍ତି ପଥ ।
କୃଷ୍ଣପାଇଁ ଏତେ ସୁବର୍ଣ୍ଣ ରଥ ।
କରିଛି ଭିଆଣ କି ମନରଥ ।
କରିବ ନାନା ବନ୍ଧେ ସମର ।
କରେ ପ୍ରୀତି ରହୁବରେ ସଞ୍ଚାର ।୧୮।
କୁବଳୟ ସଙ୍ଗ ପାଇବା ପାଇଁ ।
କେତେ ମାର୍ଗରେ ନଦୀମାନ ଯାଇଁ ।
କରନ୍ତି ଯେମନ୍ତ ଅଙ୍ଗକୁ ସ୍ଥିର ।
କୃଷ୍ଣ ଭେଟେ ଗୋପୀ ସେହି ପ୍ରକାର ।
କଙ୍କଣାକୃତି ହୋଇ ରହିଲେ ।
କିପରି ବେଶ ଚନ୍ଦ୍ରଙ୍କୁ ଶୋହିଲେ ।୧୯।
କୋଟି ମଦନ ମନୋହର ବେଶ ।
କରି ଦର୍ଶନ ହୋଇଲେ ହରଷ ।
କେବଳ ଚିତ୍ରନାରୀ ପ୍ରାୟ ହୋଇ ।
କାହାରି ପଲକ ପଡ଼ିଲା ନାହିଁ ।
କେ ମହାମତ୍ତ ମୟୂରୀ ପ୍ରାୟେ ।
କୃଷ୍ଣ ମେଘ ଦେଖି ଆନନ୍ଦ ହୋଏ ।୨୦।
କାହା ନୟନ ତୁଷିତ ଚକୋରୀ ।
କାନ୍ତାମୁଖ ଚନ୍ଦ୍ରେ ନିବେଶ କରି ।
କରଇ କିରଣ ଅମୃତପାନ ।
କେବେହେଁ ମନ ନ କରଇ ଆନ ।
କେ ଚନ୍ଦ୍ରକାନ୍ତ ପରାୟେ ହେଲା ।
କହୁଁ କହୁଁ ଅଙ୍ଗ ତରଳିଗଲା ।୨୧।
କାହାମନ ଚନ୍ଦ୍ରକାନ୍ତି ପ୍ରକାଶ ।
କାହା ତାରକା ତାରକା ସନ୍ତୋଷ ।
କାହା ଆନନ୍ଦ ସିନ୍ଧୁ ଉଛୁଳିଲା ।
କହୁଁ କହୁଁ ନେତ୍ରତଟ ବଳିଲା ।
କାହାର ତାପ ହୋଇଲା ଶାନ୍ତି ।
କେ ନିଶା ପ୍ରାୟେ ବଢାଇଲା କାନ୍ତି ।୨୨।
କେ ଅଙ୍ଗ ଭଙ୍ଗୀ କରି ହାଇମାରେ ।
କର୍ଣ୍ଣକଣ୍ଡୁ କରଶାଖାରେ ବାରେ ।
କେ କଟାକ୍ଷ ଚାହିଁ ଅଳପ ହସି ।
କବରୀଭାର ଆନକରି ଖୋସି ।
କରଇ କୁଚମୂଳ ପ୍ରକାଶ ।
କୃଷ୍ଣ ମାନସ କରିବାକୁ ବଶ ।୨୩।
କଉତୁକେ କୃଷ୍ଣ ବୋଲନ୍ତି ହସି ।
କି ଗୋ ଗୋପୀ ତୁମ୍ଭେ ଏଡ଼େ ସାହସୀ ।
କାହିଁପାଇଁ ଏତେ ରାତ୍ରେ ଅଇଲ ।
କୁଳଶୀଳ ଲାଜ କାହିଁ ଥୋଇଲ ।
କେ ବୋଲେ ତୁମ୍ଭମାନଙ୍କୁ ଭୀରୁ ।
କରିଛି ବିଚାର ଅନାଇ ଦୂରୁ ।୨୪।
କେ କଲା ତୁମ୍ଭଙ୍କୁ ଏଡ଼େ ଅଜ୍ଞାନ ।
କହନ୍ତି ଗୋପୀ ତୁମ୍ଭ ବେଣୁସ୍ୱନ ।
କରନ୍ତା ନାହିଁ ସେ ଯେବେ ଉଚ୍ଚାଟ ।
କିମ୍ପା କରନ୍ତୁ ଅବାଟକୁ ବାଟ ।
କାହିଁକି ଗୃହପତି ଛାଡ଼ନ୍ତୁ ।
କାମ କୃତାନ୍ତ ମୁଖରେ ପଡ଼ନ୍ତୁ ।୨୫।
କର୍ଣ୍ଣେ ଶୁଣିମାରୁ ମୁରଲୀ ଗୀତ ।
କରଙ୍ଗୀ ପରାୟେ ହେଲୁ ମୋହିତ ।
କେଶବାସ ନ ସମ୍ଭାଳି ଧାଇଁଲୁ ।
କୃଷିକ ପରାୟେ ଶ୍ରମ ପାଇଲୁ ।
କଲୁ ସେ ଆସି ଦଶନ ଅଙ୍ଗ ।
କ୍ରମେ ହୋଇଛୁ ଅନଳ ପତଙ୍ଗ ।୨୬।
କିମ୍ପା ଡ଼ାକିଲ ଗୋପୀ ଆସ ଆସ ।
କରୁଛ ଏବେ କାହିଁକି ନିରାଶ ।
କଲ ଆମ୍ଭଙ୍କୁ ସବୁ ରୂପେ ନାଶ ।
କୃପାଳୁ ହୋଇ ଦୟାନାହିଁ ଲେଶ ।
କାହିଁକି ଏବେ ଯିବୁ ତା କହ ।
କିଣିଛି ଆମ୍ଭଙ୍କୁ ତୁମ୍ଭେ ସେନେହ ।୨୭।
କୃଷ୍ଣ ହସି ଅନୁରାଗ ବିସ୍ତାରି ।
କହିଲେ ତୁମ୍ଭେ ମୋ ପ୍ରାଣଈଶ୍ୱରୀ ।
କଣ୍ଠରେ ଅମୂଲ୍ୟ ରତନ ମାଳୀ ।
କରିବ ଏବେ ଆସ ରସକେଳି ।
କାମିନୀମାନେ ଶୁଣି ଅସନ୍ତୋଷ ।
କଲେ ଆରମ୍ଭ ରାସରଙ୍ଗ ବେଶ ।୨୮।
କେ ଧରେ ବୀଣା କେ ଧରେ ମର୍ଦ୍ଦଳ ।
କେ ଧରେ ରବା କାହା କରେ ତାଳ ।
କେ ଧରେ ଉପାଙ୍ଗ କେ ଧରେ ବଂଶୀ ।
କେ ସୁରମଣ୍ଡଳ ଘେନିଲା ହସି ।
କାହାର କରେ ଦିବ୍ୟ ଚାମର ।
କେ ଆଲଟ ଖଦୀ ଘେନି ବାହାର ।୨୯।
କହି ନୋହଇ ସକାଳେ ସମ୍ପତ୍ତି ।
କୋଟି ବ୍ରହ୍ମାଣ୍ଡ ନାଥ ଯହିଁଛନ୍ତି ।
କଉଁ କଥା ଅବା ଅପୂର୍ବ ତହିଁ ।
କଟାକ୍ଷେ କୋଟି ଲକ୍ଷ୍ମୀ ଯହିଁ ।
କୁବେର ଆଜ୍ଞାକାରୀ ଯାହାର ।
କରନ୍ତି ସେ ପ୍ରଭୁ ବସେ ବିହାର ।୩୦।
କାନନ ମଧ୍ୟେ ହୋଇଲେ ପ୍ରବେଶ ।
କାହାରି ମନରେ ନାହିଁ ବିରସ ।
କଳେବର କାନ୍ତି ଚନ୍ଦ୍ରକୁ ବଳି ।
କଳାକର କରେ ଉଠୁଛି ଝଳି ।
କହିବ କଉଁ କବି ସେ ଶୋଭା ।
କାମବ୍ରହ୍ମ ଯହିଁ ପ୍ରତ୍ୟକ୍ଷେ ଉଭା ।୩୧।
କରମ୍ବିତ ହୋଇ ଗୋପିକାପନ୍ତି ।
କୃଷ୍ଣଙ୍କୁ ବେଢି ସୁନ୍ଦର ଦିଶନ୍ତି ।
କାନସ୍କନ୍ଧେ କି ସ୍ୱର୍ଣ ଆଳବାଳ ।
କଳାକାରେ ଅବା ତାର ମଣ୍ଡଳ ।
କାମକଶକ୍ତି ମର୍କତ ଲିଙ୍ଗ ।
କରିବାକୁ ଲକ୍ଷ୍ୟ ବଚନ ଭୃଙ୍ଗ ।୩୨।
କରନ୍ତି ରାସ ଅତି ଅନୁରାଗେ ।
କର୍ଣ୍ଣପ୍ରିୟ ହୋଏ ଗ୍ରାମ ବିଭାଗେ ।
କଳକଣ୍ଠ – କଣ୍ଠୀ ଗାବନ୍ତି ଗୀତ ।
କରେ ଅର୍ଥ ଅଭିନୟ ଉଦିତ ।
କରନ୍ତି ତାଳପାତ ଘାତରେ ।
କେହି ଊଣାନୋହେ ଲୟଭେଦରେ ।୩୩।
କମଳଦଳ ନେତ୍ର ତାଳମୟ ।
କ୍ରୀଡ଼ା ହେତୁ ରସ ଭକ୍ତି ଉଦୟ ।
କଣ୍ଠେ ମୁକ୍ତାବଳି କୋକିଳ ରବ ।
କରେ କଙ୍କଣ ମୁଖ ଚନ୍ଦ୍ରବିମ୍ବ ।
କନ୍ଦର୍ପ ରୂପ ବସନ୍ତ ବାସ ।
କରେ ଦୀନକୃଷ୍ଣ ତାହାଙ୍କୁ ଆଶ ।୩୪।
ଅଷ୍ଟାଦଶ ଛାନ୍ଦ
ରାସ ଅଭିସାରୀ ଗୋପୀଙ୍କ ଅପରୂପ ବେଶ ଓ ନୃତ୍ୟରାଗ - ମୁଖାରୀ, ପଡ଼ିତାଳକହିଛନ୍ତି ଦେବେ ଏକଦୃଷ୍ଟି ।କରି ସୁବାସ କୁସୁମ ବୃଷ୍ଟି ।କେ କହିବ ତାଙ୍କ ତପବଳ ।କାଳେ ଅପଲକ ହେଲା ଫଳ ।୧।କୃଷ୍ଣ ଗୋପଯୁବତୀଙ୍କ ରାସ ।କରିଅଛି ସମସ୍ତଙ୍କୁ ବଶ ।କଥନୀୟ ନୋହଇ ସେ ଶୋଭା ।କରିଅଛି ଯେ ଦାବଙ୍କୁ ଉଭା ।୨।କଳାକର କିରଣ ପ୍ରକାଶ ।କୁସୁମରୁ ପ୍ରକଟେ ସୁବାସ ।କାଳିନ୍ଦୀରେ ପଡ଼ି ଗନ୍ଧବହ ।କରେ ଗତି ହୋଇ ରହ ରହ ।୩।କରମ୍ବିତ ହୋଇ ଚାରୁବାଦ୍ୟ ।କାଳକ୍ରିୟାରେ ହୋଇଛି ଭେଦ ।କଟି କିଙ୍କିଣୀ ନୂପୁର ନାଦ ।କରେ ମାନସ ମହାପ୍ରମୋଦ ।୪।କାହା କଣ୍ଠ ନିନ୍ଦେ ବ୍ରହ୍ମବୀଣା ।କାହା ସ୍ୱର କୋକିଳକୁ ଜିଣା ।କେହି ନୋହେ ଲୟମାନେ ଊଣା ।କେଉଁ ଗୁଣେ କେ ନୋହେ ପ୍ରବୀଣା ।୫।କେହି ନୋହେ ଉଚ୍ଚ ନୀଚ କୃଶ ।କେହି ନୋହେ ପୃଥୁଳ ବିଶେଷ ।କେହି ନୋହେ ବୟସରେ ଭାରୀ ।କେ ନୋହନ୍ତି କୃଷ୍ଣ ମନୋହାରୀ ।୬।କାନ୍ତି କାନ୍ତେ ସମସ୍ତେ ମଣ୍ଡିତା ।କାମଶାସ୍ତ୍ରେ କୁଶଳ ପଣ୍ଡିତା ।କୃଷ୍ଣେ ସମସ୍ତେ ହେଁ ଅନୁରାଗୀ ।କୃଷ୍ଣ ଅଭାବେ ବିଷୟ ତ୍ୟାଗୀ ।୭।କେତେରୂପେ କେ ହୋଇଛି ବେଶ ।କହିବାକୁ ସେ ଛବି ଅଶେଷ ।କୃଷ୍ଣ ମାନସ ମାନସ ହଂସ ।କଉଁ ଲୋକ ବା ନୋହିବ ବଶ ।୮।କାହା କୁଟିଳ କୁନ୍ତଳ ବେଣୀ ।କାମ କର ଗୁପତିକି ଜିଣି ।କେ କରଇ ଲୋକ ପ୍ରାଣ ନାଶ ।କେ କରଇ ମଧୁ ଏକା ଗ୍ରାସ ।କାହାଠାରେ ନାହିଁ ସୁଖ ଲେଶ ।କେହି ନ କରେ ମନ ଉଲ୍ଲାସ ।୧୦।କବି ନ ପାଇ ଉପମାମାନ ।କରୁଥାନ୍ତି ଏହାକୁ ସମାନ ।କାହାଠାରେ କଉଁ ସନମାନ ।କରି ନ କରନ୍ତି ଅଭିମାନ ।୧୧।କୁସୁମରେ ଦିଶେ ମହାଶୋଭା ।କରେ ମୁନିଜନ ମନ ଲୋଭା ।କଳଧଉତ ପତ୍ରକୁ ଘେନି ।କୋଟିଝୁମ୍ପା ମହା ସୁଖଦାନୀ ।୧୨।କଳିନ୍ଦ କନ୍ୟା ଲହରୀ ବଳି ।କପାଳ ତଟେ ଅଳକାବଳୀ ।କୁରୁଳିରେ ଯାଇଅଛି ଝଳୀ ।କମ୍ପେ ସୁବର୍ଣ୍ଣ ଝଲକମାଳୀ ।୧୩।କଉଁ କାମିନୀ ଲୋଟଣୀ ଜୁଡ଼ା ।କଟାକ୍ଷରେ କରେ ଘରବୁଡ଼ା ।କରି କେତକୀ ପାଖୁଡ଼ା ତୋରା ।କୃଷ୍ଣ ମନ କାମେ କରେ ତୋରା ।୧୪।କି ଚାତୁରୀରେ ବାନ୍ଧିଛି ଗଭା ।କହି ନୋହେ ବଚନେ ସେ ଶୋଭା ।କୃଷ୍ଣ ମନ ଯାଇଅଛି ବନ୍ଧା ।କାମେ କେ ଅବା ନ ଯିବ ବିନ୍ଧା ।୧୫।କାହା କପାଳେ ଗନ୍ଧ ତିଳକ ।କରେ କନ୍ଦର୍ପେ ଅନ୍ଧ ତ୍ରିଲୋକ ।କାମ କରବାଳ ପ୍ରାୟେ ଯେଣୁ ।କାହ୍ନୁ ମନ ତରଳାଇ ତେଣୁ ।୧୬।କଉଁ ସୁନ୍ଦରୀ ସୁନ୍ଦୁର ଚିତା ।କରେ ଉର୍ଦ୍ଧ୍ୱରେତା ହତ ଚେତା ।କୁସୁମେ ସୁରକ୍ତ କରି ବାଳା ।କାମୀରକ୍ତେ ହୋଇଛି ପ୍ରବଳା ।୧୭।କାହା ନେତ୍ର ଖଞ୍ଜନ ଗଞ୍ଜନ ।କଜ୍ଜ୍ୱଳରେ ହୋଇଛି ରଞ୍ଜନ ।କି କି କରି ନୟନରେ ଚାଳେ ।କୃଷ୍ଣ ଧୈର୍ଯ୍ୟ ନ ରଖି ଢାଳେ ।୧୮।କାହା ଭ୍ରୁଲତା ଭଙ୍ଗିମା ଛବି ।କହିବାକୁ ଅଛି କଉଁ କବି ।କମ୍ପେ ଅଙ୍ଗ ଯାହା ଭାବ ଭାବି ।କାମଇନ୍ଦ୍ର କରେ ଧରେ ପବି ।୧୯।କାହା କର୍ଣ୍ଣେ ଦର୍ପଣ ଝଲକ ।କଳେବର ବଢାଇ ପୁଲକ ।କରେ ସ୍ଥକିତ ନେତ୍ର ପଲକ ।କିଣିପାରେ ତିନିଲୋକ ଲୋକ ।୨୦।କାହା ନାସେ କାବ୍ୟତାର ମୋତି ।କୁନ୍ଦନକୁ ବଳି ଦିଶେ ଜ୍ୟୋତି ।କାନ୍ତି ଦନ୍ତବାସ ପ୍ରତିବିମ୍ୱ ।କରିଅଛି ଯହିଁ ଅବଲମ୍ୱ ।୨୧।କାହା ହସ୍ତକ ହସ୍ତୀ ବଲ୍ଲରୀ ।କରମଣ୍ଡନମାନଙ୍କୁ ଧରି ।କାମକର ପାଶ ପ୍ରାୟେ ହୋଇ ।କାହା ମନ ବନ୍ଦୀ କରି ନାହିଁ ।୨୨।କାହା ରଙ୍ଗ କିତପା କଞ୍ଚୁଲି ।କୁଚଭରେ ଉଠିଅଛି ଫୁଲ ।କାମରଙ୍ଗଶାଢୀ ଘର ପ୍ରାୟେ ।କଳ୍ପିବାରେ ଆସଇ ଥୋକାଏ ।୨୩।କଣ୍ଠେ ଲମ୍ବେ ଗଜମୋତି ହାର ।କହିବାକୁ ଅତି ଅଗୋଚର ।କି ଲୋହିତ ମେଘ ତାର ବାର ।କଲା ଉଦେ ନାଭି ଅବତାର ।୨୪।କାହା କଟିରେ କିଙ୍କିଣୀ ଚଳେ ।କହୁଅଛି କେ ଅତି ବିକଳେ ।କୁଚ ପର୍ବତ ଅଛି ମୁଁ ବହି ।କରୁ କି ନା ନୃତ୍ୟ ରହି ରହି ।୨୫କରିଅଛି ବିହି ମୋତେ ସରୁ ।କିମ୍ପା ମୋଠାରେ କୃପା ନ କରୁ ।କହିଲେତ ବୋଲ ପରିହରୁ ।କାହିଁପାଇଁ ବୋଲାଉ ତୁ ଭୀରୁ ।୨୬।କାହା ଘାଗୁଡ଼ି କଳା ହଂସକ ।କଳହଂସ ପ୍ରାୟେ କରେ ଡାକ ।କି ସେ ପାଦ ଅରବିନ୍ଦ ମିଳି ।କରେ ଝଙ୍କାର ଭୃଙ୍ଗ ମଣ୍ଡଳୀ ।୨୭।କେତେ କହିବି ଏହି ପ୍ରକାରେ ।କମନୀୟ ବେଶ ନୃତ୍ୟ କରେ ।କେତେବେଳେ ପ୍ରବନ୍ଧ ଗାବନ୍ତି ।କେତେବେଳେ ଛାୟା ଲାଗେ ପ୍ରତି ।୨୮କେତେବେଳେ ଚିତ୍ରପଦ ଆଦି ।କେତେ କହିବି ତାହା ସମ୍ପାଦି ।କୁଞ୍ଜବିହାରୀ ରସିକ ଯହିଁ ।କଉଁ କଥା ଅବା ନାହିଁ ତହିଁ ।୨୯।କଉଁ ନାଦ କଉଁ ଶ୍ରୁତି ସ୍ୱର ।କଉଁ ମୂର୍ଚ୍ଛନା ତାନ ନିଜର ।କଉଁ ଜାତି ଗ୍ରାମ ରାଗ ରାଗି ।କୃଷ୍ଣ ଆଜ୍ଞାକୁ ନାହାନ୍ତି ଜଗି ।୩୦କଉଁ ତାଳ ଗ୍ରହଲୟ ମାନ ।କଳା ମାତ୍ର ହୋଇଅଛି ଶୂନ୍ୟ ।କୁନ୍ଦ କୁମୁନ୍ଦ ବନ ଭାରତୀ ।କରେ ଯଉଁ ପ୍ରଭୁ ସେବା ନିତି ।୩୧।କହି ହୋଏ କି ସେ ପ୍ରଭୁ ଲୀଳା ।କୃପା ନ କଲେ ସେ ପଦ୍ମ ଡୋଳା ।କେତେକେତେ ପଙ୍ଗୁ ଲଙ୍ଘେ ଗିରି ।କୁବଳୟ ହୁଅଇ ପହଁରି ।୩୨କଳାନିଧି କରେ ହୋଏ ଧରି ।କଇବଲ୍ୟ କି ଆୟତ୍ତ କରି ।କୋଳ କରି ନିକି ବସୁନ୍ଧରୀ ।କନ୍ଦର୍ପକୁ ନେତ୍ରେ ଦେଖି ପାରି ।୩୩।କୋଟି କୋଟି କଳ୍ପ କ୍ଷୟ ଗଲେ ।କ୍ରୀଡ଼ାରଙ୍ଗ ଭଙ୍ଗ ନୋହେ ଭଲେ ।କବି ମାନବ – ଶରୀର ଧରି ।କେତେ କହିବ ଅବା ବିସ୍ତାରି ।୩୪।କିଛି ପୂର୍ଣ୍ଣ କରି ମନୋରଥ ।କଲେ ଗୋପୀ କଦମ୍ବ ନେପଥ୍ୟ ।କର୍ଣ୍ଣେ ଶୁଣି ଦୀନକୃଷ୍ଣ ଦାସ ।କଲା ରସକଲ୍ଲୋଳ ପ୍ରକାଶ ।୩୫।
ଊନବିଂଶ ଛାନ୍ଦ
କୃଷ୍ଣ ଗୋପୀଙ୍କ ରାସ - ବିହାର । ରାଗ-କେଦାରକ୍ରୀଡ଼ା ଶେଷେ ଗୋପନାରୀ ।କରମ୍ବିତ ହୋଇକରି ।କଳାକର କରେ କୋମଳ ସମୀରେ ଅଙ୍ଗ ପରିଶ୍ରମ ହରି ।୧।କାହା ମୁଖେ ସ୍ୱେଦଧାର ।କେ କରଇ ଆଧ୍ୟହାର ।କେଶ ରାହୁ ଦନ୍ତଘାତେ କି ଅମୃତ କରୁ ଅମୃତ ବାହାର ।୨।କାହା କତୁରା କୁରୁଳୀ ।କପାଳେ ଯାଇଛି ଝଳି ।କିଞ୍ଚିତ କରି କି ପୂର୍ଣ୍ଣମୀ ହରିକି କେତୁ ମୁଣ୍ଡ ଅଛି ଗିଳି ।୩।କାହା ମୁଖ ସୁବାସରେ ।କାନ୍ତି ଚନ୍ଦ୍ରମା ଆଶରେ ।କଳି କରି ଚୂର୍ଣ୍ଣକୁନ୍ତଳ ଭ୍ରମର ଚକୋର ରହେ ପାଶରେ ।୪।କେ ବାସ ମୁଖେ ସମୀର ।କରଇ ମୁଖେ ସଞ୍ଚାର ।କୁଣ୍ଡଳୀ ପରାୟେ କେ ନିଜ ଇଚ୍ଛାଏ କଞ୍ଚୁଲୀ କରେ ବାହାର ।୫।କେ ରଙ୍ଗରେ ଶ୍ରମ ପାଇ ।ବରତଳେ କର୍ଣ୍ଣ ଦେଇ ।କାଞ୍ଚି କଟକ ଆଗରେ ଥୋଇ କରି ହୋଇଅଛି ଅର୍ଦ୍ଧଶାୟୀ ।୬।କୁବଳୟଦଳ ରାମ ।କଲେ କଉତୁକ କାମ ।କାହାର କି ଭାବ କରିବାକୁ ଠାବ କାନନେ ହୋଇଲେ ବାମ ।୭।କରେ ଧରି ଗୋପୀ କର ।କରନ୍ତି ବନ ବିହାର ।କହନ୍ତି ସଖୀ ଦେଖ ଦେଖ ସୁମୁଖୀ କୁଞ୍ଜବନ ମନୋହର ।୮।କଉଁ ମହୀରୁହ ଶିରେ ।କପିବର ବସିବାରେ ।କୃଷ୍ଣରଥ ପ୍ରାୟେ ଶୋଭା ପାଉଅଛି ଚାହାଁ ଚନ୍ଦ୍ରମୁଖୀ ଧୀରେ ।୯।କାହିଁ ଦ୍ୱିଜରାଜେ ବସେ ।କଳ୍ପନା କରି ମାନସେ ।କରୁଣା ସାଗର କମ୍ବୁଚକ୍ରଧର ପଦ୍ମ ପରା ପରକାଶେ ।୧୦।କରୁଛି ତୋତେ ପ୍ରସନ୍ନ ।କହ କହ ପ୍ରାଣଧନ ।କେତେ ସୁମନେ, କୁଞ୍ଜ ଦିଶୁଅଛି କହେ ସୁନ୍ଦରୀ ଗମନ ।୧୧।କୁସୁମ କାଣ୍ଡରୁ ଧରି ।କେମନ୍ତେ ଏ ନଗ୍ର ଶିରୀ ।କହଇ ଚତୁରୀ ଅନୁମାନ କରି କପାଳ କର ବଇରୀ । ୧୨।କଉଁ କୁଞ୍ଜଯାକ ପୁରି ।କେତେ ବସିଛନ୍ତି ସାରୀ ।କହେ ହେମଗିରୀ ତ୍ରିପୁର ସୁନ୍ଦରୀ ସାରୀଫଳ ନାମ ଧରି । ୧୩।କୃଷ୍ଣକାଣ୍ଡ ଶୟନରେ ।କେମନ୍ତେ ଶୋଭା ଏ ଧରେ ।କହେ ରସବତୀ ମହା ବ୍ରତମତି ସାଧବ ହସନ୍ତି ଧୀରେ ।୧୪।କେକୀ ଉପରେ ସୁନ୍ଦର ।କାହା ପରା ଅନୁସର ।କହେ ମତିବତୀ ଗଜପତି ଗତି ସୁଦତୀ ଏ ଶକ୍ତିଧର ।୧୫।କହିବାରୁ ଗୋପୀ ଛଳ ।କୃଷ୍ଣ ହସି କଲେ କୋଳ ।କୁନ୍ଦନପତ୍ରେ ମରକତ ଜଡ଼ିଲା ପ୍ରାୟେ ଦିଶିଲା ମଞ୍ଜୁଳ ।୧୬।କେଉଁ କୁଞ୍ଜେ ଅନ୍ଧକାର ।କରିଛି ଦେଖ ମନ୍ଦିର ।କାହା ଭୟପାଇ ବାହାର ନୋହଇ କହେ ରାମା ଶଶଧର ।୧୭।କହିଲ ଭଲ ସମ୍ପାଦି ।କିମ୍ପା ଏଥି କଉମୁଦୀ ।କର ବଢାଇ ପ୍ରହରଣ କରଇ କିଶଳୟ ସନ୍ଧି ଭେଦି ।୧୮।କହିଲେ ହେ ପ୍ରିୟତମା ।କେ ଅଛି ତୋତେ ଉପମା ।କରିବୁ ତୁ ବେଦପତିକି ନିର୍ବେଦ ଗୁଣମଣି ସୁଖସୀମା ।୧୯।କଲେ ସେଠାରୁ ବିଜୟେ ।କାମିନୀମୋହନ ରାୟେ ।କେ କହିବ ଶୋଭା ସୁରମୁନିଲୋଭା କାମଦେବ ରତି ପ୍ରାୟେ ।୨୦।କହନ୍ତି ଦେଖ ତମାଳ ।କୁନ୍ତଳ ସମ ମଞ୍ଜୁଳ ।କରୁଣା ଅପାର ଏହାଠାରେ ମୋର ମିତ୍ର ପଣେ ଯହୁଁ ତୁଲେ ।୨୧।କି କହିବି ସଖୀ ତୋତେ ।କହିଲେ ନ ଯିବୁ ପ୍ରତେ ।କଳେବର ଯାକ ସମାନ ଯେତେକ ପ୍ରିୟରୁ ପ୍ରିୟ ସେ ମୋତେ ।୨୨।କାଳିନ୍ଦୀରେ ଏହି ଘେନି ।କରଇ ସ୍ନେହ ମୋହିନୀ ।କାଳିକାକଜ୍ଜ୍ୱଳ ଭୃଙ୍ଗ ସଖି !କଳକଣ୍ଠ ମୋର ସୁଖଦାନୀ ।୨୩।କେତକୀ ତୋ ଦେହ ପରା ।କରଇ ମସ୍ତକେ ତୋରା ।କଳାକର କହାହାସ ସଦୃଶରୁ କୁସୁମ ମୋହର ହାରା ।୨୪।କାଇଁଚ ଠାରେ ମୋ ପ୍ରୀତି ।କାହିଁପାଇଁ କୁନ୍ଦଦନ୍ତୀ ।କେତୋଟି ତୋହର ସୁରଙ୍ଗ ଅଧର ଛବିକି ବହି ଅଚନ୍ତି ।୨୫।କର ପାଦ ରଙ୍ଗ କିଛି ।କିଶଳୟଠାରେ ଅଛି ।କରି ଅବତଂସ ହୋଇଥାଇ ତୋଷ ମଦକଳା ମଦିରାକ୍ଷୀ ।୨୬।କେତେହେଁ କହିବି ଏହା ।କମଳା ତୁ ମୋର ଯାହା ।କେ ଅଛି କାହାକୁ ଉପମା ଦେବାକୁ ।ମନ ଖୋଜୁଅଛି ତାହା ।୨୭।କହି ଏମନ୍ତ ବଚନ ।କରି ଧୀରେ ଆଲିଙ୍ଗନ ।କନକ ଦର୍ପନ ଖଣ୍ଡ ଗଣ୍ଡଦେଶେ ହସି ଦିଅନ୍ତି ଚୁମ୍ବନ ।୨୮।କଉଁ ତରୁତଳେ ବସି ।କବରୀରେ ଫୁଲଖୋସି ।କୁସୁମେଷୁ – ବେଶ କୁସୁମେ ସୁବେଶ କରନ୍ତି ଖଞ୍ଜନ ଦୃଶୀ ।୨୯।କର୍ପୂର ଚନ୍ଦନ ବୋଳି ।କୁଚେ ଲେଖି ପତ୍ରାବଳୀ ।କୁରଙ୍ଗମଦ ମକରୀ ଗଣ୍ଡେ ଚାହାଁନ୍ତି ନୟନ ଢାଳି ।୩୦।କଉତୁକେ ବକ୍ର କରି ।କହନ୍ତି ଚିବୁକ ଧରି ।କୁରଙ୍ଗ ଲକ୍ଷଣ ଦେଖି ଏ ଲକ୍ଷଣ ଆନନ୍ଦ ହେବେ ସୁନ୍ଦରୀ ।୩୧।କଜ୍ଜ୍ୱଳ ନୟନ ଦେଇ ।କହନ୍ତି ବିନୟ ହୋଇ ।କଲି ଯା ଏହାକୁ ସମଖଞ୍ଜନକୁ ମୋ ନୟନ ସୁଖପାଇଁ ।୩୨।କୁଶକେତୁ ଯେଉଁକାଳେ ।କଲା ଏହା କୁତୁହଳେ ।କର ଅମଳ ଥୋଇଲା ନେଇ ଖରେ ଶୀତଳ ପାତାଳ ଟଳେ ।୩୩।କାଳେ ସେ ହୋଇଲା ବୀଜ ।କରିବାକୁ ସୁଖକାର୍ଯ୍ୟ ।କଳାଧଳା ରଙ୍ଗ ତିନିରୂପେ, ଅଙ୍ଗ ଧଇଲେ ତିନି ଅମ୍ବୁଜ ।୩୪।କଲେ ନେତ୍ର ଦେଖି ଲୋଭ ।କଞ୍ଜ ଶମ୍ବୁ ପଦନାଭ ।କାମସୃଷ୍ଟି ଜାତ ପାଳିବାର ହିତ ଅର୍ଥେ ରଖିଲେ ପ୍ରତିଭ ।୩୫।କୁସୁମରଶର ବିଜୟୀ ।କରିବାକୁ ହେଲୁ ଦାୟୀ ।କାହିଁପାଇଁ ଧନୁଶର ଧରିବ ସେ ତୋହପରା ସାହା ପାଇ ।୩୬।କନ୍ଦର୍ପହିଁ ବଡ଼ କ୍ଷତ୍ରୀ ।କରି ଯାଞ୍ଚ ଫୁଲଦାତ୍ରୀ ।କୀଟୁଁ ବ୍ରହ୍ମଯାଏ କରିପାରେ ଜୟେ ତୋହ ଘେନି ବାମନେତ୍ରୀ ।୩୭।କୁମ୍ଭକାର କୀଟପ୍ରାୟେ ।କି ଚିତ୍ର ଅଛି ତୋଠାୟେ ।କଟାକ୍ଷମାତ୍ରକେ ମାରିତାରି ପାରୁ କରାଉ ଜୟେ ଅଜୟେ ।୩୮।କେତେବେଳେ ତା ବଡ଼ାଇ ।କିଞ୍ଚିତେ ପାରୁ ଛଡ଼ାଇ ।କରୀନ୍ଦ୍ର ଗମନା ଏହିଘେନି ସିନା ତୋ ପଛେ ଥାଇ ଗୋଡ଼ାଇ ।୩୯।କରି ତୋ ନାମ ଅଗ୍ରଣୀ ।କହୁଥାନ୍ତି ଯାହା ପ୍ରାଣୀ ।କର୍ଣ୍ଣେ ତାହା ଶୁଣି ହୃଦେ ଗୁଣି ଗୁଣି ପୁଲକଇ ପ୍ରାଣମଣି ।୪୦।କହି ରସଗର୍ଭ ବାଣୀ ।କରେ କର ଧରି ଆଣି ।କନ୍ଧରେ ପକାଇ ମୁଖେ ମୁଖେ ଦେଇ ଚୁମ୍ବନ୍ତି ରସିକମଣି ।୪୧।କଉଁଠାରେ ଫୁଲ ଶେଯ ।କରି ନିଜ କରେ ଉଜ ।କାମିନୀକି କୋଳେ ଧରି କାମ ଭୋଳେ ପହୁଡ଼ନ୍ତି ଦେବରାଜ ।୪୨।କହେ ଦୀନକୃଷ୍ଣ କବି ।କୃଷ୍ଣ ପାଦପଦ୍ମ ସେବି ।କଳୁଷଅନ୍ଧାର ଅଳପକେ ଦୂର କରେ ଯାହା ନାମ ରବି ।୪୩।