ରଜନୀ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୬
- ସ୍ଥିତି
- ସାର୍ବଜନୀନ (Public domain)
ସ୍ୱାଗତ ଦିବସ-ବଧୂ ଦେବୀ ନିଶୀଥିନୀ,ତାରା-କୁନ୍ତଳିନୀ ଶାନ୍ତି- ଶ୍ରାନ୍ତି-ବିଧାୟିନୀ ।ଥକିପଡ଼ି ସ୍ୱାମୀ ତବ ଆଶ୍ରିଲେ ବିଶ୍ରାମ,ତୁମ୍ଭେ ଆସି ରାଜପଣ କର ଚତୁର୍ଯାମ ।ପୁରୁଷ ପ୍ରକୃତି ଭବେ ସୁକଠୋର ଅତି,ତେଣୁ ସୁକଠିନ ଦିନ ଶାସନ ପଦ୍ଧତି !ବାକାଜାତି ତୁମ୍ଭେ, ତୁମ୍ଭ ସ୍ୱଭାବ କୋମଳ,ତଥାହିଁ ଶାସନ ନୀତି ଶିଥୀଳ ଶୀତଳ ।କରିଗଲେ ପତି ତବ ଜୀବେ ଅବସନ୍ନ,ଫେଡ଼ ତାଙ୍କ ଅବସାଦ ତୁମ୍ଭେ ଗୋ ବହନ ।ମଧୁର ରାଜତ୍ୱେ ତବ ଏ ମର ଜଗତ,ସୁଷମା ବିକାଶେ ହୋଇ ସ୍ୱର୍ଗେ ପରିଣତ ।ବହଇ ସର୍ବତ୍ର ସୁଖ- ଶାନ୍ତି-ସୁଧା-ଧାରା,ଭାବୁକ ହୃଦୟ-ନଭେ ଫୁଟେ ଭାବ-ତାରା ।ଅବଶ-ଶରୀର-ଯନ୍ତ୍ରେ ଶ୍ରାନ୍ତି-ତୈଳ ଢାଳି,ଦେଉଅଛ ଦେବି ! ତାକୁ ନିତ୍ୟ ପରିଚାଳି ।ନିତ୍ୟ ପବ ବଳ ଦାନ ତବ ନିତ୍ୟବ୍ରତ,ପ୍ରକୃତି ଆଦେଶେ ତାହା ପାଳୁଛି ସତତ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ