ରାଜା ପ୍ରତି ରାଣୀର ଗୀତ
ବୈଷ୍ଣବ ପାଣି
ଗଣକବି · ୧୮୮୨–୧୯୫୬
- ସଂକଳନ: ଜୟନ୍ତ-ଜୟପାଳ ସୁଆଙ୍ଗ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୪
- ସ୍ଥିତି
- ସାର୍ବଜନୀନ (Public domain)
[କେଣେ ଅଛୁ ଶୁଣା ତୋ – ବୃତ୍ତେ]
ଦେଖିଆସ ନାଥ ହେ, କାହିଁପାଇଁ ଏତେ ଦଣ୍ଡ ଲଭେ ଜୟନ୍ତ ।ପଦ । କାରଣ ତା ବୁଝ ବହନ, ବାରଣ ନକରିଣ ଧନ କର ନିବାରଣ ତା ହୃଦୟ ଜ୍ୱାଳା ହେଳାରେ ପରାଣ ତେଜିବ ସୁତ ।୧। ଦିନେ ଦେଖି ନ ଥିଲି ଏହା, ପିଲାକାଳୁ ପରାଣନାହା କହିଲା କେ କିସ ଆଣ ତା ସନ୍ଦେଶ ଦେଖିବ ତା ପ୍ରତିଉତ୍ତାର ପଥ ।୨। ଚାଲ ନାଥ ମମ ସହିତେ, କୁମରକୁ ଦେଖିବ ନେତ୍ରେ । ବଇଷ୍ଣବ ଭାଳି, ଯାଇଛି ମଉଳି ରବିକରେ ଯେହ୍ନେ କୋମଳ ପତ୍ର ।୩।
ରାଜା ଜୟନ୍ତ ନିକଟରେ ପ୍ରବେଶରାଜା – କହ ରେ କୁମର ଏ କି ରୀତି ତୋର ଆଜି ?ଜୟନ୍ତ – କହିବି ଯେବେ ପିଅର ରଖିବ ଅରଜି ।୧।ରାଜା – ନିଶ୍ଚୟ ତୋ ଦୁଃଖ ଦଶା କରାଇବି ଦୂର ।ଜୟନ୍ତ – ହାଣିଆଣି ଦେବେ ମୋତେ ଜୟପାଳ ଶିର ।୨।ରାଜା – ଜୀବର ଜୀବନ ପରା ମିତ୍ର ଜୟପାଳ ?ଜୟନ୍ତ – କି କହିବି ତାତ ସର୍ବ ହୋଇଛି ବିଫଳ ।୩।ରାଜା – ଏ ଛାର କଥାକୁ ବାପ ଏତେ କରୁ ଚିନ୍ତା ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ