ଜୟନ୍ତ
ଗଣକବି · ୧୮୮୨–୧୯୫୬
- ସଂକଳନ: ଜୟନ୍ତ-ଜୟପାଳ ସୁଆଙ୍ଗ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୯୧
- ସ୍ଥିତି
- ସାର୍ବଜନୀନ (Public domain)
ତାହା ନ କରିଲେ କେଭେ ନ ବଞ୍ଚିବି ପିତା ।୪।ମନ୍ତ୍ରୀପାଶେ ରାଜାର ପ୍ରବେଶ – ଗୀତ[ଜୟ ପ୍ରତାପୀ ମତ୍ସ ନରେଶ – ବୃତ୍ତେ]
ଚାଣ୍ଡେ ଯାଅ ଯାଅ ମନ୍ତ୍ରିବର, ମୋର ବଚନେ ହୁଅ ଅନ୍ତର ।ପଦ । ବେନିକଣ୍ଡ କରି କାଟିବାକୁ ଯୁବରାଜ; କହିଛନ୍ତି ତବ ପୁତ୍ର ଶିରଗୋଟି ଆଜ, କଉଶଳେ ଜୀବ ରଖ ତାର ।୧। ସନ୍ନ୍ୟାସୀର ବେଶେ ଏ ଦେଶରୁ ବେଗେ ଯାଉ । ରହିଲେ ପରାଣ କେଭେ ନ ରହିବ ଆଉ । କାର୍ଯ୍ୟ ପଣ୍ଡ ହୋଇନାହିଁ ମୋର ।୨। ଧନ୍ୟ ଧନ୍ୟ ବାରଙ୍ଗନା ଭାଙ୍ଗିଲେ ଯେ ଭାବ, ଆନ ଜନ ଦ୍ୱାରା ତାହା ହୋଇ ନ ପାରିବ । ମନେ ସନ୍ଦେହ ତିଳେ ନ ଧର ।୩। ବହୁ କଳାଗତେ ସୁତ ଫେରୁ ଏ ଦେଶକୁ । ଯେତେଦିନ ଯୁବରାଜ ଭୁଲିବେ ରୋଷକୁ । ଏହା ବିପ୍ର ବଇଷ୍ଣବ ଗିର ।୪।
ମନ୍ତ୍ରୀ ପୁତ୍ରପାଶେ ପ୍ରବେଶ – ଗୀତ[କି ଭାବନା କର ପାଞ୍ଚଜଣ – ବୃତ୍ତେ]
କପାଳ ପଡ଼ିଲା ଜୟପାଳ ତୋର ଏତେଦିନ ।ପଦ । ରାଜପୁତ୍ର ସଙ୍ଗେ ମେଳ, ହେଲୁ ତାର ଭୋଗ ଫଳ । ହିତବାଣୀ ନ ଶୁଣିଲୁ କାଳେ ।୧। କରିଲେ ରାଜା ବ୍ୟବସ୍ଥା, କାଟିବା ପାଇଁ ତୋ ମଥା । ଘେନି ପ୍ରାଣ ପଶ ଯା ଗହନେ ।୨। ତିଳେ ନ ରହି ଏ ଦେଶେ; ଚଳିଯା ସନ୍ନ୍ୟାସ ବେଶେ । ମଣ୍ଡି ଅଙ୍ଗ ବଳକଳ ବସନେ ।୩। ଯୁବରାଜଙ୍କ ପାଶରେ, ନ ଯା ତୁ ଆଉ ଥରେ । ବଇ ଭାଷ, କିସ ପାଞ୍ଚ ମନେ ।୪।
ଜୟପାଳ – ଷିତା, ତେବେ ମୁଁ ଜଟା କୌପନୀ ଧାରଣ କରି ବିଦାୟ ନେଉଛି, ଜୀବିତରେ ଥିଲେ ପୁନଃ ସାକ୍ଷାତ ହେବ ।(ମନ୍ତ୍ରୀର ପ୍ରସ୍ଥାନ)ଜୟପାଳ ଯୋଗୀବେଶ ପଥେ ଯାଉ – ଗୀତ[ଆସ ଆସ ଗୋ ଛଇଳୀ – ବୃତ୍ତେ]
କେଉଁ ଦୋଷ କଲି ସଖା, ଏଡ଼େ ରୋଷ ବହିଲ ମୋଠାରେ । ଲାଖିଥିଲା ମନ ଯେହ୍ନେ ଲାଖଇ ପକ୍ଷୀ ଅଠାରେ ।ପଦ । ଲଗାଇ ପ୍ରେମପାଦପ ଛେଦିଦେଲ ବିଚ୍ଛେଦ କୁଠାରେ । ହେଲେ ପର ଆପଣାର ଆଜ ମରୁ ତ ଥାନ୍ତା ମୁଠାରେ ।୨। ଶୟନ ସ୍ନାନ ଭୋଜନ ବେନି କରୁଥିଲେ ଏକାଠାରେ’ କିପାଁ ତବ ମନମୃଗ ଛନ୍ଦି ବନ୍ଦି ସେ ହେଲା ଲଟାରେ ।୨। ବିନା ଅପରାଧେ ସିନା ମୋତେ ଫିଙ୍ଗିଲି ଶିରକଟାରେ । ବଇଷ୍ଣବ ବୋଲେ, ଜୟ ନିଶ୍ଚେ ଲେଖା ମୋ ଭାଲପଟରେ ।୩।
(ପ୍ରସ୍ଥାନ)ରାଜା ଜୟନ୍ତପ୍ରତି – ଗୀତ[ମହିଷାସୁରକୁ ଆା – ବୃତ୍ତେ]
ନନ୍ଦନ ରେ, ଶ୍ୱଶୁର-ସଦନେ ଚଳ । ଆସିଅଛି ନିମନ୍ତ୍ରଣ କରନାହିଁ ହେଳ ।ପଦ । ହେଲା ଅନେକ ଦିବସ, ଯାଇନାହୁଁ ବନ୍ଧୁବାସ । ଆସଛନ୍ତି କରୁ ତୁଟାଇବେ ହୃଦୁ ଗୋଳ ।୧। ସହୃଦତା ରଖ ବାପ, ଦୂର ହେବ ମନସ୍ତାପ । ନ ସ୍ଥାପି ଆପତ୍ତି ବହିଯାଛଅଛି ବେଳ ।୨। ଫେରିବୁ ଅଳପ ଦିନେ, କଳ୍ପନା ନ ବାଞ୍ଛି ମନେ । ବଇଷ୍ଣବ ବୋଲେ, ତୁହି ଆମ୍ଭର ସମ୍ବଳ ।୩।
ଜୟନ୍ତର ଶ୍ୱଶୁର ଗୃହକୁ ଅଗମନ ପଥେ ନୁଚିନ୍ତା[ଜୟ ହଂସାରୂଢ଼ ବୃତ୍ତେ]
କନକବରନା ଅନେକ ଦିନରୁ ଦେଖିନାହିଁ ମୋତେ ଆଖିରେ । ଜନକ ସଦନେ ମନକଥା ଧନେ କେସନେ କହିବି ଡାକି ରେ ।ପଦ । ସଖାସଙ୍ଗେ ମିଳି କଟାଇଛି ଆଳେ, କଳକଣ୍ଠୀ ତ ଧରିନାହିଁ କୋଳେ । ଲଳିତନେତ୍ରାର ଭାବ କଳିବାକୁ ଭାଜନ ହୋଇବି ମୁଁ କି ରେ ।୧। ଟଳିଯାଇଥିବ ଅଧରର ରଙ୍ଗ, ଭଳିଯାଇଥିବ ସଙ୍ଗିନୀ ମୋ ସଙ୍ଗ । ଅଙ୍ଗନା–ସୁନାକୁ ଟାଙ୍କଣ–ପୁରୁଷ ତରଳେ ତା ନେତ୍ର ଦେଖି ରେ ।୨। ପ୍ରୀତି ଶେଷେ କୋଳେ ବସାଇ ବନ୍ଧୁଙ୍କୁ, ଅନାଇବି ତାର ଲପନ ଇନ୍ଦୁକୁ । ମନାଇବି ମନେ ବ୍ୟଜନ-ପବନେ ଭାଷେ ବଇଷ୍ଣବ ଦୁଃଖୀ ରେ ।୪।
(ଜୟନ୍ତର ପ୍ରସ୍ଥାନ)ଜୟପାଳର ପ୍ରବେଶ – ଗୀତ[ନିଅ ବନମାଳ ମହାମତି ଚଳ – ବୃତ୍ତେ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର