ରାଜା ଓ ବନ୍ଦୀ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବାଳବୋଧ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୮
- ସ୍ଥିତି
- ସାର୍ବଜନୀନ (Public domain)
ପୂର୍ବକାଳରେ ଜଣେ ରାଜା ଥିଲେ । ସେ ଆପେ ଆପେ ପ୍ରଜାମାନଙ୍କର ଅବସ୍ଥା ଦେଖିବାକୁ ଭଲ ପାଉଥିଲେ । ଦିନେ ଯେ ବନ୍ଦିଶାଳାକୁ ଦେଖିବାକୁ ଯାଇଥିଲେ । କେତେଜଣ ବନ୍ଦୀ ବନ୍ଦିଘରୁ ବାହାରି କାମକୁ ଯାଉଛନ୍ତି । ସେମାନଙ୍କ ହାତରେ ହାତକଡ଼ି ଏବଂ ଗୋଡ଼ରେ ବେଡ଼ି ପଡ଼ିଛି । ରାଜା ସେମାନଙ୍କୁ ଦେଖି ଜଣଜଣଙ୍କ ପାଖକୁ ଯାଇ ପଚାରିଥିଲେ, ‘‘ତୁମ୍ଭେ କି ଅପରାଧ କରି ଏ ଦଣ୍ଡ ପାଇଛ ?’’
ପ୍ରଥମ ବନ୍ଦୀ କହିଲା – ‘‘ମହାରାଜ ! ମୁଁ କିଛି ଦୋଷ କରିନାହିଁ । ଜଣେ ସାକ୍ଷୀ ମୋ ନାମରେ ଗୁଡ଼ାଏ ମିଛ କହିଲା; ତାହାରି କଥାରେ ବିଶ୍ୱାସ କରି ହାକିମ ମୋତେ କୟେଦ ହୁକୁମ ଦେଇଛନ୍ତି-।’’
ଦ୍ୱିତୀୟ ବନ୍ଦୀ କହିଲା – ‘‘ମୋ ଉପରେ ହାକିମଙ୍କର ଆଗରୁ ରାଗ ଥିଲା । ତେଣୁ ମୋତେ ଏପରି ଦଣ୍ଡ ଦେଇଅଛନ୍ତି ।’’
ତୃତୀୟ ବନ୍ଦୀ କହିଲା –‘‘ବିଚାରପତି ପ୍ରକୃତ ଘଟଣା ବୁଝି ନ ପାରି ମୋତେ ଅପରାଧୀ ବୋଲି ପ୍ରମାଣ କରିଅଛନ୍ତି ।’’
ଚତୁର୍ଥ ବନ୍ଦୀ କହିଲା –‘‘ପୁଲିସ କର୍ମଚାରୀ ପ୍ରକୃତ ଦୋଷୀକୁ ଧରି ନ ପାରି, ମୋତେ ସନ୍ଦେହ କରି ଦୋଷୀ ବୋଲି ଦଣ୍ଡରେ ପକାଇଛନ୍ତି ।’’
ଏପରି ଚାରିଜଣଯାକ ନିଜ ଦୁଃଖ କହି ରାଜାଙ୍କ ନିକଟରେ ମୁକ୍ତି ପ୍ରାର୍ଥନା କଲେ । ରାଜା ତାହା ଶୁଣି ପଞ୍ଚମ ବନ୍ଦୀକି ପଚାରିଲେ –‘‘ତୁମେ ଏଠାକୁ ଆସିଲ କାହିଁକି ?’’
ସେ ବ୍ୟକ୍ତି କହିଲା –‘‘ମହାରାଜ ! ମୁଁ ଜଣକ ପକେଟରୁ ଟଙ୍କାଟିଏ ଚୋରି କରିଥିଲି । ତେଣୁ ଉଚିତ ଦଣ୍ଡ ପାଇଛି । ମୁକ୍ତି ମାଗିବାକୁ ମୋର ଆଉ ସାହସ ହେଉନାହିଁ ।
ରାଜା ସନ୍ତୁଷ୍ଟ ହୋଇ ସେ ଲୋକଟିକୁ ଡାକି କହିଲେ – ‘‘ତୁମ୍ଭେ ଆଉ ଏ ଅସାଧୁ ଲୋକଙ୍କ ସାଙ୍ଗରେ ରହିବାର ଉପଯୁକ୍ତ ନୁହଁ । ତହୁଁ ବନ୍ଦିଶାଳାର ସର୍ଦ୍ଦାରକୁ ଡାକି କହିଲେ, ‘‘ଏ ବ୍ୟକ୍ତିର ବେଡ଼ି ଫିଟାଇଦିଅ ଏବଂ ଏହିକ୍ଷଣି ଏହାକୁ ଛାଡ଼ିଦିଅ । ଯେଣୁ ସେ ଦୋଷୀ ହୋଇ ସୁଦ୍ଧା ଏମାନଙ୍କ ପରି ମିଛ କହି ଦୋଷ ବଢାଇନାହିଁ ।’’
ଜଣେ ବନ୍ଦୀ କେବଳ ସତ କହିବାର ପୁରୁସ୍କାରସ୍ୱରୂପ ବନ୍ଧନରୁ ମୁକ୍ତି ପାଇଲା ।
ଉଦର ଓ ଅବୟବଗଣ
ମୁଖ ହସ୍ତ ପାଦ ସର୍ବ ଅବୟବେ
ଉଚ୍ଚେ ଡାକି କହେ ଜିଭ,
‘‘ଆମେ ମରୁଥିବା କାମ କରି କରି
ପେଟ ବସି ଖାଉଥିବ ।’’
ହାତ ତହୁଁ କହେ, ‘‘ହଇ କରି କରି
ସତକଥା ଅଛୁ କହି,
ପେଟଟା ନିକମା କିଛି କରେ ନାହିଁ
ଆମେ ମରୁ କଷ୍ଟ ସହି ।
ପେଟ ଲାଗି ମୁହିଁ ଖଟୁଅଛି କେତେ
ସମସ୍ତେ ତ ଅଛି ଦେଖି,
ସେ ଖାଇବ ବୋଲି ଭାତଗୁଣ୍ଡା ସୁଦ୍ଧା
ତୁଣ୍ଡକୁ ଦେବି ମୁଁ ଟେକି ।’’
ଗୋଡ଼ ତହୁଁ କହେ ‘‘ଖାଉଚି ବିଉଚି,
ଯାଉଚି କେମନ୍ତେ ବଢି,
ମୋତେ ଦିନରାତି ବୁଲାଇ ମାରୁଚି,
ମୋ ଉପରେ ସଦା ଚଢି ।’’
ତୁଣ୍ଡ ତହୁଁ ବୋଲେ, ‘‘ପେଟଲାଗି ମୁହିଁ
ଚୋବେଇ ଚୋବେଇ ନିତି,
ଥକି ତ ଗଲିଣି କେତେ ମୁଁ ସହିବି
ପୋନା ପେଟର ଅନୀତି ।’’
ଗଳା ତହୁଁ କହେ, ‘‘ଗିଳିବାର କଷ୍ଟ
ଅଟେ ଅତି ଭୟଙ୍କର,
ନିତି ଗିଳି ଗିଳି ହେଉଛି ବିକଳ
ମୋ କଥା ବିଚାର କର ।’’
ସର୍ବେ ତହୁଁ ମିଳି କରିଲେ ପ୍ରତିଜ୍ଞା
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ