ପୁସ୍ତକ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୬
- ସ୍ଥିତି
- ସାର୍ବଜନୀନ (Public domain)
ସଭକ୍ତି ପ୍ରଣତି ମୋର ଘେନ ହେ ପୁସ୍ତକ,କୋବିଦ-କୁମାର ତୁମ୍ଭେ ନୀରବ-ଶିକ୍ଷକ ।ଶିକ୍ଷା-ବିପଣୀର ପୁଣି ଚିହ୍ନରା ବେପାରୀ,ମାନବ ହୃଦୟେ ଦିଅ ସୁଜ୍ଞାନ ବିସ୍ତାରି ।କିମ୍ବା ତୁମ୍ଭେ ଜ୍ଞାନ-କ୍ଷେତ୍ରେ ପ୍ରଧାନ କୃଷକ,ସମୁର୍ବର କରିଦିଅ ମାନବ ମସ୍ତକ ।ଜବ ଆଲୋଡ଼ନେ ଜ୍ଞାନ ଲଭେ ବିବର୍ଦ୍ଧନ,ଘର୍ଷଣେ ସୁଗନ୍ଧ ସିନା ବିକରେ ଚନ୍ଦନ ।ନିର୍ମଳ-ଆଦର୍ଶ ତୁମ୍ଭେ ଆତ୍ମ ଉନ୍ନତିର,ତବ ସନ୍ଥେ ଜ୍ଞାନହୀନ ହୁଏ ଜ୍ଞାନବୀର ।ତୁମ୍ଭ ସେବାଫଳେ ହୁଏ ଯେ ଜ୍ଞାନ ଉଦ୍ଭବ,ଅୟୁତ ଆଚାର୍ଯ୍ୟଠାରୁ ତାହା ଅସୁଲଭ ।ତୁମ୍ଭଙ୍କୁ ଯେ ଚିହ୍ନେ ଦେବ ତୁମ୍ଭେ ତାକୁ ଚିହ୍ନ,ଚିହ୍ନିତ କରାଅ ପୁଣି ଲୋକେ ପ୍ରତିଦିନ ।କେତେ ମହାପୁରୁଷଙ୍କ କୀର୍ତ୍ତି-ହର୍ମ୍ୟରାଜି,ଅଛି ତୁମ୍ଭ ମହାବକ୍ଷେ ପ୍ରଚ୍ଛନ୍ନେ ବିରାଜି ।ଅଦ୍ଭୁତ ବିନ୍ଧାଣି ତୁମ୍ଭେ ଧନ୍ୟ କାର୍ଯ୍ୟ ତବ,ଅମାନବେ ଗଢ଼ିଦିଅ ପ୍ରକୃତ ମାନବ ।ଯାବତ ଘଟଣା ରଖ ହୃଦ-ଗୃହେ ସଞ୍ଚି,ଦେଇ ତହିଁ ଅଭଙ୍ଗୁର- ମାତୃଭାଷା କଞ୍ଚି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ