ପୁଷ୍ପ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୫
- ସ୍ଥିତି
- ସାର୍ବଜନୀନ (Public domain)
ଅତୁଳ ସୌନ୍ଦର୍ଯ୍ୟସୃଷ୍ଟି ତୁହି ରେ ସୁମନ,ତୋହ ସଙ୍ଗେ ହୁଅ ଭବେ ଦୁଇଟି ତୁଳନ—ଶିଶୁର ନିର୍ମଳ ସୌମ୍ୟ ବଦନମଣ୍ଡଳ,ସତୀର ପବିତ୍ର–ପ୍ରେମ–ସିକ୍ତ ବକ୍ଷସ୍ଥଳ ।ସ୍ୱର୍ଗୀୟ ଶୋଭାର ସୃଷ୍ଟି ଜଗତେ ଅତୁଳ,ନିଖିଳ–ସୌନ୍ଦର୍ଯ୍ୟ–ସାର ଏକଧାରେ ଠୁଳ ।ରାଜଲକ୍ଷ୍ମୀ ନୁହନ୍ତି ତ ସର୍ବତ୍ର ସୁଲଭା,ସୁପ୍ରସିଦ୍ଧା ଯେଣୁ ଧନୀ ସୌଭାଗ୍ୟବଲ୍ଲଭା ।କିନ୍ତୁ ତୁହି ପ୍ରସୂନ ରେ ସାଧାରଣ ଧନ,ତୋତେ ଦେଖି ମୁ ଗ୍ଧ ହୁଏ ସର୍ବଜନ ମନ ।ନାହିଁ ଯାର ରାଜ୍ୟସୁଖ ପାର୍ଥିବ ବିଭବତୋତେ ଦେଖି ଭୁଞ୍ଜେ ସେହି ସୁଖ ଅଭିନବ ।ନାହିଁ ଯାର ନବ ଶିଶୁ ଅବା ସତୀ ନାରୀତୋତେ ପାଇ ତୃପ୍ତ ହୁଏ ପରାଣ ତାହାରି ।ତିମିର–ଆଚ୍ଛନ୍ନ କାରା ଦୁଃଖିର ସଂସାର,ସେ କାରାଭବନେ ତୁହି ମୟୁଖର ଧାର ।ପଥବଣା ହୋଇଣ କି କେଉଁ ଦେବକନ୍ୟାକରିଅଛୁ ପାପପୁର୍ଣ୍ଣ ଭବଭୂମି ଧନ୍ୟା !ଦୁଷ୍ମନ୍ତ–ଚିନ୍ତା–ନିମଗ୍ନା ଅବା ଶକୁନ୍ତଳାଦ୍ୱିତୀୟ ଦୁର୍ବାସାଶାପେ ପୁଷ୍ପେ ହୋଇଗଲା !ଆହେ ପୁଷ୍ପ ବିନୟର ଅଟୁ ଆଦରଶ,ତୋର ଦରଶନେ ମନେ ଉପୁଜେ ହରଷ ।ତୋ ରୂପ ସଙ୍ଗରେ ନାହିଁ ତୁଳନା ଏ ଭବେ,ସେଥିପାଇଁ ଗରବ ତ ନାହିଁ ତୋର ଲବେ ।ନୀରବ ଭାବରେ ଫୁଟି ଜନମନ ହରୁ,ହସି ହସି ନମ୍ରଭାବେ ସ୍ୱକର୍ତ୍ତବ୍ୟ କରୁ;ଯଥାକାଳେ ହେଉ ପୁଣି ବିଲୟ ପ୍ରପାତ,ସମସ୍ତ ନଶ୍ୱର ଏହା ଶିଖଇ ଜଗତ ।ଘଟନା–ସୂତ୍ରରେ ଆସି ଟେକିଛୁ କି ଶିର,ନ ସାଧି ଜୀବନବ୍ରତ ତେଜିବୁ ଶରୀର ?ନୁହେ କି ଉଦ୍ଦେଶ୍ୟପୂର୍ଣ୍ଣ ଅସ୍ତିତ୍ୱ ତୋହର,ନୋହୁ କି ଅତୁଳ ସୃଷ୍ଟି ବିଶ୍ୱକର୍ମ୍ମାଙ୍କର ?ଦକ୍ଷିଣରୁ ମନ୍ଦ ମନ୍ଦ ବହୁଛି ପବନ,ଇତସ୍ତତଃ କରୁଅଛ ତୋତେ ଆନ୍ଦୋଳନ ।ସେ ଛବି ଦେଖି ମନକୁ ଏମନ୍ତ ଆସୁଛିଗୁଣେ ମୁଗ୍ଧ ବାୟୁ ପ୍ରେମଭିକ୍ଷା କି କରୁଛି ।ପବିତ୍ର ସତୀତ୍ୱ–ଧର୍ମ ପ୍ରଚାରିବା ପାଇଁପବନକୁ ଅଳିପ୍ରୟା କହୁ “ନାହିଁ ନାହିଁ ।”ସେ ନିଷ୍ଠୁର ବୈରାଗ୍ୟରୁ ଶିଖେ ମୁଗ୍ଧ ନରପାପପାଇଁ ସୃଷ୍ଟିନୁହେ କେଭେ ସୈନ୍ଦର୍ଯ୍ୟର ।ଚାରୁ ସୃଷ୍ଟି ଅଟୁ ତୁରେ ସୁନ୍ଦରୀ ସୁମନ,ସଜନ ସ୍ଥାନରେ ରହି ମୋହୁ ପ୍ରାଣୀମନକିନ୍ତୁ ପୁଷ୍ପ କି ଉଦ୍ଦେଶ୍ୟେ ନିର୍ଜନ ପ୍ରଦେଶେଫୁଟି ତୋଷୁ କାହା ମନ ସୁବାସେ ସୁବେଶେ ?ଘୋର ଗହନ କାନନେ ପର୍ବତ କନ୍ଦରେ,
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ