ପ୍ରିୟରତ୍ନ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୩
- ସ୍ଥିତି
- ସାର୍ବଜନୀନ (Public domain)
ପାଇଛି ପ୍ରିୟରତ୍ନ, କାହିଁ ରଖିବି ତାକୁଚୋର ତସ୍କରେ ହୁଏ ଭୟ,ବାସର ତ୍ରିଯାମାରେ ଘରେ ଅବା ବାହାରେତାହାରି ଠାରେ ମୋର ଲୟ ।କିଏ ଚୋରାଇ ନେବ କାଳେ ମୋ ଜୀବ ଯିବକେହ୍ନେ ବଞ୍ଚିବି ତାହା ବିନା,କାହା କୁଚକ୍ରେ ପଡ଼ି ବିଗିଡ଼ିଯିବ କାଳେମୋ ପ୍ରାଣ ଉଡ଼ିଯିବ ସିନା !ପାଶରେ ଥାଏଁ ସୁଖେ ପାଖରୁ ଗଲେ ଟିକେମନ ମୋ ହୁଏ ଛନଛନ,ନେତ୍ର ଅନ୍ତରାଳରେ ହୁଏ ମୁଁ ହାଇଁପାଇଁଦେଖିଲେ ଭଲ ଥାଏ ମନ ।ବିଶ୍ୱାସୀ ଜିମାରେ ବି ଚିତ୍ତ ମୋ ଦକଦକକଅଣ ହୋଇଯିବ ପରା,କଳ୍ପନା ନୟନେ ହିଁ ସେ ରତନ ଅଭାବେଉଆଁସ ଘୋଟିଯାଏ ଧରା ।ଅତି ସନ୍ତର୍ପଣରେ ସେ ରତ୍ନ ଲାଗି ମୁଁ ଯେସଭିଙ୍କି ଡରିହରି ଚଳେ,ହାତେ ମାପି ଚାଖଣ୍ଡେ ଚାଲେ ମୁଁ ବିଶ୍ୱଦାଣ୍ଡେସନ୍ଦେହ କରିଣ ସକଳେ ।ଏତେ ସଂଶୟ ସ୍ୱାମୀ ସହି ନ ପାରିବଇଁସନ୍ଦେହ ନାମ ହିଁ ନରକ,କାହାଠିଁ ରଖିଦେଲେ ଏ ମୋ ପ୍ରିୟ ରତନଚାଲିଯିବ ଏ ଦକଦକ ?ସଭିଙ୍କର ଅଭାବ ଅଛଇ ଏ ସଂସାରେଅଛି ସଭିଙ୍କ ଲୋଭ ମୋହ,ସାଧୁ ସଜ୍ଜନଙ୍କର ଷଡ଼ରିପୁସମୂହକରନ୍ତି ସମୟେ ବିଦ୍ରୋହ ।ପବିତ୍ର ନିର୍ବିକାର ବିଶ୍ୱତଶ୍ଚକ୍ଷୁ ପ୍ରଭୁତୁମ୍ଭରି ପ୍ରଦତ୍ତ ରତନରଖିଲି ତୁମ୍ଭ ପାଶେ ଯା ଇଚ୍ଛା କର ତାହାଯାପିବି ନିଶ୍ଚିନ୍ତ ଜୀବନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ