ପ୍ରତିଜ୍ଞା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୩
- ସ୍ଥିତି
- ସାର୍ବଜନୀନ (Public domain)
କଦମ୍ବ ମୂଳରେ ଠିଆ କିଏ ସଜନି,କେତେ ଭଙ୍ଗୀରେ କରୁଛି ମୂରଲୀଧ୍ୱନି । ୦।ବଜାଏ ସେ ରାଧା ରାଧା,ଗଣେ ନାହିଁ ଲଜ୍ଜା ବାଧା,କେଡ଼େ ଭରସା ଗୋ ତାର କେଡ଼େ କରଣି । ୧।ରାଧା କୁଳଭୁଆସୁଣୀ,କି ଭାବିବେ ଜନେ ଶୁଣି,କଳଙ୍କିନୀ ହେବ ରାଇ ବିଧୁବଦନୀ । ୨।ରଜାପୁଅ ବୋଲି କି ମା,ଦେଖାଏ ଏତେ ଗରିମା,କି ବୋଲିବେ ଶୁଣି ତାର ପିତା ଜନନୀ । ୩।ଶିରେ ଶୋହେ ଶିଖିଚୂଳ,ଆଭରଣ ବନଫୁଲ,ଝରୁଛି ମଧୁର ହାସୁ ମୁକୁତା ମଣି । ୪।ଅତସୀ କୁସୁମ ଶ୍ୟାମ,-ତନୁ କେଡ଼େ ଅଭିରାମ,ଶ୍ରୀଅଙ୍ଗ ଜ୍ୟୋତିରେ ଦୀପ୍ତ ବନ ଅବନୀ । ୫।କି ସୁନ୍ଦର ନନ୍ଦସୁତ,ବଚନ ଛଣା-ଅମୃତ,କୋଟି ଲାବଣ୍ୟଖଣି ସେ ନାଗରମଣି । ୬।ମଦନମୋହନ ମୂର୍ତ୍ତି,ହରିନିଏ ହୃଦୂ ଧୃତି,ଓଟାରେ ସେ ମନପ୍ରାଣ ଦିବାରଜନୀ ।୭।ମହତ ପଛକେ ଯାଉ,ନ ନିନ୍ଦିବି ତାକୁ ଆଉ,ଖଟିବି ପୟରେ ତାର ସେବା ଖଟଣି ।୮।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ