ପ୍ରାର୍ଥନା
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୩
- ସ୍ଥିତି
- ସାର୍ବଜନୀନ (Public domain)
ପୋଛିଦିଅ ହରି ପୋଛିଦିଅ ଚାଣ୍ଡେମନରୁ ପୁରୁଣା କଥା,କି ଫଳ ଫଳିବ ଦହି ହେଉଥିଲେସୁମରି ଅତୀତ ବ୍ୟଥା ।ନିରାଟ ବିରାଟ ମରୁଭୂମିରେ ମୁଁବୁଲୁଥିବି କେତେ କାଳ,ତତଲା ବାଲିରେ ଗୋଡ଼ ପୋଡ଼ିଗଲାଦୁଃଖ ହେଲା ଅସମ୍ଭାଳ ।ବାଟ ଦେଖାଅ ହେ ଦୟାମୟ ହରଭ୍ରାନ୍ତ ପଥିକକୁ ବାରେ,ଜୀବନ ନିର୍ଭର କରିବାର ସ୍ଥାନଦେଖୁ ତ ନାହିଁ ସଂସାରେ ।କାହାକୁ ଦୋଷିବି କେହି ନୁହେଁ ଦୋଷୀଏକା ମୋର ବ୍ୟତିରେକେ,ନିଜ ହାତେ ଫାଶ ବଳି ସେହି ଫାଶଲଗାଇଛି ନିଜ ବେକେ ।ଏକୁଟିଆ ବାଟେ ଛାନିଆ ଲାଗୁଛିକରୁଅଛି ତେଣୁ ତାକୁ,ବିରାଟ ଶକତି ଶୋଇଛି ମୋ ଦେହେଉଠାଇଦିଅ ହେ ତାକୁ ।ମୋହରି ଭିତରେ ଅଛ ତୁମ୍ଭେ ପ୍ରଭୁଅଛି ମୁଁ ତୁମ୍ଭ ଭିତରେ,ଏ କଥାକୁ ତୁମ୍ଭେ ଚେତାଇ ନ ଦେଲେବୁଝି ନୁହେଁ ସହଜରେ ।ମହାଶକ୍ତିର ମୁଁ ସନ୍ତାନ, ଏ କଥାଭୁଲିଯାଇଛି ମୁଁ ଆହା,ଜ୍ଞାନମନ୍ତ୍ର ବାରେ ଫୁଙ୍କିଦେଇ କାନେଦେଖାଅ ମଙ୍ଗଳ ରାହା ।ଭରିଦିଅ ପ୍ରଭୁ ଭରିଦିଅ ପ୍ରାଣେଅହିଂସାପୂର୍ଣ୍ଣ ଆନନ୍ଦ,ନିଭାଇଦିଅ ମୋ ହୃଦୟ-କ୍ଷେତ୍ରରୁକୋଟି ବାସନାର ଦ୍ୱନ୍ଦ୍ୱ ।ତୁଟିଯାଉ ମୋର ତୀବ୍ର ଆଶା-ନିଶାତୁଟିଯାଉ ଭବ-ତ୍ରାସ,ଦୁଃଖେ ସୁଖେ ସଦା ସମ ଭାବେ ମୋରପରାଣ ହେଉ ଉଦାସ ।ଶୋକ ତାପ ଆଉ ଅନୁଭୂତି ସବୁଦିଅ ମୋ ମନରୁ ପୋଛି,ପ୍ରେମ-ରଥେ ମୋର ଦିଅ ପ୍ରେମମୟସତ୍ୟନିଷ୍ଠା-ଅଶ୍ୱ ଯୋଚି ।ଅନ୍ତରର ଗୁପ୍ତ ଅନ୍ତସ୍ତଳେ ପୁଣିତାର ଗୁପ୍ତ ଅନ୍ତସ୍ତଳେ,ସବୁବେଳେ ତୁମ୍ଭ ଜ୍ୟୋତିର୍ମୟ ମୂର୍ତ୍ତିନାଚୁ ଖେଳୁ କୁତୂହଳେ ।ପ୍ରତିକାର୍ଯ୍ୟେ ପ୍ରତି- କଳ୍ପନାରେ ଉଠତୁମ୍ଭରି ପ୍ରଭାବ ଫୁଟି,କର୍ମ ଅବସାନେ ତୁମ୍ଭ ପାଶେ ଆତ୍ମାମହାନନ୍ଦେ ଯାଉ ଛୁଟି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ