ପ୍ରଣୟ−ସ୍ମୃତି
୧୮୭୫–୧୯୨୮
- ସଂକଳନ: ତରଙ୍ଗିଣୀ
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୬୪୧
- ସ୍ଥିତି
- ସାର୍ବଜନୀନ (Public domain)
ତରୁଶିରେ ଅସ୍ତୋନୁଖ ରବି−ରଶ୍ମି−ରେଖାମୂମୂର୍ଷୁ ମେଲାଣି ଦୃଶ୍ୟ ସମ ଯାଏ ଦେଖା ।ଦୂରେ ଚକ୍ରବାଳ ତଳେ ସନ୍ଧ୍ୟାସୀମନ୍ତିନୀଓଢ଼ଣା ଓଟାରି ଉଭା ହେଲେ ତାମସିନୀ ।ସପ୍ତଶଯ୍ୟା ଶିରେ ଦିବା ଅସ୍ତମାନ ମୂର୍ତ୍ତିକ୍ଷୋଭେ ଚିତ୍ତ, ଅସୁଖୀର ଯଥା ସୁଖସ୍ମୃତି ।କେତେ ଥର ଏହି ଦୃଶ୍ୟେ କେତେ ଭାବରାଶିମୋ ହୃଦୟେ ଲୀଳା କଲେ ଅନୁଦିନ ଆସି ।ତ୍ରିସନ୍ଧ୍ୟା ବାସର ନିଶି ସପ୍ତଶଯ୍ୟା ଗିରିଦେଖାଇଛି କେତେ ତାର ନିସର୍ଗର ଶିରୀ !ମଧୁର ଶୈଶବ ସ୍ମୃତି, ଯୌବନର ମାୟା,ଜରାର ଭବିଷ୍ୟ ଦୃଶ୍ୟ, ପରକାଳ−ଛାୟା,ଶିଖରିସମାଜ ସଙ୍ଗେ କାଠଯୋଡ଼ୀ ତଟେଚିତ୍ରିତ ହୋଇଛି ଏ ମୋ ମୁଗ୍ଧ ଚିତ୍ତ−ପଟେ !ଆଜି ମନେ ପଡ଼େ ମୋର ନବଯୌବନରଲୁକ୍କାୟିତ ଯାହା କାଳ−କରାଳ−ଉଦର !ପ୍ରେୟସୀ−ପ୍ରଥମ−ପ୍ରୀତି, ମଧୁର ଚୁମ୍ବନ,‘ଭଲ ପାଅ କି ନା ପ୍ରିୟେ’ ପ୍ରଣୟ−ପ୍ରଶନ,ଶ୍ରବଣେ ନବୀନା ଗଣ୍ଡ−ପାଟଳ−ବରଣବୀଡ଼ାଭରେ ନିରୁତ୍ତରେ ପାଶୁଁ ପଳାୟନ ।ଯେତେ ପଚାରିଲେ ଥିଲା ତା ଚିର ନବୀନ,ଦିନୁ ଦିନ ସେହି ମୁଖ ଦିଶୁଥିଲା ଭିନ୍ନ ।କିପାଇଁ ଗଲା ସେ ମୋହ ନେଉଟିଲା ନାହିଁ,ଗଲା ଯେବେ ପ୍ରୀତି−ସ୍ମୃତି ପଡ଼ିଛି କିପାଇଁ ?ତଥାପି କିପାଇଁ ତୃପ୍ତ ନୁହେ ରେ ହୃଦୟ,କାହିଁ ଗଲା ପ୍ରଣୟର ମୋହ ମାୟାମୟ !ନବୀନ ପ୍ରଣୟ ! ଆରେ ପ୍ରାଣସ୍ପର୍ଶମଣି,ଅଟୁ ତୁହି ଅକଳନ୍ତା ଲାବଣ୍ୟର ଖଣି ।ମହୀରେ ସୁନ୍ଦର ତୋହ ବିନା ନାହିଁ ଆଉ,କି ମାୟା−ସଙ୍ଗୀତ ତୁ ରେ ପ୍ରାଣାକାଶେ ଗାଉ ?ସେ ସ୍ୱର୍ଗୀୟ ମନ୍ତ୍ରେ ମୁଗ୍ଧ ଏ ବିଶ୍ୱସଂସାରତରୁଣ ତରୁଣୀ ନେତ୍ରେ ଦିଶେ କି ବାହାର !ଦିବ୍ୟ ସୃଷ୍ଟି ଅପରୂପ ମାନସ ସର୍ବମାୟା,ରହିଥାଏ ମାତ୍ର ଆହା ତୋର−ସ୍ନୃତି−ଛାୟା ।ପ୍ରଣୟ ତୁ ଚିରଦିନ ରହୁ କେଉଁ ଦେଶ,କେଉଁ ଦେଶେ ନତୁଟଇ ପ୍ରଣୟ ଆବେଶ ?ତନୁ−ଲାବଣ୍ୟରେ ଜାଣେନ ମେଣ୍ଟାଇ ଆଶା,କାହିଁରେ ପୂରଇ ପ୍ରାଣ ପ୍ରଣୟ−ପିଆସା ?ଶାଶ୍ୱତ ପ୍ରଣୟ ନୁହେ ମୋହ ଜଗତର,ତୃଷାର୍ତ୍ତ ପରଣ ବାଞ୍ଛେ କିବା ନିରନ୍ତର !କି ମହା ଅଭାବ ଏହି ମାନବ−ଅନ୍ତରେ,ନିଶି ଦିବା କାହିଁ ପାଇଁ ବ୍ୟାକୁଳିତ କରେ !କାହିଁ ସେହି ନିତ୍ୟ ସୁଖ ଯା ଲାଗି ଏ ମନପିଆସୀ ଚାତକ ପ୍ରାୟ ନିରତେ ଉଚ୍ଛନ୍ନ !ପ୍ରତ୍ୟାଖ୍ୟାତ
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ