କବିର ଦୁଇ ପତ୍ନୀ — ନନ୍ଦକିଶୋର ବଳ · ସ୍ୱର୍ଣ୍ଣଲିପିଦୁର୍ଭାଗ୍ୟ କି ସୌଭାଗ୍ୟ ମୁଁ ଜାଣେ ନାହିଁକବି ମୁଁ ହିଁ ମମ ପତ୍ନୀ ବେନି,ଇଚ୍ଛା ମମ କରିବଇଁ ଘର ଦ୍ୱାରସୁଖେ ମୋର ସେ ବେନିଙ୍କୁ ଘେନି ।ଚିରନ୍ତନ ରୀତିମତେ ପତ୍ନୀବେନିସେ ସପତ୍ନୀ ଏକ ଆରେକରଚିର ଅରି, କିନ୍ତୁ ମୁହିଁ ବେନିଜନ−ଶ୍ରୀଚରଣ−ସେବକ କୋୟର ।ବେନି ପାଶେ ବେନି ପ୍ରିୟା ସଦା ଆହାମହାଚିନ୍ତା ଚଳିବି କିପରି ?ଏକ ସୁଗୃହିଣୀ ସଦା ଉପାର୍ଜନ−ଆକାଙ୍କ୍ଷିଣି ଆନ ଅର୍ଥ−ଅରି ।ଏକ ପୃଥ୍ୱୀ−ପ୍ରବାସୀନୀ ଦେବକନ୍ୟାଆନ ଧରା−ମାନବ ନନ୍ଦିନୀ,ଏକ ପରିଣୀତା ଭାର୍ଯ୍ୟା, ଆନ ମମସ୍ୱୟମ୍ୱୃତା କବିତା କାମିନୀ ।———କବିତା ପ୍ରତି
—୧—
ଯାଅ ରେ କବିତା ମମ ପ୍ରିୟତମା ଘରେ,ଧରନ୍ତୁ ଚମ୍ପକାଙ୍ଗୁଳିଯୁତ ଚାରୁ କରେ ।ପଙ୍କଜପଳାଶ ନେତ୍ର ପଡ଼ୁ ତୋ ଉପର,ଚନ୍ଦନ ସୁରଭି ଶ୍ୱାସେ ହୁଅ ପବିତର ।ଘନକୃଷ୍ଣ ବେଣୀ ତାଙ୍କ ପଡ଼ୁଥିବ ଲୋଟି,ତା ପାଶେ ବିରାଜି ପାଅ ଗଉରବ କୋଟି ।ପଢ଼ି ନେତ୍ରପ୍ରାନ୍ତ ହେଲେ ଈଷତ ଚଞ୍ଚଳ,କବିତା−ଜନମ ତବ ହେବ ରେ ସଫଳ ।ପଢ଼ନ୍ତୁ ବା ନ ପଢ଼ନ୍ତୁ ତୋତେ କେହି ଆନ,ପଢ଼ିଣ କରନ୍ତୁ ମୋତେ ପ୍ରିୟା ଯୋଗ୍ୟ ଜ୍ଞାନ ।ସେ କରଳମଳେ ଯେବେ ପାଇ ପାରୁ ଠାଇଁ,ଧନ, ପଦ, ଯଶ ମମ ପ୍ରୟୋଜନ ନାହିଁ ।ନାହିଁ ନାହିଁ ଠାଇଁ ତୋର ପଣ୍ଡିତ−ଆଳୟେ,ହେବୁ ଧନ୍ୟ ପାଇ ସ୍ଥାନ ପ୍ରେୟସୀହୃଦୟେ ।———କବିତା ପ୍ରତି କବି
—୧—
କମଳା−ସଉଧ ବରଜି ଆସି ବାଣୀ−ଭବନେ,ଦରିଦ୍ରତ−ସଖୀ କବିତା ବରି ନେଲି ଜୀବନେ ।ପିତା ମାତା ବନ୍ଧୁ କୁଟୁମ୍ୱ ଯେତେ ଆତ୍ମୀୟ ଜନଆଶାୟୀ ହୋଇଣ ଅଛନ୍ତି ଅରଜିବି ମୁଁ ଧନ ।ହେବି ଦଶ ଜଣ ସଙ୍ଗତେ ଲୋକ ମୁଖିଆ ଜଣେ,ଅନ୍ନବସ୍ତ୍ରେ ତାଙ୍କୁ ତୋଷିବି ମାନେ ଗୌରବେ ଧନେ ।ଆହା କି ଦୁର୍ଭାଗ୍ୟ ହେଲା ଏ ଭାଲେ ୟା ଲେଖାଥିଲା,କୁଳିଶ−ପ୍ରହାରେ ଜର୍ଜର ଆଶା−ଲତା ହୋଇଲା !କାହିଁ ଗଲା ଉଚ୍ଚ ଆଶ୍ରୟ କାହିଁ ସମ୍ମାନ ଧନ,କବିତା−ମୋହରେ ଆସକ୍ତ ହେଲା ମୋହର ମନ ।ଛାଡ଼ ଛାଡ଼ ମୋତେ ସୁନ୍ଦରି ! ଦରବାରେ ମୁଁ ଯିବି,
ସମ୍ବନ୍ଧିତ ରଚନା
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ଉପର୍ଜନ କରି କଉଡ଼ି ଘରଦ୍ୱାର କରିବି ।
ନିଶି ଦିବା ଆଉ ପଣନ୍ତେ ବାନ୍ଧି ନ ରଖ ମୋତେ,
ଦେଖ ପରିଜନେ ମୋ ମୁଖେ ଚାହିଁଛନ୍ତି ସନ୍ତତେ ।
ଦିନ ପରେ ଦିନ ଯାଉଛି ମାସ ଉତ୍ତାରେ ମାସ,
ସଂକ୍ରାନ୍ତି, ସଂକ୍ରାନ୍ତି, ପୂର୍ଣ୍ଣିମା ପରେ ଆସେ ଉଆଁସ ।
ନ ଚାହିଁ ପଛକୁ ପଳାଏ ବର୍ଷ ପରେ ବରଷ,
ଦିନାକେତେ ଗଲେ ତୁଟିବ ମୋର ବଳ ବୟସ ।
ପାଣି ପ୍ରସାରିଣ ସ୍ୱଜନେ ଅତି ଉଦ୍ବିଗ୍ନ ମନେ
ନିରେଖି ଅଛନ୍ତି ମୋ ଆଡ଼େ ତୃଷ୍ଣାଯୁତ ନୟନେ ।
ରକ୍ତି ହସ୍ତେ ପ୍ରିୟେ କେସନେ ତାଙ୍କୁ ବାହୁଡ଼ାଇବି ?
ସୁଚିରଷୋଷିତ ଭରସା କେହ୍ନେ ବ୍ୟର୍ଥ କରିବି ?
ଛାଡ଼ ଛାଡ଼ ମୋତେ ପ୍ରେୟସି ! ଆଉ ନ ଧର ଗଳା,
ଏ ମୋ ଘର ଶୂନ୍ୟ କରିଣ ଚାଣ୍ଡେ ଅନ୍ୟନ୍ତ୍ର ପଳା ।
ନିଶ୍ଚିନ୍ତ ମନରେ ପଇସା ଟଙ୍କା ମୁଁ ଅରଜିବି,
ମନ ଖୁସି କରି ସ୍ୱଜନେ ଅନ୍ନ ବସ୍ତ୍ରେ ପୋଷିବି ।
ପ୍ରବୋଧି ମେଲାଣି ଘେନିବି ଏହା ଭାବିଲି ମନେ
ଏତେ ଦିନେ ରକ୍ଷା ପାଇଲି ବୋଲି ସାନନ୍ଦ ମନେ ।
ନିଶ୍ଚିନ୍ତ ନିଦ୍ରାରେ ଶୋଇବି ଆଜି ହେଲା ମୋ ମନ,
ନିଦ୍ରାରେ ଦେଖିଲି କବିତା−ସୁନ୍ଦରୀକୁ ସ୍ୱପନ ।
ହସି ହସି ଆସି ମୋ କଣ୍ଠେ କରି ସ୍ନେହାଲିଙ୍ଗନ
ମୋହନ ମୂରତି ଦେଖାଇ କହେ ପ୍ରିୟବଚନ,
“ପ୍ରଥମ ଯୌବନେ ସଖା ହେ ଗମାଇଲ ମୋ ସହ
କେମନ୍ତେ ସହିବ ଜୀବନେ ମୋର ଦୀର୍ଘ ବିରହ ?”
—୨—
ଆଚ୍ଛା ଲୋକ ପାଲେ ପଡ଼ିଲି, ଭଲା ନିଶା ଖାଇଲି,ବିଅର୍ଥେ ଦୁର୍ଲଭ ଜୀବନ ଜଳେ ମୁଁ ଭସାଇଲି !ବିଷମ ଫାଶରେ ପଡ଼ିଲି ଏଥୁଁ ମୁକ୍ତି−ଉପାୟଦେଖୁ ନାହିଁ ଆଉ, ଭୋ ପ୍ରଭୋ ! ହୁଅ ମୋର ସହାୟ ।ଚିତ ଦରିଦ୍ର ମୁଁ ରହିଲି ପଡ଼ି ଆସକ୍ତି−ପାଶେ,କୁଟିଳ କଟାକ୍ଷେ ସଂସାର ମୋତେ ସଦା ଝିଙ୍ଗାସେ ।ଦରହାସେ ଥୋକେ କୋଣେଇ ମୋତେ ଚାହଁନ୍ତି ପିଲା,ତୁନି ତୁନି ଲୋକେ କହନ୍ତି “ଏ ତ ଅକର୍ମ ଶିଳା,ଏହା ସଙ୍ଗ ଲୋକ କଉଡ଼ି ଅର୍ଜି ମନୁଷ୍ୟ ହେଲେ,ନିର୍ଲଜ୍ଜ ପଣରେ ଏ ଗୀତ ବାନ୍ଧି ଗମାଏ ବେଳେ ।”
—୩—
ହେଉ ବା ନ ହେଉ ସଂସାର ମୋର ପରାଣ ଧନ,ତବ ପ୍ରେମ−ଅଙ୍କେ ପ୍ରେୟସି ! ଯାଉ ଏ ମୋ ଜୀବନ ।ପ୍ରାଣର ଗଭୀର ବେଦନା ନ ପାରଇଁ ମୁଁ ସହି,ଆକୁଳ ଆବେଗେ ନିରତେ ମୁଁ ଯେ ହୁଅଇ ଦହି ।କେତେ କେତେ ଜନ ଉଭେଇ ଯିବେ ଦୁଇ ଦିନରେ,ମୋ ପ୍ରାଣ ସୌରଭ ମହକୁ ଥିବ ଏ ଭୁବନରେ ।ଏହି ଅଶା ଧରି ଭାରତି ! ନ ଛାଡ଼ିବି ତୋ ପାଶ,ନିଭାଇବ କୃପା−କଣିକା ଏ ମୋ ପ୍ରାଣ−ପିଆସ ?ପ୍ରଥମ ଯୌବନେ ପ୍ରେୟସି , କଟାଇଲି ତୋ ସହ,କେମନ୍ତେ ସହିବି ଜୀବନେ ତୋର ଘୋର ବିରହ ?ହେଉ ଯା ହେବାର ପ୍ରେୟସି, ନ ଛାଡ଼ିବି ତୋ କର,ଧର୍ମ ଅର୍ଥ କାମ ମୋକ୍ଷ ତୁ ଚତୁର୍ବର୍ଗ ମୋହର ।ନ ବାଜୁ ପଛକେ ଚୌଦିଗେ ମୋର ବିଜୟ−ତୂରୀ,କୀର୍ତ୍ତି−ବଜାରରେ ନ ବାଜୁ ପଛେ ଶଙ୍ଖ ମହୁରୀ ।ଗୁଣି−ଗଣନାରେ ନ ପଡ଼ୁ ପଛେ କଠିନୀ ଚାଣ୍ଡେ,ନିନ୍ଦା−ବଜାରରେ ପଡ଼ିଲେ ପଡ଼ୁ ସଂସାର−ଦାଣ୍ଡେ ।ଉଦରଚିନ୍ତାରେ ଲଲାଟେ ସ୍ୱେଦ ବହିଲେ ବହୁ,ଭଗାରୀ କପଟ ଗଞ୍ଜଣା ପ୍ରାଣ ଦହିଲେ ଦହୁ ।ନିନ୍ଦୁକର କୂଟ ବିଦ୍ରୂପ ଢାଳୁ ଶୀତଳ ଜଳ,ତଥାପି ଦିଅ ଗୋ କବିତା, ଚାରୁ ପଦ−କମଳ ।ନୋହୁ ପଛେ ଯଶ କୀରତି ମାନ ସମ୍ଭ୍ରମ ଧନ,ତବ ଅଙ୍କେ ଶିର ନିହିଣ ଯାଉ ଏ ମୋ ଜୀବନ ।ତୋହରି ପାଇଁ ମୁ ସୁନ୍ଦରି ! ଜନ୍ମିଅଛି ମହୀରେ,ତବ ପୂତ−ପୀଠେ ଜାକିଣ ବାନ୍ଧ ମୁକୁଟ ଶିରେ ।କମଳା−ସଦନ ବରଜି ଆସିଅଛଁ ତୋ ଘରେ,ପ୍ରାଣକୁ ମୋର ଗୋ ବାଧିଛି, ଡାକି ନିଅ ଭିତରେ ।ବିଜୟମୁକୁଟ ମୋ ଶିରେ ବାନ୍ଧି ଦିଅ ଗୋ ଦେବି,ଧନ୍ୟ ଦେଉ ମମ ଜୀବନ ତବ ଚରଣ ସେବି ।ଏ ମମ ଜୀବନ−ଉଦ୍ଦେଶ୍ୟେ ଦେଇ ନିଃସ୍ୱାର୍ଥ ପ୍ରୀତି,ପ୍ରଭୁଙ୍କ ଆଦେଶ ପାଳିବି ଗାଇ ପରାଣ−ଗୀତି ।ସର୍ବେ ଏକାକାର କରିବି ଭୁଲାଇଣ ବିଭେଦ,ନୋହିଲେ ବାସର ଯାମିନୀ ହୃଦ ଦହିବ ଖେଦ ।ଅଗୁରୁ−ଧୂପର ପରାଏ ନିରନ୍ତର ମୁଁ ଜଳିବିତରିବି ବାସ ଜଗତ ଜନେ ସ୍ୱାର୍ଥକୁ ଦଳି,ଅତିକ୍ରମି ମୁଁ ଏ ଉଦର ଲଭି ଶାଶ୍ୱତ ଧନଲୌହ ପ୍ରାଣ ଦେଇ ପାଇବି ମୁହିଁ ହୈମ ଜୀବନ ।