ଦ୍ୱିତୀୟ ସର୍ଗ — ପ୍ରଣୟ ବଲ୍ଲରୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ସର୍ଗ
ପ୍ରଣୟ-ପଲ୍ଲବଶିବିରେ ସତ୍ୱର ଯାଇଁ ନରବରଆଦେଶିଲେ ଭୃତ୍ୟଗଣେ,‘‘ଗଜ ବାଜି ସବୁ ନ ଛାଡ଼ି କାନନେବନ୍ଧନେ ରଖ ଯତନେ ।’’ଶବିରମଣ୍ଡପେ ବସି ଅଙ୍ଗୁରୀୟ-ହୀନ ଅଙ୍ଗୁଳିକି ଚାହିଁ,ଭାବିଲେ, ‘‘ସୁନ୍ଦରୀ କରସ୍ପର୍ଶ ସୁଖପାଇଲି ଅଙ୍ଗୁରୀ ପାଇଁ ।’’ବନୁ ଆଣିଥିଲେ ନିଆଳୀ କସୁମଗୋଟା ଚାରି ଥିଲା କରେ,ସୁନ୍ଦରୀମଣିର ପ୍ରିୟ ପୁଷ୍ପ ମଣିଆଘ୍ରାଣିଲେ ସ୍ନେହଭରେ ।କୁସୁମ-ବାସକୁ ଭାବିଲେ ନରେଶ,‘‘ଅଙ୍ଗୁରୀୟ ବିନିମୟେ,ସୁନ୍ଦରୀର କର- କମଳ-ସୌରଭଆସିଛି ସ୍ପର୍ଶ ସମୟେ ।’’ସୁନ୍ଦରୀର କର- ପଲ୍ଲବ ମାଧୁରୀବାରମ୍ୱାର ସ୍ମରି ସ୍ମରି,ଫୁଲ ଶୁଙ୍ଘି ଶୁଙ୍ଘି ଅପୂର୍ବ ଆମୋଦେପରାଣକୁ ଦେଲେ ଭରି ।ଆମୋଦ-ହ୍ରଦରେ ଆଶା-ବୀଚି ଉଠିବାହାରି ହୃଦୟ-ଧାରବହିଗଲା, ଲଭି ବାମା-ନବ-ପ୍ରୀତି-ଲକ୍ଷଣ-ସ୍ମୃତି-ଆସର !ଯୋଷା ଥିଲା ଶୋଭା- ରତ୍ନାକର, ତାରସାରଲ୍ୟ ସ୍ୱଚ୍ଛ ଗଗନ,ନୃପତି-ଆଷାଢ଼- ଆଗମନ ଚାହିଁଢାଙ୍କିଥିଲା ଲଜ୍ଜା-ଘନ ।ଅପାଙ୍ଗ-ଦର୍ଶନ- କ୍ଷଣପ୍ରଭା ତହିଁନୃତ୍ୟ କରି ବାରମ୍ୱାର,ନାଶ କରିଥିଲା ନୃପ-ଚିତ୍ତ-ଦେଶ-ନଇରାଶ୍ୟ ଅନ୍ଧକାର ।ରାଜା-ହୃଦ-ଧାର ଚଳିଲା ଚଞ୍ଚଳସେହି ରତ୍ନାକର ଲକ୍ଷେ,ପଥ ଖୋଜି ଖୋଜି ବିବାହ-ନିୟମ-ନିବିଡ଼-କାନନ-ବକ୍ଷେ ।ଦେଖିଲା ନିକଟେ ବାମା-ସଖୀ-ଦ୍ୱୟହୋଇ ତାର ଅନୁକୁଳ,ସଙ୍ଗମ-ସରଣୀ ଛାଡ଼ି ଦେଇଛନ୍ତିଦୁହେଁ ହୋଇ ଦୁଇ କୂଳ ।ସସ୍ମିତେ ମୁଦ୍ରିକା- ଗ୍ରହଣ ସେ ପଥେଜୁଆର ଆସିଛି ବଢ଼ି,ରାଜା-ହୃଦ-ଧାର ସାଗର-ଅଙ୍ଗରେଅନାୟାସେ ଗଲା ପଡ଼ି ।ହୃଦୟ ଗଲାରୁ ବିବେକ ଲୋଡ଼ିଲାଅଙ୍ଗ-ସମ୍ମିଳନ-ପଥ,ଉଭା ହୋଇ ମନ ବୋଇଲା, ‘‘ବିବେକ,ପୂରିଛି ତୋ’ ମନୋରଥ ।ପ୍ରତ୍ୟକ୍ଷ ଦେଖୁଛି ହୋଇଯାଇଅଛିକର-କର ସମ୍ମିଳନ,କର ସମର୍ପଣେ ବୁଝିଛୁ ଅମତ
ନ ଥିଲା ବାଳାର ମନ ।
ମନର ସମ୍ମତି ଥିବା ବିଷୟରେ
ପ୍ରମାଣ ଯଦ୍ୟପି ଚାହୁଁ,
କୁରୁବକ କଣ୍ଟା ଲଗାଇ ଚାହିଁଲା,
କହ କି କରନ୍ତା ଆଉ ?
ବୋଲିବୁ ଅବା ତୁ ବାଳିକାର ମନ
ଅଧୀନ ଅଟେ ପିତାର,
ବାଳିକା ନୁହେ ସେ ଯୁବତୀ, ତା’ ମନେ
ନାହିଁ ପିତୃ ଅଧିକାର ।
ସ୍ୱାଧୀନ ଯୁବତୀ ସ୍ୱଧୀନ ମନରେ
କରିଛି କର ଅର୍ପଣ,
ସାକ୍ଷୀ ସଖୀଦ୍ୱୟ, ସକ୍ଷୀ ତା’ ହୃଦୟ
ସାକ୍ଷୀ ପାଖ ଶାଖିଗଣ ।’’
ବିବେକ-‘‘ସେହି ସ୍ୱେଚ୍ଛାଚାର ଶୁଣି ମୁନିବର
ହୁଅନ୍ତି ଯଦ୍ୟପି କ୍ରୁଦ୍ଧ ?’’
ମନ-‘‘ଚିର ତପଃଶୀଳ ମୁନିଙ୍କ ବିବେକ
ନୁହେ କି ତୋଠୁ ପ୍ରବୁଦ୍ଧ ?’’
ବିବେକ-‘‘ସେ କର ବନ୍ଧନେ ହୁଳହୁଳି କାହିଁ
ଢଳା ହୋଇ ନାହିଁ ପାଣି’’,
ମନ-‘‘ଶାରିକା-ବଦନେ ହୁଳହୁଳି ଦେଲେ
ସହର୍ଷେ ପ୍ରକୃତି-ରାଣୀ ।
ଜାଣି ନ ପାରିଲୁ, ସିକ୍ତ ହୋଇଥିଲା
ରମଣୀ-ହସ୍ତ-କମଳ,
ସ୍ୱେଦ ଯା’ ମଣିଲୁ, ନିଜେ କୁଶଧର
ଢାଳିଥିଲେ ପୂତଜଳ ।’’
ବିବେକ-‘‘ଦ୍ୱିଜ ତ ନ ଥିଲେ, କିଏ ଉଚ୍ଚାରିଲା
ବେଦମନ୍ତ୍ର ଆଦି କଥା ?’’
ମନ-‘‘ବସନ୍ତ କୋକିଳ ଉଚ୍ଚେ ଭାଷୁଥିଲା,
ଶ୍ରୀରାମସ୍ୟ ସୀତା ଯଥା’ ।’’
ବିବେକ-‘‘ସ୍ୱଚ୍ଛନ୍ଦେ ଅବଳା କର ଧରିବାର
ନୁହଇ କି ବଳାତ୍କାର ?’’
ମନ-‘‘ ପ୍ରଣୟେ ଯୁବତୀ କର ଯାବିଦେବା
ସମ୍ମତି ନାହିଁ ଲଜ୍ଜାର ।
ପ୍ରଣୟ-ରାଜ୍ୟରେ ପ୍ରଣୟୀର ବଳ
ପ୍ରଣୟିନୀ ଲୋଡ଼ୁଥାଏ,
ଘନ ସଂଘର୍ଷଣ ବ୍ୟତୀତ ବିଦ୍ୟୁତ
କୋଳକୁ ତାର ନ ଯାଏ ।’
ବିବେକ-‘‘ଘନବଳେ ଯେବେ ପ୍ରୀତି-ବିଦ୍ୟୁତ୍ର
ଗର୍ଜନ କାହିଁକି ଭୀମ ?’’
ମନ-‘‘ଗର୍ଜନ କି ତାହା ଜଗତେ ବାଜଇ
ଦମ୍ପତି-ପ୍ରେମ-ଡିଣ୍ଡିମ ।’’
ହୃଦୟ ବୋଇଲା, ‘‘ମୁଁ ଯହିଁ ଯାଇଛିଁ
ତହିଁ କି ନ ଗଲେ ଅଙ୍ଗ,
ବିଷମ-ବିରହ- ବିଷେ ହୋଇଯିବ
ଜୀବନର ସୁଖ-ଭଙ୍ଗ !
ତା’ ସଙ୍ଗ ବ୍ୟତୀତ ଜଗତ ପ୍ରତୀତ
ହେବ ନିରସ ନିଶ୍ଚୟ,
ନିରସ ଲାଗିବ ରତ୍ନ-ସିଂହାସନ
ରାଜପୁର-ମଣିମୟ ।
ସର୍ବ ଶୋଭା ଘେନି ରାଜଲକ୍ଷ୍ମୀ ସେ ତ
ହୋଇଅଛି ମୂର୍ତ୍ତିମତୀ,
ତା’ ଆଲୋକ ବିନା ପ୍ରଭାହୀନ ହେବ
ମଣିମୟ ରାଜଛତି ।
ତା’ କର-କମଳ ଅଧର-ବିମଳ
ପ୍ରଭାର ସାହାଯ୍ୟ ଲଭି,
ପଦ୍ମରାଗମଣି- ଅଙ୍ଗରୁ ଉଠିବ
ଉଜ୍ଜ୍ୱଳ ପ୍ରଭା ପଲ୍ଲବି ।
ତା’ ନୀଳ କୁନ୍ତଳ ଭ୍ରୂଲତାଯୁଗଳ
ଉଜ୍ଜ୍ୱଳ ନୟନ-ତାରା,
ସମୀପସ୍ଥ ହେଲେ ନୀଳମଣି-ଅଙ୍ଗୁ
ଝରିବ ପ୍ରତିଭା-ଧାରା ।
ମୁକୁତାପଟଳ ପାଇଗଲେ ତାର
ନଖ-ରଦ ଅଳଙ୍କାର,
ଜଳ-ନୟନରେ କରିବେ ନବୀନ
ମଧୁର ଶୋଭା ବିସ୍ତାର ।
ଚନ୍ଦ୍ର ଚାହିଁ ଯଥା ଚନ୍ଦ୍ରକାନ୍ତ ମଣି,
ସୁର୍ଯ୍ୟ ସୂର୍ଯ୍ୟକାନ୍ତ ମଣି;
ରତନ ସକଳ ଉଲ୍ଲସିତ ହେବେ
ଚାହିଁଦେଲେ ଏ ରମଣୀ ।
ଲାଭ ପଥ ହୋଇ- ଅଛି ସୁପ୍ରଶସ୍ତ
ବିଳମ୍ୱ ନ କରି ଚଳ,
ପାଟି ମେଲି ତରୁ- ତଳେ ଶୋଇଥିଲେ
ମୁଖେ ନପଡ଼ଇ ଫଳ ।’’
ଏକାଳେ ଶିବିରେ ବାଜିଲା ଗମ୍ଭୀରେ
ମଧ୍ୟାହ୍ନକୃତ୍ୟର ବାଜା,
ମଣ୍ଡପରୁ ଉଠି ଶିବିର ମଧ୍ୟକୁ
ବିଜେ କରି ଗଲେ ରାଜା ।
ଶକୁନ୍ତଳା ତେଣେ କୁଟୀରକୁ ଗଲା,
ସ୍ଥିର ହେଉ ନାହିଁ ମନ,
ସଖୀଙ୍କି ଲୁଚାଇ ପୁନଃ ପୁନଃ କରେ
ଅଙ୍ଗୁରୀୟ ଦରଶନ ।
କେତେବେଳେ ଅବା ଛଳ କରି କିଛି
ସଖୀଙ୍କ ସମୀପୁ ଯାଇ,
ଅଙ୍ଗୁରୀ-ଅଙ୍କିତ ଅକ୍ଷର ପଠନେ
ପ୍ରାଣ ଦିଏ ଉଲ୍ଲସାଇ ।
ହୃଦୟ-ମନ୍ଦିରେ ନବପ୍ରତିଷ୍ଠିତ
ନୃପତି-ପ୍ରୀତି-ପ୍ରତିମା,
କରି ଜୀବନରେ ଭରି ଦେଉଥାଏ
ଦିବ୍ୟ ନବ ମଧୁରିମା ।
ପ୍ରୀତି-ପ୍ରତିମାର ପ୍ରଭା କରି ତାର
ହୃଦୟ-ମନ୍ଦିର ଦୀପ୍ତ,
ମନ୍ଦାକ୍ଷ-ତିମିର- ଆଚ୍ଛାଦିତ ମୁଖ-
ପ୍ରାଙ୍ଗଣରେ ହେଲା କ୍ଷିପ୍ତ ।
ପୁଲକିତ ହୁଏ ଯୋଷା, ନୃପ-କର-
ସ୍ପରଶ-ସୁଖ-ସ୍ମରଣେ,
ବିକଶିତ ହୁଏ ମଲ୍ଲୀକଢ଼ି ଯଥା
ବିଭାବରୀ ପ୍ରସରଣେ ।
ମନେ ଭାବେ, ‘‘ଯା’ଙ୍କୁ ହୃଦୟେ ପୂଜୁଛିଁ,
ପୂଜିପାରିବି କି କରେ ?
ପୁନର୍ଦରଶନ ଆଶା ଦେଇଛନ୍ତି,
ସତେ କି ଆସିବେ ଧରେ ?
ଆହା କି ମଧୁର ମୂରତି ତାଙ୍କର
କି ମଧୁମୟ ବଚନ,
ବଚନ ନୁହେଁ ତା’ କେବଳ ଜୀବନ-
ଅଙ୍କୁରେ ସୁଧାସେଚନ ।
ସେ ବଚନାମୃତେ ପ୍ରାଣ ପଲ୍ଲବିତ
ହେବାର ନୁହଇ ବଡ଼,
ରାମ-ପଦ-ରଜେ ଅହଲ୍ୟା ପରାଏ
ଜୀବନ ଲଭିବ ଜଡ଼ ।
ଦରଶନ ଦେବେ ସତ, କିନ୍ତୁ ଯଦି
ଦାସୀ ନ କରିବେ ପଦେ,
ନାମେ ତପସ୍ୱନୀ ଥାଇ ମରୁଥିବି
ଝୁରି ଏ ଆଶ୍ରମ-ପଦେ ।’’
ମନ ତା’ ରହିଲା ନୃପ-ଭାବନାରେ
କାର୍ଯ୍ୟ କରୁଥାଏ ହସ୍ତ,
କରଣୀୟ କାର୍ଯ୍ୟ ଅତିକ୍ରମ କରି
ଅନ୍ୟ କର୍ମେ ହୁଏ ନ୍ୟସ୍ତ ।
ଦେବପୂଜା ପାଇଁ ସଂଗୃହୀତ ଫୁଲେ
ବିରନି ବସିଲା ହାର,
ଉଦୁମ୍ୱର ତେଜି ଚନ୍ଦନ-ଇନ୍ଧନେ
ନୟନ ରହିଲା ତାର ।
କାର୍ଯ୍ୟାବଳୀ ଚାହିଁ ସଖୀଦ୍ୱୟ ଜାଣି-
ପାରିଲେ କାମିନୀ ମନ,
ଏକ ସଖୀ ଦେଖି ଅପର ସଖୀକି
ଦେଖାଏ ଠାରି ନୟନ ।
ବୃଦ୍ଧା ତପସ୍ୱିନୀ ଗୌତମୀ କୁଟୀରେ
ନିକଟରେ ଥା‘ନ୍ତି ରହି,
ତେଣୁ ସଖୀଦ୍ୱୟ ବାମାକୁ କୌତୁକେ
କିଛି ନ ପାରନ୍ତି କହି ।
ଏତିକି ମାତର ଗୌତମୀ ଆଗରେ
ଜଣାଇଲେ ସଖୀଦ୍ୱୟ,
‘‘ଆସିଛନ୍ତି ଏହି ବନକୁ ହସ୍ତିନା-
ନରପତି ସଦାଶୟ ।
ସମ୍ଭବତଃ ଆସି- ପାରନ୍ତି ଆମ୍ଭର
ଆଶ୍ରମ-ଦର୍ଶନ ପାଇଁ,
କିଏ ସତକାର କରିବ, ନାହାନ୍ତି
ତାତ ମୁନିକୁଳସାଇଁ ?’’
ଗୌତମୀ ବୋଇଲେ, ‘‘ଜଳ ଫଳ ଫୁଲ
ନାହିଁ କି ଆମ୍ଭ ଅର୍ଜିତ ?
ଶକୁନ୍ତଳା କରେ ସହଜେ ନରେଶ
ପାରିବେ ହୋଇ ଅର୍ଚ୍ଚିତ ।
ଜାଣ, ଶକୁନ୍ତଳା ଅଟଇ ବିଶୁଦ୍ଧ
କ୍ଷତ୍ରିୟବରସନ୍ତତି,
ନିଜେ ପାଦ ଧୋଇ ଅର୍ଚ୍ଚନେ ତୋଷିବ
କ୍ଷତ୍ରିୟବର ଭୂପତି ।’’
ପ୍ରିୟମ୍ୱଦା ଚାହିଁ ଶକୁନ୍ତଳା ପ୍ରତି
ବୋଇଲା, ‘‘ଶୁଣିଲୁ ସଖି,
ରାଜ-ସତକାର କରିବୁଟି ତୁହି
ଉପଦେଶ ମନେ ରଖି ।’’
ଶୁଣି ଶକୁନ୍ତଳା ପ୍ରେମଜରଜର
ଲାଜେ ମୁଖ କରି ନତ,
ସ୍ୱଗତେ ବୋଇଲା, ‘‘ସଜନୀଙ୍କ ଏ ତ
ଅନୁକୂଳ ଗଳହସ୍ତ ।’’
ଶକୁନ୍ତଳା ପୂର୍ବ- ସ୍ୱଭାବ ସହିତ
ଦିବାକର ହେଲେ ଅସ୍ତ,
ନବୀନ-ପ୍ରକୃତି- ସଙ୍ଗେ ତାର ନବ-
ସନ୍ଧ୍ୟା ହେଲା ଉପଗତ ।
ଗଗନ ପବନ ବନ ଅଭିନବ
ହେଲା ତା’ ନବ-ଜୀବନେ,
ସନ୍ଧ୍ୟାରାଗ ସହ ନବ-ରାଗ ଜାତ
ହେଲା ନବୀନାର ମନେ ।
ନବ ପ୍ରତିଭାତ ହେଲେ ନୟନରେ
ତାରକାପଟଳୀ କାନ୍ତି,
ପୁଷ୍ପାବଳୀ ନବ- ସୌରଭ ବିତରି
ଦେଖାଇଲେ ନବ-ଭାତି ।
ଯେମନ୍ତ ସରସ ବୋଧହେଲା ସବୁ
ତେମନ୍ତ ଲୋଡ଼ିଲା ମନ,
ଏକପ୍ରାଣ ହୋଇ ଭୋଗିବାକୁ ସବୁ
ପରାଣର ପ୍ରିୟଜନ ।
ଯେଉଁ ସଖୀଙ୍କର ସଙ୍ଗେ ଖେଳି ବୁଲି
ସୁଖେ ବଞ୍ଚୁଥିଲା ଦିନ,
ଆଜି ତାଙ୍କ ସଙ୍ଗ ସେହି ଲୀଳା-ଖେଳା
ବୋଧ ହେଲା ରସହୀନ ।
ଅଲରା ବ୍ୟଞ୍ଜନ ଚିରାଭ୍ୟାସବଶେ
ଭୋଜନରେ ଭଲ ଲାଗେ,
ଆଉ କି ତହିଁକି ମନ ବଳେ ଯଦି
ରସନେ ଲବଣ ଲାଗେ ?
ମନାସିଲା ବାମା ଚନ୍ଦ୍ରାଲୋକେ ପ୍ରିୟ-
ସଙ୍ଗେ କରନ୍ତା ବିହାର,
ଚିତ୍ତତୋଷେ ପୂର୍ଣ୍ଣ କରନ୍ତା ହୃଦୟେ
ଦେଇ ରମ୍ୟ ଫୁଲହାର ।
ଉଦ୍ୟାନର ଧୀର ଗନ୍ଧବହ ଲାଗୁ-
ଥା’ନ୍ତା ପ୍ରିୟ ଅପଘନେ,
ନିଜେ ଲାଗିଥାନ୍ତା ସ୍ୱକର-ବର୍ଦ୍ଧିତ
ବୃକ୍ଷ-ବଲ୍ଲୀ ପ୍ରଦର୍ଶନେ ।
ଚନ୍ଦ୍ରମା କିରଣେ ମଣ୍ଡିତ-ପଲ୍ଲବ
ଧୀର ସମୀରଣେ ଥରି,
କୃତୀର୍ଥ କରନ୍ତା ରଜତ-କାନ୍ତିରେ
ପ୍ରିୟବର-ଚିତ୍ତ ହରି ।
ପ୍ରିୟ-ତନୁ ଛୁଇଁ ଶାଖା-ଶିର-ଫୁଲ୍ଲ
କୁସୁମଗୁଚ୍ଛ-ସକଳ
ନିତି ଜଳ ଦେବା ସ୍ନେହେ ବଢ଼ାଇବା
ଶ୍ରମ କରନ୍ତେ ସଫଳ ।
ପୁଳିନକୁ ଗଲେ କୌମୁଦୀ-ଦୀପିତ
ମାଳିନୀର ମୃଦୁ-ବୀଚି,
ପ୍ରିୟେ ତୋଷ ଦାନ କରନ୍ତା ହୀରକ-
ପ୍ରତିଭ ଶୀକର ସିଞ୍ଚି ।
ପ୍ରସାଦ-ପୂରିତ ପ୍ରିୟ-ମୁଖ ନିଜେ
ଚାହିଁ ଚାହିଁ ପୁନଃ ପୁନଃ,
ନୟନ ପ୍ଲାବିତ କରି ପ୍ରୀତି-ଝରେ
ପ୍ରାଣ କରୁଥାନ୍ତା ପୂର୍ଣ୍ଣ ।
ଏହିରୂପେ କେତେ କଥା ଭାବି ଭାବି
ନବ ଆଶାବତୀ ବାମା,
ନବୀନ ଉଲ୍ଲାସେ ନବୀନ ଲାଳସେ
ଯାପିଲା ନବ ତ୍ରିଯାମା ।
ପ୍ରିୟ ଦରଶନ ପ୍ରିୟ-ଦରଶନ-
ଆଶା-ଆସାରେ ପ୍ଲାବିତ,
ହେବାରୁ ହୃଦୟେ ପ୍ରଣୟ-ପଲ୍ଲବ-
ପଟଳ ହେଲା ରାଜିତ ।
ତୃତୀୟ ସର୍ଗ
ପ୍ରଣୟ-ପ୍ରସୂନକେତେ ମଧୁମୟୀ- ଚିନ୍ତାରେ ନୃପଙ୍କରଜନୀ ହୋଇଛି ଶେଷ,ପ୍ରଭାତେ ପ୍ରକୃତି ଫିଟାଇଲା ଆସିନବମଧୁମୟ ବେଶ ।ପ୍ରାତଃକୃତ୍ୟ ନୃପ କରି ସମାପନକାନନ ଭ୍ରମଣ ଛଳେ,ଏକା ବିଜେ କଲେ ସୁନ୍ଦରୀ-ମାଧୁରୀପୂରାଇ ହୃଦ-କମଳେ ।କାଲି ଯା’ ସୁନ୍ଦର ଦେଖିଥିଲେ ଆଜିଦିଶୁଛି ସୁନ୍ଦରତର,ସୁନ୍ଦରୀର ରୂପ- ସୁଧାରେ ଯେମନ୍ତସବୁ ସୁଧା-ଜରଜର ।ଯହିଁ ଦୃଷ୍ଟି ପଡ଼େ ସେ ଯେହ୍ନେ କହୁଛିସୁନ୍ଦରୀ ଅଛି ଏ ବନେ,ଯହିଁ ମନ ଯାଏ ଦିଶଇ ସୁନ୍ଦରୀ-ମୂରତି ସ୍କୃତି-ଦର୍ପଣେ ।କାଲି ଯାହା ସବୁ ନୃପ-ହୃଦୟକୁହୋଇଥିଲା ଶାନ୍ତିମୟ,ଆଜି ସେ ସକଳ ବୋଧ ହେଉଅଛିମଧୁମୟ କାନ୍ତିମୟ ।କାଲି ଯାହା ମନେ ଭାବିଥିଲେ ନୃପପୂତ ଧୂମ ଭସ୍ମପୂର୍ଣ୍ଣଆଜି ଭାବୁଛନ୍ତି ଲେପିତ ହୋଇଛିତହିଁରେ ହୀରକଚୂର୍ଣ୍ଣ ।ଯେଉଁ ଫୁଲ, ଫୁଲ- କାନ୍ତି ଫୁଲଗନ୍ଧଭକ୍ତି ଦେଉଥିଲେ ଢାଳି,ସେହି ଫୁଲ, ଫୁଲ- କାନ୍ତି ଫୁଲ-ଗନ୍ଧପ୍ରେମ ଦେଉଛନ୍ତି ଜାଳି ।ଯେଉଁ ଡାଳେ ବସି ଶୁକ କରୁଥିଲାତାପସ-ଯଶ-ଭାଷଣ,ଦମ୍ପତିର ଭାଗ୍ୟ ବର୍ଣ୍ଣୁଛି କପୋତସେ ଡାଳ କରି ଆସନ ।ମୃଗ ମୃଗୀ ଯାହା ତାପସ ସ୍ୱଭାବବୋଧ ହେଉଥିଲେ ମନେ,ଆଜି ଦିଶୁଛନ୍ତି ଅଛନ୍ତି ମଧୁରଦମ୍ପତି-ପ୍ରେମ-ବନ୍ଧନେ ।ନବମୁକୁଳିତ ବାହାଡ଼ା ପାଦପୁଁଆସିଲା ମଧୁର ଗନ୍ଧ,ଡାଳେ ଡାଳେ ତାର କ୍ରୀଡ଼ା କରୁଥିଲେନବଦୃଷ୍ଟ ଖଗବୃନ୍ଦ ।ସମୁତ୍ତୁଙ୍ଗ-ଶାଳ ପ୍ରକାଣ୍ଡ-ପ୍ରସୂନସ୍ତବକେ ମଣ୍ଡିଛି ମୁଣ୍ଡ,ବନଲକ୍ଷ୍ମୀ-ଫଗୁ- ଶୋଭା ସମ୍ପାଦୁଛିକମଳାଗୁଣ୍ଡିର ଗୁଣ୍ଡ ।ଅଚିହ୍ନିତ ବହୁ ଲତା ବହୁ ତରୁବିବିଧ ବରଣ ଫୁଲେ,ପରସ୍ପର ତନୁ- ମଣ୍ଡନେ ନିରତହୋଇଛନ୍ତି ପ୍ରେମାକୁଳେ ।ଷଟପଦେ ଷଟ- ପଦେ ପୁନଃ ପୁନଃକରି ପୁଷ୍ପ ଆଲିଙ୍ଗନପ୍ରେମ-ଗୀତ ଗାଇ ପୁନଃ ପୁନଃ କରୁ-ଅଛନ୍ତି ମୁଖଚୁମ୍ୱନ ।ପ୍ରଜାପତି ପ୍ରଜା- ପତିର ଘଟଣାସଫଳ କରୁଛି କାହିଁ,ବର୍ଣ୍ଣେ କଳେବର ମଣ୍ଡିନବବର-ବେଶେ ଫୁଲପୁର ଯାଇ ।ନରେଶ ମାଳିନୀ ତୀରେ ତୀରେ ଧୀରେଧୀରେ କରୁଥିଲେ ଗତି,ଚାହିଁ ସେ ସକଳ ଅଚିରେ ଚଞ୍ଚଳହୋଇଗଲା ତାଙ୍କ ମତି ।ଯା’ ମନ ଯେପରି ତା’ପାଇଁ ସେପରିଫଳ ଥୋଇଥାଏ ବିଶ୍ୱ,ଉଚ୍ଚମନା ଉଚ୍ଚେ ଅମୃତ ଲଭଇନୀଚମନା ପାଏ ବିଷ ।ଉଜ୍ଜ୍ୱଳ ଉନ୍ନତ ବିବେକାନୁଗତମନ ଜନ-ନାଥଙ୍କର,ସ୍ୱର୍ଗର ଆକର- ଜାତ-ରତ୍ନ ପ୍ରତିକଲା ତାଙ୍କୁ ଅଗ୍ରସର ।ତୀର ତେଜି ନୀର ନିକଟ ପୁଳିନେପୁଳିନେ କରି ଗମନ,ଦେଖିଲେ ନରେଶ ଲାଗିଛି ନିବିଡ଼ସୁରମ୍ୟ ବେତସ ବନ ।ନର-ପଦଚିହ୍ନ ଯାଇଛି ବେତସ-କାନନ-ସୈକତ-ପଥେ,ପ୍ରତିଆଗମନ ପଦାଙ୍କ ନ ଦେଖିବିଚାର କଲେ ସ୍ୱଗତେ ।‘‘କିଏ କିଏ ପଶି- ଛନ୍ତି ଭିତରକୁକିସ କରୁଛନ୍ତି ରହି,ଖରା ତ ପ୍ରଖରା ହେଲାଣି ଲେଉଟିନାହାନ୍ତି କି ଆଶା ବହି ?ବେଳୁଁ ବେଳ ଏବେ ତପତୁଁ ତପତ-ତର ହେଉଅଛି ବାଲି,ଏତେବେଳେ ଫେରି ନାହାନ୍ତି କଦାପିଆଉ କି ପାରିବେ ଚାଲି ?ମଧ୍ୟାହ୍ନ ସମୟ କରିବାକୁ କିବାବେତସ-କୁଞ୍ଜେ ଅତୀତ,ମୁନି-କୁମାରୀଏ କରିଛନ୍ତି ଏହିରମ୍ୟ ସ୍ଥଳ ମନୋନୀତ ।କଳକଳ ନାଦେ ବହୁଛି ନିକଟେମାଳିନୀ ନିର୍ମଳ-ଧାରା,ପୁଳିନ-ନିକୁଞ୍ଜ ନ ହେବ ଏ କାଳେକାହାର ହୃଦୟ-କାରା ?ରଥାଙ୍ଗ ମିଥୁନ ହେଇ ତ ବେତସ-ଘନଚ୍ଛଦ-ଛାୟା ତଳେ,ଏକ ଡାଳେ ବସି କିସ ଭାବୁଛନ୍ତିନିରବେ ରହି ନିଶ୍ଚଳେ ।’’ଶୀତଳ ଚିକ୍କଣ ଉପରକୁ ତହିଁସୁଆସନ କରି ମନେଅଲକ୍ଷିତେ ବସି ରହିଲେ ନରେଶସେ ରମ୍ୟ ବେତସ-ବନେ ।ଅଚିରେ ଅଦୂରେ ଶୁଭିଲା ରମଣୀ-କୋମଳ କଣ୍ଠ-ସଙ୍ଗୀତ,ମନଧ୍ୟାନ ଦେଇ ଶୁଣିଲେ ନରେଶଥରେ ହୋଇ ଚମକିତ ।(ଗାନ)‘‘ବିପିନ ଭିତରେ ସରେ କମଳିନୀଥିଲା ଗିରି ଅନ୍ତରାଳେ,ଜନମକାଳରୁ ଦର୍ଶନ ନ ଥିଲାଦିବାକର-କରଜାଳେ ।ଦକ୍ଷିଣ ଭ୍ରମଣ ଶେଷ କରି ଏବେଦର୍ଶନ ଦେଲେ ଭାସ୍କର,ଦରଶନ ମାତ୍ର ଦେଲେ ଚଳିଥାନ୍ତା,ବଢ଼ାଇଲେ ପୁଣି କର ।ସେ କର ସ୍ପରଶ ଲଭି କମଳିନୀହୋଇଗଲା ମୁହ୍ୟମାନ,ଏକାଳେ ଜଳଦ- ଜାଲ ଆଚ୍ଛାଦିଲାରବି ହେଲେ ଅନ୍ତର୍ଦ୍ଧାନ ।ପ୍ରଭାତରେ ପୁଣି ଉଇଁବାକୁ ରବିଦେଇ ଯାଇଥିଲେ ଆଶା,ନଳିନୀ ରହିଛି ପ୍ରଭାତରୁ ଗାଢ଼େଅନାଇ ଉଦୟ-ଆଶା ।ବୁଝିଛନ୍ତି କି ନା କେ ଜାଣି ଜଗତ-ଦ୍ୟୋତକ ଦିବସ-ପତି,ତିନି ଭୁବନରେ ତାଙ୍କ ବ୍ୟତିରେକେନାହିଁ ନଳିନୀର ଗତି ।’’ସଙ୍ଗୀତ-ଶବଦେ ସ୍ତବ୍ଦ ହୋଇଗଲାନଦୀ-କଳ-କଳ ତାନ,ନିଃଶବଦ ବନ ଝିଲ୍ଲିରବ ରୋଧିଲଗାଇଲା ଅନୁଗାନ ।ନ ଥିଲା ସଙ୍ଗୀତ ଅତି ଉଚ୍ଚ ଥିଲାମଧୁର ଗମ୍ଭୀର ଧୀର,ନ ଥିଲା ତା’ ବଳ ଲଙ୍ଘିଯିବା ପାଇଁନଦୀ-ତୀର-ବନ-ଶିର ।ସେ ସଙ୍ଗୀତ ଶୁଣି ଚକ୍ରବାକୀ-ମୁଖଅନାଇଲା ଚକ୍ରବାକ,ନଦୀ-କୂଳ-ବନ୍ଧୁ ପ୍ରିୟ ବାନ୍ଧବୀକିଶୁଣିବାକୁ ଦେଲା ଡାକ ।କପୋତ ଚମକି ତୁନି ହୋଇ ଥରେପୁଣି ଢାଳିଦେଲା ସ୍ୱର,କୁହୁ କରି ଗୀତ- ସ୍ୱର ପ୍ରଶଂସିଲାକୋକିଲ ଗାୟକବର ।ସଙ୍ଗୀତ-ନିର୍ଝରେ ନୃପଙ୍କରର ପ୍ରେମ-କୁଣ୍ଡ ହୋଇ ଉଚ୍ଛଳିତବଢ଼ିଗଲା ପ୍ରାଣ- ସରିତ ହୃଦୟ-ପୁଳିନ ହେଲା ପ୍ଳାବିତ ।ଉନ୍ମଥିତ ହୋଇ ଉନ୍ମତ୍ତ ପରାଏପ୍ରବାହରେ ଗଡ଼ିପଡ଼ି,ନବୀନ ବଳରେ ମନ-ମୀନ ବେଗେଉପରକୁ ଗଲା ଚଢ଼ି ।ଶମ୍ପାଲୋକ ପଛେ ଶବଦ ପରାଏମନ ପଛେ ନରବର,ସିକତିଳ ପଥେ ନିକୁଞ୍ଜ ନକଟଗମନ କଲେ ସତ୍ୱର ।ଅଲକ୍ଷରେ ଥାଇ ଲକ୍ଷ କଲେ କୁଞ୍ଜ-ଗର୍ଭେ ପାଇ ରନ୍ଧ୍ର-ପଥ,ଅନସୂୟା ସଖୀ କସୁମର ହାର-ଗ୍ରନ୍ଥନେ ହୋଇଚି ରତ ।ଶକୁନ୍ତଳା ଫୁଲ- ହାର ଚାହିଁ ପୁଣିମନେ ଭାବୁଥାଏ ଆନ,ବୋଧ ହେଲା ତହିଁ ପ୍ରିୟମ୍ୱଦା ସଖୀଶେଷ କରିଥିଲା ଗାନ ।ପ୍ରିୟମ୍ୱଦା ହସି ଅନୁସୂୟା ପ୍ରତିବୋଇଲା, ‘‘ଥାଉ ତୋ’ ହାର,ମୁଁ ଯାହା ଜାଣଇଁ ଗାଇଲି, ତୁ ଏବେଗାଅ କିନା ଏକବାର ?’’ଅନୁସୂୟା ହସି ବୋଇଲା, ‘‘ତୋ’ ଗୀତପରି ନୁହଇ ମୋ’ ଗୀତ,ମୁଁ ଗୀତ ଗାଇଲେ ପରାଣ-ଦେବତାହୋଇଯିବେ ଉପନୀତ ।ହାର ନୋହିଥିଲେ କି ଦେଇ ପୂଜିବଶକୁନ୍ତଳା ପ୍ରାଣେଶ୍ୱରେ ?’’ଶକୁନ୍ତଳା-ଚିତ୍ତ ଆନେ ଥିଲା, ଶ୍ରୁତିନ ଥିଲା ତାଙ୍କ ଭାଷାରେ ।ପ୍ରିୟମ୍ୱଦା ତାହା ଜାଣି ଶକୁନ୍ତଳା-କେଶ ସଜାଡ଼ିବା ଛଳେ,ପୁଷ୍ପ ଆଭରଣେ ମଣ୍ଡିଦେଲା ତାରକେଶ କର୍ଣ୍ଣ କଉଶଳେ ।ଅନସୂୟା ଏଣେ ଅବସର ପାଇପୂର୍ଣ୍ଣ କରିଦେଲା ହାର,ପ୍ରିୟମ୍ୱଦା ପୁଣି ବୋଇଲା, ‘‘ସଜନି !ଗାଅ ଏବେ ଏକବାର ।’’ଅନସୂୟା ସମେ ବସି ହସି କରିସଜନୀକି ସାବଧାନ,‘‘ଦେଖ ଆସିଯିବେ ପରାଣ-ଦେବତା,’’ବୋଲି ଆରମ୍ଭିଲା ଗାନ ।‘‘ଚୂତ ପକ୍ୱ ହେଲେ କୋକିଳ ଆସଇଭାଷଇ ମଧୁର ଭାଷା,ପୁଣ୍ୟ ପକ୍ୱ ହେଲେ ପରାଣ-ଦେବତାପୂରଣ କରନ୍ତି ଆଶା ।ନିର୍ମଳ ଗଗନେ ଚନ୍ଦ୍ର ଥିଲେ ସିନାଦିଶନ୍ତି କର-ଦର୍ପଣେ,ନିର୍ମଳ ପୀରତି ଜାତ ହୋଇଥିଲେପାଶକୁ ଆସନ୍ତି ଜନେ ।ସୁଜନ ପ୍ରକୃତି ଲଭି ବିକୃତିଶୁଣା ନାହିଁ କାଳେ କାଳେ,ସେ କଥା ଅନ୍ୟଥା ହେବାର ବ୍ୟବସ୍ଥାଅଛି କି ମୋ ସଖୀ ଭାଲେ ?ରତ୍ନ-ପରୀକ୍ଷକ ରତନ ପାଇଲେଦେଇ କି ପାରଇ ଛାଡ଼ି ?ବିକସିତ ଫୁଲ ହସ୍ତରେ ପଡ଼ିଲେକେ ଦେଇଛି ପଦେ ମାଡ଼ି ।ରସନା ବିକୃତ ନଥିଲେ ଅମୃତକାହାକୁ ଲାଗିଛି ପିତା ?ଯା’ କଣା ଲଭିଲେ ବିଶୁଷ୍କ ବଲ୍ଲରୀହୋଇଯାଏ ପଲ୍ଲବିତା ।ଆସ ମୋ’ ସଖୀର ପରାଣ-ଦେବତା,କାହିଁକି ଲୁଚିଛ ହୃଦେ ?ସମ୍ମୁଖରେ ଥରେ ବିରାଜିତ ହୁଅମୋ’ ସଖୀ ପୂଜିବ ମୁଦେ ।’’‘‘ଗାନ ଦିଅ ରଖି’’ ପ୍ରିୟମ୍ୱଦା ସଖୀବୋଇଲା ପରିହାସରେ,‘‘ବିଦ୍ୟୁତ ବେଗରେ ଆସିଲେଣି ନୃପତୋ’ ଦର୍ଦ୍ଦୂର-ବର-ସ୍ୱରେ ।’’‘‘ଆସିଲେଣି ନୃପ’’ ଶବଦେ ଚମକିଶକୁନ୍ତଳା ଦେଲା ଚାହିଁ,ନିକୁଞ୍ଜ ଦୁଆରେ ଉଭା ହୋଇଛନ୍ତି;ପ୍ରାଣପ୍ରିୟ ନରସାଇଁ ।ଚାହିଁ ସଖୀଦ୍ୱୟ ଉଭା ହୋଇଗଲେ,ଉଭା ହେଲା ଶକୁନ୍ତଳା,ସଖୀଯୁଗଳର ପାଦୁଁ ମୁଖଯାଏଲଜ୍ଜା-ସ୍ରୋତେ ବୁଡ଼ିଗଲା ।ଶକୁନ୍ତଳା ପ୍ରାଣ ଦୋଳାୟିତ ହେଲାପ୍ରେମ-ତରଙ୍ଗରେ ଭାସି,ତିନିହେଁ ବିନତ- ବଦନା, କାହାକୁକେହି ନ ପାରନ୍ତି ଭାଷି ।ପ୍ରିୟମ୍ୱଦା ଚାହିଁ ଭାବ ଜଣାଇଲାଶକୁନ୍ତଳା ପ୍ରତି ଠାରି,ପଦପ୍ରକ୍ଷାଳନେ ବିଳମ୍ୱ ନ କରତୁମ୍ୱିକା ଅଛି ବାରି ।ଶକୁନ୍ତଳା ସେହି ଭାର ଅରପିଲାଠାରି ଅନସୂୟା ପ୍ରତି,କିନ୍ତୁ ଅନସୂୟା ଅସମ୍ମତା ହେଉ,ବୋଲୁଥାଏ ତାର ମତି ।ଅନସୂୟା ହସି ବୋଇଲା, ‘‘ସଜନି,ନିଜେ ବହ ନିଜ ଭାର,ବିଧି ଦେଇ ନାହିଁ ଅରଜି ନାହିଁ ମୁଁସେ ଭାଗ୍ୟର ଅଧିକାର ।’’ପ୍ରେମ-ବିକମ୍ପିତ କରେ ଶକୁନ୍ତଳାକଲା ପଦ-ପ୍ରକ୍ଷାଳନ,ପ୍ରିୟମ୍ୱଦା ଏଣେ ସାଜିଦେଲା ନବପଲ୍ଲବେ କୋମଳାସନ ।ସ୍ପରଶରେ ପର- ସ୍ପରେ ମନେ କଲେଯୋଷାକର ଯୁବାପଦ,ଗୁରୁ ନୁହେ ଏହି ଗଉରବ ତୁଲେସ୍ୱଗଗ-ପତି-ସମ୍ପଦ ।ସଖୀ ଅନୁରୋଧେ ବସିଲେ ନରେଶକୋମଳ ପଲ୍ଲବାସନେ,ରତ୍ନ ସିଂହାସନେ ବସିବା ସୁଖରୁବଳି ସୁଖ ହେଲା ମନେ ।ସଖୀଙ୍କ ନିଦେଶେ ଶକୁନ୍ତଳା ଦେଲାନରପତି-ଗଳେ ହାର,ପ୍ରାଣପତି ମଣି ମନେ ଦେଲା ଫୁଲ-ହାର ସଙ୍ଗେ ପ୍ରେମ-ଭାର ।ପ୍ରିୟମ୍ୱଦା ହସି ବୋଇଲା, ‘‘ନରେଶ,କି ଦେଇ ସଖୀ ଆମ୍ଭର,ତପସ୍ୱିନୀ କନ୍ୟା ତାପସ-ନିକୁଞ୍ଜେତୋଷିବ ଅତିଥିବର ?୧‘ପାଣିଗ୍ରହଣ’ରୁ ବୁଝିଅଛୁଁ କାଲିସ୍ୱଭାବେ ତୁମ୍ଭେ ଉଦାର,୨ବାହୁଲ୍ୟେ ମାତର କହୁଅଛୁଁ ଆମ୍ଭେମୁନିକନ୍ୟା ହେ ଉଦାର ।କୁମାରୀ-ସୁମନ- ଦାମ ମାତ୍ର୩ ଅଛିସମ୍ୱଳ ଏ ତପୋବନେ,ଚରିତାର୍ଥ କର ତାପସ-କୁଳକୁତହିଁ ତୃପ୍ତି ଭରି ମନେ ।’’ଭାଗ୍ୟ ପରଶଂସି ରାଜା ମନେକଲେ,ରୋଗୀ ଲୋଡ଼ୁଥିଲା ଯାହା,ରୋଗ ପ୍ରଶମନ ବ୍ୟବସ୍ଥା ଶ୍ଲୋକରେଭିଷକ ଭାଷିକା ତାହାପ୍ରକାଶ୍ୟେ ବୋଇଲେ, ‘‘ତପସ୍ୟାର ଫଳରାଜ-ପ୍ରାପଣୀୟ କର,୪ହୃଦୟର ହାର କରିଦେଇ ସିନାତାହା ତପସ୍ୱିନୀକର ।’’ପ୍ରିୟମ୍ୱଦା ସଖୀ ନୃପଙ୍କୁ କହିଲା,‘‘ବନଫୁଲ ସମାଦୃତ୫ହେବ କି ପ୍ରମଦା- ରଣ୍ୟ ସାର ପୁଷ୍ପସବୁ ଯହିଁ ସମାବୃତ ?’’ନରେଶ ବୋଇଲେ, ’’କରଗତ ହେଲେନନ୍ଦନର ପାରିଜାତ,ସହଜେ ପାର୍ଥିବ ପ୍ରସୂନ ସକଳହୋଇଥାନ୍ତି ଅବଜ୍ଞାତ ।’’୬ସଖୀ ପଚାରିଲା ସଖୀ ପ୍ରତି,‘‘ସଖୀ-ନନ୍ଦନ ପାଇବ କିସ ?
୧ । ଓ ୨ । କାଲି ପାଣିଗ୍ରହଣରୁ (ହସ୍ତଧାରଣରୁ) ବୁଝିଅଛୁଁ ତୁମ୍ଭେ ସ୍ୱଭାବେ ଉଦାର; ହେ ଉଦାର, ଆମ୍ଭେ ମୁନିକନ୍ୟା । ବାହୁଲ୍ୟେ ମାତ୍ର କହୁଅଛୁଁ । ଅନ୍ୟ ପକ୍ଷେ କାଲି ପାଣିଗ୍ରହଣରୁ (ବିବାହବ୍ୟଞ୍ଜକ) କାର୍ଯ୍ୟରୁ ବୁଝିଅଛୁ, ତୁମ୍ଭେ ସ୍ୱଭାବେ ଉଦାର; ଆମ୍ଭେ ବାହୁଲ୍ୟ ମାତ୍ର କହୁଅଛୁଁ; ମୁନିକନ୍ୟା (ଶକୁନ୍ତଳା) ଦାର (ଭାର୍ଯ୍ୟା)ହେଉ । ୩ । କୁମାର-ସୁମନ-ଦାମ- କୁମାରୀର ସୁମନଦାମ-। ଅନ୍ୟପକ୍ଷେ କୁମାରୀ ରୂପକ ସୁମନଦାମ । ୪ । ତପସ୍ୱିନୀର-ତପସ୍ୱିସମୂହ; ଅନ୍ୟ ପକ୍ଷେ ତପସ୍ୱିନୀର-ଶକୁନ୍ତଳାର ହସ୍ତ । ୫ । ପ୍ରମଦାରଣ୍ୟ-ରାଜାଙ୍କର ଅନ୍ତଃପୁରସ୍ଥ ଉଦ୍ୟାନ; ଅନ୍ୟ ପକ୍ଷେ ତପସ୍ୱିନୀକର- ଶକୁନ୍ତଳାର ହସ୍ତ । ୫ । ପ୍ରମଦାରଣ୍ୟ ରାଜାଙ୍କର ଅନ୍ତଃପୁରସ୍ଥ ଉଦ୍ୟାନ, ଅନ୍ୟପକ୍ଷେ ସ୍ତ୍ରୀ-ସମାଜ । ୬ । ସଖୀ ପ୍ରତି ସଖୀ ପଚାରିଲା, ଗୋ ସଖୀ, ନନ୍ଦନ (ଇନ୍ଦ୍ରୋଦ୍ୟାନ) କିସ ପାଇବ-? ଅନ୍ୟପକ୍ଷେ ସଖୀ ପ୍ରତି ପଚାରିଲା, ସଖୀନନ୍ଦନ (ଶକୁନ୍ତଳାର ପୁତ୍ର) କିସ ପାଇବ-?
ବିଶ୍ୱାସଭାଜନ ନୁହନ୍ତି ଜଗତେନଦୀ ନଖୀ ନରାଧୀଶ ।’’୧ସେ ବୋଇଲା, ‘‘ଭାବୀ ନନ୍ଦନର କଥାକି ହେବ ଆମ୍ଭେ ପଚାରି ?’’୨ନୃପତି ବୋଇଲେ, ‘‘ସତ ସତ ସତସେ ମୋ ଉତ୍ତରାଧିକାରୀ ।’’ତାପସିକ ରସେ ନାଗରିକ ରସତହିଁ ପ୍ରେମରସ ପଡ଼ିଅମା-ସ୍ୱାତୀ-ଶନି ପ୍ରାୟେ ମିଳି କଲେଆନନ୍ଦର ମହାଝଡ଼ି ।ଝଡ଼ି-ଅନ୍ଧକାରେ ଭାସ୍କର ପରାଏରାଜା ରାଜା-ଅଭିମାନପ୍ରେମ-ପ୍ରାବଲ୍ୟରେ ନିକୁଞ୍ଜ-ଗଗନେହୋଇଗଲା ଅପିଧାନ ।ତପସ୍ୱିନୀଙ୍କର ଚିର-ଶୁଷ୍କ-ପ୍ରାଣ-ଟାଙ୍ଗର ହିଁ ଗଲା ବୁଡ଼ି,ଦୃଶ୍ୟ ହେଲା ନାହିଁ ଜ୍ଞାନ-ପଥ ସବୁମନ ଗଲା ପଥ ହୁଡ଼ି ।ଶକୁନ୍ତଳା ତହିଁ ସବୁ ଜାଣି ଜାଣିକିଛି ନ ବୁଝିଲା ପରି,ପୁଲକିତ ପ୍ରାଣେ ଲଜ୍ଜାଭରେ ଥାଏମୁଖ ଅବନତ କରି ।ମୃଗଶିଶୁଟିଏ ଦେଖିଲେ ସଖିଏନିକୁଞ୍ଜ ପ୍ରାଙ୍ଗଣେ ଛିଡ଼ା,ଜନନୀକି ତାର ଲୋଡୁଛି ଯେମନ୍ତପାଇ କ୍ଷୁଧା ତୃଷା ପୀଡ଼ା ।ପ୍ରିୟମ୍ୱଦା ଉଠି ‘‘ଆହା ମୃଗ-ଶାବହୋଇଅଛି କ୍ଷୁଧାତୁର,ତା’ ମା’ ନିକଟକୁ ନେଇ ଦିଏଁ ବୋଲିନିକୁଞ୍ଜରୁ ହେଲା ଦୂର ।ଅନସୂୟା ଉଠି ‘‘ଶିଶୁଟିକୁ ଜଳଦେଇ ତୁ ଯତନ କର,ମୃଗୀକୁ ମୁଁ ଧରି ଆଣୁଅଛି’’ ବୋଲିତା’ ସଙ୍ଗେ ଗଲା ସତ୍ୱର ।ଶକୁନ୍ତଲା ହୋଇ ଉତ୍ଥିତ ବୋଇଲା,‘‘ମୁଁ ହେଲି ଯେ ଏକାକିନୀ ?’’ରାଜା- ‘‘କିଏ ସେ ରଖିଛି ନିକୁଞ୍ଜରେ ମୋତେପ୍ରେମଧନେ ଏକା କିଣି ?’’୩‘‘ମୁଁ ନ ଜାଣେ’’ କହି ଶକୁନ୍ତଳା ହେଲାଯିବାପାଇଁ ତରତର,୪ରାଜା-‘‘ମୁଁ ନ ଜାଣ ହେଲେ ବସିଏ ନିଭୃତେସୁବର୍ଣ୍ଣ ରଚନା କର ।’’ଶକୁ- ‘‘ନ ଜାଣଇଁ ମୁହିଁ କାନନବାସିନୀରଚନାଟି ସୁଦ୍ଧା କଣ ?’’ରାଜା- ‘‘ସତ କହିଲ ଗୋ ସୁଧାସୁଭାଷିଣୀରଚନାତ ସୁଧାକଣ ?’’ଶକୁ- ‘‘ସୁଧାକଣ କାହୁଁ ପାଇବି ତା’ ପରା-ଥାଏ ପୂର୍ଣ୍ଣ ଶଶଧରେ ?’’ରାଜା- ‘‘ଦେ ତ ସକଳଙ୍କ ପୂର୍ଣ୍ଣ ଅଛି ସୁଧାଅକଳଙ୍କ ତୋ’ ଅଧରେ ।’’ଏରୂପେ ବିବିଧ କୌତୁକେ ବିନୋଦେବେଳ ହେଲା ଅବସାନ,କୁଞ୍ଜ-ରନ୍ଧ୍ର ପଥେ ଚାହିଁ ତାଙ୍କ ରୀତିସ୍ନିଗ୍ଧ ହେଲେ ବିବସ୍ୱାନ ।ପର ପ୍ରେମ ଚାହିଁ ନିଜ ପ୍ରେମ ସଦାହୋଇଥାଏ ବିସ୍ଫାରିତ,ଛାୟା ଲୋଭେ ତରୁ- ମୂଳକୁ ଭାସ୍କରକର କଲେ ପ୍ରସାରିତ ।ଭାନୁ ଆଲିଙ୍ଗନେ ପ୍ରଫୁଲ୍ଲ ବିଗ୍ରହେଛାୟା ତେଜି ତରୁ-ତଳ,ଉଦୟାଦ୍ରି-କୁଞ୍ଜ ବିଳାସ-ଲାଳସେଚଳିଲା ହୋଇ ଚଞ୍ଚଳ ।ଗଲାବେଳେ ଲମ୍ୱ ହୋଇ ପଡ଼ି ଛାୟାତରୁବର-ପଦ ଧରି,ବୋଇଲା, ‘‘ଆସିବି, ଆସିବେ ଯଦ୍ୟପିମୋ ଚନ୍ଦ୍ରିକା-ସହଚରୀ ।’’ଅଦୂର କାନନେ ପ୍ରିୟମ୍ୱଦା ତେଣେଇଙ୍ଗିତରେ ଦେଲା ଡାକି,‘‘ନଳିନୀକି ତେଜି ମିହିର ଜଲେଣିଚକ୍ରବାକ-ଚକ୍ରବାକୀ ।’’ଶିବିରକୁ ଗଲେ ନୃପତି, ସୁନ୍ଦରୀକୁଟୀରକୁ ହେଲା ନୀତ,ସୁନ୍ଦରୀ-ହୃଦୟେ ପ୍ରଣୟ-ପ୍ରସୂନହୋଇଗଲା ବିକସିତ ।ବିଦାୟକାଳୀନ ସତୃଷ୍ଣ-ଦର୍ଶନନୃପତିଙ୍କୁ ସ୍ମରି ସ୍ମରି,ପ୍ରଣୟ-ପ୍ରମୋଦ- ବିମୁଗ୍ଧା ସୁନ୍ଦରୀଯାପନ କଲା ଶର୍ବରୀ ।ଦିନା ଚାରି ରହି ସେ ବନେ ନରେଶପ୍ରମୋଦେ କରି ବିଳାସନଗରୀକୁ ଗଲେ ସୁନ୍ଦରୀକି ଦେଇପରେ ଘେନିଯିବା ଆଶ ।୧ । ସେ ବୋଇଲା, ନନ୍ଦନର(ଇନ୍ଦ୍ରୋଦ୍ୟାନର)କଥା ଆମ୍ଭେ ଭାବି (ଚିନ୍ତାକରି) ପଚାରି କି ହେବ?ଅନ୍ୟପକ୍ଷେ ସେ ବୋଇଲା, ଭାବୀ ନନ୍ଦନର(ଭବିଷ୍ୟତ ପୁତ୍ରର)କଥା ଆମ୍ଭେ ପଚାରି କି ହେବ?୨ । ଉତ୍ତରାଧିକାରୀ- ଉତ୍ତରର ଅଧିକାରୀ, ଅନ୍ୟପକ୍ଷେ ପରବର୍ତ୍ତୀ ଅଧିକାରୀ ।୩ । ମୁଁ ନ ଜାଣେ – ମୁଁ ଜାଣେ ନାହିଁ ।୪ । ମୁଁ ନ ଜାଣେ ହେଲେ – ଲେଖନୀ ମୁଖ ଜାଣ ହେଲେ, ସୁବର୍ଣ୍ଣ-ଉତ୍ତମ ଅକ୍ଷର ।