ଫାସିଦିଆବର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୯୬
- ସ୍ଥିତି
- ସାର୍ବଜନୀନ (Public domain)
* ଏହି ବରଗଛଟି କଟକ ମହାନଦୀ କୂଳରେ ଅବସ୍ଥିତ । କିମ୍ବଦନ୍ତୀ ଅଛି ମରହଟ୍ଟାମାନଙ୍କର ରାଜତ୍ୱ କାଳରେ ପ୍ରାଣଦଣ୍ଡାଜ୍ଞା ପ୍ରାପ୍ତ ସାଧାରଣ ଅପରାଧୀ ଏବଂ ବିପକ୍ଷ ବନ୍ଦି ସୈନ୍ୟ (ଉତ୍କଳୀୟ ଏବଂ ପଠାଣ) ମାନଙ୍କୁ ଏହି ଗଛରେ ଫାଶି ଦିଆ ଯାଇଥିଲା ।
ହେ ତରୁବର ତୁହି ଅନନ୍ତ କାଳୁଁ,ହୋଇଣ ଛିଡ଼ା କେତେ ଝଡ଼୍ସମ୍ଭାଳୁ ।ସଂସାର କ୍ଷେତେ ଯେହ୍ନେ ସୁସ୍ଥିର ଜନ;ସହଇ ନାନା ବାଧା ବିଘ୍ନ ତାଡ଼ନ ।ମହାନଦୀ ସୈକତ ଶୁଭ୍ର ପ୍ରାନ୍ତରେସହୁଛୁ କେତେ ବାତ୍ୟା ଅବିଶ୍ରାନ୍ତରେ ।କେଉଁ ଅପୂର୍ବ ଦେଶେ ଲୟ ଲଗାଇ,କାହିଁରେ ଲେଶ ତୋର ଭ୍ରୂକ୍ଷେପ ନାହିଁ ।ଏ ସ୍ରୋତସ୍ୱିନୀ ଧୋଇ ତୋ ପଦତଳ;ସାଗର କୋଳେ ଢାଳି ଦେଉଛି ଜଳ ।କେତେ ମାନବ ତଥା ତୋହରି ଅଙ୍ଗେ;ଜୀବନ ସ୍ରୋତ ଢାଳି ଦେଲେରେ ରଙ୍ଗେ ।ତୋ ଅଙ୍ଗେ ସାଙ୍ଗ କଲେ ଇହ ଜନମ;ଲଭିଲେ ଚିର ସୁଖ ଶାନ୍ତି ଆଶ୍ରମ ।ଦୁସ୍ତର ଭବେ ହୋଇ ତୁ କର୍ଣ୍ଣଧାର,ଜୀବନ-ତରୀ କଲୁ ତାଙ୍କର ପାର ।ପାପ ତାପେ ଯାହାର ପୋଡ଼ୁଛି କାୟା,ତୁ ତାଙ୍କୁ କଲୁ ସିନା ପ୍ରଦାନ ଛାୟା ।ନରହନ୍ତା ଦୁର୍ବୃତ୍ତ ଘୋର ନାରକୀ,ପାପ ବଜାରେ ପ୍ରାଣ ଦେଇଣ ବିକି ।ପାରିଲେ ନାହିଁ କାହିଁ ମୁଖ ଦେଖାଇ,ଘୃଣାରେ ବିଶ୍ୱଯାକ ଦେଲେ ଗୋଡ଼ାଇ ।ପାଇଲେ ନାହିଁ ସାରା ସଂସାରେ ସ୍ଥାନ,ତୁ ତାଙ୍କୁ କଲୁ ସିନା ଆଶ୍ରୟ ଦାନ ।ସ୍ୱାଧୀନତା-ଗୌରବ ରଖିବାପାଇଁ,ସୁନା-ଶିକୁଳି ଗଳେ ପିନ୍ଧିଲେ ନାହିଁ ।ଜୀବନ ବଳି ଦେଲେ ତୋର ଶରୀରେ,ସ୍ୱଦେଶ ପାଇଁ କେତେ ଓଡ଼ିଆ ବୀରେ ।ତୋ ମୂଳେ ହୃଦରକ୍ତ କରି ତର୍ପଣରଖିଲେ ପିତୃ-ଯଶଃ ନିଜର ପଣ ।ସେ ସବୁ ବୀରଗଣ ଗଲେହେଁ କାହିଁ;ଦୁର୍ବଳ ଓଡ଼ିଆଙ୍କୁ ଅଛନ୍ତି ଚାହିଁ ।ଦେଖୁ ତ ଛନ୍ତି ସବୁ ରହି ଆକାଶେ;ଭାଳୁ କି ନାହାନ୍ତି ସେ ଦେଶ ସକାଶେ ?କାନ୍ଦୁକି ନାହିଁ ଆଉ ତାଙ୍କ ପରାଣ,ମାତାର ଶୁଣି ଶୁଣି ବିଷାଦ ଗାନ ?ଅଥବା ଲଭିବାରୁ ଚିନ୍ମୟ କାୟା !ଭୁଲିଣ ଗଲେ ସବୁ ସଂସାର ମାୟା ।ଜନନୀ ଅତିଶୟ ଦୁଃଖେ କାତର;ପଡ଼ୁକି ନାହିଁ ମନେ ଥରେ ମାତର ?ଥରେ ଓହ୍ଲାଇ ଭଲା ଆସନ୍ତୁ ତଳେ;ଭସାନ୍ତୁ ବଂଶଧରେ କରମ-ଜଳେ ।ସ୍ମରନ୍ତୁ ଓଡ଼ିଆଏ ନିଜ ଗୌରବ;ଲଭନ୍ତୁ ନିଜ ହସ୍ତେ ପୂର୍ବ ବିଭବ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ