ପଶୁ ଓ ମଣିଷ
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୩୨
- ସ୍ଥିତି
- ସାର୍ବଜନୀନ (Public domain)
ଓଡ଼ିଶାର ବଣ-ପାହାଡ଼େ ଲାଗିଚି ତୁମୁଳ ଗଣ୍ଡଗୋଳ,ଧର୍ମଘଟର ନୋଟିସ ଦେଲେଣି ଶ୍ୱାପଦ ଜନ୍ତୁକୁଳ ।ହରିଣ, ମାଙ୍କଡ଼, ହସ୍ତୀ, ନକୁଳ,ବ୍ୟାଘ୍ର କଲେଣି ପାଟି:ଭୟ ନାହିଁ ଆଉ ସହିବାକୁ ଗୁଳି,ବନ୍ଧୁକ, ତୀର, ଲାଠି ।ଚିଡ଼ିଆଖାନାରେ ବନ୍ଦୀ ହେବାରେଲଜ୍ଜା ନାଇଁ ରେ ଆଉ,ଭାରତ ସ୍ୱାଧୀନ, ଆମେ ପରାଧୀନ,ଗଲେ ଏ ପରାଣ ଯାଉ ।ଅଗନାଅଗନି ଘୋର ବନସ୍ତେ ମିଳି ପଶୁ ଦଳେ ଦଳେକଲେଣି ବିଚାର ନର ଅନାଚାରବେଶୀ ଦିନ ନାହିଁ ଚଳେ ।ପାଣି ଖାଇ ଯାଇ ପାଣିତୋଠେ ଥାଇମିରିଗରେ ଡାକେ ବାଘ-ଏ ପଶୁ-ବିଶ୍ୱ-ମଙ୍ଗଳ ଲାଗି ଛାଡ଼ିଲି ଆଜିଠୁ ରାଗ ।ମର୍କଟେ ହେରି ଭଲ୍ଲୁକ କହେ-ନଖ ମୁଁ ଦେଲିଣି କାଟିଭାରତ ସ୍ୱାଧୀନ, ଆମେ ପରାଧୀନ,କା’ରେ ନ ମାରିବି ଚାଟି ।ଦୂର ମେଘାସନେ ଘୋର ଅରଣ୍ୟେଏ ସଭା ବସିଚି ଜାଣ,ବିଚାର କରିବେ ମୁକ୍ତ ହେବାକୁପଶୁ ଯେତେ ପରାଧୀନ ।ବାଘ ମହାବଳ ସଭାପତି ତାର,ହାତୀ ତା’ ସେକ୍ରେଟେରୀ,ସର୍ପ, ମାଙ୍କଡ଼, ହରିଣ, ନକୁଳ ଦର୍ଶକ ଯେତେ ଖାଲି ।ଗର୍ଜନ କରି ସଭାପତି କହେ ଭାଷଣ ଉଚ୍ଚେ ଦେଇ-ଭାରତ ସ୍ୱାଧୀନ, ଆମେ ପରାଧୀନ !-ଆଉ ବେଶୀ ଦିନ ନାହିଁ ।ହେ ମୋର ବଣର ବନ୍ଧୁ ଶ୍ୱାପଦ,ହେ ମୋର ଜନ୍ତୁଦଳ,ଡାକରା ଆସିଚି ଆଜି ଏତେବେଳେଦେଖାଅ ଆପଣା ବଳ ।ଯୁଗ-ଯୁଗଧରି ‘ପଶୁଜାତି’ ବୋଲିଦୁର୍ନାମ ଥିଲେ ବହିନଗରେ, ଗ୍ରାମରେ, ପଲ୍ଲୀ ପଦାରେଘୋର ଅପମାନ ସହି ।ଏତେ କାଳ ଭାଇ ! ‘ପଶୁଜାତି’ କହିଆମକୁ ରଖିଲେ ନର,ଆମରି ବୃତ୍ତି ଆଚରି ଏବେ ସେହେଲେଣି ଆମରି ଦଳ ।ଜାଣିଚ କି ଭାଇ ବିବର୍ତ୍ତନରେନରର ଜନକ ପଶୁ,ଭାରତ ସ୍ୱାଧୀନ ଆଜି ଯେତେବେଳେଆମ ସ୍ୱାଧୀନତା ଆସୁ ।ମାନବ-ଧର୍ମ ଭୁଲିଚି ମାନବ,କରିଚି ପଶୁକୁ ଗତି,ହିଂସା ନୀତିରେ, ଘାତକ ରୀତିରେପଶୁରେ ଗଲାଣି ଜିତି ।ଆମେ କରୁଥିଲେ ଭୋକରେ ହତ୍ୟା,ଶୋଷରେ ରକ୍ତ ପାନ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର