ଚାନ୍ଦା
୧୮୯୮–୧୯୬୫
- ସଂକଳନ: ହେ ମୋର କଲମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୮୬
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ଭଗବାନ ! ତୁମେ ଅଛ କି ନ ଅଛକିଛି ଜଣାପଡୁନାହିଁ ଚାହିଁ ଆଗ ପଛ ।ତଳେ ବା ଉପରେ ତୁମେ ଅଥବା ଅନ୍ତରେକାହିଁ ଶୁଣୁ ନାହିଁ ବାରେ ଡାକିଲେ କାତରେ ।ଘୋର ଏ କଣ୍ଟ୍ରୋଲ - କାଳ ଅତି ଦୁଃଖମୟଶୁଭେ ମୋର ଚଉଦିଗେ ଖାଲି ‘‘ଚାନ୍ଦା ଦିଅ’’ ।ଉଷା - ପ୍ରଦୋଷରେ ‘ଚାନ୍ଦା’, ‘ଚାନ୍ଦ’ ଦ୍ୱିପ୍ରହରେ‘ଚାନ୍ଦା’ ଚନ୍ଦ୍ର - ରଜନୀରେ, ଆଲୋକେ, ଅନ୍ଧାରେ ।ବନ୍ୟାରେ ଭାସିଲା ଦେଶ, ଗୃହହୀନ ଜନେ,‘‘ଚାନ୍ଦା ଦିଅ’’ ବୋଲି ମାଗିଗଲେ କର୍ମିଗଣେ ।ପଡ଼ିଲା ମରୁଡ଼ି ତେଣେ, ସରିଲା ସଂସାର,‘‘ଚାନ୍ଦା ଦିଅ’’ ବୋଲି ଡାକ ଦେଲେ ନେତୃକୁଳ ।ସଭାରେ ଉଠିଲା ତାନ ଫଟାଇ ଆକାଶ-‘‘ଚାନ୍ଦା ଦିଅ’’ ଆସୁଛନ୍ତି ଶ୍ରୀ ଜୟପ୍ରକାଶ ।ଆନ କହେ, ‘‘ଚାନ୍ଦା ଦେଇ ଜାଗ ହେ ବିଶ୍ୱାସେ,‘ଜୟନ୍ତୀ’ ଉତ୍ସବ ଆଉ ଅଛି ମୋଟେ ମାସେ ।’’ଏସେମ୍ବ୍ଳି ସଦସ୍ୟ କହେ ଦେଖାଇ ପ୍ରୋଗ୍ରାମ-‘‘ହେବ ଆର ମାସେ ଏଠି ମନ୍ତ୍ରୀ ସମାଗମ ।‘ଚାନ୍ଦା’ ଦେଇ ଧନ୍ୟ ହୁଅ ହେ ପ୍ରଜାମଣ୍ଡଳ,ଖୋଳା ହେବ ଏଠି କୂଅ, ବନ୍ଧା ହେବ ନାଳ ।’’ଗ୍ରାମକର୍ମୀ ଦ୍ୱାରେ ଡାକେ ତିନି ଦିନେ ଥରେ -‘‘ଚାନ୍ଦା ଦିଅ, ଯିବୁ ଆମେ ଡେପୁଟେସନରେ,କହିବୁ ଏ ଗ୍ରାମ କଥା ସଚିବ ପ୍ରଧାନେ-କି ଭଳି କାଟନ୍ତି କାଳ ଦୁଃଖେ ଲୋକମାନେ ।’’ହେବ ଗ୍ରାମେ ପାଠାଗାର, ‘ଚାନ୍ଦା’ ମାଗେ ମାଗା,‘ଚାନ୍ଦା ଖାତା’ ଧରି ଉତ୍ତା ଯେତେକ ଅଭାଗା !ଛିନ୍ନବାହୁ - ଅଙ୍ଗୀ ପିନ୍ଧି ଉଠାଇ ‘ଶ୍ଳୋଗାନ’ଚାନ୍ଦେ ମାଗେ କମ୍ୟୁନିଷ୍ଟ ଅତି ସଂଗୋପନ ।‘ଜାଗ୍ରତ କୃଷକ’ ନାମେ ‘ଚାନ୍ଦା’ ମାଗେ କେହିମାଗେ ଏକବସ୍ତ୍ରୀ ‘‘ହରିଜନେ ଚାନ୍ଦା ଦେହି ।’’‘‘ଦେହି ଚାନ୍ଦା’’, ‘‘ଦେହି ଚାନ୍ଦା’’ ମାଗେ କେହି ବୁଲିଏକଜୁଟ ହେବେ ଏଥି କୃଷକ ଓ କୁଲି ।‘‘ଚାନ୍ଦା ଦିଅ’’ ରବ ଶୁଭେ ଘରେ ଓ ବାହାରେଚାନ୍ଦା ମାଗେ ଭାର୍ଯ୍ୟା ଯିବ ‘‘ନାରୀସିଂଘ’ ଘରେ ।ପୁତ୍ର ମାଗେ ‘ଚାନ୍ଦା’ କରିବାକୁ ପକ୍ନିକ୍ଭାଇ ‘ଚାନ୍ଦା’ ମାଗେ ହେବ ଉତ୍ସବ ବେସିକ୍ ।ଘରର ପୂଜାରୀ ମାଗେ ‘‘ଚାନ୍ଦା ଦିଅ ବାବୁ !ହେବୁ ଏକଜୁଟ ଆମେ ସର୍ବହରା ସବୁ ।’’‘ଭେରାଇଟି’ ନୃତ୍ୟ ହେବ ‘ଚାନ୍ଦା’ ମାଗେ ବାଳାତୁଲେ ଧରି ମାୟା, ଛାୟା, ମାଧୁରୀ ମଞ୍ଜୁଳା ।ମାଗଇ ପଣ୍ଡିତ ‘ଚାନ୍ଦା’ ଧର୍ମରକ୍ଷା - ନାମେ‘ଚାନ୍ଦା’ ମାଗେ ଭକ୍ତିଜନ ମନ୍ଦିର - ନିର୍ମାଣେ ।ପତିତା - ଉଦ୍ଧାର ଲାଗି ବୁଲେ ‘ଚାନ୍ଦା’ ମାଗି
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର