ପାର୍ବତୀ ବା ଗଙ୍ଗେଶ୍ୱର ଗୀତିନାଟ୍ୟ
ବୈଷ୍ଣବ ପାଣି · ଭାଗ ୬ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଦୃଶ୍ୟ
(ରତ୍ନପୁର ଜେମାର ଶୟନ, ନାରୀଗଣ ଘେରି ବସିବା ।)ଯୁବରାଜ –(ପ୍ରବେଶି) କି କର ନାରୀଗଣେକିଁପା ସର୍ବେ କରୁଛ ରୋଦନରତ୍ନପୁର ଜେମା କିଁପା ଅସ୍ତବ୍ୟସ୍ତ ଏତେବାଣବିଦ୍ଧ ଏଣୀପରି ଗଡ଼ନ୍ତି ଭୂମିରେକହ କହ ରାଜବାଳୀ କି ହେଲା ଶରୀର ?ଅନ୍ନ – ଜୀବେଶ୍ୱର; ଏତେବେଳେ ସେକଥା ଭାବି କିଛି ଫଳ ନାହିଁ;ମୋ ପାଇଁ ଚେଷ୍ଟା କରିବା ଅକାରଣ;ପ୍ରାଣେଶ୍ୱର; ମୋ କଥା ଶୁଣ ।ଗୀତ
ହେ ଜୀବେଶ, ବୃଥା ଚିନ୍ତା ଚିତ୍ତୁଁ ତେଜ । ଜୀବେଶ ବାସ ଯିବାକୁ ଜୀବ ହେଲା ସଜ । ପଦ । ଆଉ ଏ ଜୀବନେ ଦେଖରା ନୋହିବ ଜୀବନ ସଖା । ମେଲାଣି ହେଉଛି ଦିଅ ଶ୍ରୀଚରଣ ରଜ । ୧ । ତୁମ୍ଭଙ୍କୁ ନ ଦେଖି ବିଷ – ପାଶେ ଥିଲା କଲି ଗ୍ରାସ, ତା ମୁଖୁ ବଞ୍ଚିବା ନାଥ ନୁହଇ ସହଜ । ୨ ।
ପ୍ରାଣନାଥ, ଏତିକି ମାଗୁଛି; ଅପର ଜନ୍ମରେ ଦାସୀ ତୁମ୍ଭଚରଣଦାସୀ ହେଉ; ଓଃ; ଆଉ ନାହିଁ ଗଲା ପ୍ରାଣ । (ମୃତ୍ୟୁ)ନାରୀଗଣ -ହାୟ ହାୟ, କେତେବେଳେ ଏତେ କଥା ହେଲା କେହି ଜାଣିପାରିଲୁ ନାହିଁ । ହାୟ ଜେମା ଆମ୍ଭଙ୍କୁ ଛାଡ଼ି ଚାଲିଗଲ ।
ଯୁବରାଜ –ହାୟ, କ’ଣ ଦେଖୁ ଦେଖୁ କ’ଣ ହେଲା । ତେଣେ ପିତାଙ୍କ ମୃତ୍ୟୁ ଏଣେ ବନିତାଙ୍କ ମୃତ୍ୟୁ; ହାୟ ଦେଖୁ ଦେଖୁ ପ୍ରଭାତ କୁସୁମଟି ବନମାଳତୀ ବନରେ ଫୁଟି ଝଡ଼ିଲା; କେହି ଦେବ ସେବାରେ ଲାଗିଲା ନାହିଁ ।
ଦୂତ – (ପ୍ରବେଶି) ଯୁବରାଜ, ସର୍ବନାଶ ସର୍ବନାଶ; ରାଣୀମାଙ୍କ ସନ୍ଧାନ ଅନେଖ ସ୍ଥାନ ଲୋଡ଼ି ମିଳୁନାହିଁ; ସମସ୍ତେ ଏଣେ ତେଣେ ବ୍ୟସ୍ତ ହୋଇ ଖୋଜୁଛନ୍ତି ।
ଯୁବରାଜ –କି କହିଲୁ ଦୂତ, ମାତା ମୋର ନାହାନ୍ତି ? ଜଣାଗଲା – ବୋଧହୁଏ କୌଣସି ଜଳାଧାରରେ ପ୍ରାଣତ୍ୟାଗ କଲେ । ଏପରି ଦଶା କାହାକୁ ଜଗତରେ ଘଟି ନ ଥିବ କି ଘଟିନାହିଁ; ଏକା ଦିନରେ ପିତା ମାତା ବନିତାର ମୃତ୍ୟୁ, ଶୀଘ୍ର ଶୀଘ୍ର ଚାଲ ଦୂତ । ତୁମ୍ଭେମାନେ ସମସ୍ତେ ଜେମାଙ୍କ ଶବଦେହ ସାବଧାନରେ ରଖ; ମୁଁ ପରେ ତାର ପାର ଲୌକିକ କାର୍ଯ୍ୟ ସୁବିଧା କରିବି । (ସମସ୍ତଙ୍କର ପ୍ରସ୍ଥାନ)
(ଅଦୃଷ୍ଟ କୁମାରୀଙ୍କ ଗୀତ ଓ ନୃତ୍ୟ ।)ଦେଖ ଦେଖ ହେ ସରବେ ମହାପାପର ଫଳ ।ଯାର କବଳରେ ପଡ଼ି ନାଶେ ମାନ ସମ୍ୱଳ । ପଦ ।ଭ୍ରୁଣ ହତ୍ୟା ନାରୀ ନାଶ; ନରକେ ଦିଅଇ ବାସଇହଧାମେ ଅପଯଶ ଜନମ ତା ବିଫଳ । ୧ ।ହୁଅ ସର୍ବେ ସାବଧାନ; କରନା ଏ କର୍ମମାନ;ଦେଖି ଶିଖି ସୁଖୀ ହୁଅ ବଇ ଭାବି ଚଞ୍ଚଳ । ୨ ।