ପାପୀର ତ୍ରାସ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୧
- ସ୍ଥିତି
- ସାର୍ବଜନୀନ (Public domain)
କାହିଁ ପଳାଇବି ? କାହିଁ ଲୁଚିବି ଗୋପନେ,ଯେଣେ ତେଣେ ଗୃହେ ବନେ ସାଗରେ ଗଗନେ ।ଦଶ ଦିଗେ ଦିବାଲୋକେ ନିଶା-ଅନ୍ଧକାରେ,ସଜନେ ବିଜନେ ସ୍ୱପ୍ନେ ଜାଗର ବେଳାରେ ।କି ଘୋର ବିରାଟ ଚକ୍ଷୁ ରହିଛି ଅନାଇସଦା ମୋ ଆଡ଼କୁ ଘୋର ତ୍ରାସ ଉପୁଜାଇ ।ଦୁର୍ଗର ଆୟସ ଦ୍ୱାର, ପାଷାଣ ପ୍ରାକାର,ଗିରି-ଗୁହା, ଅନ୍ଧକୂପ ଅବ । କାରଗାର ।ହେଳେ ଭେଦି ସେହି ଚକ୍ଷୁ ଚାହିଁଛି ତରାଟି;ଥରଇ ସର୍ବାଙ୍ଗ ମୋର, ବକ୍ଷ ଯାଏ ଫାଟି ।ସର୍ବ ଆବରଣ ଭେଦି, ମର୍ମ ଭେଦି ମୋର,କର୍ମ-ଫଳ-ଦାତା ଧର୍ମ, କୁଳିଶ-କଠୋର ।ପାଷଣ୍ଡ-ଦଳନ, ଦଣ୍ଡ-ଦାତା ପରାତ୍ପର,ତୁମ୍ଭେ କିହେ ସେହି ଚକ୍ଷୁ ବିଶ୍ୱ-ଭୟଙ୍କର ?କ୍ଷମ । ସାଗରମହା ପାପଭାର ବହି ଗଭୀର ବିଷାଦେ,ଆସିଲି ମୁଁ ପରମେଶ ପାଦ-ପଦ୍ମ-ପାଶେ ।କହିଲି, ହେ ମହାପ୍ରଭୁ ଯେଉଁ ଅପରାଧେମାଗି ଥିଲି କ୍ଷମା, ପୁଣି ପଡ଼ିଛି ତା ଗ୍ରାସେ ।କହ କହ ପ୍ରଭୁ ସରି ନ ଥିବ କି ତବପତିତ-ପାବନୀ କୃପା କ୍ଷମି ବାରମ୍ବ ।ର ?କେମନ୍ତେ ମାଗିବି ପୁଣି କ୍ଷମ । ଅଭିନବ ?ବଳି ପଡ଼ିଛି ମୋ ପାପ ସୀମା କରୁଣାର ।ମହା ଘୋଷେ ତହୁଁ ଜିଣି ମହାନ୍ ଅର୍ଣ୍ଣବସ୍ଫୁରିଲା ପ୍ରଭୁଙ୍କ ବାଣୀ ମହା ମହୋତ୍ସବ;“ମାନବର ମାନ ଦଣ୍ଡେ କଳିବୁକି ଜୀବଚରମ ସୀମାନ୍ତ ମୋର ପ୍ରେମ କରୁଣାର ?ନିଃଶଦ୍ଦେ ମୋ କ୍ଷମା-ସିନ୍ଧୁ ଜଳେ ବୁଡ଼ିଯିବ,ଫିଙ୍ଗି ଦେରେ ମେରୁସମ ତୋର ପାପଭାର ।”
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର