ଅତୀତ
ମଧୁସୂଦନ ରାଓ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ବସନ୍ତ ଗାଥା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୭
- ସ୍ଥିତି
- ସାର୍ବଜନୀନ (Public domain)
ଚାଲୁ ଚାଲୁ ମହାଦୀର୍ଘ ଜୀବନର ପଥେ ।କେତେ ଥର ରେ ପରାଣ ଅନାଉ ପଛକୁ ?ଶୈଶବ ଯୌବନ ରାଜ୍ୟ ବୁଲୁ ମନୋରଥେ ।ସ୍ୱପ୍ନ-ଯାତ୍ରୀ ପ୍ରାୟେ ସତ୍ୟ ମଣି ତୁ ମିଛକୁ ।କାହାକୁ ଭିଡ଼ୁ ତୁ ହୃଦେ ସହସ୍ର ଶପଥେ ?ପାଏ କି ସେ କେବେ ତୋର ଆକାଙ୍କ୍ଷା-କଛକୁ ?ମଳିନ ଆବିଳ ସବୁ ଅତୀତ ଜଗତେ ।କାହୁଁ ତୁ ପାଇବୁ ତହିଁ ଶାଶ୍ୱତ ସ୍ୱଛକୁ ?ଏସନେ ଭାଳିଲି ଦିନେ ବସି ନିକାଞ୍ଚନେ;ସହସା ପଶ୍ଚାତୁଁ କିଏ ଯେହ୍ନେ କେଶ ଟାଣିକହିଲେ ପ୍ରଭାବେ ପରାଭବି ମୋ ଚିନ୍ତନେ,“ସ୍ୱଚ୍ଛ ପ୍ରେମ ମନ୍ଦାକିନୀ ବହାଇଛି ଆଣିସଦା ତୋ ଜୀବନେ ଯେହ୍ନେ ସ୍ୱରଗ ଭୁବନେ;ତୁ ତହିଁ କଳୁଷ ମିଶାଇଛୁ ଜାଣି ଜାଣି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର