ପଦ୍ମକଳ୍ପ
ଭୀମ ଭୋଇ · ଭାଗ ୨ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ଅଧ୍ୟାୟ
ଶିରେ କରଯୋଡ଼ି ପଦ୍ମପାଦେ ପଡ଼ି ପୁଚ୍ଛିଲା ବିନୟ ହୋଇ;କେତେଦିନେ ଶେଷ ହେବ ଅମରୀଶ ଏକଥା କହ ଗୋସାଇଁ ।ଶୁଣ ଯୋଗମାୟା ପଚାରିଲୁ ଯାହା ଅମରୀଶର ବୃତ୍ତାନ୍ତ,ଆମ୍ଭ ପାଦଛୁଇଁ ନିୟମ ତୁ କର କାହିଁ ନ କରିବୁ କ୍ଷାତ ।କଳିଶେଷ ଯିବ ସତ୍ୟଯୁଗ ହେବ କେହି ନ ପାଇବେ ଅନ୍ତ,ସିଦ୍ଧ ସାଧୁମାନେ ସେ କଥା ଜାଣିବେ ଶୁଣ ତହିଁର ତଦନ୍ତ ।ଦ୍ୱାଦଶ ନକ୍ଷତ୍ର ସଙ୍ଗେ ବୃହସ୍ପତି ଯେଉଁ ଦିନ ଯୋଗ ଜାଣ,ସେହିଦିନ ଶେଷ ହେବ ଅମରୀଶ ଏ କଥା ଅଟେ ପ୍ରମାଣ ।କି ଅଭାଗ୍ୟ ମୋର ଅଟେ ଦୁରାଚାର ଗୁପତ କରିଲ ମୋତେ,ବୃହସ୍ପତି ଯୋଗ ଠିକ ନ କହିଲ ମାୟା କଲ କି ନିମନ୍ତେ ।ଗୁରୁଦେବ ସ୍ୱାମୀ ବୁଝାଇ ବହିବା ପଦ୍ମପାଦେ ସେବା ଯହୁଁ,ଆଦି ବ୍ରହ୍ମଙ୍କର ଭକତି ଦେଖିଣ ଦୟା କଲେ ମହାବାହୁ ।ଅଠଚାଳିଶରେ ଏ କଥା ହୋଇବ ନିର୍ଣ୍ଣୟ ବଚନ ଏହି,କାହିଁ ନ କହିବୁ ଶ୍ରୀମୁଖ ବଚନ ପଦ୍ମପାଦ ଥାଅ ଛୁଇଁ ।ଆହୁରି କଥାଏ ପଚାରିବି ସ୍ୱାମୀ ସନ୍ଦେହ ଲାଗିଲା ମୋତେ,ପିତା ଥାଉଁ ପୁତ୍ର କେମନ୍ତେ ବ୍ରହ୍ମାଣ୍ଡ ସମ୍ଭାଳିବ ଅନମତେ ।ଚନ୍ଦ୍ର ଥାଉଁ ତାରା କେମନ୍ତେ ଉଜ୍ଜ୍ୱଳ ଜଳ ଥାଉଁକି ତୁଷାର,ଆତ୍ମା ହିତକାରୀ ପରମ ପୁରୁଷ ଫେଡ଼ ସଂଶୟ ମୋହର ।ଶୁଣ ଯୋଗମାୟା ପଚାରିଲୁ ଯାହା ହେତୁ କର ତୋର ମନେ,ଅବିନାଶୀ ବ୍ରହ୍ମ ପରମ ପୁରୁଷ ଆଜ୍ଞା ଦେଲେ ଅନୁକ୍ଷଣେ ।ଜାଗ୍ରତ ଘରକୁ ଜଗି ମାରକଣ୍ଡ ଗୁରୁ ଆଜ୍ଞା ଶିରେ ବହି,କେଉଁପରି ତାଙ୍କୁ ମହୀ ସମର୍ପିଲି ଶୁଣ ହେତୁ ଚେତା ଦେଇ ।ରାମଚନ୍ଦ୍ର ଦେବ ସାତ ଅଙ୍କଠାରେ ଗୃପତେ ଚେତିଣ ଥିବୁ,ଦେଖିବୁ ସାକ୍ଷାତେ ବ୍ରହ୍ମଚର୍ଯ୍ୟ ବ୍ରତ ତେବେ ତୁହି ପ୍ରତେ ଯିବୁ ।ବସୁ ଅଙ୍କେ ପୁଣି ଦେଖିବୁ କରଣୀ ବେନି ନେତ୍ରୁ ବହିବାରି,ଚେତି ରହିଥିବୁ ଚେତନା ପଥରେ ଅସ୍ତ୍ରଶସ୍ତ୍ର କରେ ଧରି ।ଉଠିବ ଦମନ ପୂର୍ବଦିଗେ ରଣ ମୁଣ୍ଡମାଳ ଯିବ ଗଡ଼ି,ଗୃପତରେ ଖେଳ କରିବେ ଦେଖିବୁ କରେ ଧରିଥିବେ ବାଡ଼ି ।ଶୁଭିବ ଶବଦ ଉତ୍ତର ଦିଗରେ ମେଷ ମାସ ଆଦ୍ୟ ଭାଗେ,କୋପାନଳ ହୋଇ ଋଷି ମାରକଣ୍ଡ ଶତ୍ରୁକୁ ନାଶ କରିବେ ।କେହି ନ ଜାଣିବେ ଏଥିର ସନ୍ଦେହ ଜାଣିବେଟି ମହାମାଈ,ଆଜ୍ଞା ମାଗୁଥିବେ ଶିରେ କରଯୋଡ଼ି ଦୁଷ୍ଟଙ୍କୁ ଦଳିବାପାଇଁ ।ଚେତି ଭଜୁଥିବେ ଚେତନା ଭଗତ ଚାରୁ ଚରଣକୁ ଧ୍ୟାୟି,ଚଞ୍ଚଳ ମନକୁ ନିଶ୍ଚଳ କରିଣ ଅନାହତ ଦ୍ୱାରେ ଥୋଇ ।ଚବିଶ ଚାରିକୁ ମିଶାଇ ପାରିଲେ ଚେତି ଦେଖିବୁ ସେ ଖେଳ,ଅପଳା ପରାଏ ଗତି କରୁଥିବେ ଚଉଦିଗରେ ଚହଳ ।ଚମକି ନ ପଡ଼ି ଚିଆଁ ଚଇତନେ ଚେତନାରେ କର ଠାବ,ଭଗତଙ୍କ ସଙ୍ଗେ ଖେଳ କରୁଥିବେ ଏକାଙ୍ଗରେ ବାସୁଦେବ ।ଖଣ୍ଡଗିରି ଗୁମ୍ଫା ଭିତରେ ଭଗତ ବ୍ରହ୍ମରୂପ କରିଧ୍ୟାୟି,ବିଜୟେ ଅନାଦି ଭକ୍ତଙ୍କ ନିମନ୍ତେ ବୈଷ୍ଣବ ବେଶକୁ ବହି ।ଚିହ୍ନି ସିଦ୍ଧ ସାଧୁଚରଣେ ଲୋଟିବେ ଚେତନାରେ ମାରକଣ୍ଡ,ଚଉରାଳିଶରେ ବିଜୟେ ଶ୍ରୀଗୁରୁ ରକ୍ଷା ହୋଇବ ବ୍ରହ୍ମାଣ୍ଡ ।ଅନହତ ଧୂନି ସେଠାରେ ପକାଇ ହତ ହୋଇବଟି କାଳ,ଉଦୟ ବଟର ପାରୁଶରେ ସର୍ବ ଭୁକ୍ତ ହୋଇବେଟି ମେଳ ।ଚାରିଦିଗ ଯାକୁ ଯେତେକ ଭଗତ ଆସିଣ ହୋଇବେ ମେଳ,ପ୍ରଭୁଙ୍କ ଚରଣେ ଖଟିବେ ସକଳ ପୃଥ୍ୱୀରେ ହେବ ଚହଳ ।ମଞ୍ଚପୁରୁ ଋଷି ଆସିବେ ପ୍ରଭୁ ଦର୍ଶନ ପାଇ ।ଛାୟା ସ୍ଥିତିକରି ଭଗତ ତହିଁ ଥିବେଟି ଚାହିଁ,ଯମୁନା ନଦୀରୁ ଧାରେକ ନିଶ୍ଚେ ଆସିବ ବହି ।ସ୍ନାନ କରୁଥିବେ ଭଗତେ ମନ ଆନନ୍ଦ ହୋଇ,ଝାଡ଼ଗିରି ଗୁମ୍ଫା ମଧ୍ୟରେ ଲାଗିଥିବ ଭଜନ ।ଝଲମଲ ଜନ ପ୍ରକାଶ ବିଜେ ଗୁରୁ ରାଜନ,ନାରାୟଣ ଖେଳ କରିବେ ଭକ୍ତଗଣଙ୍କୁ ଘେନି ।ଲୀଳା କରୁଥିବେ ଶ୍ରୀଗୁରୁ ତହିଁ ଦିବା ରଜନୀ ।ଅମ୍ରବତୀ ସର୍ବ କୋଣରୁ ଠାବ କରିବୁ ଥାଇ,ଠାରି ପଦ୍ମକଳ୍ପେ କହିଲେ ଭୀମ ଅରୂପ ଧ୍ୟାୟି ।
ସପ୍ତମ ଅଧ୍ୟାୟ
କଥାଏ ପୁଚ୍ଛିବି ଶ୍ରୀଗୁରୁ କ୍ଷମା କରିବେ ଦୋଷ,କରୁଣା କଟାକ୍ଷେ ଚାହିଁଲେ ପାପ ହୋଇବ ଧ୍ୱଂସ ।ମାରକଣ୍ଡଙ୍କର ଅଠର ମନେ ସନ୍ଦେହ ହେଲା ।ମହାଋଷିଙ୍କର ଏ ଅଙ୍କ ସ୍ୱାମୀକାହୁଁ ଅଇଲା,ଆଦି ଭକ୍ତିଭାବ ଜାଣିଲେ ଯୋଗ ଭୋଗ ରାହାସ ।ଆଦ୍ୟ ଯୋଗ ଭୋଗ କହିଲେ ତହୁଁ ଶୂନ୍ୟ ପୁରୁଷ,ଅଖଣ୍ଡ ଧ୍ୟାଇଣ ନିତି, ଅଣାକାର ବ୍ରହ୍ମେ ଭକ୍ତିଅରୂପ ବ୍ରହ୍ମକୁ ସେହୁ ପରଚେ କରି ।ଅନହତ ବ୍ରହ୍ମଧୂନୀ, ଜାଗ୍ରତେ ପକାଇ ପୁଣିଅହର୍ନିଶ ଜଗି ଧୂନୀ ଜାଳନ୍ତି ବେନି ।ଆଦ୍ୟ ଯୋଗ ଅଟଇ ଏହି ।ଦ୍ୱାଦଶ ବରଷେ ଧୂନୀ ଶିଖା ଦିଶଇ ।ଉଜାଣି ବହେ ମରତ, ଧୂନୀ ବିରାଜେ ତୁରିତ,ଚତୁର୍ବିଂଶ ଅଙ୍ଗୁଳିରେ ଉଠଇ ତେଜ ।ହେତୁକରି ମୂଳକ୍ଷର, ଚତୁର୍ଦିଗେ ହେତୁକର,ଯୋଗ ଘରେ ବ୍ରହ୍ମଧୂନୀ ଦିଶଇ ତେଜ ।ଅବନା ମନ୍ଦିରେ ବିହାର ।ତାଙ୍କ ପାଦେ ସେବା ଭକ୍ତି କର ସତ୍ୱର ।ସେ ଧୂନୀର ତେଜ ଆସେ ନ ରହି ପାରନ୍ତି ପାଶେ,ବ୍ରହ୍ମଧୂନୀ ତାହାକୁଟି ବୋଲିଣ କହି ।ସେ ଧୂନୀ ପକାଇ ମର୍ତ୍ତ୍ୟେ ଜାଗିଛନ୍ତି ଅନମିତେ,ବ୍ରହ୍ମଚର୍ଯ୍ୟ ଆଜ୍ଞାଶିରେ ଅଛନ୍ତି ବହି ।ଏ ଧୂନୀ ଯେବେ ପଡ଼ିବ ।ମାରକଣ୍ଡ ଅଷ୍ଟାଦଶ ତେବେ ହୋଇବ ।ପରମ ପାଦ ସେବିଣ ପଞ୍ଚତତ୍ତ୍ୱ ପକାଇଣ,ପାପୀ ପାପ ନାଶ ଅର୍ଥେ ଜଗାଇ ଧୂନୀ ।କଟାଇ ବ୍ରହ୍ମ ପଳୟ ବ୍ରହ୍ମଯୋଗୀ ଯିବେ କ୍ଷୟ,ତେତେବେଳେ ଜୟ ହେବ ସେ ବ୍ରହ୍ମଧ୍ୱନୀ ।ପୂର୍ଣ୍ଣବ୍ରହ୍ମ ରୂପେ ମୂରତି ।ସତ୍ୟାଦି ସାଗର ଧୂନୀ ହେବ ଉତ୍ପତ୍ତି ।ଚେତନା ଭକତ ଗଣ ଚିନ୍ତିବେ ପ୍ରଭୁ ଚରଣ,ଗୁରୁ ଚରଣକୁ ଭକ୍ତେ କରିବେ ସେବାଚେତିଥିବେ ଚିତ୍ତେ ତୋର ଚବିଶ ଚାରି ଅକ୍ଷର,ସଂଯୁକ୍ତ କରାଇ ପାନ କରିବ ଯେବା ।ଚାହିଁଥିବୁ ଯୁଗ ଶେଷରେ ।ଚପଳା ପରାୟେ ଗତି କରି ମହୀରେ ।ଫଣି ବକଳ ପରାୟ ଅଙ୍ଗକୁ କରିଣ ଥୟ ।ଆତ୍ମା ଧ୍ୟାନ କରି ଭକ୍ତେ ବଞ୍ଚିବେ ଦିନ ।ଅଣସାଧନା ସାଧିବେ ଅମାର୍ଗ ପଥେ ଭ୍ରମିବେଅଲୌକିକ କଥାମାନ ହେବ ଘଟଣ,ଅଣଞ୍ଚାଶ ବାରିଣ ଥିବୁ ।ଆତ୍ମା ପରତେ ହୋଇଲେ ତେବେ ପାଇବୁଆସନ ବନ୍ଧ ଯୋଗରେ ଆଦ୍ୟ ଅକ୍ଷର ମଧ୍ୟରେ,ଓଁ କାର ପରତେ କଲେ ମିଶିବ ତହିଁ ।ବିନ୍ଦୁ ଅକ୍ଷର ଅଟଇ ସତ୍ପାତ୍ମିକ ସେହୁ ହୋଇ,ପରମ ବ୍ରହ୍ମକୁ ଯେଉଁ ଯୋଗୀଏ ଧ୍ୟାୟି ।ସେହି ଯୋଗୀ ନେତ୍ରେ ଦେଖିବ ।କଳି ଯୁଗରେ କଳଙ୍କି ଖେଳ କରିବ ।ଦୁର୍ବାସା ଶୁକ ସୌନକ ଭୁଷଣ୍ଡ ଗରୁଡ଼ ଦେଖ,ରୋମାଞ୍ଚ ଋଷି ମଚ୍ଛିନ୍ଦ୍ର ଜ୍ୟୋତି ଏତେକ,କୁମ୍ଭ କପିଳ ଏ ମୁନି ଭରଦ୍ୱାଜ ମିଶି ତିନି,ଭରତ ସଙ୍ଗତେ ଥିବେ ଜାଣିଥା ଠିକ ।ବ୍ରହ୍ମପାଦେ କରି ଭଗତି ।ପ୍ରଳୟ ଯୋଗ କଟାଇ ହୋଇବେ ସ୍ଥିତି ।ବଶିଷ୍ଠ ଥିବେ ସଙ୍ଗତେ ପ୍ରେମ ରାସ କର ନିତ୍ୟେକଶ୍ୟପଏ ଋଷି ଆଦି ଯେତେ ଅଛନ୍ତି ।କଳଙ୍କି ଖେଳକୁ ଯିବେ ପ୍ରଭୁ ସଙ୍ଗତେ ଖେଳିବେଚିହ୍ନିଥିବୁ ଗୃପତରେ ଶୁଣ ଭାରତୀ ।ଗୋପପୁରେ ଯେତେକ ଗାଈଗୁପତରେ ଜନ୍ମିଛନ୍ତି ଶୁଣିଥା ତୁହି ।ନିତ୍ୟସ୍ଥଳୀ ଯେଉଁ ରାଧା ନାହିଁ ଜନ୍ମ ମୃତ୍ୟୁ ବାଧାନିଷ୍କାମ ଭଗତି ସେହି ଅଟଇ ଗୁଣନିଶ୍ଚୟେ ବିଶ୍ୱ ରୂପିଣୀ ନିରାଧାର ଅଟେ ପୁଣିନିତ୍ୟ ସ୍ଥଳୀର ମଧ୍ୟରେ ଅଛଇ ପୁଣ ।ନବୀନ ସେ ରୂପ ମୂରତି,ନିରାଧାରରେ ଚିହ୍ନିବୁ ଶୁଣରେ ସତି ।ସୁଦାମ ଦାମ ସୁବଳ ଆବର ମଧୁ ମଙ୍ଗଳପାଞ୍ଚଜଣ ପଞ୍ଚସଖା ଚାରି ଯୁଗରେ ।ଗୁପ୍ତରେ ଖେଳ କରିବେ ପ୍ରଭୁଙ୍କ ପାରୁଶେ ଥିବେବାଳ ଅରୁଣ ପ୍ରାୟେକ ତେଜ ସଧୀରେ ।ବିଶ୍ୱାବସୁ କୁଳରେ ଜାତକଳିଯୁଗରେ ଚିହ୍ନିବୁ ଦେଲି ସଙ୍କେତ ।କରିବେ ସଭା ସଙ୍ଗତି ମଧ୍ୟେ ବିଜେ ଦାଶରଥିକପିତ ସତେ ଉପରେ ବଟ ନିକର ।କାହିଁନ କହିବୁ ତୁହି ପାଦପଦ୍ମ ଥାଅ ଛୁଇଁଗୁପତ କଳଙ୍କ ସଭା ହେବ ସତ୍ୱର ।ଶୂନ୍ୟ ଗାଦି ପାବଚ୍ଛ ତଳେନିଶ୍ଚୟ ସଭା ହୋଇବ ନବ ଅଙ୍କରେ ।ନବ ଋଷି ଥିବେ ପାଶେ ନବୀନ ମୂରତି ବେଶେନିତ୍ୟସ୍ଥଳୀ ରାଧା ଥିବେ ନିଜ ସଦନେ ।ଦେବ ଋଷି ରାଜ ଋଷି ବ୍ରହ୍ମ ଋଷି ଥିବେ ବସିଗରୁଡ଼ ଆସିଣ ଥିବ ଶୂନ୍ୟ ଭୁବନେ ।ଗୁପତେ ତୁ ଚେତିଣ ଥିବୁ,ଗାଢ଼ ଭଗତମାନଙ୍କୁ ତେବେ ଦେଖିବୁ ।ଗିରି ଗୋବର୍ଦ୍ଧନ ପୁରି ଦିଶିବ ସଭା ମଣ୍ଡଳୀଗୋପ ଗୋବର୍ଦ୍ଧନ ସଭା ହେବ ତିଆର ।ତିନି କ୍ରୟ ଲୋକ ଯେତେ ଆସି ମିଳିଣ ସମସ୍ତେପଦ୍ମ ପାଦେ ସେବା ସେ କରିବେ ନିକର ।କରୁଣା ସାଗର ଅନାଦି,କଳିକାଳ ପାପଭାରା ଦେବଟି ଛେଦି ।ସକଳ କଥା ସମ୍ଭବ ଲକ୍ଷ ଯେ କ୍ଷଉଣୀ ହେବଶୂନ୍ୟ ବାସୀଙ୍କର ଖେଳ ଏପରି ଜାଣ ।ଲକ୍ଷେ ବୀରମଣି ଥିବେ ଚିହ୍ନିବୁ ଗୃପତ ଭାବେମହା ନିତ୍ୟପରି ସଭା ହେବ ଘଟଣ ।ଶୂନ୍ୟ ବାସୀଙ୍କର ଆଜ୍ଞାରେ,ସକଳ ସମ୍ଭବ ହେବ ଲକ୍ଷ ଯୋଗରେ ।ବାଉନ ପ୍ରସ୍ଥ ସନ୍ନ୍ୟାସୀ ଖଟିବେ ସମସ୍ତେ ଆସିସ୍ୱର୍ଗ ମର୍ତ୍ତ୍ୟ ଯେ ପାତାଳ ଏ ତିନିପୁର ।ଯେଉଁ ପୃରୁ ଯେଉଁ ଲୋକ ସମସ୍ତେ ପ୍ରଭୁ ସେବକଚରଣ ତଳେ ଶରଣ ଅଶେଷ ବାର ।ପାପୀ ପାପ କରିବେ ନାଶ,ବେନି ନେତ୍ରେ ଦେଖିବୁ ପରମ ପୁରୁଷ ।ଶୂନ୍ୟ ବାସୀଙ୍କର ଖେଳ ବ୍ରହ୍ମାଣ୍ଡେ ହେବ ଚହଳଏକୋଇଶପୁର ଲୋକ ଆସିବେ ସର୍ବେ ।ଦର୍ଶନ କରି ଅରୂପ କଟାଇବେ ଗତ ପାପଲକ୍ଷ ନିଧି ପରିପୂର୍ଣ୍ଣ ହୋଇବ ତେବେ ।ମହାନିତ୍ୟ ଖେଳ ହୋଇବ,ମହିମାଙ୍କ ନିତ୍ୟସ୍ଥଳୀ ଏ ରୂପେ ହେବ ।ବ୍ରହ୍ମତତ୍ତ୍ୱ ପରିପୂର୍ଣ୍ଣ ବିଜୟେ ପରମ ବ୍ରହ୍ମବୃନ୍ଦାବନ ରାସସ୍ଥଳୀ ଦିବ୍ୟ ସୁନ୍ଦର ।ସ୍ୱର୍ଗପୁର ପଟାନ୍ତର ଯହିଁ ନୋହିବ ସୁନ୍ଦରଅରୂପ ବ୍ରହ୍ମ ମୂରତି ବାଳ କୁମର ।ଚିହ୍ନିବୁ ତୁ ହେତୁ ପ୍ରସଙ୍ଗେ,କଳଙ୍କ ନ ଥାଇ ଯେବେ ତୋହର ଅଙ୍ଗେ ।ବେନି ନେତ୍ରରେ ଦେଖିବୁ ପୂର୍ବ ପାପକୁ ନାଶିବୁନିଶ୍ଚୟ କଥା ଏବେ ମୁଁ କହୁଛି ସତ୍ୟ ।ମିଥ୍ୟା ନୁହଇ ଏ ଗିର ଆପଣାମନେ ବିଚାରଅରୁପା ନନ୍ଦଙ୍କ ପାଦେ ଦେଇଣ ଚିତ୍ତ ।ଅଣରୂପେ ଆଶ୍ରେ କରିଛି,ଅବ୍ୟଗତ ବ୍ରହ୍ମବିନୁ ନ ଜାଣେ କିଛି ।
ଅଷ୍ଟମ ଅଧ୍ୟାୟ
ଅରୁପ ବ୍ରହ୍ମଙ୍କ ପାଦେ ଭକ୍ତି କର ଅପ୍ରମାଦେଜଣାଇଲା ପାଦେ ସତୀ ବିନୀତ ହୋଇ ।କେଉଁ ଠାରେ କେତେ ସୈନ୍ୟ କହିବା ହେଉ ଅପଣକଳିର ଭାରତ କଥା ଶୁଣିବି ମୃହିଁ ।କର କର କାରଣ ମୋତେ ।କୃପା ନୟନେ ଚାହିଁଲେ ମୁକ୍ତି କିଞ୍ଚିତେ ।କଳୁଷ ନାଶନ କର ଆହେ ବ୍ରହ୍ମାଣ୍ଡ ଠାକୁରକଳ୍ପଣା ତୁଟିବ ମୋର କର୍ଣ୍ଣେ ଶୁଣିଲେ ।କହିବା ହେଉ ଆପଣ କିରୁପେ ହୋଇ ବାରଣସଂଗ୍ରାମ ହୋଇବ କେବେ କେଉଁ ଦିନରେ ।କହ ପ୍ରଭୁ ନିର୍ଣ୍ଣୟ କରି ।କଳିର ଭାରତ ମୋତେ କହ ହେ ହରି ।କୃପାଳୁ ଦୟା ସାଗର କୃପା ମୋତେ ବାରେ କରକେତେ ଭାଗ କାହାର ଯେ କେବଣଠାରେ ।କେ ଥିବ ସାରଥି ତହିଁ ଯୁଦ୍ଧେ ଅଗ୍ରସର ହୋଇସାଜ ସାଜ ସୈନ୍ୟ ବୋଲି ଡାକି ସତ୍ୱରେ ।କେତେ ଲୋକ ହୋଇବେ ହତ ।କରଯୋଡ଼ି ଜଣାଉଛି କହ ଅଚ୍ୟୁତ ।କେ ଅଦା ସାରଥି ହେବ କହ ପ୍ରଭୁ ବାସୁଦେବକିଞ୍ଚିତେ କରୁଣା କର ଦୟା ସାଗର ।କମଳ ଚରଣ ଧରି କରୁଛି ବାରେ ଗୃହାରିବୁଝାଇ କହିବା ମୋତେ ହେ ଅଣାକାର ।କର କର କାରଣ ମୋତେ ।କଟାକ୍ଷ ବଚନ କହ ଯିବି ପରତେ ।କହିଥିଲି ଯେତେବେଳେ କଳୁଷ ନାଶିବି ହେଲେକହୁଥିଲ ପରା ତୁମ୍ଭେ କଟୁ ବଚନକଳିଙ୍କି ବେଳର କଥା କହି ତୁଟା ମନ ବ୍ୟଥାକୃପାଳୁ ଦୟା ସାଗର ହେ ପୂର୍ଣ୍ଣ ବ୍ରହ୍ମ ।ଶୂନ୍ୟ ପ୍ରଭୁ ପାଦେ ବିନତି ।କୃପା ନେତ୍ରେ ଚାହିଁ ପ୍ରଭୁ କର ମୁକତିହେ ଦୀନବାନ୍ଧବ ହରି ହରଷେ କର ବିସ୍ଥାରିହାନିଲାଭ ସର୍ବ କଥା ତୁମ୍ଭଙ୍କୁ ଜଣା ।ହରଷ ବଦନ ନାଥ ବଚନ କଲ ବ୍ୟକତହଟହଟ ନିନ୍ଦା ସୁତି ଯେବେ ଘଟଣା ।ହରଷରେ କୁହ ଶ୍ରୀହରି ।ହତ ଆହତ ଯେତେକ ସିନା ତୁମ୍ଭରି ।ଶ୍ରୀ ଅନାଦି ଉବାଚଶୁଣ ଆଗୋ ଯୋଗମାୟା ସ୍ୱରୂପ ବଚନ ଯାହାସୈନ୍ୟମାନଙ୍କ ବୃତ୍ତାନ୍ତ କହିବା ତୋତେ ।ସାତଶ ବାର କ୍ଷଉଣୀ ଗଙ୍ଗାକୂଳେ ଥାଅ ଜାଣିଜଗିଛନ୍ତି ଭଦ୍ରସେନ ତାଙ୍କୁ ଗୁପତେ ।ଧୃତରାଷ୍ଟ୍ର ଅଟନ୍ତି ସେହି,ଐଶାନ୍ୟ କୋଣରୁ ବଳ ଆସିବେ ବହି ।ଶ୍ରୀକ୍ଷେତ୍ର ବର ନିକଟ ଖଣ୍ଡଗିରି ଉଦେ ବଟସେହିଠାରେ ସୈନ୍ୟ ତାର ରଖିବ ନେଇ ।କହିଲି ମୁଁ ଏହା ତଥ୍ୟ କେହି ନ ପାଇଲେ ଅନ୍ତମାରକଣ୍ଡକୁ ତଦନ୍ତ ଜଣା ପଡ଼ଇ ।ଶୁଣିଥାଥ ଆମ୍ଭ ମୁଖରୁ ।ପାଞ୍ଚ କ୍ଷୌଣୀ ସୈନ୍ୟ ଆସି ଚୀନାଦେଶରୁ ।ନକୁଳ ଥିବେ ସାରଥି କୁନ୍ତମୁନ କରେ ସ୍ଥିତିପ୍ରବେଶ ହୋଇବ ସେହୁ ସେହି ସ୍ଥାନରେ ।ସୈନ୍ୟ ସେନା ଥିବେ ଗୁପତେ ।ଗୋବର୍ଦ୍ଧନ ଗିରି ତୋଳା ପାଇବେ ପଛେ ।ସମ୍ୱଲପୁରେ ସଇନ୍ୟ ଲକ୍ଷେ ବୀରପତି ପୁଣସଭା ମଣ୍ଡାଇବେ ତହିଁ ନିତ୍ୟ ରାଧିକା ।ଲକ୍ଷ୍ମୀ ବିଜେ କରିଥିବେ ନିଯୋଗାଇ ପଡ଼ି ଦେବେନିର୍ଣ୍ଣୟ ବଚନ ଏହୁ ଜାଣିଥା ଏକାନୁହଇ ଏ ମିଥ୍ୟା ଭାଷଣ,ଏକାଦଶେ ଏହି ସଭା ନିଶ୍ଚୟ ଜାଣ ।ରେଙ୍ଗୁନ ଦେଶ ସାରଥି ଆସିବେଟି ତିନିମୂର୍ତ୍ତିପରିଚୟ ଦେଇ ଯିବେ ଆଠ ଅଙ୍କରେ,ଶୁଣି ମାରକଣ୍ଡ ତୋଷ କରନ୍ତି ଭାବ ରହସ୍ୟଶୁଣିଥା ଗୁପତ କଥା କହିଲୁ ତୋରେ ।ତାଙ୍କୁ ଜଣା ସକଳ ସୈନ୍ୟତାଙ୍କ ଉପଦେଶେ ହେବ ଘୋର ସଂଗ୍ରାମ ।ଫିରିଙ୍ଗିଙ୍କ ସୈନ୍ୟ ଯେତେ ଶୁଣିଥାଅ ଅନମିତେଦ୍ୱାଦଶ କ୍ଷଉଣୀ ତାଙ୍କ ଗଣନା ସାଜେ,ପଦାତି ଚାରି କ୍ଷଉଣୀ ସେନାପତି ବେନି ପୁଣିଯାନ ବିମାନରେ ଛଡ଼ କ୍ଷଉଣୀ ବିଜେ ।ଗୋରୁମୁଖ ପ୍ରାୟେ ବଦନ,ନକ୍ର ନାକ ପରା ଏକ ଦିଶେ ଘଟଣ ।ଧବଳ ବର୍ଣ୍ଣ ସାରଥି ଅଟଇ ଯେଉଁ ପଦାତିଶୁତ୍ର ମନ୍ତ୍ରୀ ସେହି ଅଟେ ତ୍ରେତା ଯୁଗେଣ ।ତାହାକୁ ଜାଣ ଗୁପତେ ପ୍ରଥମେ ପଶିବ କ୍ଷେତ୍ରେଅତି ଅଦଭୁତେ ସେହୁ କରିବ ରଣ,ସେହିଦିନ ବାର ହଜାର,ହତ ହୋଇବେ ସଇନ ବୁଝ ନିକର ।ସେହିଦିନ ବୃହସ୍ପତି ବାଳକ କରିଣ ସ୍ଥିତିମକର ମାସ ଦଶମୀ ଧନୁ ଲଗ୍ନରେ ।ଖଣ୍ଡଗିରି ଠାରୁ ସୈନ୍ୟ ବାହାର ହୋଇବେ ଜାଣପ୍ରବେଶ ହୋଇବେ ଯାଇ ଚଉଦ୍ୱାରରେ,ଗୁପତରେ ଅଛନ୍ତି ରହିକଳଙ୍କିର ସୈନ୍ୟମାନେ ଯାଣିଥା ତୁହି ।ହେବ ମହା ଘୋର ରଣ ହାରିବେ ଫିରଙ୍ଗି ସୈନ୍ୟଚାରିଲକ୍ଷ ହତ ହେବେ ଦେଲୁଁ ବୁଝାଇ ।ଏପରି ହୋଇବ ଗୋଳ ସଂଗ୍ରାମ ହେବ ପ୍ରବଳଥରହର ହୋଇ କମ୍ପୁଥିବ ଏ ମହୀବୃକୋଦର କରିବେ ହତ,ପଳାଇବେ ରଣଛାଡ଼ି ସୈନ୍ୟ ସମସ୍ତ ।କୃଷ୍ଣ ଅବତାର ତୁଲେ ଅର୍ଜୁନ ସୈନ୍ୟ ସକଳେମିଳିବେଟି ବଟମୁଳେ ବେନି ହଜାର,ମହାବୀର ଧନୁର୍ଦ୍ଧର କରିବେ ଘୋର ସମରତେରଲକ୍ଷ ସୈନ୍ୟ ସେହୁ କରିବେ ଚୂରସ୍ୱର୍ଗ ମର୍ତ୍ତ୍ୟ ତିନିପୁରରେ,ନୋହିବେଟି କ୍ଷତ୍ରୀ ସମ ତାଙ୍କ ସଙ୍ଗରେ ।ଜଗନ୍ନାଥ ଅବଧୂତ ନକୁଳ ଘେନିଣ କୁନ୍ତଆଦି ସୁରଭିଙ୍କ ସଙ୍ଗେ ଚଣ୍ଡୀ ଚାମଣ୍ଡା,କାନ୍ତାନି ଗଣ ମିଶିବେ ରଣେ ସୈନ୍ୟ ବିନାଶିବେଏକଲକ୍ଷ ସୈନ୍ୟ ସେହୁ କରିବେ ଗୁଣ୍ଡାରାମ ଅବଧୂତ ସଙ୍ଗରେ,ହିନୁ ଅବଧୂତ ଥିବେ ବାମ ପାଶରେ ।ବାରଲକ୍ଷ ଯେ ପଦାତି କ୍ଷଣକେ ନାଶି ମାରୁତିପଦାଘାତେ ଟଳ ଟଳ ହେବ ମେଦିନୀ,ସ୍ୱର୍ଗେ ଥାଇ ସୁନାଶିର ଦେଖିଣ ଘୋର ସମରପୁଷ୍ପବୃଷ୍ଟି କରାଇବେ ଅମର ଘେନି,ଧନ୍ୟ ଧନ୍ୟ ତାଙ୍କ ମହିମାକ୍ଷତ୍ରିମାନେ ପଳାଇବେ ଛାଡ଼ିଣ ସୀମା ।ଯଦୁ ଅବଧୂତ ଘେନି ସଙ୍ଗେ ସହଦେବ ବେନିଲକ୍ଷ ଲକ୍ଷ ସୈନ୍ୟ ଘେନି ଯୁଦ୍ଧ କରିବେ,ସାତ ତାଳ ପରିଯନ୍ତେ ନଦୀ ବହିବ ଅଭୁତେକହିଣ ନୁହଇ ସେହି କଥା ପ୍ରସ୍ତାବେ ।ବିନତା ନନ୍ଦନ ଯେ ଥିବ,ସେକାଳର ସମରକୁ ସେହୁ ଦେଖିବ ।(ତହିଁ) ବାଜୁଥିବ ଶଙ୍ଖଧ୍ୱନି (ସୈନ୍ୟ) ଛାଡ଼ି ପଳାଇବେ ପୁଣିନିରାକାର ଅବଧୂତ ସଙ୍ଗେ ଧର୍ମଙ୍କର ସୁତଯୁଦ୍ଧ କ୍ଷେତ୍ରେ ପ୍ରବେଶିବେ ଚଢ଼ି ଣଯାନନବଲକ୍ଷ ସୈନ୍ୟ ଘେନି କରିବେ ସମର ପୁଣିସବୁ ବୀରମାନେ ଦେଖି ହେବେ ନିଃସତ ।ଶୂନ୍ୟ ମାର୍ଗେ ଚଢ଼ିଣ ଯାନ,ଦେଖି ପଳାଇବେ ସେହି ଫିରଙ୍ଗି ସୈନ୍ୟ ।ପାଦେ ଶରଣ ପଶିବ ରକ୍ଷାକର ଗୁରୁଦେବଚରଣ ତଳେ ଶରଣ ଅଶେଷବାର,ଦେଖି ତାହାର କାକୁସ୍ଥ ରକ୍ଷା କଲୁଟି ତୁରିତଶ୍ରୀମୁଖରେ ଅଜ୍ଞା ଦେବେ ପଙ୍କଜ ନେତ୍ରେଶୁଣିଥାଅ ସ୍ଥିର ବଚନ,ଅପୂର୍ବ ରହସ୍ୟ ଲୀଳା ହେବ ଘଟନ ।ପୂର୍ବରୁ ସୁକୃତ ଥିଲା ପାଦେ ପ୍ରଣମିତ ହେଲାତେଣୁ କରି ତାଙ୍କୁ ରକ୍ଷା କରିବେ ଜାଣ ।ଗର୍ଭେ ସମ୍ଭାଳିବେ ନେଇ ଥୟରେ ତାଙ୍କୁ ରଖାଇବ୍ରହ୍ମତତ୍ତ୍ୱ ପରିଚୟ ପାଇବ ପୁଣ ।ପୂର୍ବ ଭାଗ୍ୟ ସୁକୃତ ବଳେ,ମହୀ ଭୋଗ କରିବେ ସେ ବୀର ପ୍ରବଳେ ।ବୀରପଣ ଯେ ତାହାର ନ ଛାଡ଼େ କେବେ ଅସୁରକପଟରେ ଚରଣରେ ଶରଣ ଯିବ ।କହିଲୁଁ ତୋତେ ବିଶ୍ୱାସେ ନିର୍ଣ୍ଣୟ ରଣରେ ପଶେବେନି ଭାଇଙ୍କର ସୈନ୍ୟ ଭାଗ ହୋଇବ ।ଗୁପତରେ ବୁଝିଥା ତୁହି,ଜାତିକୁଳ ଗୋତ୍ର କାର ରହିବ ନାହିଁ ।ହିନ୍ଦୁ ମୁସଲରେ ଜାଣ ହେବ ବନ୍ଧୁ ଭାବ ପୁଣପୁଅ ଝିଅ ଯେତେବେଳେ ସାଦି ହୋଇବେ ।ସେତିକି ବେଳକୁ ତୁହି ଗୁପତେ ବୁଝିବୁ ଯାଇଅମରୀକ୍ଷ ଯୋଗ ମାନ ଆରମ୍ଭ ହେବେ ।ଶକୁନି ଯେ କରିବ ଖେଳ,ଦୁଇ ଭାଇଙ୍କର ସୈନ୍ୟ କରାଇ ମେଳ ।କପଟ କରିଣ ଜାଣ ଶ୍ରେଷ୍ଠ ପଦକୁ ବହିଣଖଳ ଦୁର୍ବଳକୁ ସେହୁ ପାଞ୍ଚିଣ ମନେ ।ବଳି କରିଥିବ ଜାଣ ଅସହ ଯୋଗ ସଇନ୍ୟତପସ୍ୟା କରିଣ ଥିବେ ଭକ୍ତ ସକଳେ ।ଭାବଗ୍ରହୀ ଚରଣ ତଳେ,ମନକୁ ନିବେଶିଥିବେ ଦେଖିବୁ ଡୋଳେ ।ଧର୍ମସୁତ ଯୁଧିଷ୍ଠିର ମନେ ନାହିଁ ଅହଙ୍କାରଅତି ଆନନ୍ଦରେ ଥିବେ ମଉନ ପରି ।ଷଡ଼ଚନ୍ତ୍ର ନବଦ୍ୱାର ମିଶାଇ ଏକା ଅକ୍ଷରତପକରି ରହିଥିବେ ଯୋଗେ ବିହରି ।ନବଅଙ୍କ ମଧ୍ୟ ଭାଗରେ,ତପସ୍ୟା ଯେ ପରିପୂର୍ଣ୍ଣ ହେବ ସତ୍ତ୍ୱରେ ।କରୁ ନ ଥିବ ବାରଣ ଜାତି କୁଳ ଗୋତ୍ର ଜାଣଏକ ଜାତି କରି ସର୍ବେ ଏକ ବେଭାର ।ସେହି ସମୟରେ ପୁଣ ବେନି ଭାଇଙ୍କର ରଣଲାଗିବଟି ଜାଣିଥାଅ ଯୁଗ ଶେଷରେ ।ପରିଚୟ ଦେଲୁ ବୁଝାଇ,ଏମନ୍ତେଣ କେତେଦିନ ଯିବଟି ବହି ।ବହୁତ ଯେ ଘୋଡ଼ାହାତୀ ଅନେକ ବଳ ପଦାତିଦୁଇ ଭାଇଙ୍କର ସୈନ୍ୟ ଆସିବେ ତହିଁ ।ହେବ ରଣ ଗୋଳ ଧ୍ୱନି କମ୍ପିବ ଏହି ମେଦିନୀସେହି କଥାମାନ ମୁଖେ କହି ନୁହଇ ।ସୈନ୍ୟ ସେନା ଯେତେ ଆସିବେ,ବୁଝାଇ କହୁଛି ତୋତେ ଶୁଣ ଗୋ ଏବେ ।ଚାରିଲକ୍ଷ ଅଶ୍ୱ ଜାଣ ଦଶ ଲକ୍ଷ ହସ୍ତୀ ପୁଣସତୁରୀ ଲକ୍ଷ ସୈନ୍ୟ ଦୁଇ ବଳଙ୍କର ।ହେବ ରଣ ଗୋଳ ଧ୍ୱନି କମ୍ପିବ ଏହି ଧରଣୀଟଳ ଟଳ ହେବ ନିଶ୍ଚେ ଜାଣ ସତ୍ୱର ।ଦ୍ୱାଦଶ ବରଷ ଜାଣ ପୃଥ୍ୱୀ ହେବ ରଣ ଭଣଘୋଟକଙ୍କ ପାଦଘାତେ ଧରଣୀ ନାଶ ।ରଣ ଭଣ ହୋଇବେ ନର,ଦେଶମାନ ନାଶଯିବ ବୁଝ ସତ୍ୱର ।କୁଢ଼କୁଢ଼ ଗ୍ରାମମାନ ଭାଙ୍ଗି ହୋଇଯିବ ଚୁର୍ଣ୍ଣଦଶ ପାଞ୍ଚ ଗ୍ରାମ ମଧ୍ୟେ ରହିବେ ଚାରି ।କିବା ବେନି ଜଣ ଥିବେ ମୁଖେ ଶ୍ରୀଗୁରୁ .....ଡାକିବେପାପ ପୁଣ୍ୟ ବେନି କଥା ଚିତ୍ତେ ବିଚାରି ।ପାପ କଥା ଦୂର କରିଣ ।ସତ୍ୟପ୍ରକାଶ କରିବେ ଧ୍ରୁବ ବଚନ ।ପଶ୍ଚିମ ଦେଶ ଭକତ ଥୋକେ ରହିବେଟି ସତ୍ୟବିଷ୍ଣୁ ଅଙ୍ଗୁ ଯେତେ ଜାତ ହୋଇଥିବେକ ।ସେହି ରହିବେ ମହୀରେ ଗୁରୁ ଆଜ୍ଞା ବହି ଶିରେଆଉ ଯେତେ ନରକୁଳ ହୋଇବେ ହତ ।ଗଙ୍ଗା ନଦୀ ସ୍ରୋତ ଶୁଖିବ ।ସତ୍ୟ ସତ୍ୟ ବାଣୀ ଏହୁ ଅଟଇ ଧ୍ରୁବ ।ଡାକି କହୁଛି ବତାଇ ଶୁଣମୋର ବାପ ଭାଇରାମଚନ୍ଦ୍ର ନବଅଙ୍କ ଚେତନା କର ।ଧର୍ମରେ ପରୀକ୍ଷା ହେବ ଧର୍ମ ଯାକୁ ଉଦ୍ଧାରିବସେ ଏକା ରହିବ ସିନା ଧରଣୀ ପର ।ନୋହିଲେ ନାହିଁ ନା ଗତି ଯେବେ ସାହା ଦାଶରଥିରଖିଲେ ରଖି ପାରନ୍ତି କର ମୂଳର ।ଶୂନ୍ୟବାସୀ କରତା ସିନା ।ସତ୍ୟରେ ବନ୍ଧନ ସେହୁ ସତ୍ୟ ଘଟଣା ।ହେ ବ୍ରହ୍ମାଣ୍ଡ ନରକୁଳ ପ୍ରଭୁଙ୍କ ଭଜ ସକଳତିଆରି କହୁଛି ମୁହିଁ ତୁମ୍ଭ ଶ୍ରବଣେ ।ଛନ୍ଦ କୂଟ ମାୟା ଛାଡ଼ ନିର୍ବେଦକୁ କର ଦୃଢ଼ନିଶ୍ଚେ ଏଧରଣୀ ରହିବ ହେ ସୁଜନ ।ଶୂନ୍ୟବାସୀ ଚରଣେ ଧ୍ୟାୟୀ ।ପଦ୍ମକଳ୍ପେ ଭୀମ କହେ କରିବେ ତ୍ରାହି ।