ପଛେ ହଟିଯିବ ଭାଇ
୧୮୯୮–୧୯୬୫
- ସଂକଳନ: ଉଠ କଙ୍କାଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୭୧
- ସ୍ଥିତି
- ସାର୍ବଜନୀନ (Public domain)
ପଛେ ହଟିଯିବ ଭାଇ ?କହିଲା କେ ବୀର ସମ୍ମୁଖ ରଣେ ଯାଇ ।ତିନି ଶତାଧିକ କ୍ଷିପ୍ତ ଯୁବକ ବୁକେଘନ ଘନ କିଏ ଏକା ସଂଗୀତେ ଡାକେଏକା ଝଙ୍କାରେ ବାଜଇ ଶ୍ରବଣ ପାଶେକରବାଳ ଲୀଳା ରଣ ବିଦ୍ରୂପ ହାସେ ।ମହୀରୁହ ସମ ଅଚଳ ଚରଣ ତଳେଶୁଭେ ସଂଗୀତ-“ପଛେ ହଟିଯିବ କି ରେ?“ହଟିଯିବ ପଛେ ସତେଦୁସ୍ତର-ରଣ-ସାଗର-ଫେନିଳ-ପଥେ ?ଗଲେ କେତେ ଜନ କେତେ ରଣତରୀ ବାହିଏଇ ପଥ ଧାରେ ମୁକ୍ତି ରାଗିଣୀ ଗାଇ ।ଏ ତୁଷାର ତଳେ ନତ ଶିରେ କହି କଥାତୁଟାଇଲେ ସବୁ ଜନମ-ଜନମ-ବ୍ୟଥା ।ସମର-ଯଜ୍ଞେ ହୋଇ ଆପେ ହୋମାହୂତିଲାଗେ କାଲିପରି ଗଲେ କେତେ ସେନାପତି ।କେତେ ଜନନୀର ହୃଦ-ନନ୍ଦନ-ଧନଏଇ ପଥେ ପଥେକରିଗଲେ ଶୁଭାଗମ ।ହଟିବୁ କି ସତେ ଭାଇ,ଦେଖି ଆଗେ ତୋର ମରଣେ ବିକଟ ଛାଇ ?ହାତେ ଧରି ତାର ପ୍ରେମିକା-କମ୍ର-କରହାତେ ପରଶିଲା ଲମ୍ୱିତ କରବାଳ ।ପାଖକେ ପକାଇ ଗୃହ ସଂସାର ମାୟାପ୍ରଣୟ ବେଦୀରେ ଦେଲା ଦେଶ ପାଇଁ କାୟା ।ଦେଇ ଚୁମ୍ୱନ ତରୁଣୀ-ଚିବୁକ ତଳେକହିଲା-ଗୋ ମୋର ମନେ ରଣାନଳ ଜଳେ ।ଆପଣେ ଜଳାଇ ଜଳାଇବି ବଇରିରେମଧୁରେ ପରଶସଙ୍ଗିନୀ ମୋର ଶିରେ ।ବିଶ୍ୱ କି ହେଲା ବାଇ ?ଗଲା ସେ ତରୁଣ, ତରୁଣୀ ରହିଲା ଚାହିଁ ।ଗଲା ପଖି ଉଡ଼ି, ଛାଇ ସେ ରହିଲା ପଛେ,ଚାଲିଲା ସୁବାସ, କୁସୁମ ଫୁଟିଛି ଗଛେ ।ବୀଣା ଅଛି ପଡ଼ି, ସଙ୍ଗୀତ ଗଲା ଚାଲିଷୋଡ଼ଷୀ ଲୋଚନୁ ଲୋତକ ନ ପଡ଼ୁ ଝରି-ଉଠିଲା ବଦନୁ ବିଦାୟ ବେଳର ଛାଇଗଲା ସେ ତରୁଣ ତରୁଣୀ ରହିଲା ଚାହିଁ ।ପ୍ରଣୟ ବେଦୀରୁ ଗୋଟାଇ ବରଣ ମାଳାକହିଲା ସେ, ‘ମୋର-ଅଇଲା ମିଳନ ବେଳ’ !!ସମର ଭୂଇଁର ଅମର ଯାତ୍ରୀଦଳକରେ ଧରି ବାନା, କରେ ଧରି କରବାଳଦେଶ ଜନନୀର ଅମଳ ଚିତ୍ର ଆଗେଆପଣାକୁ ଯେବେ ବଳି ଦେଲେ ଅନୁରାଗେ,ସେକାଳେ କାହାର କନକ ଚିକୁର ଧାରଅଳପେ ଚମକି କହିଲା-“ଏଇ ତ ବେଳ,ବେଦୀର ବଳକା ବନ୍ଦନା ଆଜି ହେଉପ୍ରଣୟ ମହିମା ସମର ଭୂଇଁରେ ଥାଉ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର