ନିଷ୍ପେଷିତର ଭଗବାନ — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିଶ୍ୟାମଳ ଘନ ପଲ୍ଲବିତ ବଲ୍ଲରୀ ଏ ବନତଳେବିଛାଇ ଦିଏ ବନ୍ଧୁ ମୋର, ମଧୁର କେତେ ସୌରଭ,ବିଜନ ପଥ, ସାନ୍ଧ୍ୟ ଗୀତ ଶୁଣାଏ କିଏ ତରତରେପୁରାଣ-ଶିଳା-ଦୁର୍ଗବାସେ କହେ କେ ଗତ ଗୌରବ ।କାହୁଁ ଆଦରି କୁସୁମ କଳି ଆସଇ ଦୂର ଗିରି ନଈକାହୁଁ ସେ ଆସେ କି ବାଣୀ ଭାଷେ ଏ କାହା ଭାଷା ଛନ୍ଦରଏ ଶିଶୁ ଖେଳା ଅଙ୍ଗନେ ଯେ ବଂଶୀ ବାଜେ ରହି ରହି,କାହିଁରେ ମନ ନାହିଁ ମୋ ସଖା, ଲାଗିଛି ଆନ ହୁନ୍ଦର ।ବରଷ କେତେ ହେଲାଣି ଆସି, ସତେ ବା ଗତ ଦିବସରସୂର୍ଯ୍ୟ ଉଠି ଯାଇଚି ବୁଡ଼ି ଭୁବନେ ଭରି ଅନ୍ଧାର !ସତେ ବା କାଲି ଫୁଟିଲା ଫୁଲ ନେଇଚି ଚିର ଅବସରବାସନା ନାହିଁ, ରହିଚି ଖାଲି ପାଖୁଡ଼ା ରଜନୀଗନ୍ଧାର ।ପଞ୍ଜାବର ଗହନ ପଥେ ଆଜି ଏ ଦିନେ ଜାଣିଚ ତବାଜିଲା ନବ ଡମ୍ୱରୁର ଜୀବନମୟ ଇଙ୍ଗିତ,ମରଣ ପଥେ ବିଜୟ ରଥେ ନଇଁଲା କେତେ ପରବତଶୁଭିଲା ଦୂର ସିନ୍ଧୁ କୂଳେ ମାଟି ମଣିଷ ସଙ୍ଗୀତ !ଗଗନ ଚିରି ଶୁଭିଲା ଡାକ—ଦଶମ ଗୁରୁ ଗରଜନତୁହିନ ଶିଳା ତରଳିଗଲା, ଜାଗିଲେ ନରସିଂହ ହେ;ଶୁଭିଲା ବାଣୀ—ଦୁର୍ବାର ହେ, ଦୁର୍ଦ୍ଦମ ହେ ଯୌବନଭାଙ୍ଗ ଆଜି ପାଷାଣ କାରା, ଏ ହିମାଚଳ ଲଙ୍ଘ ହେ !ନୀଳ ଗଗନୁ ତାରକା ଆଣ, ତୋଳ ହେ ଗ୍ରହ ପୁରଜନ,ରୋଧିବ କିଏ ଉଲ୍କା ବେଗ, ଶତ୍ରୁ ଆସେ ଭୈରବେ,କି ଥିଲା ଏଥି ମନ୍ତ୍ରବଳ, କି ହେଲା ଶୁଭ ସରଜନ-ଜାଗିଲା ଶିଖ ନ ମାନି କିଛି ସ୍ୱର୍ଗେ ଅବା ଗୌରବେ !ପଞ୍ଜାବର ପୁଂଜିଭୂତ ଖାଲ୍ସା ସେନା ବଳୀୟାରଚହଳ ଦେଲେ ଚଉଦିଗର ପୀଡ଼ିତ ଶତ ଅନ୍ତରେସଖା ହେ ଆଜି ମାନସେ ନାଚେ-ନାହିଁ କି ବୀର ଓଡ଼ିଆରସେ ବୀର ଗୁରୁ ଦୃପ୍ତ ଛବି ଏ ଦୂର ବନ ପ୍ରାନ୍ତରେ ?ଭକ୍ତ ଗଲା, ରକ୍ତ ଦେଲା, ସିକ୍ତ କଲା ମାଟି ତଳକପୋଳ ତଳେ ଲେଖି ସେ ଗଲା ନୂତନ ଯୁଗର ବନ୍ଦନାବିଶ୍ୱପାତା କୃପାଣ ଟାଣି ତ୍ରସ୍ତ କଲା ଚରାଚର,କହିଲା—ଆରେ ଦୁର୍ବଳ ତୁ କାନ୍ଦନାରେ କାନ୍ଦନା !ଲଲାଟେ ଲେଖା ବହ୍ନି ଦାଗ, ବିଷାଣ ବାଜେ ଘନ ଘନଈଶାନ କୋଣ ଝଞ୍ଜା ଚଳେ ଜୀବନେ କରି ଗର୍ଜନ ।ଦାନବଜିଣା ମାନବ ସେ ରେ ନିଷ୍ପେଷିତର ଭଗବାନ,ପଲକେ କଲା ଧରଣୀ ତଳେ ନବ ଦୁନିଆ ସର୍ଜନ !ସଖା ହେ ଆଜି ସେହି ସପନ—ସେହି ଲପନ ଜାଗେ ମନେ,ପଞ୍ଜାବର ସିନ୍ଧୁ କୂଳେ କେବେ କି ଥିଲି ଜନ୍ମି ହେ,କେବେ କି ଥିଲି ସେହି ବିଜନ ପତର ଗୀତି ସନ ସନେମିଶି ବା ଥିଲି ବିକ୍ଷୋଭିତ—ଲକ୍ଷ ଶତ ଉର୍ମିରେ !କଂକରିଳ ସେ ଗିରିପଥେ ତୋଫାନ ଯେବେ ଚମକିଲାକେବେ କି ମୋର ଉଲ୍କା ସମ ଅନ୍ତର ଏ ଅନ୍ତର-
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ପୁରାଣ ବିଧି ବନ୍ଧ ଏଡ଼ି ଧମନୀ ତୁଲେ ଧମକିଲା ।
ତାହାରି ଦାଗ, ସେ ଗୀତି ରାଗ ଜଗାଏ ନବ ମନ୍ତର ।
ସପନ ସମ ଶୁଣୁଚି ଆଜି କୃପାଣ ତୀର ଝନ୍ଝନ୍
ସଇନି ବାଳା ବିଦାୟ ଦିଏ ଦୟିତେ ତୋଳି ନିଶ୍ୱାସ ।
ଚମକି ଚାହେଁ ନାହିଁ ତ କାହିଁ କଙ୍କଣର ‘କଣ୍ କଣ୍’,
ଲଜ୍ଜିତ ଏ ଯୁଗଳ ଆଖି ମୁଦିଲେ ଆସେ ବିଶ୍ୱାସ ।
ମାଙ୍ଗଳିକ ଗାଅ ହେ ସଖା, କର ହେ ଶିଶୁ କଳରୋଳ
ଦେଖରେ ଦୂର ପଞ୍ଜାବର ଦିଗ୍ ବିଭାଗ ପ୍ରାନ୍ତରେ-
ମହାମାନବ କଲ୍ୟାଣର ଝରଇ ଝର ଝରଝର,
ଅଗ୍ନି ଧୂପ ଜଳଇ ତହିଁ ଖାଲ୍ସା ସେନା ଅନ୍ତରେ !!
ଶିଖ ଶହୀଦ୍, ଖାଲ୍ସା ବୀର, ଖଣ୍ଡାୟତ ହୁସିଆର !
ମରାଠା ଜାତିର ମାଓଲୀ ସେନା ରଚିଲେ ଯହିଁ ଆସ୍ଥାନ,
ଟଳିଲା କେତେ ସିଂହାସନ, ବିପୁଳ ବଳ ବାଦ୍ଶାର
ସେ ଦେଶ ବୀର ଜନ୍ମ ତିଥି ପୂଜରେ ବୀର ସନ୍ତାନ !!
କଙ୍କାଳ ଲୀଳା ଦେଖ କଙ୍କାଳମାଳିନୀ !
ଲାଗିବ କି ଲୀଳା ଆଜି ଏ ନବୀନ ବରଷେ
ଧନ୍ୟ କରିବ ତବ ଶୁଭ ପଦ ପରଶେ ?
ମା’ ଗୋ ! କାଞ୍ଚନବରଣୀ,
ସିକ୍ତ କରିବ ସନ୍ତାନ ବୁକୁ ଶୋଣିତେ ଶୁଭ୍ର ସରଣୀ !
ଭୁବନେ ଆଜି ଏ ଘନ ନିର୍ମଳ ଗଗନେ
ଶ୍ୟାମସୁନ୍ଦର ଉଜ୍ଜ୍ୱଳ ଶୁଭ ଲଗନେ,
ଛାଗଳ କଣ୍ଠ-ରାଗିଣୀ
ତବ ମନ୍ଦିର ଭକ୍ତ ବୁକୁର ବୀଣା ତା’ ରେ ମା’ କି ଲାଗିନି ?
ପଥହୀନ ଦୂର ବିଜନ ପଲ୍ଲି ବୁକୁରେ
ଯେ ବେଦନା ନାଚେ, ତୁମରି ଚିତ୍ତ-ମୁକୁରେ
ପ୍ରତିଫଳିବ କି ବାରେ ଗୋ
ସଂକିଳ ଆଜି ହୋଇବ କି ଧରା ସନ୍ତାନ ଲୁହ ଧାରେ ଗୋ !
ଚରଣେ ତୁମରି ତୀର୍ଥ ସଲିଳ ପରଶେ,
ବନେ ଉପବନେ ଝରିବ ସୁମନ ଶିରଷେ,
ଦାନବ ଦର୍ପହାରିଣୀ
ମନ୍ଦିରେ ତବ ସଙ୍ଗୀତ ଶୁଭେ- ‘ଦୁଃଖୀ-ଜୀବନ-ତାରିଣୀ ।’
ଅଖିଳ ଅବନୀ ଡାକେ ଅବିରଳ ଦୁଆରେ
କି ଅନାଦି ଯୁଗ ସମୀରଣ ବହେ ଜୁଆରେ,
କରେ ଅର୍ଚ୍ଚନା ଭକତ,
ତାରିଣୀ, ଶକ୍ତିଶାଳିନୀ, ପାଳିନୀ-ବିଶ୍ୱ କି ଅନୁରକତ !
ଯୋଡ଼ି କରଯୁଗ କରେ ନର ନିତି ଯାଚନା
ମୂକ ନିଶ୍ୱାସେ ହୁଏ ବନ୍ଦନା ରଚନା,
ନବ ମନ୍ଦାରମାଳିନୀ
ଉତ୍କଳ ମୋର ହୋଇଚି କି ଆଜି ବରଦା ଶକ୍ତିଶାଳିନୀ !
ପରଶିବ ସତେ ଚରଣ ମା’ ଆଜି ଘରେ କି?
ଗିରି, ବନ, ଶିଳା, ତଟିନୀ, ସାଗର ପରେ କି?
ନେବ କି ବା ଉପହାର ଗୋ ?
ମୃତ୍ୟୁର ମହା ନୃତ୍ୟ ରାଗିଣୀ ଏ ତରୁଣ କବିତାରେ ଗୋ !
ଅନ୍ତରେ ଆଜି ଉଠେ ଗୀତି କ୍ଷିତି ମୁଖରି
ଥରେ ଅବା ଦୂରେ ନୀଳ ମେଘାସନ ଶିଖରୀ !
ଘନ ବନ ବିଲ ତଳେ କି
ନିଷ୍ପେଷିତର ଚିତ୍କାର ଶୁଣ ମରଣ ଯାତ୍ରା ବେଳେ କି ?
ନାହିଁ ଆଜି କା’ର ଚରଣେ ମରାଳ-ଗମନ
ସଜାଡ଼ି କବରୀ କରେ ନା କେ ପ୍ରୀତି ବରଣ,
ଫୁଟେ ନାଇଁ ଫୁଲ ଚରଣେ
ଉଠେ ନାଇଁ ଓଠ ରକ୍ତିମ ତଟେ ବଚନ ଚିତ୍ତ ହରଣେ ।
ଗ୍ରାମ ବଟ ତଳ ଶୀତଳ ଏ ଶିଳା ଶୟନେ
ନୀଳ କଇଁ ଲୋଳ କର୍ଣ୍ଣିକା କଳି ଚୟନେ,
ନ ଚଳେ କେ ସଖା ଦଳେ ଗୋ,
ଦିଶେ ଖାଲି ହାଡ଼ କଙ୍କାଳମାଳ ଚକିତ ନୟନ ତଳେ ଗୋ ।
ବୟସ ଚପଳ, ଛଳ ଛଳ କଳ ହାସରେ
ମନ ନାଇଁ ନବ ଯୁବାଜନ ମଧୁ ରାସରେ,
କିବା ସଂକେତ ଦେଖ ଗୋ
ପ୍ରଳୟ କନ୍ୟା ବନ୍ୟା ଦୁଆର ମଳିନ ପଲ୍ଲିମୁଖ ଗୋ ।
ବସି କୃଷୀବଳ ସହେ ତା ଚିତ୍ତ ବେଦନା,
ତୀର-କରବାଳେ ଦୁଃଖ କି ତାର ଛେଦ ନା ?
ତବ ସୁକରୁଣାତରଣୀ
ରଚିବ କି ତାର କୁଟୀର କୁଞ୍ଜେ ଜଳ ବେଣୀ ପରେ ସରଣୀ ?
ଆଜି ବିମଳିନ ତରୁଣ ଅରୁଣ ବାସନା,
ଶିଥିଳିତ ଶତ କୌତୂକମୟୀ ରସନା,
ଜନନୀ, କନକ ବସନା
ଚିତ୍ତ ମଳିନ ବିତ୍ତ ବିହୀନ ସନ୍ତାନ ଆଜି ହସେ ନା !
ଖାଲି ହାହାକାର, ନେବ କିବା ଉପହାର ଗୋ ?
ଜୀବନ ଶୂନ୍ୟ, ବାଜେ ନାଇଁ ସୁଖ ତାର ଗୋ,
ଅପରୂପ ବଳଶାଳିନୀ,
କଙ୍କାଳ ଦେଶେ କଙ୍କାଳ ଲୀଳା ଦେଖ କଙ୍କାଳମାଳିନୀ !
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ