P. B. Shelley.
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୮
- ସ୍ଥିତି
- ସାର୍ବଜନୀନ (Public domain)
କିପାଁ ଆଉ ଦିଅ ଦେଖା ମୋ ପ୍ରାଣ−ରମଣ ?ବିସ୍ମୃତି−ଗରଭେ ସବୁ ଦିଅ ବିସର୍ଜନ ।ଦେଖି ତବ ମଧୁମୁଖ ହୁଏ ମୋ ଦାରୁଣ ଦୁଃଖ,ପୋଡ଼ିସାଏ ପ୍ରାଣ ଦେଖି ସେ ରମ୍ୟ ନୟନ ।ଦେଖି ମୂରତି ମୋହନ ହୁଅଇ ମନ ଉଚ୍ଛନ୍ନ,ତରଳି ଯାଏ ସୁନ୍ଦର ! ନବୀନ ଯୌନବ ।ଭାବେଁ ତେଜି ଏ ସଂସାର ନିଦାରୁଣ କାରାଗାରଜୀବନ ଯୌବନ ମାନ କରେ ସମର୍ପଣ ।ପଲକେ ସଲଜ୍ଜ ଭୟ ଘୋଟେ ମୋ ପରାଣମୟଗୃହକୋଣେ ଯାଏଁ ଚାଲି ରହେଁ ମାରି ମନ ।ନିତ୍ୟକର୍ମେ ଦେଇ ମନ ରୋଧେ ଉନ୍ମତ୍ତ ଯୌବନପୁଣି କିପାଁ ଦିଅ ଦେଖା ହେ ମନମୋହନ ?ଦାରୁଣ ସଂସାର−ନୀତି, ଦାରୁଣ ପୀରତି−ରୀତି,ଏ ଜୀବନେ ତୁମ୍ଭ ମୋର ନୋହିବ ମିଳନ !
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ